Banner Ad
breaking
  • ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ବଢୁଛି ବିବାଦ
  • ଆଜିଠୁ ଲଘୁଚାପ ବର୍ଷା: ୫ ଜିଲ୍ଲାରେ ଛେଚିବ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ଆଜି ପବିତ୍ର ଗୁରୁ ଦିବସ
  • ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
  • ମାଲକାନଗିରିରେ ପୁଣି କଇଁଛ ଚାଲାଣ
  • ସୁନା ଦୋକାନରୁ ବଡ଼ ଧରଣର ଚୋରି
  • ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପରିବେଶ ଅନୁକୂଳ ଗଣେଷ ପ୍ରତିମା ତିଆରି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ
  • ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ
  • ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ
  • ଗୋଟିଏ ଦିନରେ ଭାରତକୁ ମିଳିଲା ୮ ପଦକ
  • ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଗୁରୁତର
  • ରୌପ୍ୟ ପଦକ ଜିତିଲେ ଆଇଏଏସ୍ ଅଧିକାରୀ ସୁହାସ୍ ୟତିରାଜ
  • ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହେଲା କୋଷ୍ଟଗାର୍ଡ ହେଲିକପ୍ଟର
  • ୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା
  • ଗଞ୍ଜାମରେ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
Banner Ad
UPDATED STORIES

State

ସୁନା ଦୋକାନରୁ ବଡ଼ ଧରଣର ଚୋରି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):-: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ଥାନୀୟ ଟାଟାବେଞ୍ଜ ଛକରେ ଥିବା ଓମ ଶ୍ରୀ ଜୁଏଲର୍ସରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୁତ୍ତମାନେ ଉକ୍ତ ଦୋକାନରେ କଳାକନା ବୁଲାଇ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଜମୁଲା ଶ୍ରୀଧର । ଥାନାରେ ଅଭିଯୋଗ ହେବା ପରେ ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏହାସହ କିଛି ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି ।

State

ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପରିବେଶ ଅନୁକୂଳ ଗଣେଷ ପ୍ରତିମା ତିଆରି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବୁଧବାର ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ଗଣେଷ ପୂଜାକୁ କିପରି ପରିବେଶ ଅନୁକୂଳ ଭାବେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ଗଣେଷ ପ୍ରତିମା ପ୍ଲାଷ୍ଟର ଅଫ ପ୍ୟାରିସ, ନଡା, କୃତିମ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରାଯାଉଛି ଯାହା ଦ୍ୱାରା ମୃତ୍ତିକା,ଜଳ ବିସର୍ଜିତ ପରେ ପ୍ରଦୂଷିତ ହେଉଛି, ଯେଉଁ ପ୍ରତିମାକୁ ପୂଜା କରୁଛେ ତାହା ପୂର୍ବ ଅବସ୍ଥାକୁ ନ ଫେରି ଭଗ୍ନ ଅବସ୍ଥାରେ ପଡି ରହୁଛି ଯାହା ଆମର ଧର୍ମୀୟ ଭାବନା କୁ କଷ୍ଟ ମଧ୍ୟ ଦେଉଛି l ସ୍ବେଛାସେବୀ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପରିବେଶ ଅନୁକୂଳ ଗଣେଷର ବିଶେଷତା ଓ ପ୍ରକୃତି ପାଇଁ ଆବଶ୍ୟକତା ସମ୍ବଦ୍ଧିୟ ଚିତ୍ର ଦେଖାଯାଇଥିଲା ପରେ ଛାତ୍ରଛାତ୍ରୀ ମାନେ ମାଟି ଚକଟି ସେଥିରେ ଝୋଟ ମିଶାଇ ଗଣେଷ ପ୍ରତିମା ଗଢିଲେ ଏବଂ ତା ମଧ୍ୟରେ ସଜନା ମଞ୍ଜି ରୋପଣ ସହ ଧଳା, କଳା ଓ ନାଲି ବିନ୍ଦିରେ ଗଣେଷ ପ୍ରତିମାକୁ ରଙ୍ଗ କରିଲେ l ଆଗାମୀ ଗଣେଷ ପୂଜାରେ ଆଜି ନିର୍ମିତ ପ୍ରତିମା ପୂଜା ହେବ ଓ ବିସର୍ଜନ ଉତ୍ସବରେ ବିଦ୍ୟାଳୟ ପରିସରରେ କୁଣ୍ଡ ମଧ୍ୟରେ ବିର୍ସଜିତ ହେବେ ପରେ କିଛି ଦିନ ଅନ୍ତରାଳରେ ସଜନା ମଞ୍ଜିରୁ ବୀଜ ବାହାରି ଗଛ ରେ ପରିଣତ ହେବ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯିବ l

ଆଜିର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକ ପରିଷଦର ସଭାପତି ସାଗର କୁମାର ପାତ୍ର, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସ୍ବେଛାସେବୀ ନଳିନୀ କାନ୍ତ ପରିଡା,ରବୀନ୍ଦ୍ର ସାହାଣୀ,ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ସାଗର ପ୍ରସାଦ ପାତ୍ର ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l

State

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ

Blog Thumbnail

ଦକୁଇଭର ବ୍ୟୁରୋ :- ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ଣରୁ ଫର୍ମ ଦାଖଲ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବା ନିଶୁକ୍ଳ ରହିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମୋ ସେବା, ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ ହିତାଧିକାରୀ,ଜିଲ୍ଲାପାଳଙ୍କ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନରେ କରିପାରିବେ ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା ସୁଭଦ୍ରା ପାଇଁ www.subhadra.odisha.gov.in ପୋର୍ଟାଲ ରହିଛି,କୌଣସି ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର 14678ରେ ଯୋଗଯୋଗ କରିପାରିବେ,ଏହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ l


ସୁଭଦ୍ରା ଯୋଜନା ପାଇଁ କଣ ଆବଶ୍ୟକ ?


ଆଧାର କାର୍ଡ

ମୋବାଇଲ ନମ୍ବର

ବ୍ୟାଙ୍କ ଆକାଉଣ୍ଟ

ରାସନ କାର୍ଡ


କେଉଁମାନେ କରିପାରିବେ ଆବେଦନ:


ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ,ଆବେଦନକାରୀଙ୍କ ବୟସ 21 ବର୍ଷରୁ ଅଧିକ 60 ବର୍ଷରୁ କମ ହୋଇଥିବ,ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ,ପରିବାରର କୌଣସି ସଦସ୍ୟ ସାଂସଦ କିମ୍ବା ବିଧାୟକ ହୋଇନଥିବେ l

State

ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ

Blog Thumbnail

ବରସୁଆଁ ( ଦ କୁଇଭର ):- ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମ୍ ରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇ ଥାଏ | ପରେ ସ୍ଥାନୀୟ କୋଇଡ଼ା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍ ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ। ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍ କୁ ଉଚ୍ଚ ମାନର ଦର୍ଶାଯାଇଥିବା ବେଳେ ଉକ୍ତ ଷ୍ଟାକ୍ କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ।ଉକ୍ତ ବିଷୟ ସେଲ୍ ର ଭିଜିଲାନ୍ସ ବିଭାଗ ନଜରରେ ଆସିବା ଏବଂ ଏଥିରେ ଶହ ଶହ କୋଟି ଟଙ୍କାର ହେର୍ ଫେର ହୋଇଥିବାରୁ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେଶ୍ ହସ୍ତାନ୍ତର କରାଯାଇଥିଲା ଯାହା ଫଳରେ ଏବେ ୩ ଦିନ ହେବ ସିବିଆଇ ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରିରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକା ଯାଇଛି।ଏଥିରେ ପୂର୍ବତନ ଇଡି ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଲ ଓ ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡ଼ିଛି |

Banner Ad

Sports

ଗୋଟିଏ ଦିନରେ ଭାରତକୁ ମିଳିଲା ୮ ପଦକ

Blog Thumbnail

ଦକୁଇଭର ବ୍ୟୁରୋ :- ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କଲେ ଜାଭେଲିନ ଫିଙ୍ଗାଳି ସୁମିତ ଆଣ୍ଟିଲ । ଲଗାତାର 2ଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ସେ ଇତିହାସ ରଚିଛନ୍ତି । ସୋମବାର ରାତିରେ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁମିତ 70.59 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଗୋଲ୍ଡ ଜିତିଥିଲେ ।ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ । ପ୍ୟାରିସରେ ମଧ୍ୟ ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ ବଜାୟ ରଖିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗତକାଲି ଖେଳାଯାଇଥିବା ଇଭେଣ୍ଟରେ ଭାରତକୁ ମୋଟ 8ଟି ପଦକ ମିଳିଛି । ଏହା ଥିଲା ଭାରତର ପାଇଁ ଐତିହାସିକ ଦିନ । ଗୋଟିଏ ଦିନରେ ଭାରତକୁ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନିତେଶଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ , ସୁମିତଙ୍କୁ ଜଭେଲିନରେ ସ୍ବର୍ଣ୍ଣ ମିଳିଥିଲା । ପାରା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ନିତ୍ୟା ଶ୍ରୀଙ୍କୁ ବ୍ରୋଞ୍ଜ, ପୁରୁଷ ଡିସକସ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ, ତୀରନ୍ଦାଜୀ ମିକ୍ସଡ ଟିମରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡିକୁ ବ୍ରୋଞ୍ଜ ପଦକ ମିଳିଥିଲା । ବ୍ୟାଡମିଣ୍ଟନ ପୁରୁଷ ଏସଏଲ4ରେ ଭାରତର ସୁବାସ ୟଥୀରାଜ ରୌପ୍ୟପଦକ ଜିତିଥିଲେ । ସେହିପରି ମହିଳା ବ୍ୟାଡମିଣ୍ଟନର ଏସୟୁ5 ବିଭାଗରେ ଭାରତର ମନୀଷୀ ରମଦାସ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହି ଇଭେଣ୍ଟରେ ତୁଳସୀମତି ମୁରୁଗେସାନ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ଜିତିଥିଲେ ।

Education

ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଗୁରୁତର

Blog Thumbnail

କବିସୂର୍ଯ୍ୟନଗର( ଦ କୁଇଭର ):- କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ବହୁ ପିଲା ଅସୁସ୍ଥ ହୋଇଛନ୍ତି। କିଛି ପିଲା ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୫ ଜଣ ପିଲା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏହି ଭଳି ସମସ୍ୟାର କାରଣ କିଛି କହିନାହାନ୍ତି। କିନ୍ତୁ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦେକ୍ଷପ ର ପ୍ରମାଣ ନାହିଁ। ଅନ୍ୟ ପକ୍ଷରେ ଏହି ଭଳି ଗୁରୁତର ପରିସ୍ଥିତିରେ କୌଣସି ଜିଲ୍ଲା ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ।


ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଅଭିଭାବକ ଓ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଦାବି ହେଉଛି।

International, Sports

ରୌପ୍ୟ ପଦକ ଜିତିଲେ ଆଇଏଏସ୍ ଅଧିକାରୀ ସୁହାସ୍ ୟତିରାଜ

Blog Thumbnail

ଦକୁଇଭର ବ୍ୟୁରୋ :- ପ୍ୟାରିସ୍ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟତିରାଜ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୁହସ୍ ମଧ୍ୟ ଖବରରେ ଅଛନ୍ତି କାରଣ ସେ ଜଣେ ଆଇଏଏସ୍ ଅଧିକାରୀ ଏବଂ ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ଏହି ପଦକ ପାଇଛନ୍ତି।


ସୁହାସ ୟତିରାଜ ଉତ୍ତରପ୍ରଦେଶର ବାସିନ୍ଦା ଏବଂ 2007 ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଗୌତମ ବୁଦ୍ଧ ନଗର ଏବଂ ପ୍ରୟାଗରାଜର ଜିଲ୍ଲା ଅଧିକାରୀ ମଧ୍ୟ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ତାଙ୍କର କମ୍ପ୍ୟୁଟର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିଛନ୍ତି ଏବଂ ସେ ହେଉଛନ୍ତି ଏକମାତ୍ର ଆଇଏଏସ୍ ଅଧିକାରୀ ତଥା ପାରାଲିମ୍ପିକ୍ସରେ ପଦକ ଜିତିଥିବା ଅର୍ଜୁନ ପୁରସ୍କାର ବିଜେତା।


ସୁହାସ୍ ବହୁତ ବିଳମ୍ବରେ ବ୍ୟାଡମିଣ୍ଟନରେ ପ୍ରବେଶ କରି ଅଳ୍ପ ସମୟ ମଧ୍ୟରେ ସେ ଦୁନିଆର ଟପ୍ ପାରା ବ୍ୟାଡମିଣ୍ଟନ୍ ଖେଳାଳିମାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ବିଶ୍ୱ ନମ୍ବର -1 ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି।

National

ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହେଲା କୋଷ୍ଟଗାର୍ଡ ହେଲିକପ୍ଟର

Blog Thumbnail

ଦକୁଇଭର ବ୍ୟୁରୋ :- ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଆରବ ସାଗରରେ ଦୁର୍ଘଟଣାର ଶିକାର ହୋଇଛି। ଗୁଜୁରାଟର ପୋରବନ୍ଦର ଉପକୂଳରୁ ଆରବ ସାଗରରେ ସାହାଯ୍ୟ ପାଇଁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ସମୁଦ୍ରରେ ବୁଡ଼ି ଯାଇଛି, ଏହି କାରଣରୁ ଦୁଇ ପାଇଲଟଙ୍କ ସମେତ ତିନି ଜଣ ନିଖୋଜ ହୋଇଯାଇଛନ୍ତି। ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ, ଯେଉଁଥିରୁ ଜଣେ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଆରବ ସାଗରରେ ହେଲିକପ୍ଟରର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ରହିଛି।


କୋଷ୍ଟଗାର୍ଡ କହିଛି ଯେ, ଆରବ ସାଗରରେ ଫସି ରହିଥିବା ଜାହାଜରୁ ସାହାଯ୍ୟ ପାଇଁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଲୋକଙ୍କୁ ଜାହାଜରୁ ସ୍ଥାନାନ୍ତର କରିବାକୁ ପଡୁଥିଲା ଏବଂ ଏହି ସମୟରେ ହେଲିକପ୍ଟରଟି ତାଙ୍କ ନିକଟରେ ପହଞ୍ଚିବା ପରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ଚାରୋଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରିଛି। ଏହି ତିନି ଜଣ ଶୀଘ୍ର ମିଳିବେ ବୋଲି ଆଶା କରାଯାଉଛି।

State

୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା

Blog Thumbnail

ଦକୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ତଥା ପାଶ୍ୱର୍ବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି। ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ସୋମବାର ଯାଏଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ତିନି ଦିନ ଓଡ଼ିଶାରେ ସେଭଳି ବର୍ଷା ନ ଥିବା ବେଳେ ୫ ତାରିଖଠାରୁ ପୁଣି ବର୍ଷା ବଢ଼ିବ। ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ad