Banner Ad

ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଗୁରୁତର

ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଗୁରୁତର
Published by : Jyotshna Kumari
#Education
Sep 3, 2024, 3:02 PM

କବିସୂର୍ଯ୍ୟନଗର( ଦ କୁଇଭର ):- କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ବହୁ ପିଲା ଅସୁସ୍ଥ ହୋଇଛନ୍ତି। କିଛି ପିଲା ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୫ ଜଣ ପିଲା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏହି ଭଳି ସମସ୍ୟାର କାରଣ କିଛି କହିନାହାନ୍ତି। କିନ୍ତୁ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦେକ୍ଷପ ର ପ୍ରମାଣ ନାହିଁ। ଅନ୍ୟ ପକ୍ଷରେ ଏହି ଭଳି ଗୁରୁତର ପରିସ୍ଥିତିରେ କୌଣସି ଜିଲ୍ଲା ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ।


ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଅଭିଭାବକ ଓ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଦାବି ହେଉଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଇଟାଭାଟି ଭାଙ୍ଗିଲା ପ୍ରଶାସନ

Blog Thumbnail

ଦ କୁଇଭର ବ୍ୟୁରୋ:- ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି। ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର ୨ଟି ବେଆଇନ ଇଟାଭାଟି ଉପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢାଉ କରି ଭାଙ୍ଗିଥିବା ବେଳେ ଅପରାହ୍ନରେ ଭ୍ରମରପୁର ସର୍କଲର ସମାସିଙ୍ଗି ମୌଜାର ୭, ଚୌଧୁରୀ ଟିକରପଡ଼ା ମୌଜାର ୩ଟି ବେଆଇନ ଇଟାଭାଟି ଭଙ୍ଗାଯାଇଛି। ସେହିପରି ଗତ ରବିବାର ବାଙ୍ଗରଡ଼ା ରାଜସ୍ବ ସର୍କଲର ଧେରେଣ୍ଡି, ଜଲମେରୀ ପଲ୍ଲୀ ମୌଜାର ନିରଞ୍ଜନ ପାଣିଗ୍ରାହୀ ଏବଂ ରମେଶ ବେହେରାଙ୍କ ୨ ଟି ବେଆଇନ ଇଟାଭାଟି ଭଙ୍ଗା ଯାଇଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜସ୍ବ ସୁପରଭାଇଜର ବାବୁ ସେଠୀ,ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା,ମନୋଜ କୁମାର ବେହେରା,ସୁନୀଲ କୁମାର ବେହେରା,ସହକାରୀ ରାଜସ୍ବ ନିରୀକ୍ଷକ କେଶବ ଶବର,ଶିବାଶିଷ ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ପୋଲିସ ଟିମ୍‌ ଏହି ଚଢାଉ ଧରପଗଡରେ ସାମିଲ ଥିଲେ।ବେଆଇନ ଇଟାଭାଟି କରି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସେମାନଙ୍କ ଠାରୁ ୧୯ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚଢାଉରେ ପ୍ରାୟ ୨୫ ଲକ୍ଷ ଇଟା ନଷ୍ଟ କରାଯାଇଥିବା ଆକଳନ କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଏହି ଚଢାଉ ଧରପଗଡ ଜାରିରହିଛି।

State

ଆଣ୍ଡାମାନ ଛୁଇଁପାରେ ମୌସୁମୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଜୁନ୍‌ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ‌ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।

State

ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ୪୨୦କୋଟି ଟଙ୍କାର ଭେଟି

Blog Thumbnail

ମୟୁରଭଞ୍ଜ ( ଦ କୁଇଭର ) :- ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଶୋଇ ବ୍ଲକରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଶୋଇ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାଁ'ରେ ନାମିତ ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେଥିରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏନେଇ ବିଶୋଇ ମିନିଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,"ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା । ଆଜି ଦିନଟି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼଼ିଶା ଗଠନ ପାଇଁ ମୂଳଦୁଆ ପକାଇବ । ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି । "


ତେବେ ଏହିକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ହିତାଧିକାରୀଙ୍କୁ ମୃତ୍ୟୁ ସହାୟତା ରାଶି, ଶ୍ରମିକମାନଙ୍କ କନ୍ୟାମାନଙ୍କ ପାଇଁ ବିବାହ ପ୍ରୋତ୍ସାହନ ରାଶି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇଥିଲେ।

National

ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ : ବର୍ଷକୁ ୧୦୦ କ୍ଷେପଣାସ୍ତ୍ର ତିଆରି

Blog Thumbnail

ଦ କୁଇଭର ବ୍ୟୁରୋ:- ପାକିସ୍ତାନ ସହିତ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍‌କୁ ଭର୍ଚୁଆଲ୍ ଭାବରେ ଉଦ୍‌ଘାଟନ କରିଛନ୍ତି। ଉତ୍ପାଦନ ୟୁନିଟ୍‌କୁ ବାର୍ଷିକ ୮୦ ରୁ ୧୦୦କ୍ଷେପଣାସ୍ତ୍ର ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି।ଲକ୍ଷ୍ନୌରେ ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦ୍‌ଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଅପାର ପ୍ରୟାସର ଫଳାଫଳ ଥିଲା। ଏହି ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବ୍ରହ୍ମୋସର ଶକ୍ତି ବିଷୟରେ ବ୍ୟାଖ୍ୟା କରି କହିଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି ଯେ, ବ୍ରହ୍ମୋସ ବିଶ୍ୱର ସବୁଠାରୁ ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। କିନ୍ତୁ ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ନିଜେ ଏକ ବାର୍ତ୍ତା। ଆମର ସଶସ୍ତ୍ର ବାହିନୀର ଶକ୍ତି, ଆମର ଶତ୍ରୁମାନଙ୍କ ପ୍ରତି ଆମର ପ୍ରତିରୋଧ ଏବଂ ଆମର ସୀମାକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତା। ସେ କହିଛନ୍ତି, ଏହି ଉତ୍ପାଦନ ୟୁନିଟ୍ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ।


ସେ କହିଛନ୍ତି, ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରିବା ଲକ୍ଷ୍ୟରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ। ଆମେ କେବେ ବି ସେମାନଙ୍କର ସାଧାରଣ ଲୋକଙ୍କୁ ଟାର୍ଗେଟ କରିନାହୁଁ। କିନ୍ତୁ ପାକିସ୍ତାନ କେବଳ ଭାରତର ସାଧାରଣ ଅଞ୍ଚଳକୁ ଟାର୍ଗେଟ କରିନଥିଲା ବରଂ ମନ୍ଦିର, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା l ଏହା ସହିତ, ସେ କହିଛନ୍ତି ଯେ ଭାରତୀୟ ସେନା ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିବା ସହିତ ସଂଯମତା ପ୍ରଦର୍ଶନ କରିଛି ଏବଂ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରି ଉପଯୁକ୍ତ ଜବାବ ଦେଇଛି। ଆମେ କେବଳ ସୀମା ନିକଟରେ ଅବସ୍ଥିତ ସାମରିକ ଘାଟିଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ, ବରଂ ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡି ପର୍ଯ୍ୟନ୍ତ ଭାରତୀୟ ସେନାର ବିପଦ ଅନୁଭୂତ ହୋଇଥିଲା।

ରାଜନାଥ ସିଂହ କହିଛନ୍ତି, ଉରି ଘଟଣା ପରେ, ସାରା ବିଶ୍ୱ ଦେଖିଲା ଯେ, ଭାରତରେ ଆତଙ୍କବାଦୀ ଘଟଣା ଘଟାଇବା ଏବଂ କରାଇବାର ପରିଣାମ କ'ଣ ହୁଏ। ଯେତେବେଳେ ଆମର ସେନା ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା, ପୁଲୱାମା ପରେ, ଆମେ ଦେଖିଲୁ ଯେତେବେଳେ ବାଲାକୋଟରେ ବାୟୁସେନା ଆକ୍ରମଣ କରାଯାଇଥିଲା ଏବଂ ଏବେ ପହଲଗାମ୍ ଘଟଣା ପରେ, ବିଶ୍ୱ ଦେଖୁଛି ଯେ, ଭାରତ ପାକିସ୍ତାନରେ ପ୍ରବେଶ କରି ଅନେକ ଆକ୍ରମଣ କରିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ ସହନଶୀଳତାର ନୀତି ଅନୁସରଣ କରି, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ନୂତନ ଭାରତ, ଯାହା ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।


୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଉତ୍ପାଦନ ୟୁନିଟ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରିବ, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୦୦କିଲୋମିଟର ଏବଂ ସର୍ବାଧିକ ଗତି ୨.୮ ମାକ୍ ରହିବ। ଭାରତ ଏବଂ ରୁଷିଆର ମିଳିତ ଉଦ୍ୟମ ଦ୍ବାରା ବ୍ରହ୍ମୋସ୍ ଏରୋସ୍ପେସ୍ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ସମୁଦ୍ର କିମ୍ବା ଆକାଶରୁ ନିକ୍ଷେପ କରାଯାଇପାରିବ। ଏହା ଫାୟାର ଆଣ୍ଡ ଫରଗେଟ୍ ମାର୍ଗଦର୍ଶନ ପ୍ରଣାଳୀ ଅନୁସରଣ କରିବ।ଲକ୍ଷ୍ନୌରେ ନୂତନ ଭାବରେ ଆରମ୍ଭ ହୋଇଥିବା ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧା ୟୁନିଟ୍‌ରୁ, ବାର୍ଷିକ ୮୦ରୁ ୧୦୦ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରାଯିବ। ଏହା ସହିତ, ପ୍ରତିବର୍ଷ ୧୦୦ରୁ ୧୫୦ପରବର୍ତ୍ତୀ ପିଢ଼ିର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟ ଉତ୍ପାଦନ କରାଯିବ। ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ରଗୁଡ଼ିକ ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ତୁତ ଏବଂ ବିତରଣ କରାଯିବ।

National

ପୁଲୱାମାରେ ଏନକାଉଣ୍ଟର,ଟଳିଲେ ଅତଙ୍କୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଜମ୍ମୁକାଶ୍ମୀର ପୁଲୱାମାରେ ବଡ ଏନକାଉଣ୍ଟର । ତ୍ରାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ, ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ପାଇ ସେନା ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଏହାପରେ ସେନା ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଦେଖିବାକୁ ମିଳିଛି । ପହଲଗାମ୍ ଆକ୍ରମଣ ପରେ ଜମ୍ମୁକାଶ୍ମୀରରୁ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଲାଗିପଡିଛି । ଜମ୍ମୁକାଶ୍ମୀରର ପ୍ରତିଟି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି । ରାସ୍ତାରେ ଗାଡିଗୁଡିକୁ ବି ଭଲ ଭାବରେ ଯାଞ୍ଚ କରି ଛଡାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ, ୧୦ ଉଗ୍ରବାଦୀ ନିପାତ ହେବାର ଖବର ସାମ୍ନାକୁ ଆସିଛି । ମଣିପୁର ଚନ୍ଦେଲରେ ସେନା କରିଥିଲା ବଡ ଅପରେସନ୍ । ଭାରତ-ମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ ହୋଇଛନ୍ତି । ଉଗ୍ରବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେନା ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ଏହି ବଡ ସଫଳତା ମିଳିଛି ।

State,Education

କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ଅନୁମୋଦନ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟ ସରକାର ବୁଧବାର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଉଚ୍ଚଶିକ୍ଷା ପାଇଁ ଥିବା ବିଭିନ୍ନ ପାଠ୍ୟକ୍ରମ ନାମଲେଖାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍‌ଇବିସି)ର ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ (+୨), ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ, କ୍ରୀଡ଼ା ଓ ଯୁବ ସେବା ବିଭାଗର ବିପିଏଡ୍‌, ଏମ୍‌ପିଏଡ୍‌ ପାଠ୍ୟକ୍ରମରେ ଲାଗୁ ହେବ। ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗକୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

State,National

ମିଶିଗଲା ମମତା ଓ ମାତୃବନ୍ଦନା ଯୋଜନା

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମମତା ଓ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟି ଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା । ଆଗରୁ ମମତା ଯୋଜନାରେ ଝିଅ ଝିଅ ଜନ୍ମ ହେଲେ ମା’କୁ ୧୦ ହଜାର ଟଙ୍କା ମିଳୁଥିଲା । ଏବେ ୧୨ ହଜାର ଟଙ୍କା ମିଳିବ । ପୂର୍ବରୁ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ମଧ୍ୟ ସେତିକି ମିଳିବ। ଆଜିର କ୍ୟାବିନେଟ ବୈଠକରେ ୬ ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି । ରାଜ୍ୟ କ୍ୟାବିନେଟରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି,ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ନେଇ ବ୍ୟବସ୍ଥା କରାଯାଇଛି । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।

State

୧୬ ଯାଏଁ ତାତି : ୪୦ଂ ଉପରେ ୧୯ ସହର

Blog Thumbnail

ଦ କୁଇଭର ବ୍ୟୁରୋ:- ତାତିରୁ ଏବେ ନିସ୍ତାର ମିଳିବ ନାହିଁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବ। ଅଧିକାଂଶ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ଟପିଯିବ। ଉପକୂଳରେ ଉଷ୍ମ ଅବସ୍ଥା ଲାଗିରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା‌ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଜି ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା l ଭୁବନେଶ୍ୱରରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି।

International,National

ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରୁଥ୍‌ ସୋସିଆଲ ଆକାଉଣ୍ଟରେ ଟ୍ରମ୍ପଙ୍କ ପ୍ରତିକ୍ରିୟା । ପ୍ରଥମେ ଅସ୍ତ୍ରବରିତି ପାଇଁ କ୍ରେଡିଟ୍ ନେବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଆଗେଇ ଆସିବେ ବୋଲି କହିଛନ୍ତି । ଏହା ସହିତ ଦୁଇ ଦେଶ ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବେ ବୋଲି କହିଛନ୍ତି । ଯୁଦ୍ଧବିରତି ପାଇଁ ଦୁଇ ଦେଶ ଭାରତ ଏବଂ ପାକିସ୍ତାନକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US କହିଲେ ଟ୍ରମ୍ପ । ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ବୋଲି ଲେଖିଛନ୍ତି ଟ୍ରମ୍ପ । ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ବୋଲି ଲେଖିଛନ୍ତି । ମୁଁ ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱଙ୍କୁ ନେଇ ବହୁତ ଗର୍ବିତ । ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ରହିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି ଏବଂ ବୁଝିଛନ୍ତି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଯାହା ଅନେକ ମୃତ୍ୟୁ ଏବଂ ଧ୍ୱଂସର କାରଣ ହୋଇପାରିଥାନ୍ତା । ଲକ୍ଷ ଲକ୍ଷ ନିରୀହ ଏବଂ ଭଲ ଲୋକଙ୍କ ମୃତ୍ୟୁ ହୋଇପାରିଥାନ୍ତା ! ମୁଁ ଗର୍ବିତ ଯେ ଆମେରିକା ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତୁମମାନଙ୍କୁ ସହାୟତା କରିବାକୁ ସମର୍ଥ ହୋଇଛି । ମୁଁ ଏହି ଦୁଇ ମହାନ ଦେଶ ସହିତ ବାଣିଜ୍ୟ ବହୁତ ପରିମାଣରେ ବୃଦ୍ଧି କରିବାକୁ ଯାଉଛି । ଏହା ସହିତ, ମୁଁ ତୁମମାନଙ୍କ ସହ ମିଶି କାମ କରିବି ଯାହା ଦ୍ୱାରା ଆଗାମୀ "ହଜାର ବର୍ଷ" ପରେ କାଶ୍ମୀର ବିବାଦର ସମାଧାନ ହୋଇପାରିବ । ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ । ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା । ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା । ଭାରତ-ପାକିସ୍ତାନ ବୁଦ୍ଧିମତା ଦେଖାଇଛନ୍ତି । ଏ ପ୍ରସଙ୍ଗରେ ଦୁଇ ଦେଶ ସହ କଥା ହେବି । ଭାରତ ଓ ପାକିସ୍ତାନର ନେତୃତ୍ୱକୁ ନେଇ ଗର୍ବିତ । ଉଭୟ ଦେଶ ସହ ବ୍ୟବସାୟ କାରବାର ବଢାଇବୁ । ତେବେ ଭାରତ ପୂର୍ବରୁ ଅନେକ ଥର ବିଶ୍ୱ ମଞ୍ଚରେ କହିସାରିଛି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ।

International,National

୨୧ ଦିନ ପରେ ଅଟକ BSF ଯବାନଙ୍କୁ ଛାଡିଲା ପାକିସ୍ତାନ

Blog Thumbnail

ଦ କୁଇଭର ବ୍ୟୁରୋ:- ପାକିସ୍ତାନ ଟେନସନ ମଧ୍ୟରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୧ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ତାଙ୍କୁ ହସ୍ତାନ୍ତର କରିଛନ୍ତି । ୨୩ ଏପ୍ରିଲରେ ପିକେ ଶ’ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ତାଙ୍କୁ ୨୧ ଦିନ ପରେ ଛାଡିଲା ପାକିସ୍ତାନ । ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ’ଙ୍କୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅମୃତସରର ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ସ୍ଥାନାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଛି। ଗତ ୨୧ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଭାରତର ଚାପରେ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ ’ଙ୍କୁ ଗିରଫଦାରୀରୁ ମୁକ୍ତ କରିଛି।

State

ମୋହନ ସରକାରକୁ ପୂରିବ ବର୍ଷେ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋହନ ସରକାରକୁ ୩୩୫ ଦିନ ପୂରା ହୋଇଛି । ମାସେ ପରେ ବିଜେପି ସରକାରକୁ ବର୍ଷେ ପୂରିବ । ଏହି ଶାସନ ଅବଧିରେ ଲୋକଙ୍କ ପାଇଁ ନୂଆ ସରକାର କଣ କରିଛନ୍ତି, କଣ କରିବେ ତାହାର ହିସାବ ନିକାଶ ନିଜେ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ୧୧ ମାସର ନୂଆ ସରକାରରେ ଅନେକ କିଛି ନୂଆ ଅନୁଭୂତି ସାଉଁଟିଛି ଓଡ଼ିଶା । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରା କରିବାରେ ସକ୍ଷମ ହୋଇଛନ୍ତି ମୋହନ । ସୁଭଦ୍ରା ଯୋଜନା, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ପୂରା କରି ଲୋକଙ୍କ ଭରସା ଜିଣିଛନ୍ତି । ଏସବୁ ଉପଲବ୍ଧିକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଉଭୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ବିଭାଗୱାରି ସଫଳତାର ରିପୋର୍ଟକାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ଟାସ୍କ । ସମାବେଶ ଜରିଆରେ ଏ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କେବଳ ସରକାରୀ ସ୍ତରରେ ନୁହେଁ ମୋହନ ସରକାରର ବର୍ଷ ପୂର୍ତ୍ତିକୁ ଜୋରସୋରରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମନମୋହନ । ନୂଆ ସରକାର ଚାଷୀଙ୍କ ଦାବିକୁ ଅଧିକ ଗୁରୁତ୍ବ ଦେଇଥିବାରୁ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ମଙ୍ଗଳବାର ଠାରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଆରମ୍ଭ କରିବ । ରାଜ୍ୟର ୧୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ଚାନ୍ଦବାଲିରୁ ଆରମ୍ଭ ହୋଇ ସରିବ ଢେଙ୍କାନାଳରେ । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜେ ବଖାଣିବେ ସରକାରଙ୍କ ସଫଳତା ।

ହେଲେ ମୋହନ ଓ ମନମୋହନଙ୍କ ପ୍ରସ୍ତୁତିକୁ କଟାକ୍ଷ କରିଛନ୍ତି ବିରୋଧୀ । ସୂଚନାଯୋଗ୍ୟ ଯେ, ୧୧ ମାସରେ ସରକାର ଅନେକ ନୂଆ ନୂଆ ଯୋଜନାର ସଫଳ ରୂପାୟନ କରିଛନ୍ତି । କିନ୍ତୁ ଅନେକ ପ୍ରତିଶ୍ରୁତି ଏବେ ବି ପୂରା ହୋଇନି ।

State

ଆହୁରି ୩ ଦିନ ଗୁଳୁଗୁଳି

Blog Thumbnail

ଦ କୁଇଭର ବ୍ୟୁରୋ:- ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି। ଏପଟେ ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା। ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି । ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବା ବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

State,Education

ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶିକ୍ଷା ସହ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ପିଲାମାନେ ଆର୍ଥିକ ସାକ୍ଷର ହେବା ସହ ମ୍ୟୁଚାଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ନିଯୁକ୍ତି ସୁଯୋଗ ପାଇପାରିବେ ଓ ଆତ୍ମନିର୍ଭର ହୋଇପାରିବେ । ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ଓ BFSI ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପାଠ୍ୟକ୍ରମ ସାମିଲ ହେବ । ବାଣିଜ୍ୟ ଓ ଅର୍ଥନୀତି ସମ୍ବନ୍ଧୀୟ ଏହି ବିଷୟ ଗୁଡ଼ିକ ନିବେଶ, ଶିଳ୍ପ ଓ ବ୍ୟାଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବ । ଜାତୀୟ ଶିକ୍ଷା ନୀତି - ୨୦୨୦ ଅନୁଯାୟୀ ଏହା ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ଓ ନାମଲେଖା ଅନୁପାତ ହାର ବୃଦ୍ଧିରେ ମଧ୍ୟ ସହାୟକ ହେବ ।

State

ବେସାମରିକ ସୁରକ୍ଷାରେ ଯୋଗ ଦିଅ’ ଇଚ୍ଛୁକ ସ୍ବେଚ୍ଛାସେବୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବ ବଢ଼ିଛି। ଏପରିକି ସୀମାରେ ଯବାନମାନେ ଲଢ଼େଇ କରୁଥିବାବେଳେ ଦେଶ ଭିତରେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀମାନେ କିପରି ଶତ୍ରୁ ପକ୍ଷର ଆକ୍ରମଣକୁ ମୁକାବିଲା କରିବେ, ସେ ନେଇ ମକ୍‌ ଡ୍ରିଲ୍ କରୁଛନ୍ତି। ଆମ ରାଜ୍ୟରେ ପ୍ରାୟ ୧୦ ହଜାର ବେସାମରିକ ସୁରକ୍ଷା ସ୍ବେଚ୍ଛାସେବୀ ଥିବାବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୁବସମାଜ ଯେପରି ବେସାମରିକ ‌ସୁରକ୍ଷା ସ୍ବେଚ୍ଛାସେବୀ ଭାବେ ଯୋଗ ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ୍ ଡିଫେନ୍ସ ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷ କରି ଯୁବ ସମାଜକୁ ଆହ୍ବାନ କରୁଛି। ଯୁବ ସମାଜ ହିଁ ଆମ ଆଶା, ଭରସା, ଉତ୍ସାହ ଓ ଶକ୍ତିର ପ୍ରତୀକ l

ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକ‌ତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ କରି ଯୁବବର୍ଗ ଏଥିପାଇଁ ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

State

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଆର୍ ଗୱାଇ

Blog Thumbnail

ଦ କୁଇଭର ବ୍ୟୁରୋ:- ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟିକ ପଦରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ୍ ବିଆର୍ ଗୱାଇଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୱାଇଙ୍କୁ ରାଷ୍ଟ୍ରପତି ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ କେନ୍ଦ୍ର କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ତାଙ୍କ ଉତ୍ତରାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

National

ଭାରତୀୟ ସେନାକୁ ସାଲ୍ୟୁଟ୍, ଭାରତବାସୀଙ୍କ ସଂକଳ୍ପକୁ ପ୍ରଣାମ : ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପହଲଗାମ କାଣ୍ଡ ପରେ ପ୍ରଥମ ପ୍ରତିକ୍ରିୟା ଦେଇ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି । କହିଛନ୍ତି ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍‌ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀମାନେ ଯେଉଁ ବର୍ବରତା ଦେଖାଇଥିଲେ, ତାହା ବିଶ୍ୱକୁ ଦୋହଲାଇ ଦେଇଥିଲା । ନିର୍ଦ୍ଦୋଷଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ । ଏହି ହତ୍ୟାକାଣ୍ଡ ଆତଙ୍କବାଦର ବୀଭତ୍ସ ଚେହେରା ଥିଲା । ଦେଶ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀ, ପ୍ରତ୍ୟେକ ବର୍ଗ ଓ ରାଜନୈତିକ ଦଳ ଏକସ୍ୱରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଠିଆ ହୋଇଛନ୍ତି । ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ଭାରତୀୟ ସେନାର ହାତ ଖୋଲି ଦେଇଥିଲୁ । ଆଜି ପ୍ରତ୍ୟେକ ଆତଙ୍କୀ ସଂଗଠନ ଜାଣିଲା, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କଣ । ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ, ଏହା କୋଟିକୋଟି ଦେଶବାସୀଙ୍କ ଭାବନାର ପ୍ରତିବିମ୍ବ । ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ମେ ୬ ତାରିଖ ରାତି ଓ ମେ ୭ ସକାଳୁ ଏହି ପ୍ରତିଜ୍ଞା ପରିମାଣର ରୂପ ନେଉଥିବା ଦେଖିଥିଲା ସାରା ବିଶ୍ୱ । ଯବାନମାନେ ଆତୀଙ୍କ ଟ୍ରେନିଂ ସେଣ୍ଟର ଉପରେ ପ୍ରହାର କରିଥିଲେ । ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆତଙ୍କୀମାନେ ସ୍ୱପ୍ନରେ ବି ଭାବିନଥିଲେ । କିନ୍ତୁ ଯେତେବେଳେ ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ପରିଣାମ ଦେଖାଇବାକୁ ପଡ଼େ ।“ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଯେତେବେଳେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ଓ ଡ୍ରୋନ୍‌ ହମ୍‌ଲା କରିଥିଲା, ସେତେବେଳେ ସେମାନଙ୍କ ଧୈର୍ଯ୍ୟ ବି ଥରହର ହୋଇ ଉଠିଥିଲା । ବହାବଲପୁର ଓ ମୁରିଦିକେ ଆତଙ୍କୀଙ୍କ ଗ୍ଲୋବାଲ ୟୁନିଭର୍ସିଟି । ଦଶକଦଶକ ଧରି ଆତଙ୍କୀ ସମ୍ପର୍କ ଏହି ଠିକଣା ସହ ଯୋଡ଼ି ହୋଇ ରହିଥିଲା । ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍‌ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମା ଆଟାକ୍‌ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍‌ ନଷ୍ଟ କରିଛି ଭାରତ । କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ମେ ୧୦ରେ ଆମ ଡିଜିଏମ୍‌ଓ ସହ କଥା ହୋଇଥିଲେ ପାକିସ୍ତାନ ଡିଜିଏମ୍‌ଓ । ପାକିସ୍ତାନ ଗୁହାରି କରିଥିଲା ଯେ, ତାଙ୍କ ପଟୁ ଆଗକୁ କୌଣସି ଆତଙ୍କୀ ଗତିବିଧି କିମ୍ବା ସୈନ୍ୟ ଦୁଃସାହାସ କରାଯିବ ନାହିଁ । ଏହାପରେ ଯୁଦ୍ଧ ବିରତି ହୋଇଥିଲା । କିନ୍ତୁ ଏବେ କେବଳ ଅପରେସନ ସିନ୍ଦୂରକୁ ସ୍ଥଗିତ କରାଯାଇଛି ।“

National

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ ଟି ପ୍ରଶ୍ନ

Blog Thumbnail

ନୂଆଦିଲ୍ଲୀ ( ଦ କୁଇଭର):- ଏପ୍ରିଲ୍ ୮ ତାରିଖ ରାୟ ଅର୍ଥାତ୍ ଡେଡ୍‌ଲାଇନ୍ ରାୟ ଉପରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ପ୍ରଶ୍ନ ପଚାରିଛନ୍ତି । ତାମିଲନାଡୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶ୍ନ କରିଛନ୍ତି l ତେବେ ପ୍ରଶ୍ନ ଗୁଡିକ ମଧ୍ୟରେ,,


1-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କୁ ଏକ ବିଲ ପ୍ରଦାନ କଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଥାଏ ?


2-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଏକ ବିଲ ଆଗତ କରିବା ସମୟରେ ରାଜ୍ୟପାଳ କ’ଣ ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ଦ୍ୱାରା ଆବଦ୍ଧ?


3-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ଯଥାର୍ଥ କି ?


4. ଧାରା 361 କ’ଣ ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟର ନ୍ୟାୟିକ ଯାଞ୍ଚ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଏ କି ?


5. ସାମ୍ବିଧାନିକ ସମୟସୀମା ଅନୁପସ୍ଥିତି ସତ୍ତ୍ୱେ, ଅଦାଲତଗୁଡ଼ିକ କ’ଣ ସମୟସୀମା ଧାର୍ଯ୍ୟ କରିପାରିବେ ଏବଂ ରାଜ୍ୟପାଳମାନେ ପାଳନ କରିବା ପାଇଁ ପ୍ରକ୍ରିୟା ସ୍ଥିର କରିପାରିବେ ?


6. ଧାରା 201 ଅନୁଯାୟୀ ରାଷ୍ଟ୍ରପତିଙ୍କ ବିବେଚନା ନ୍ୟାୟିକ ସମୀକ୍ଷାର ଅଧୀନରେ ଅଛି କି?


7. ଧାରା 201 ଅନୁଯାୟୀ ରାଷ୍ଟ୍ରପତିଙ୍କ ବିବେଚନା ବ୍ୟବହାର ପାଇଁ କୋର୍ଟଗୁଡ଼ିକ କ’ଣ ସମୟସୀମା ଏବଂ ପ୍ରକ୍ରିୟାଗତ ଆବଶ୍ୟକତା ସ୍ଥିର କରିପାରିବେ ?


8. ରାଜ୍ୟପାଳଙ୍କ ଦ୍ୱାରା ସଂରକ୍ଷିତ ବିଲ୍ ଉପରେ ନିଷ୍ପତ୍ତି ନେବା ସମୟରେ ରାଷ୍ଟ୍ରପତି କ’ଣ ଧାରା 143 ଅନୁଯାୟୀ ସୁପ୍ରିମକୋର୍ଟଙ୍କ ମତାମତ ଲୋଡ଼ିବେ?


9. କୌଣସି ଆଇନ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଧାରା 200 ଏବଂ 201 ଅନୁଯାୟୀ ନିଆଯାଇଥିବା ନିଷ୍ପତ୍ତି ନ୍ୟାୟସଙ୍ଗତ କି?


10. ଧାରା 142 ମାଧ୍ୟମରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ଦ୍ୱାରା ବ୍ୟବହୃତ ସାମ୍ବିଧାନିକ କ୍ଷମତାକୁ ପରିବର୍ତ୍ତନ କିମ୍ବା ବାତିଲ କରିପାରେ କି?


11. ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମତି ବିନା କ’ଣ ରାଜ୍ୟ ଆଇନ କାର୍ଯ୍ୟକାରୀ ହୁଏ କି ?


12. ସୁପ୍ରିମକୋର୍ଟର କୌଣସି ଖଣ୍ଡପୀଠ ପ୍ରଥମେ ନିର୍ଣ୍ଣୟ କରିବେ ଯେ କୌଣସି ମାମଲା ଯଥେଷ୍ଟ ସାମ୍ବିଧାନିକ ବ୍ୟାଖ୍ୟା ସହିତ ଜଡିତ କି ନାହିଁ ଏବଂ ଏହାକୁ ଧାରା 145(3) ଅନୁଯାୟୀ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇବେ କି?


13. ଧାରା 142 ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କ’ଣ ପ୍ରକ୍ରିୟାଗତ ବିଷୟଗୁଡ଼ିକ ବ୍ୟତୀତ ବିଦ୍ୟମାନ ସାମ୍ବିଧାନିକ କିମ୍ବା ବୈଧାନିକ ବ୍ୟବସ୍ଥାର ବିରୋଧ କରୁଥିବା ନିର୍ଦ୍ଦେଶନାମା ଜାରି କରିବାକୁ ବିସ୍ତାର କରେ କି ?


14. ସମ୍ବିଧାନ କ’ଣ ଧାରା 131 ଅନୁଯାୟୀ ମାମଲା ବ୍ୟତୀତ ଅନ୍ୟ କୌଣସି ଉପାୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ ସୁପ୍ରିମକୋର୍ଟକୁ ଅନୁମତି ଦିଏ କି ?


ଏଭଳି 14 ଟି ପ୍ରଶ୍ନ ସୁପ୍ରିମ କୋର୍ଟ କୁ ପଚାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

National,Business

ବଢ଼ିଲା ସେନସେକ୍ସ, କମିଲା ସୁନା

Blog Thumbnail

ଦ କୁଇଭର ବ୍ୟୁରୋ:- ସୋମବାର ଷ୍ଟକ ମାର୍କେଟରେ ଜବରଦସ୍ତ ରାଲି ଦେଖିବାକୁ ମିଳିଛି । ୮୨ ହଜାର ପାର କରିଛି ସେନସେକ୍ସ । ସୋମବାର ପ୍ରାୟ ୩ ହଜାର ପଏଣ୍ଟ ବଢିଛି ସେନସେକ୍ସ ।ସେହିପରି ନିଫ୍ଟି ୯୩୦ ପଏଣ୍ଟ ବୃଦ୍ଧି ହୋଇଛି । ଭାରତ -ପାକିସ୍ତାନ ଯୁଦ୍ଧ ବିରତି ପରେ ଭାରତୀୟ ପୁଞ୍ଜି ବଜାରରେ ଏଭଳି ରାଲି ଦେଖିବାକୁ ମିଳିଛି । ଯୁଦ୍ଧବିରତି ନିବେଶକଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଲାର୍ଜ କ୍ୟାପ, ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ପ୍ରାୟ ସବୁ ସେକ୍ଟର ଭଲ ପ୍ରଦର୍ଶନ କରୁଛନ୍ତି । ଟପ୍ ଗେନର ସେୟାର ମଧ୍ୟରେ ଅଛନ୍ତି ଅଦାନୀ ଏଣ୍ଟରପ୍ରାଇଜେସ , ଜିଓ ଫାଇନାନ୍ସିଆଲ ଏବଂ ଅଦାନୀ ପୋର୍ଟ । ସେପଟେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ୁଥିବା ସୁନା ଦର ହ୍ରାସ ପାଇଛି । ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୬ ହଜାର ୮୮୦ ଟଙ୍କା ରହିଛି । ଗୋଟିଏ ଦିନରେ ସୁନା ୧୦ ଗ୍ରାମକୁ ୧ ହଜାର ୮୦୦ ଟଙ୍କା ହ୍ରାସ ପାଇଛି ।ସେହିପରି ୨୨କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇ ୮୮ହଜାର ୮୦୦ଶହ ଟଙ୍କାରେ ପହଞ୍ଚିଛି । ରୁପା ରେଟ କିଲୋ ପିଛା ୧ ଲକ୍ଷ ୯ ହଜାର ଟଙ୍କା ଛୁଇଁଛି ।

State

ଆଣ୍ଡାମାନ ଛୁଇଁପାରେ ମୌସୁମୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଜୁନ୍‌ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ‌ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।