Banner Ad

ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପରିବେଶ ଅନୁକୂଳ ଗଣେଷ ପ୍ରତିମା ତିଆରି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପରିବେଶ ଅନୁକୂଳ ଗଣେଷ ପ୍ରତିମା ତିଆରି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ
Published by : Jyotshna Kumari
#State
Sep 4, 2024, 6:01 PM

ବ୍ରହ୍ମପୁର( ଦ କୁଇଭର ):- ବୁଧବାର ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ଗଣେଷ ପୂଜାକୁ କିପରି ପରିବେଶ ଅନୁକୂଳ ଭାବେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ଗଣେଷ ପ୍ରତିମା ପ୍ଲାଷ୍ଟର ଅଫ ପ୍ୟାରିସ, ନଡା, କୃତିମ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରାଯାଉଛି ଯାହା ଦ୍ୱାରା ମୃତ୍ତିକା,ଜଳ ବିସର୍ଜିତ ପରେ ପ୍ରଦୂଷିତ ହେଉଛି, ଯେଉଁ ପ୍ରତିମାକୁ ପୂଜା କରୁଛେ ତାହା ପୂର୍ବ ଅବସ୍ଥାକୁ ନ ଫେରି ଭଗ୍ନ ଅବସ୍ଥାରେ ପଡି ରହୁଛି ଯାହା ଆମର ଧର୍ମୀୟ ଭାବନା କୁ କଷ୍ଟ ମଧ୍ୟ ଦେଉଛି l ସ୍ବେଛାସେବୀ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପରିବେଶ ଅନୁକୂଳ ଗଣେଷର ବିଶେଷତା ଓ ପ୍ରକୃତି ପାଇଁ ଆବଶ୍ୟକତା ସମ୍ବଦ୍ଧିୟ ଚିତ୍ର ଦେଖାଯାଇଥିଲା ପରେ ଛାତ୍ରଛାତ୍ରୀ ମାନେ ମାଟି ଚକଟି ସେଥିରେ ଝୋଟ ମିଶାଇ ଗଣେଷ ପ୍ରତିମା ଗଢିଲେ ଏବଂ ତା ମଧ୍ୟରେ ସଜନା ମଞ୍ଜି ରୋପଣ ସହ ଧଳା, କଳା ଓ ନାଲି ବିନ୍ଦିରେ ଗଣେଷ ପ୍ରତିମାକୁ ରଙ୍ଗ କରିଲେ l ଆଗାମୀ ଗଣେଷ ପୂଜାରେ ଆଜି ନିର୍ମିତ ପ୍ରତିମା ପୂଜା ହେବ ଓ ବିସର୍ଜନ ଉତ୍ସବରେ ବିଦ୍ୟାଳୟ ପରିସରରେ କୁଣ୍ଡ ମଧ୍ୟରେ ବିର୍ସଜିତ ହେବେ ପରେ କିଛି ଦିନ ଅନ୍ତରାଳରେ ସଜନା ମଞ୍ଜିରୁ ବୀଜ ବାହାରି ଗଛ ରେ ପରିଣତ ହେବ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯିବ l

ଆଜିର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକ ପରିଷଦର ସଭାପତି ସାଗର କୁମାର ପାତ୍ର, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସ୍ବେଛାସେବୀ ନଳିନୀ କାନ୍ତ ପରିଡା,ରବୀନ୍ଦ୍ର ସାହାଣୀ,ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ସାଗର ପ୍ରସାଦ ପାତ୍ର ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l

Leave a Comment

Comments

No comments yet.

Best Biofloc Fish Farming

ad
Read more

National,International

ପାକିସ୍ତାନକୁ ମୋଦୀଙ୍କ ଚେତାବନୀ : ପରମାଣୁ ଧମକ ସହିବନି ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ:-: ଆତଙ୍କବାଦ ଏବଂ ପାକିସ୍ତାନ ଉପରେ ବର୍ଷିଲେ ମୋଦୀ । ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ପାକିସ୍ତାନର କଳଙ୍କିତ କାମ ପାଇଁ ଦେଲେ ଚେତାବନୀ । କହିଲେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଯାଇ ଭାରତ ୩ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେଲା । ସେମାନେ ସୀମାରେ ହମଲା କରିଥିଲେ କିନ୍ତୁ ପାକିସ୍ତାନର ଛାତି ଉପରେ ହମଲା କଲା ଭାରତ । ଆକ୍ରମଣ ପରେ ଭୟଭୀତ ପାକିସ୍ତାନ ବିଶ୍ବର ଶରଣ ପଶିଲା । ଡରରେ ଯେବେ ପାକିସ୍ତାନ କହିଲା ଆତଙ୍କୀ ଗତିବିଧି କରିବନି ସେତେବେଳେ ଆମେ ଅସ୍ତ୍ରବିରତି ପାଇଁ ସହମତି ହେଲୁ । କିନ୍ତୁ ଆତଙ୍କବାଦ ବିରୋଧରେ ଏ ଅଭିଯାନ ଜାରି ରହିବ । ଭାରତ ନିଜ ଅନୁସାରେ ଜବାବ ଦେବ । ଭାରତର ୩ ସେନା ଲଗାତାର ଆଲର୍ଟ ରହିଛନ୍ତି । ଭାରତ ଉପରେ ଆତଙ୍କୀ ହମଲା ହେଲେ ଆମେ ଆମ ଶୈଳୀରେ ପ୍ରତିଶୋଧ ନେବୁ । ଅପରେସନ ସିନ୍ଦୂର ଜରିଆରେ ଦୁନିଆ ପାକିସ୍ତାନର ଘୃଣ୍ୟ ଦୃଶ୍ୟ ଦେଖିଲା । ପାକ୍ ସେନାବାହିନୀ ଆତଙ୍କୀଙ୍କ ଶେଷକୃତ୍ୟରେ ସାମିଲ ଥିଲେ । ଯୁଦ୍ଧର ମୈଦାନରେ ଆମେ ପାକିସ୍ତାନକୁ ଧୂଳି ଚଟାଇଛୁ । ପରମାଣୁ ଧମକ ଭାରତ ସହ୍ୟ କରିନି, ଜବାବ ଦେଇଛି । ଆତଙ୍ଗବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ପାକ ସେନା ଆତଙ୍କୀକୁ ଖାଇବା ପିଇବା ଦେଉଛନ୍ତି । ହେଲେ ସମୟ ଆସିବ ସେହି ଆତଙ୍କୀ ସେମାନଙ୍କୁ ଖାଇଯିବେ l ତେବେ ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଭାରତ ସହ ଏସବୁ ଚାଲିବନି । ପାକିସ୍ତାନକୁ ଖୋଲା ଚେତାବନୀ ଦେଇ ମୋଦୀ କହିଲେ, ଟେରର ଆଉ ଟକ୍ ଏକା ସାଙ୍ଗରେ ଚାଲିବନି, ଟେରର ଆଉ ଟ୍ରେଡ୍ ଏକା ସାଙ୍ଗରେ ହେବନି, ପାଣି ଆଉ ରକ୍ତ ବି ଏକା ସାଙ୍ଗରେ ବହିବନି । ପାକିସ୍ତାନ ସାଙ୍ଗରେ କଥା ମାନେ ଆତଙ୍କବାଦ ଉପରେ ହିଁ ହେବ, ପାକିସ୍ତାନ ସାଙ୍ଗରେ କଥା କେବଳ ପିଓକେ ଉପରେ ହେବ ।

State

ଆସୁଛି ବାତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳରେ ପ୍ରବଳ ପ୍ରଭାବ ପକାଇବ । ଏତଦ୍ ବ୍ୟତୀତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ । ଏ ନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ତେଣୁ ଏହି ଅଞ୍ଚଳରେ ଥିବା ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି । ବାଂଲାଦେଶ ୱେଦର ଅବଜରଭେସନ ଟିମ୍ ର ସୂଚନା ଅନୁଯାୟୀ, ୧୬ ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଯାହା ପରେ ଧିରେ ଧିରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।

Education

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

Blog Thumbnail

ଦ କୁଇଭର ବ୍ୟୁରୋ:- ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶନ ନେଇ ଚାଲିଛି ସମସ୍ତ ପ୍ରକ୍ରିୟା । ଆଶା କରେ ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମେ ମାସ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ସୂଚନା ରହିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଥିଲେ।।

State

ଇଟାଭାଟି ଭାଙ୍ଗିଲା ପ୍ରଶାସନ

Blog Thumbnail

ଦ କୁଇଭର ବ୍ୟୁରୋ:- ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି। ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର ୨ଟି ବେଆଇନ ଇଟାଭାଟି ଉପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢାଉ କରି ଭାଙ୍ଗିଥିବା ବେଳେ ଅପରାହ୍ନରେ ଭ୍ରମରପୁର ସର୍କଲର ସମାସିଙ୍ଗି ମୌଜାର ୭, ଚୌଧୁରୀ ଟିକରପଡ଼ା ମୌଜାର ୩ଟି ବେଆଇନ ଇଟାଭାଟି ଭଙ୍ଗାଯାଇଛି। ସେହିପରି ଗତ ରବିବାର ବାଙ୍ଗରଡ଼ା ରାଜସ୍ବ ସର୍କଲର ଧେରେଣ୍ଡି, ଜଲମେରୀ ପଲ୍ଲୀ ମୌଜାର ନିରଞ୍ଜନ ପାଣିଗ୍ରାହୀ ଏବଂ ରମେଶ ବେହେରାଙ୍କ ୨ ଟି ବେଆଇନ ଇଟାଭାଟି ଭଙ୍ଗା ଯାଇଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜସ୍ବ ସୁପରଭାଇଜର ବାବୁ ସେଠୀ,ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା,ମନୋଜ କୁମାର ବେହେରା,ସୁନୀଲ କୁମାର ବେହେରା,ସହକାରୀ ରାଜସ୍ବ ନିରୀକ୍ଷକ କେଶବ ଶବର,ଶିବାଶିଷ ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ପୋଲିସ ଟିମ୍‌ ଏହି ଚଢାଉ ଧରପଗଡରେ ସାମିଲ ଥିଲେ।ବେଆଇନ ଇଟାଭାଟି କରି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସେମାନଙ୍କ ଠାରୁ ୧୯ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚଢାଉରେ ପ୍ରାୟ ୨୫ ଲକ୍ଷ ଇଟା ନଷ୍ଟ କରାଯାଇଥିବା ଆକଳନ କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଏହି ଚଢାଉ ଧରପଗଡ ଜାରିରହିଛି।

State

ମୋହନ ସରକାରକୁ ପୂରିବ ବର୍ଷେ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋହନ ସରକାରକୁ ୩୩୫ ଦିନ ପୂରା ହୋଇଛି । ମାସେ ପରେ ବିଜେପି ସରକାରକୁ ବର୍ଷେ ପୂରିବ । ଏହି ଶାସନ ଅବଧିରେ ଲୋକଙ୍କ ପାଇଁ ନୂଆ ସରକାର କଣ କରିଛନ୍ତି, କଣ କରିବେ ତାହାର ହିସାବ ନିକାଶ ନିଜେ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ୧୧ ମାସର ନୂଆ ସରକାରରେ ଅନେକ କିଛି ନୂଆ ଅନୁଭୂତି ସାଉଁଟିଛି ଓଡ଼ିଶା । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରା କରିବାରେ ସକ୍ଷମ ହୋଇଛନ୍ତି ମୋହନ । ସୁଭଦ୍ରା ଯୋଜନା, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ପୂରା କରି ଲୋକଙ୍କ ଭରସା ଜିଣିଛନ୍ତି । ଏସବୁ ଉପଲବ୍ଧିକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଉଭୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ବିଭାଗୱାରି ସଫଳତାର ରିପୋର୍ଟକାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ଟାସ୍କ । ସମାବେଶ ଜରିଆରେ ଏ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କେବଳ ସରକାରୀ ସ୍ତରରେ ନୁହେଁ ମୋହନ ସରକାରର ବର୍ଷ ପୂର୍ତ୍ତିକୁ ଜୋରସୋରରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମନମୋହନ । ନୂଆ ସରକାର ଚାଷୀଙ୍କ ଦାବିକୁ ଅଧିକ ଗୁରୁତ୍ବ ଦେଇଥିବାରୁ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ମଙ୍ଗଳବାର ଠାରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଆରମ୍ଭ କରିବ । ରାଜ୍ୟର ୧୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ଚାନ୍ଦବାଲିରୁ ଆରମ୍ଭ ହୋଇ ସରିବ ଢେଙ୍କାନାଳରେ । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜେ ବଖାଣିବେ ସରକାରଙ୍କ ସଫଳତା ।

ହେଲେ ମୋହନ ଓ ମନମୋହନଙ୍କ ପ୍ରସ୍ତୁତିକୁ କଟାକ୍ଷ କରିଛନ୍ତି ବିରୋଧୀ । ସୂଚନାଯୋଗ୍ୟ ଯେ, ୧୧ ମାସରେ ସରକାର ଅନେକ ନୂଆ ନୂଆ ଯୋଜନାର ସଫଳ ରୂପାୟନ କରିଛନ୍ତି । କିନ୍ତୁ ଅନେକ ପ୍ରତିଶ୍ରୁତି ଏବେ ବି ପୂରା ହୋଇନି ।

State

ଆହୁରି ୩ ଦିନ ଗୁଳୁଗୁଳି

Blog Thumbnail

ଦ କୁଇଭର ବ୍ୟୁରୋ:- ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି। ଏପଟେ ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା। ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି । ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବା ବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

State,Education

କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ଅନୁମୋଦନ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟ ସରକାର ବୁଧବାର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଉଚ୍ଚଶିକ୍ଷା ପାଇଁ ଥିବା ବିଭିନ୍ନ ପାଠ୍ୟକ୍ରମ ନାମଲେଖାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍‌ଇବିସି)ର ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛି।


କ୍ୟାବିନେଟ୍ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ, କ୍ରୀଡ଼ା ଓ ଯୁବ ସେବା ବିଭାଗର ବିପିଏଡ୍‌, ଏମ୍‌ପିଏଡ୍‌ ପାଠ୍ୟକ୍ରମରେ ଲାଗୁ ହେବ। ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗକୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି l

State

ବେସାମରିକ ସୁରକ୍ଷାରେ ଯୋଗ ଦିଅ’ ଇଚ୍ଛୁକ ସ୍ବେଚ୍ଛାସେବୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବ ବଢ଼ିଛି। ଏପରିକି ସୀମାରେ ଯବାନମାନେ ଲଢ଼େଇ କରୁଥିବାବେଳେ ଦେଶ ଭିତରେ ବେସାମରିକ ସୁରକ୍ଷା ସଙ୍ଗଠନର ସ୍ବେଚ୍ଛାସେବୀମାନେ କିପରି ଶତ୍ରୁ ପକ୍ଷର ଆକ୍ରମଣକୁ ମୁକାବିଲା କରିବେ, ସେ ନେଇ ମକ୍‌ ଡ୍ରିଲ୍ କରୁଛନ୍ତି। ଆମ ରାଜ୍ୟରେ ପ୍ରାୟ ୧୦ ହଜାର ବେସାମରିକ ସୁରକ୍ଷା ସ୍ବେଚ୍ଛାସେବୀ ଥିବାବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୁବସମାଜ ଯେପରି ବେସାମରିକ ‌ସୁରକ୍ଷା ସ୍ବେଚ୍ଛାସେବୀ ଭାବେ ଯୋଗ ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ୍ ଡିଫେନ୍ସ ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷ କରି ଯୁବ ସମାଜକୁ ଆହ୍ବାନ କରୁଛି। ଯୁବ ସମାଜ ହିଁ ଆମ ଆଶା, ଭରସା, ଉତ୍ସାହ ଓ ଶକ୍ତିର ପ୍ରତୀକ l

ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକ‌ତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ କରି ଯୁବବର୍ଗ ଏଥିପାଇଁ ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

State

ଆଣ୍ଡାମାନ ଛୁଇଁପାରେ ମୌସୁମୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଜୁନ୍‌ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସତ୍ତ୍ବେ ୧୬ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ ୪୨.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ‌ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୧, ରାଉରକେଲାରେ ୪୦.୬, ଭୁବନେଶ୍ବରରେ ୪୦.୪, ଢେଙ୍କାନାଳରେ ୪୦.୩, କଟକରେ ୪୦ ଡିଗ୍ରି ରହିଥିଲା।

National

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ ଟି ପ୍ରଶ୍ନ

Blog Thumbnail

ନୂଆଦିଲ୍ଲୀ ( ଦ କୁଇଭର):- ଏପ୍ରିଲ୍ ୮ ତାରିଖ ରାୟ ଅର୍ଥାତ୍ ଡେଡ୍‌ଲାଇନ୍ ରାୟ ଉପରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ପ୍ରଶ୍ନ ପଚାରିଛନ୍ତି । ତାମିଲନାଡୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶ୍ନ କରିଛନ୍ତି l ତେବେ ପ୍ରଶ୍ନ ଗୁଡିକ ମଧ୍ୟରେ,,


1-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କୁ ଏକ ବିଲ ପ୍ରଦାନ କଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଥାଏ ?


2-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଏକ ବିଲ ଆଗତ କରିବା ସମୟରେ ରାଜ୍ୟପାଳ କ’ଣ ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ଦ୍ୱାରା ଆବଦ୍ଧ?


3-ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ଯଥାର୍ଥ କି ?


4. ଧାରା 361 କ’ଣ ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟର ନ୍ୟାୟିକ ଯାଞ୍ଚ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଏ କି ?


5. ସାମ୍ବିଧାନିକ ସମୟସୀମା ଅନୁପସ୍ଥିତି ସତ୍ତ୍ୱେ, ଅଦାଲତଗୁଡ଼ିକ କ’ଣ ସମୟସୀମା ଧାର୍ଯ୍ୟ କରିପାରିବେ ଏବଂ ରାଜ୍ୟପାଳମାନେ ପାଳନ କରିବା ପାଇଁ ପ୍ରକ୍ରିୟା ସ୍ଥିର କରିପାରିବେ ?


6. ଧାରା 201 ଅନୁଯାୟୀ ରାଷ୍ଟ୍ରପତିଙ୍କ ବିବେଚନା ନ୍ୟାୟିକ ସମୀକ୍ଷାର ଅଧୀନରେ ଅଛି କି?


7. ଧାରା 201 ଅନୁଯାୟୀ ରାଷ୍ଟ୍ରପତିଙ୍କ ବିବେଚନା ବ୍ୟବହାର ପାଇଁ କୋର୍ଟଗୁଡ଼ିକ କ’ଣ ସମୟସୀମା ଏବଂ ପ୍ରକ୍ରିୟାଗତ ଆବଶ୍ୟକତା ସ୍ଥିର କରିପାରିବେ ?


8. ରାଜ୍ୟପାଳଙ୍କ ଦ୍ୱାରା ସଂରକ୍ଷିତ ବିଲ୍ ଉପରେ ନିଷ୍ପତ୍ତି ନେବା ସମୟରେ ରାଷ୍ଟ୍ରପତି କ’ଣ ଧାରା 143 ଅନୁଯାୟୀ ସୁପ୍ରିମକୋର୍ଟଙ୍କ ମତାମତ ଲୋଡ଼ିବେ?


9. କୌଣସି ଆଇନ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଧାରା 200 ଏବଂ 201 ଅନୁଯାୟୀ ନିଆଯାଇଥିବା ନିଷ୍ପତ୍ତି ନ୍ୟାୟସଙ୍ଗତ କି?


10. ଧାରା 142 ମାଧ୍ୟମରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ଦ୍ୱାରା ବ୍ୟବହୃତ ସାମ୍ବିଧାନିକ କ୍ଷମତାକୁ ପରିବର୍ତ୍ତନ କିମ୍ବା ବାତିଲ କରିପାରେ କି?


11. ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମତି ବିନା କ’ଣ ରାଜ୍ୟ ଆଇନ କାର୍ଯ୍ୟକାରୀ ହୁଏ କି ?


12. ସୁପ୍ରିମକୋର୍ଟର କୌଣସି ଖଣ୍ଡପୀଠ ପ୍ରଥମେ ନିର୍ଣ୍ଣୟ କରିବେ ଯେ କୌଣସି ମାମଲା ଯଥେଷ୍ଟ ସାମ୍ବିଧାନିକ ବ୍ୟାଖ୍ୟା ସହିତ ଜଡିତ କି ନାହିଁ ଏବଂ ଏହାକୁ ଧାରା 145(3) ଅନୁଯାୟୀ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇବେ କି?


13. ଧାରା 142 ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କ’ଣ ପ୍ରକ୍ରିୟାଗତ ବିଷୟଗୁଡ଼ିକ ବ୍ୟତୀତ ବିଦ୍ୟମାନ ସାମ୍ବିଧାନିକ କିମ୍ବା ବୈଧାନିକ ବ୍ୟବସ୍ଥାର ବିରୋଧ କରୁଥିବା ନିର୍ଦ୍ଦେଶନାମା ଜାରି କରିବାକୁ ବିସ୍ତାର କରେ କି ?


14. ସମ୍ବିଧାନ କ’ଣ ଧାରା 131 ଅନୁଯାୟୀ ମାମଲା ବ୍ୟତୀତ ଅନ୍ୟ କୌଣସି ଉପାୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ ସୁପ୍ରିମକୋର୍ଟକୁ ଅନୁମତି ଦିଏ କି ?


ଏଭଳି 14 ଟି ପ୍ରଶ୍ନ ସୁପ୍ରିମ କୋର୍ଟ କୁ ପଚାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Sports

୧୬ରୁ ପୁଣି ଆରମ୍ଭ ହେବ ଆଇପିଏଲ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତର ପାକିସ୍ତାନ ଉପରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବା ପରେ ବଢ଼ିଥିଲା ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଭାରତର ଆତଙ୍କୀ ଆଡ୍ଡା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ତଥା ମିସାଇଲ ମାଡ ପରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ହେଲେ ଭାରତ ଶତ୍ରୁ ଦେଶ ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା । ଏହାରି ମଧ୍ୟରେ ବିସିସିଆଇ ମେ ୯ ତାରିଖରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଥିଲା । ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ୧୦ ଓଭର ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ବିନିମୟରେ ୧୨୨ ରନ ସ୍କୋର କରିଥିଲା ପଞ୍ଜାବ । ତେବେ ଏହା ସମୟରେ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଷ୍ଟାଡିୟମରୁ ଲୋକଙ୍କୁ ଖାଲି ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ଏକ ସପ୍ତାହ ପାଇଁ ଆଇପିଏଲ୍ ବନ୍ଦ ହୋଇଥିଲା । ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ ତମ ସିଜିନ୍ ପୁଣି ଆରମ୍ଭ ହେବାକୁ ଯାଉଛି । ଯାହାର ତାରିଖ ମଧ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁସାରେ, ବିସିସିଆଇ ସୂତ୍ର ଦାବି କରୁଛନ୍ତି ଯେ ଆଇପିଏଲ ୨୦୨୫ ମେ ୧୫ କିମ୍ବା ୧୬ ତାରିଖରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୧ ତାରିଖରେ ଖେଳାଯିବାର ଆଶା କରାଯାଉଛି।


ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦ ବାକି ମ୍ୟାଚ୍ ଆୟୋଜନ କରିବେ। ଆଜି ରାତି ସୁଦ୍ଧା IPL ଦଳଗୁଡ଼ିକର ନୂତନ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଏହା ସହିତ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ବାତିଲ ହୋଇଥିବା ମ୍ୟାଚ୍ ମଧ୍ୟ ପୁଣିଥରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜଣାପଡ଼ିଛି । ଆଜି BCCI, IPL ଭବିଷ୍ୟତ ସମ୍ପର୍କରେ ଏକ ବୈଠକ ହୋଇଥିବା ବେଳେ BCCI କିମ୍ବା IPL ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଆଇପିଏଲ ଏବଂ ବିସିସିଆଇ ଖୁବ୍ ଶୀଘ୍ର ଟୁର୍ଣ୍ଣାମେଣ୍ଟର ନୂତନ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

State

୧୬ ଯାଏଁ ତାତି : ୪୦ଂ ଉପରେ ୧୯ ସହର

Blog Thumbnail

ଦ କୁଇଭର ବ୍ୟୁରୋ:- ତାତିରୁ ଏବେ ନିସ୍ତାର ମିଳିବ ନାହିଁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବ। ଅଧିକାଂଶ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ଟପିଯିବ। ଉପକୂଳରେ ଉଷ୍ମ ଅବସ୍ଥା ଲାଗିରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା‌ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଜି ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା l ଭୁବନେଶ୍ୱରରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି।

Education

୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି କରିପାରିବେ ବିଧାୟକ ଓ ସାଂସଦ

Blog Thumbnail

ଦ କୁଇଭର ବ୍ୟୁରୋ:- ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ଏନେଇ ଚିଠି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଧାୟକ ଓ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ । ତେବେ ଶିକ୍ଷକମାନଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବଦଳି ପାଇଁ ସୁପାରିସ କରିପାରିବେନି । ଏହା କେବଳ ନିଜ ଜିଲ୍ଲା ଭିତରେ ସୀମିତ ହୋଇ ରହିବ। ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ୟ ବ୍ଲକକୁ ବଦଳି ପାଇଁ ସୁପାରିଶ କରିପାରିବେ। ପୂର୍ବରୁ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସୁପାରିଶ କରିବା ନେଇ ଥିଲା ପ୍ରସ୍ତାବ। ଏବେ ଏହି ସଂଖ୍ୟା ୧୫କୁ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶିକ୍ଷକମାନଙ୍କର ଅତି ଆବଶ୍ୟକ ସ୍ଥଳେ ସୁପାରିଶ କରିପାରିବେ। ଏହା କେବଳ ଚଳିତ ଶିକ୍ଷା ବର୍ଷ ପାଇଁ କାର୍ୟ୍ୟକାରୀ ହେବ। ବଦଳି ସେସନ ବା ମେ’ ୧୫ରୁ ଜୁନ୍ ୧୬ ତାରିଖ ଭିତରେ ହିଁ ଆବେଦନ କରିପାରିବେ ବିଧାୟକ ଓ ସାଂସଦ।

International,National

୨୧ ଦିନ ପରେ ଅଟକ BSF ଯବାନଙ୍କୁ ଛାଡିଲା ପାକିସ୍ତାନ

Blog Thumbnail

ଦ କୁଇଭର ବ୍ୟୁରୋ:- ପାକିସ୍ତାନ ଟେନସନ ମଧ୍ୟରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୧ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ତାଙ୍କୁ ହସ୍ତାନ୍ତର କରିଛନ୍ତି । ୨୩ ଏପ୍ରିଲରେ ପିକେ ଶ’ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ତାଙ୍କୁ ୨୧ ଦିନ ପରେ ଛାଡିଲା ପାକିସ୍ତାନ । ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ’ଙ୍କୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅମୃତସରର ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ସ୍ଥାନାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଛି। ଗତ ୨୧ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଭାରତର ଚାପରେ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ ’ଙ୍କୁ ଗିରଫଦାରୀରୁ ମୁକ୍ତ କରିଛି।

State

ଓଡିଶାକୁ ନାହିଁ ବାତ୍ୟା ଭୟ : ଆଇଏମ୍‌ଡି

Blog Thumbnail

ଦ କୁଇଭର ବ୍ୟୁରୋ:- ବାରମ୍ବାର ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଥିବା ଓଡ଼ିଶାବାସୀଙ୍କୁ ବାତ୍ୟା ଖବର ବିଚଳିତ କରେ । କାରଣ ପୂର୍ବରୁ ମେ' ମାସରେ ଅମ୍ଫାନ ଓ ଫନି ଭଳି ବାତ୍ୟା, ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି । ଏତିକିବେଳେ ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ମୁସ୍ତଫା କମାଲ ପଲାଶଙ୍କ ଏକ ଫେସବୁକ ପୋଷ୍ଟ, ରାଜ୍ୟବାସୀଙ୍କ ଛାତିରେ ଛନକା ଭରିଛି ।


ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ମୁସ୍ତଫାଙ୍କ ଆକଳନ ଅନୁସାରେ,

ମେ' ୧୬ରୁ ୧୮ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିଝଡ଼,ପରେ ଏହା ଘନୀଭୂତ ହୋଇ ମେ' ୨୩ରୁ ୨୮ ମଧ୍ୟରେ ବାତ୍ୟାର ରୂପ ନେବ,ଏପରିକି ମେ' ୨୪ରୁ ୨୬ ମଧ୍ୟରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେକିମ୍ବା ବାଂଲାଦେଶର ଛୋଟୋଗ୍ରାମ ଉପକୂଳରେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ,ବାତ୍ୟା ହେଲେ ଏହାର ନାଁ 'ଶକ୍ତି' ରହିବ ଏବଂ ଶ୍ରୀଲଙ୍କା ଏହାର ନାମକରଣ କରିଛି,ବାଂଲାଦେଶୀ ପାଣିପାଗ ବିଜ୍ଞାନୀଙ୍କ ଏଭଳି ପୂର୍ବାନୁମାନ ରାଜ୍ୟବାସୀଙ୍କ ଛାତିରେ ଛନକା ଭରିଥିବାବେଳେ, ବର୍ତ୍ତମାନ ବାତ୍ୟା ଆଶଙ୍କା ନେଇ କୌଣସି ପୂର୍ବାନୁମାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଏପରିକି ବିଭିନ୍ନ ଗଣମାଧ୍ୟରେ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିଛି ଆଇଏମ୍‌ଡି ।

National

ଆଜି ମୋଦୀଙ୍କ ବଡ଼ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ବସିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ। ଏହା ପୂର୍ବରୁ ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ବସିବାକୁ ଯାଉଛି । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ଏହି ବୈଠକରେ ଅପରେସନ ସିନ୍ଦୂର ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ଯୁଦ୍ଧ ବିରତି ପରେ ଏବେ ପାକିସ୍ତାନକୁ ନେଇ ଆଗକୁ ଭାରତର ରଣନୀତି କଣ ରହିବ ଏହି ବୈଠକରେ ଆଲୋଚନା ହୋଇପାରେ।

International,National

ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରୁଥ୍‌ ସୋସିଆଲ ଆକାଉଣ୍ଟରେ ଟ୍ରମ୍ପଙ୍କ ପ୍ରତିକ୍ରିୟା । ପ୍ରଥମେ ଅସ୍ତ୍ରବରିତି ପାଇଁ କ୍ରେଡିଟ୍ ନେବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଆଗେଇ ଆସିବେ ବୋଲି କହିଛନ୍ତି । ଏହା ସହିତ ଦୁଇ ଦେଶ ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବେ ବୋଲି କହିଛନ୍ତି । ଯୁଦ୍ଧବିରତି ପାଇଁ ଦୁଇ ଦେଶ ଭାରତ ଏବଂ ପାକିସ୍ତାନକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US କହିଲେ ଟ୍ରମ୍ପ । ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ବୋଲି ଲେଖିଛନ୍ତି ଟ୍ରମ୍ପ । ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ବୋଲି ଲେଖିଛନ୍ତି । ମୁଁ ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱଙ୍କୁ ନେଇ ବହୁତ ଗର୍ବିତ । ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ରହିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି ଏବଂ ବୁଝିଛନ୍ତି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଯାହା ଅନେକ ମୃତ୍ୟୁ ଏବଂ ଧ୍ୱଂସର କାରଣ ହୋଇପାରିଥାନ୍ତା । ଲକ୍ଷ ଲକ୍ଷ ନିରୀହ ଏବଂ ଭଲ ଲୋକଙ୍କ ମୃତ୍ୟୁ ହୋଇପାରିଥାନ୍ତା ! ମୁଁ ଗର୍ବିତ ଯେ ଆମେରିକା ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତୁମମାନଙ୍କୁ ସହାୟତା କରିବାକୁ ସମର୍ଥ ହୋଇଛି । ମୁଁ ଏହି ଦୁଇ ମହାନ ଦେଶ ସହିତ ବାଣିଜ୍ୟ ବହୁତ ପରିମାଣରେ ବୃଦ୍ଧି କରିବାକୁ ଯାଉଛି । ଏହା ସହିତ, ମୁଁ ତୁମମାନଙ୍କ ସହ ମିଶି କାମ କରିବି ଯାହା ଦ୍ୱାରା ଆଗାମୀ "ହଜାର ବର୍ଷ" ପରେ କାଶ୍ମୀର ବିବାଦର ସମାଧାନ ହୋଇପାରିବ । ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ । ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା । ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା । ଭାରତ-ପାକିସ୍ତାନ ବୁଦ୍ଧିମତା ଦେଖାଇଛନ୍ତି । ଏ ପ୍ରସଙ୍ଗରେ ଦୁଇ ଦେଶ ସହ କଥା ହେବି । ଭାରତ ଓ ପାକିସ୍ତାନର ନେତୃତ୍ୱକୁ ନେଇ ଗର୍ବିତ । ଉଭୟ ଦେଶ ସହ ବ୍ୟବସାୟ କାରବାର ବଢାଇବୁ । ତେବେ ଭାରତ ପୂର୍ବରୁ ଅନେକ ଥର ବିଶ୍ୱ ମଞ୍ଚରେ କହିସାରିଛି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ।

State,Education

ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶିକ୍ଷା ସହ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ପିଲାମାନେ ଆର୍ଥିକ ସାକ୍ଷର ହେବା ସହ ମ୍ୟୁଚାଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ନିଯୁକ୍ତି ସୁଯୋଗ ପାଇପାରିବେ ଓ ଆତ୍ମନିର୍ଭର ହୋଇପାରିବେ । ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା ଓ BFSI ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପାଠ୍ୟକ୍ରମ ସାମିଲ ହେବ । ବାଣିଜ୍ୟ ଓ ଅର୍ଥନୀତି ସମ୍ବନ୍ଧୀୟ ଏହି ବିଷୟ ଗୁଡ଼ିକ ନିବେଶ, ଶିଳ୍ପ ଓ ବ୍ୟାଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବ । ଜାତୀୟ ଶିକ୍ଷା ନୀତି - ୨୦୨୦ ଅନୁଯାୟୀ ଏହା ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ଓ ନାମଲେଖା ଅନୁପାତ ହାର ବୃଦ୍ଧିରେ ମଧ୍ୟ ସହାୟକ ହେବ ।

National

ପୁଲୱାମାରେ ଏନକାଉଣ୍ଟର,ଟଳିଲେ ଅତଙ୍କୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଜମ୍ମୁକାଶ୍ମୀର ପୁଲୱାମାରେ ବଡ ଏନକାଉଣ୍ଟର । ତ୍ରାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ, ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ପାଇ ସେନା ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଏହାପରେ ସେନା ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଦେଖିବାକୁ ମିଳିଛି । ପହଲଗାମ୍ ଆକ୍ରମଣ ପରେ ଜମ୍ମୁକାଶ୍ମୀରରୁ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଲାଗିପଡିଛି । ଜମ୍ମୁକାଶ୍ମୀରର ପ୍ରତିଟି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି । ରାସ୍ତାରେ ଗାଡିଗୁଡିକୁ ବି ଭଲ ଭାବରେ ଯାଞ୍ଚ କରି ଛଡାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ, ୧୦ ଉଗ୍ରବାଦୀ ନିପାତ ହେବାର ଖବର ସାମ୍ନାକୁ ଆସିଛି । ମଣିପୁର ଚନ୍ଦେଲରେ ସେନା କରିଥିଲା ବଡ ଅପରେସନ୍ । ଭାରତ-ମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ ହୋଇଛନ୍ତି । ଉଗ୍ରବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେନା ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ଏହି ବଡ ସଫଳତା ମିଳିଛି ।