Banner Ad

ସୁନା ଦୋକାନରୁ ବଡ଼ ଧରଣର ଚୋରି

ସୁନା ଦୋକାନରୁ ବଡ଼ ଧରଣର ଚୋରି
Author : Jyotshna Kumari
#State
Sep 4, 2024, 8:48 PM

ବ୍ରହ୍ମପୁର( ଦ କୁଇଭର ):-: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ଥାନୀୟ ଟାଟାବେଞ୍ଜ ଛକରେ ଥିବା ଓମ ଶ୍ରୀ ଜୁଏଲର୍ସରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୁତ୍ତମାନେ ଉକ୍ତ ଦୋକାନରେ କଳାକନା ବୁଲାଇ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଜମୁଲା ଶ୍ରୀଧର । ଥାନାରେ ଅଭିଯୋଗ ହେବା ପରେ ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏହାସହ କିଛି ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢାଉ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବାସୁଦେବ ନଗର ତୃତୀୟ ଲାଇନ ସ୍ଥିତ ଏକ ଆପାଟମେଣ୍ଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ବୈଦ୍ୟନାଥପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ଲକ୍ଷ ୧୮ ହଜାର ୩୪୦ ଟଙ୍କା, ୬ଟି ମୋବାଇଲ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

State

ପୋଲିସ ବିଭାଗରୁ ବିଦାୟ ନେଲେ ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ।


ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି ଷଡଙ୍ଗୀ କହିଛନ୍ତି। ଏକାଡେମୀ ତରଫରୁ ତାଙ୍କୁ ବିଦାୟ କାଳିନ ପରେଡରେ ଅଭିବାଦନ ପ୍ରଦାନ କରାଯାଇଥିଲା।ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀଙ୍କର ଆଉ ୧୦ ମାସ ଚାକିରୀ କାଳ ଥିଲା। ହେଲେ ରାଜ୍ୟ ସରକାର ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଦେଲେ। ଫଳରେ ଅରୁଣ ଷଡଙ୍ଗୀ ଭିଆରସ ନେବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ତାଙ୍କର ଭିଆରଏସକୁ ରାଜ୍ୟ ସରକାର ମଂଜୁରୀ କରିଛନ୍ତି।

Politics,State

ରଙ୍ଗ ବଦଳାରେ ୨୦୦କୋଟି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିଛି, ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ଏବେ ସବୁ ସରକାରୀ କୋଠାର ରଙ୍ଗ ଗେରୁଆ ବା କମଳା ରଙ୍ଗ ହେବ । ବାହାର ପଟର ରଙ୍ଗ ଗେରୁଆ କରିବା ସହ ବୋର୍ଡର ନାଲି ରହିବ । ଏହା ପୂର୍ବରୁ ବିଜେଡି ସରକାର କେତେକ ସ୍ଥାନରେ କୋଠାର ରଙ୍ଗ ସବୁଜ କରାଇଥିଲେ । ସ୍କୁଲର ରଙ୍ଗ ବି ସବୁଜ କରିଦେଇଥିଲେ । ରାଜ୍ୟ ରାଜକୋଷରୁ ୧୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଆସିଲେ ମୋହନ ସରକାର । ମୋହନ ସରକାର ଏବେ ରଙ୍ଗ ବଦଳା ଆରମ୍ଭ କରିଛନ୍ତି । ଏବେ ରଙ୍ଗ ବଦଳା ବାବଦରେ ୨୦୦କୋଟିର ଖର୍ଚ୍ଚ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।

ପ୍ରଥମେ ସ୍କୁଲ କୋଠାର ରଙ୍ଗ ବଦଳିଲା । ପରେ ଲକ୍ଷ୍ମୀ ବସର ରଙ୍ଗ ବଦଳିଲା । ଧିରେ ଧିରେ ସବୁ ବସର ରଙ୍ଗ ବଦଳୁଛି । ସ୍କୁଲ ଡ୍ରେସର ରଙ୍ଗ ବି ସବୁଜରୁ ବଦଳାଇ ଦେଲେ ସରକାର । ଏହାବ୍ୟତୀତ ଅନେକ ସ୍ଥାନରୁ ସବୁଜ ରଙ୍ଗକୁ ହଟାଇ ଦିଆଯାଉଛି । ପୂର୍ବରୁ ସବୁଜ ରଙ୍ଗର ହୋଡିଂକୁ ବି କମଳା ରଙ୍ଗ କରାଯାଉଛି । ଏବେ ସରକାର ନିର୍ଦ୍ଦେଶ ଦେଇଛନ୍ତି ସରକାରୀ କୋଠାର ରଙ୍ଗ କମଳା ହେବ । ଏହା ପୂର୍ବରୁ ଓମଫେଡ ଜରିର ରଙ୍ଗ ବଦଳାଇ ଦେଇଛନ୍ତି ମୋହନ ସରକାର । ଏତେ ସବୁ ବଦଳାଇଲେଣି । ଆଗକୁ ଆଉ କାହା କାହାର ରଙ୍ଗ ବଦଳାଇବେ ବୋଲି ସ୍ୱତଃ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାରଙ୍କ ରଙ୍ଗ ବଦଳା ଅଭିଯାନରେ ଆଗକୁ କିଏ ଆସୁଛି?



State

ବେଲଗୁଣ୍ଠା ଠାରେ, ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ବେଲଗୁଣ୍ଠା ଠାରେ, ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ଶତାଧିକ କଳାକାର ବେଲଗୁଣ୍ଠା ସ୍ଥିତ ନୃସିଂହନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି, ସହର ପରିକ୍ରମା କରିବା ସହ ବଣିକ ସଂଘ ଭବନ ଠାରେ ଆୟୋଜିତ ଉତ୍ସବରେ ପହଞ୍ଚିଥିଲେ । ସଂଘର ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାକାର ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ସହ, କଳାର ବିକାଶ ପାଇଁ ସବୁ କ୍ଷେତ୍ରରେ ନିରନ୍ତର ଉଦ୍ୟମ ହେବା ଜରୁରୀ ହୋଇଛି । ଏହା ସହ ସମାଜର ବିକାଶ କ୍ଷେତ୍ରରେ, କଳାକୁ ଉପଯୋଗ କରିବାର ଆବଶ୍ୟକ ରହିଛି ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଜିଲ୍ଲା ତଥା ବେଲଗୁଣ୍ଠା ବ୍ଳକର ବହୁ ବରିଷ୍ଠ କଳାକାର ଓ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

National

ମହିଳା ଡାକ୍ତରଙ୍କ ସହ ହୋଇ ନ ଥିଲା ଗଣଦୁଷ୍କର୍ମ : ସିବିଆଇ ଚାର୍ଜସିଟ ଦାଖଲ

Blog Thumbnail

କୋଲକାତା ( ଦ କୁଇଭର ):- କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସୋମବାର ଦିନ ଏକ ଚାର୍ଜସିଟ ଦାଖଲ କରିଛି। କୋଲକାତାର ସିଆଲଦା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସିବିଆଇ ପ୍ରକାଶ କରିଛି ଯେ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇ ନାହିଁ। କେବଳ ସଞ୍ଜୟ ରାୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଅପରାଧ କରିବା ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ଜୀବନ ନେବା ଓ ଦୁଷ୍କର୍ମ କରିଥିବା ଆଧାରରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି।


ସିବିଆଇ ଚାର୍ଜସିଟରେ ୨୦୦ଜଣଙ୍କ ବୟାନ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାର୍ଜସିଟ୍ ୨୦୦ରୁ ଅଧିକ ପୃଷ୍ଠାର ରହିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଚାର୍ଜସିଟ୍। ଅଧିକ ଅନୁସନ୍ଧାନ ପରେ ସିବିଆଇ ଏହି ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ କରିବ ବୋଲି କୁହାଯାଉଛି। ଏହି ମାମଲାରେ ସିବିଆଇ ଏହାର ଚାର୍ଜସିଟ ସହ କୋର୍ଟରେ ଅନ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରିଛି। ଏବେ ଆଶା କରାଯାଉଛି ଯେ ସିବିଆଇ ଚାର୍ଜସିଟ୍ ପରେ ଶୀଘ୍ର ନ୍ୟାୟ ମିଳିବ।ସଞ୍ଜୟ ରାୟ ଡାକ୍ତରଖାନାର ସିଭିକ୍ ୱେଲଫେୟାର ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ଡାକ୍ତରଖାନାର ମୁଖ୍ୟ ଫାଟକର ସିସିଟିଭି ଏବଂ ମୃତ ଶରୀର ନିକଟରେ ପଡ଼ିଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବ୍ଲୁଟୁଥ୍ ଉପକରଣ ଏହି ଘଟଣାରେ ସଞ୍ଜୟ ରାୟଙ୍କ ଭୂମିକାକୁ ନିଶ୍ଚିତ କରିଥିଲା‌।


କୁହାଯାଇଥିଲା ଯେ ୮ଅଗଷ୍ଟ ସକାଳେ କୋଲକାତା ଆସିବା ପରେ ସଞ୍ଜୟ ଆର.ଜି କର ହସ୍ପିଟାଲରେ ପହଞ୍ଚିଥିଲେ। ସେ ଜଣେ ଦଲାଲ ଭାବରେ କାର୍ଯ୍ୟ କରୁଥିଲେ। ରୋଗୀଙ୍କୁ ଭର୍ତ୍ତି କରିବାରେ ତାଙ୍କର ସାହାଯ୍ୟ ଯୋଗୁ ତାଙ୍କୁ ଆରଜି କର ହସ୍ପିଟାଲରେ ମୁକ୍ତ ଭାବରେ ପ୍ରବେଶ କରିବାର ଅନୁମତି ଦିଆଯାଇଥିଲା।ଅଗଷ୍ଟ ୯ ରେ ରାତି ୧ ଟାରେ ସଞ୍ଜୟ ରାୟ ପରଦିନ ଅସ୍ତ୍ରୋପଚାର କରାଯିବା ରୋଗୀଙ୍କ ସହାୟତା ପାଇଁ ଡାକ୍ତରଖାନାକୁ ଫେରିଥିଲେ। ତା’ପରେ ରାତିରେ ସେ ଡାକ୍ତରଖାନା ପଛରେ ଥିବା ବିଲ୍ଡିଂରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଦ୍ୟପାନ କରିଥିଲେ। ଭୋର୍ ୩ଟା ସମୟରେ ସଞ୍ଜୟ ହସ୍ପିଟାଲର ତୃତୀୟ ମହଲାକୁ ଫେରିଥିଲେ।କିଛି ସମୟ ପରେ ସେ ସେମିନାର ହଲରେ ପ୍ରବେଶ କରିଥିଲେ। ସେଠାରେ ଟ୍ରେନିଂ ଡାକ୍ତର ବିଶ୍ରାମ ନେଉଥିଲେ। ଦୁଷ୍କର୍ମ ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ପ୍ରାୟ ୪୦-୪୫ ମିନିଟ୍ ପରେ ସଞ୍ଜୟ ଶୀଘ୍ର ସେମିନାର ହଲରୁ ବାହାରି ଆସିଥିଲେ ।

National

ରାହୁଲଙ୍କ ଉପରେ ବିଜେଡିର ନଜର

Blog Thumbnail

ଦ କୁଇଭର ବ୍ୟୁରୋ :- ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ । ଇଣ୍ଡି ମେଣ୍ଟ ଏବଂ ରାହୁଲ ଗାନ୍ଧିଙ୍କୁ ବିଜେଡି ନେତାଙ୍କ ପ୍ରଂଶସା ।ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ବିଜେଡି ସାଂସଦଙ୍କ ଏହି ବୟାନ ହିଁ ଇସାରା କରୁଛି ବିଜେଡି କେଉଁ ଆଡକୁ ଢଳୁଛି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ରାଜ୍ୟରେ ଇଣ୍ଡି ମେଣ୍ଟର ଭଲ ପ୍ରଦର୍ଶନ ପରେ, ଏବେ ହରିୟାଣା ଓ ଜାମ୍ମୁ-କାଶ୍ମୀରରେ ଏଗଜିଟ୍ ପୋଲ ଇଣ୍ଡି ସପକ୍ଷରେ ଯାଇଛି । ଏହାକୁ ନେଇ ଉତ୍ସାହିତ ଅଛି କଂଗ୍ରେସ । ଏତିକିବେଳେ ନିର୍ବାଚନରେ ବିଜେପିଠାରୁ ପରାଜୟ ପରେ, ସମଦୂରତାର କଥା କହି ଆସୁଥିବା ବିଜେଡି ନେତାଙ୍କ ବୟାନ ଏବେ ଭିନ୍ନ ଇସାରା ଦେଉଛି। ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନ, ବିଜେଡି ଇଣ୍ଡି ମେଂଟ ଆଡ଼କୁ ଢଳିବାର ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। ୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ ବିଜେଡି ସମଦୂରତା କଥା କହିଆସୁଥିଲା । ହେଲେ ବିଭିନ୍ନ ପ୍ରସଙ୍ଗରେ ବିଜେପି ତଥା ଏନଡିଏକୁ ସମର୍ଥନ ଦେଉଥିଲା ବିଜେଡି। କିନ୍ତୁ ଏବେ ବିଜେପିଠାରୁ ପରାଜୟ ପରେ କଂଗ୍ରେସ ଆଡକୁ ଢଳିବାକୁ ଆରମ୍ଭ କରିଛି ବିଜେଡି । କ୍ଷମତାରେ ଥିବା ବେଳେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେଇ ଉଭୟ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା ବିଜେଡି । ଏବେ କିନ୍ତୁ ବିରୋଧୀ ଦଳରେ । କ୍ଷମତାରୁ ଯିବା ପରେ ବିଜେଡି ତାର ରାଜନୈତିକ ଷ୍ଟ୍ରାଟେଜି ବଦଳାଉଛି କି, ତା ଉପରେ ନଜର ।

National

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଗସ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ। ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ।କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ । ୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ ।


ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। କଷ୍ଟମ୍ ହାୟରିଂ ସେଣ୍ଟର, ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍, ଭଣ୍ଡାରଣ ଗୃହ, ସର୍ଟିଂ ଓ ଗ୍ରେଡିଂ ୟୁନିଟ୍, ଶୀତଳ ଭଣ୍ଡାର ପ୍ରକଳ୍ପ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଆଦି ପ୍ରମୁଖ ପ୍ରକଳ୍ପ ରହିଛି।ପ୍ରାୟ ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।


ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁ ମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ସେକ୍ସ-ସର୍ଟେଡ୍ ସିମେନ୍ ଟେକ୍ନୋଲୋଜିର ଶୁଭାରମ୍ଭ କରିବେ । କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସେକ୍ସ-ସର୍ଟେଡ୍ ସିମେନ୍ ଉପଲବ୍ଧତା ବୃଦ୍ଧି କରିବା ଏବଂ ଡୋଜ୍ ପିଛା ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଜେନୋଟାଇପିଂ ସେବା ସହିତ ଦେଶୀ ଗୋରୁମାନଙ୍କ ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍, ଗୌଚିପ୍ ଏବଂ ମଇଁଷିମାନଙ୍କ ପାଇଁ ମହିଷଚିପ୍ ବିକଶିତ କରାଯାଇଛି। ଜେନୋମିକ ଚୟନ କାର୍ଯ୍ୟକାରୀ ହେବା ଦ୍ୱାରା ଉନ୍ନତ ମାନର ଗୃହପାଳିତ ପଶୁଙ୍କୁ କମ୍ ବୟସରେ ଚିହ୍ନଟ କରାଯାଇପାରିବ ।


ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସୌର କୃଷି ବାହିନୀ ଯୋଜନା – ୨.୦ ଅଧୀନରେ ସମଗ୍ର ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୌର ପାର୍କ କୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମାଝୀ ଲଡକି ବାହିନ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରିବେ।ପାଖାପାଖି ୧୨,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ୨୦ଟି ଏଲିଭେଟେଡ୍ ଏବଂ ୨ଟି ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ସହିତ ଏହି ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୨୯ କିଲୋମିଟର। ମହାରାଷ୍ଟ୍ରର ଏକ ପ୍ରମୁଖ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଥାନେର ବଢୁଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।ପ୍ରଧାନମନ୍ତ୍ରୀ ଛେଡା ନଗରରୁ ଥାନେର ଆନନ୍ଦ ନଗର ପର୍ଯ୍ୟନ୍ତ ପ୍ରାୟ ୩,୩୧୦ କୋଟି ଟଙ୍କା ମୂଲ୍ୟର ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ ଏକ୍ସଟେନସନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଦକ୍ଷିଣ ମୁମ୍ବାଇରୁ ଥାନେ କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।


ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୫୫୦ କୋଟି ଟଙ୍କା ବ୍ୟୟରେ ନଭି ମୁମ୍ବାଇ ଏୟାରପୋର୍ଟ ଇନଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ (ଏନଏଆଇଏନଏ) ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ମୁଖ୍ୟ ରାସ୍ତା, ବ୍ରିଜ, ଫ୍ଲାଏଓଭର, ଅଣ୍ଡରପାସ୍ ଏବଂ ସମନ୍ୱିତ ୟୁଟିଲିଟି ଭିତ୍ତିଭୂମି ନିର୍ମାଣ ଅନ୍ତର୍ଭୁକ୍ତ ।ପ୍ରଧାନମନ୍ତ୍ରୀ ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଶିଳାନ୍ୟାସ କରିବେ । ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଆଧୁନିକ ପ୍ରଶାସନିକ କୋଠା ଥାନେର ଅଧିକାଂଶ ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଗୋଟିଏ ସ୍ଥାନରେ ରଖି ନାଗରିକମାନଙ୍କୁ ସୁବିଧା ପ୍ରଦାନ କରିବ ।

Politics

ବବିଙ୍କ ବଡ଼ ଇଙ୍ଗିତ : ନବୀନ ଦୁର୍ନୀତିଗ୍ରସ୍ତ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ନବୀନ ସ୍ୱଚ୍ଛ ନଥିଲେ କି ନୁହନ୍ତି । ଯେତିକି ଦୁର୍ନୀତି ହୋଇଛି ସବୁ ତାଙ୍କରି ନିଦେ୍ର୍ଦଶରେ ହୋଇଛି । ମନ୍ତ୍ରୀ ଓ ବିଧାୟକମାନେ କିଛି କରିନାହାନ୍ତି । ଯଦି ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତିରେ ସାମିଲ ଥାନ୍ତେ, ତେବେ ଏତେବଡ଼ ଚ୍ୟାଲେଞ୍ଜ କରିପାରି ଥାନ୍ତେ କି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ବବିଙ୍କ ଚ୍ୟାଲେଞ୍ଜ ସିଧା ସିଧା ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଉଛି । ପୂର୍ବରୁ ବବି ଏନେଇ ସଙ୍କେତ ବି ଦେଇଥିଲେ । ନିର୍ବାଚନ ହାରିବା ପରେ ଅନେକଙ୍କ ମୁଣ୍ଡରେ ଅଠା ବୋଳାଗଲା । ହେଲେ ବବି ହିଁ ଏକମାତ୍ର ନେତା ଯିଏ ଦମ୍ଭ ଦେଖାଇ କହିଥିଲେ, ସବୁ ନବୀନଙ୍କ ନିଦେ୍ର୍ଦଶରେ ହୋଇଛି । ଅନ୍ୟ କାହାର କିିଛି ନାହିଁ ।

ଏବେ ଆସିବା ପ୍ରସଙ୍ଗକୁ । ୨୪ବର୍ଷର ବିଜେଡି ସରକାର ଅମଳରେ ବିକାଶ କ’ଣ ହୋଇଛି ତାହା ଲୋକେ ଦେଖୁଛନ୍ତି । ହେଲେ ଦୁର୍ନୀତି କେତେ ହୋଇଛି ଓ ଦୁର୍ନୀତିକୁ କେମିତି ଢ଼ାଙ୍କି ଦିଆଯାଇଛି ତାହାର ଗୁମୁର ମୋହନ ସରକାର ଖୋଲୁଛନ୍ତି । ନବୀନ ସରକାରରେ ହୋଇଥିବା ପାଣ୍ଠି ସ୍ଥାନାନ୍ତର ଠାରୁ ଖଣି, ପାଣି, ଜମି ଦୁର୍ନୀତିରେ ଅନେକ ପ୍ରମୁଖ ନେତା ସାମିଲ ଅଛନ୍ତି । ଅଫିସରମାନେ ତ କଳାଟଙ୍କାରେ ପୋତି ହୋଇଛନ୍ତି । ନିର୍ଦ୍ଧିଷ୍ଟ ବେପାରୀଙ୍କୁ ଧରି କଳା ବେପାର ଚାଲିଛି । ଏପରିକି ଅନେକ ଅଭିଯୋଗ ବବିଙ୍କ ମୁଣ୍ଡରେ ଅଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ ବବିଙ୍କ ଆଡ଼କୁ ଇଙ୍ଗିତ କରି ଦୁର୍ନୀତିରେ ଲିପ୍ତ ଥିବା କହି ସାରିଛନ୍ତି ।

ଏଭଳି ସ୍ଥିତିରେ ବବି ସେ କୌଣସି ଦୁର୍ନୀତିରେ ନାହାନ୍ତି ବୋଲି କହିବା ନାନା ପ୍ରଶ୍ନ ଉଠାଉଛି ।

ବବି ବାଇଟ---

ଯଦି ବବି କୌଣସି ଦୁର୍ନୀତିରେ ନାହାନ୍ତି, ତେବେ ଏତେ ଅଭିଯୋଗ କେମିତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି କ’ଣ ନବୀନଙ୍କ ଇଙ୍ଗିତରେ ବା ନିଦେ୍ର୍ଦଶରେ ହୋଇଛି କି? ଏପରି କଥା ବିଜେଡି ଭିତରେ ବି ଚର୍ଚ୍ଚା ହେଉଛି । ବିଜେଡି ନିର୍ବାଚନ ହାରିବା ପରେ କିଏ କେତେ କାରଣ କହିଲେ । କିଏ ପାଣ୍ଡିଆନଙ୍କୁ ଦାୟୀ କଲେ ତ ଆଉ କିଏ ବବିଙ୍କୁ । ମାତ୍ର ବବି ଆସି କହିଲେ, ସବୁ କିଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ହୁଏ । ତାଙ୍କ ନିଦେ୍ର୍ଦଶ ବିନା କିଛି ହୁଏ ନାହିଁ । ଅର୍ଥାତ ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ନବୀନଙ୍କ ନିଦେ୍ର୍ଦଶରେ ହୋଇଥିବା କଥା ବବି ସେତେବେଳେ ଇଙ୍ଗିତ କରିନାହାନ୍ତି ତ? ନହେଲେ ବବି ଏବେ ମୋ ନାମରେ ଦୁର୍ନୀତି ଅଛି ତ ବାନ୍ଧ ବୋଲି କେମିତି କହୁଛନ୍ତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି ଅଭିଯୋଗ ପଛରେ ନବୀନଙ୍କୁ ଛନ୍ଦିବାର ବବିଙ୍କର କିଛି ପ୍ଲାନିଂ ରହିଛି କି? ନବୀନଙ୍କୁ ଦୁର୍ନୀତିଗ୍ରସ୍ତ କରିଦେଲେ ବବି ଦୁର୍ନୀତିମୁକ୍ତ ହୋଇଯିବେ ବୋଲି ଯୋଜନା ଚାଲିଛି କି? ନବୀନ ଦୁର୍ନୀତିଗ୍ରସ୍ତ ହେଲେ କେବଳ ବବି କାହିଁକି, ବିଜେଡିର ଅନେକ ଯୁବନେତା ଓ ଅଫିସର ବି ନିଦେ୍ର୍ଦାଶ ହୋଇଯିବେ । କିଛି ନେତା ଓ ଅଫିସରଙ୍କ ମଧ୍ୟରେ ଏପରି କିଛି ଖିଚିଡ଼ି ରନ୍ଧା ଚାଲିଛି କି? ଦେଖାଯାଉ ନିଜକୁ ନିଦେ୍ର୍ଦଶ ବୋଲି କହିଥିବା ବବି ନିଦେ୍ର୍ଦଶୀ ହେଉଛନ୍ତି ନା ଦୁର୍ନୀତିରେ ଫସୁଛନ୍ତି?


State,Education

ସମ୍ବଲପୁରିଆ ଗୁରୁଙ୍କୁ କେନ୍ଦୁଝର ମାଟିରେ ସ୍ବାଗତ

Blog Thumbnail

କେନ୍ଦୁଝର( ଦ କୁଇଭର ):- ଏହି ଦୃଶ୍ୟଟି ହେଉଛି ଖଣି ଜିଲ୍ଲା ତଥା ଓଡିଶାର ଧନୀ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଅନ୍ତର୍ଗତ ଶିରିଶପାଳ ଗ୍ରାମ ପଞ୍ଚାୟତର ଅତିବୁଦ୍ଧିପଡା ଗ୍ରାମର। ଦୀର୍ଘ ଦିନ ପରେ ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଜଣେ ନୂତନ ଶିକ୍ଷକଙ୍କ ଆଗମନ ପରେ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ସ୍ବାଗତ କରି ବନ୍ଦାପନା କରିବା ସହ ବାଜା ବଜାଇ ପାଛୋଟି ନେଉଛନ୍ତି ବିଦ୍ୟାଳୟକୁ। ସୂଚନା ମୁତାବକ ଏହି ନୂତନ ସାର୍ ଜଣକ ହେଉଛନ୍ତି ଯତୀନ୍ଦ୍ର ବଢେଇ। ଯିଏ ସମ୍ବଲପୁର ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି। ଗ୍ରାମବାସୀଙ୍କ ଦ୍ବାରା ତାଙ୍କର ସ୍ବାଗତ ସମାରୋହର ଏହି ମନୋରମ ଦୃଶ୍ୟ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

National,Farming

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ସେଠାରେ ସେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ।ଏହି କିସ୍ତି ଜାରୀ ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ।

Politics

ରାହୁଲଙ୍କ ପାଟି ବାନ୍ଧି ଦେଲା ଜିଲେବି

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର): ହରିଆଣା ବିଧାନସଭା ନିର୍ବାଚନରେ ଜିଲେବିକୁ ନେଇ ରାଜନୀତି ଆରମ୍ଭ କରିଥିଲେ ରାହୁଲ । ଏବେ ଜିଲେବିରେ ଖୁସି ପାଳୁଛି ବିଜେପି । ଜିଲେବିକୁ ଏକ ବିରାଟ ଶିଳ୍ପ ଓ ନିଯୁକ୍ତି ତଥା ଆୟର ମାଧ୍ୟମ କରିବାକୁ ରାହୁଲ ହରିଆଣାର ନିର୍ବାଚନୀ ସଭାରେ କହିଥିଲେ । ହେଲେ ତାଙ୍କର ବଢ଼ାଚଢ଼ା କଥା ହିଁ ତାଙ୍କୁ ଭାରି ପଡ଼ିଲା । ଜିଲେବି ଏମିତି କାମ କଲା ଯେ, ରାହୁଲଙ୍କ ପାଟି ବାନ୍ଧି ଦେଲା । ହରିଆଣା ନିର୍ବାଚନ ଫଳାଫଳ ପରେ ତାଙ୍କ ପାଟି ଚୁପ । ଏପର୍ୟ୍ୟନ୍ତ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି ରାହୁଲ । କେବଳ ସୋସିଆଲ ମିଡିଆ ଏକ୍ସରେ ଫଳାଫଳକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ।

ରାହୁଲ ହରିଆଣା ରାନୀତିରେ ବେଶ ତତ୍ପର ଥିଲେ । ତାଙ୍କର ତତ୍ପରତା ଦଳର କର୍ମୀ ଓ ନେତାଙ୍କୁ ବେଶ ଉତ୍ସାହିତ କରିଥିଲା । ନିର୍ବାଚନୀ ସଭାରେ ଜିଲେବି ଶିଳ୍ପ କଥା ଉଠାଇ ହରିଆଣା ରାଜନୀତିରେ ଜିଲେବିକୁ ଏଣ୍ଟି୍ର ଦେଇଥିଲେ ରାହୁଲ । ଏହା ନିଯୁକ୍ତି ଓ ଆୟର ମାଧ୍ୟମ ହୋଇ ପାରିବ ବୋଲି କହିଥିଲେ । ଏହି ଜିଲେବି ପ୍ରସଙ୍ଗ ହରିଆଣା ରାଜନୀତିରେ ବେଶ ଚର୍ଚ୍ଚିତ ହେଲା । ଏହାକୁ ବିଜେପି ବି ବେଶ ମଜାକ ଉଡ଼ାଇଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଟ୍ଟହାସ୍ୟ କରିଥିଲେ । ଜିଲେବି ଏଠି କାମ କରିବ ନାହିଁ ବୋଲି କହିଥିଲେ ।

ନିର୍ବାଚନରେ କଂଗ୍ରେସ ବେଶ ଭଲ କରିବ ବୋଲି ରାହୁଲ ଆଶାବାଦୀ ଥିଲେ । ଦଳର ସମସ୍ତ ନେତା ଓ କର୍ମୀ ୧୦ବର୍ଷ ପରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି ବି କହିଲେ । ଏମିତିକି ଏକଜିଟ ପୋଲ ବି ସ୍ପଷ୍ଟ ସଙ୍କେତ ଦେଲା କଂଗ୍ରେସ ହରିଆଣାରେ ସରକାର କରିବ । ସବୁଆଡ଼େ ଉତ୍ସାହ ବଢ଼ିଗଲା । କଂଗ୍ରେସ ତ ଉତ୍ସବ ପାଳନ ପ୍ରସ୍ତୁତିରେ ରହିଗଲା । ସାରା ଦେଶରେ ଚର୍ଚ୍ଚା ହେଲା ବିଜେପି ହରିଆଣାରେ ହାରୁଛି ।

ବିଜେପି ପାଖରୁ ଏଠି ବିଲକ୍ଷଣ ଦେଖା ଦେଲା । ଏପରି ତଥ୍ୟକୁ ନେଇ ବିଜେପି ପାଟି ଖୋଲିଲା ନାହିଁ । ବରଂ ବିଜେପି ନେତାମାନେ କହିଲେ, ଆମେ ଅଧିକ ଭୋଟରେ ଜିତିବୁ । ତେଣୁ ଏକଜିଟ ପୋଲ ବାଟବଣା ପାଇଁ ନଥିଲା ତ ବୋଲି ବି କୁହାଯାଉଛି । ଏକଜିଟ ପୋଲ ଏକ ଚାଲ ବୋଲି ବି କୁହାଯାଉଛି । ଆମେ ସେ ଦିଗକୁ ଯାଉନାହୁଁ । ପ୍ରସଙ୍ଗ ହେଉଛି ଯେଉଁ ଜିଲେବିକୁ ନେଇ ହରିଆଣା ରାଜନୀତିରେ ଭୋଟ ହାତେଇବାକୁ ଉଦ୍ୟମ କରିଥିଲେ ରାହୁଲ ତାହା ହିଁ ଫିକା ପଡ଼ିଗଲା ।

ଏବେ ଫଳାଫଳରେ କଂଗ୍ରେସ ପଛରେ ରହିଗଲା । ଏପର୍ୟ୍ୟନ୍ତ ରାହୁଲ ପଦେ ବି କହୁ ନାହାନ୍ତି । ଏକ୍ସରେ କେବଳ ଲେଖିଛନ୍ତି ହରିଆଣାର ଅନେକ ଆସନରୁ ବ୍ୟତିକ୍ରମର ଅଭିଯୋଗ ଆସୁଛି । ଏନେଇ ଆମେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ । ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ହରିଆଣା ନିର୍ବାଚନ ଫଳାଫଳକୁ ନେଇ ଅବିଶ୍ୱାସ ପ୍ରକଟ କରିଛନ୍ତି । ହରିଆଣାକୁ ନେଇ ସ୍ପଷ୍ଟ ଭାବେ ରାହୁଲ କିଛି କହୁ ନାହାନ୍ତି । ନା ଏହାକୁ ଗ୍ରହଣ କରୁଛନ୍ତି ନା ପ୍ରତିବାଦ କରୁଛନ୍ତି । ଜିଲେବି ତାଙ୍କ ପାଟି ବାନ୍ଧି ଦେଇଛି ।


Politics

ଆପ ସହ ଲଢ଼ିବ କଂଗ୍ରେସ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର): ଇଣ୍ଡି ମେଣ୍ଟର ସଦସ୍ୟମାନେ ଏପର୍ଯ୍ୟନ୍ତ ଏକ ହୋଇ ପାରି ନାହାନ୍ତି । ହରିଆଣା ଓ ଜମ୍ମୁ କାଶ୍ମୀରରେ କଂଗ୍ରେସ ବିରୋଧରେ ଆପ ଲଢ଼େଇ କରିଥିଲା । ଏବେ ଦିଲ୍ଲୀରେ ସିଧା ସିଧା ଆପ ସହ ଲଢ଼େଇ କରିବ କଂଗ୍ରେସ । ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଖୋଲାଖୋଲି କହିଦେଲେଣି । ଦିଲ୍ଲୀରେ କଂଗେସ ଏଥର ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିବା ପରେ ବିଜେପି ପାଇଁ ପୁଣି ଏକ ସୁଯୋଗ ହେବ ବୋଲି କୁହାଯାଉଛି ।

ବିଜେପିକୁ ମୁକାବିଲା କରିବା ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ କଂଗ୍ରେସ ସହ ମିଶି ଇଣ୍ଡି ମେଣ୍ଟ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ମେଣ୍ଟ ସିନା କରିଛନ୍ତି ହେଲେ ଏକ ହୋଇ ପାରୁନାହାନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ବିରୋଧରେ ଅନେକ ଦଳ ପ୍ରାର୍ଥୀ ଦେଲେ । ଏବେ ହରିଆଣା ଓ ଜମ୍ମୁ କଶ୍ମୀର ନିର୍ବାଚନରେ କଂଗ୍ରେସ ବିରୋଧରେ ଆପ ପ୍ରାର୍ଥୀ ଦେଲା । କଂଗ୍ରେସ ବି ହାରିଲା, ଆପ ବି ବହୁ ପଛରେ ପଡ଼ିଲା । କାଶ୍ମୀରରେ ନେସନାଲ କନଫରେନ୍ସ ସହ ମେଣ୍ଟ ହେଲା । କିନ୍ତୁ ଆପ ମିଶିଲା ନାହିଁ । ଆପ କାଶ୍ମୀରରେ ଗୋଟିଏ ସିଟ ଜିତିଲା ।

ଏବେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେଲାଣି । ଦିଲ୍ଲୀ ପାଇଁ କଂଗ୍ରେସ ତାର କୌଶଳ ଆରମ୍ଭ କରିଦେଲାଣି । ସେଥିପାଇଁ ଦଳର ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଦିଲ୍ଲୀ ଲୋକ ଜାଣିଛନ୍ତି କଂଗ୍ରେସ କେତେ ବିକାଶ କରିଛି । ତେଣୁ ସେହି କାର୍ଯ୍ୟକୁ ନେଇ ଆମେ ଦିଲ୍ଲୀ ନିର୍ବାଚନ ଏକାକୀ ଲଢ଼ିବୁ । ଏକଥା କହି ଆପର କାମ ଉପରେ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଦିଲ୍ଲୀ ଦଖଲ ପାଇଁ ବିଜେପି ଦୀର୍ଘବର୍ଷରୁ ଲାଗିଛି । ହେଲେ ଆପକୁ କାଟିବା ସମ୍ଭବ ହେଉନାହିଁ । ଏବେ କଂଗ୍ରେସ ଯଦି ତାର ଶକ୍ତି ଖଟାଇବ, ତେବେ ଆପ ଭୋଟ କଂଗ୍ରେସ କାଟିଲେ, ବିଜେପିର ସହଜ ହେବ । ଦେଖାଯାଉ କଂଗ୍ରେସ ଦିଲ୍ଲୀରେ ଆପକୁ ଝଟକା ଦେଉଛି ନା ନିଜେ ଝଟକା ଖାଉଛି?


Politics,State

ମନମୋହନଙ୍କୁ ହଟାଇବେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେପି ରାଜ୍ୟ ସଭାପତିଙ୍କୁ ହଟାଇବାକୁ ମସୁଧା ଚାଲିଲାଣି । ଏବେ ସଭାପତି ଥିବା ମନମୋହନ ସାମଲଙ୍କୁ ହଟାଇବାକୁ ଗୋଟେ ଗୋଷ୍ଠୀ ଜୋରସୋର ଲାଗିଥିବା କୁହାଯାଉଛି । ବିଜେପିର ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ନିଷ୍ପତ୍ତି ହେବ ବୋଲି କୁହାଯାଉଥିଲେ ମଧ୍ୟ ଭିତରେ ଭିତରେ କିନ୍ତୁ ଭିନ୍ନ କାରସାଦି ଚାଲିଛି । ମନମୋହନ କାଳେ ଅମାନିଆ । ସେ ରାଜ୍ୟବାସୀଙ୍କ ଭାବନାକୁ ନେଇ କାମ କରିବାକୁ କହୁଛନ୍ତି । ଯାହା ଦଳର କିଛି ନେତାଙ୍କ ରାସ୍ତାରେ କଣ୍ଟା ପକାଉଛି । ତେଣୁ ଏଥର ତାଙ୍କୁ ହଟାଇ ଜଣେ ବୋଲକରା ବସାଇବାକୁ ଚାଲିଛି ମସୁଧା । ସେହି ମିଶନ ବି ଭିତରେ ଭିତରେ କାଳେ ଆରମ୍ଭ ହୋଇଛି । ଯାହାକୁ ନେଇ ବିଜେପି ଭିତରେ ଛକାପଞ୍ଝା ଚାଲିଛି ।

ବିଜେପି କ୍ଷମତାକୁ ଆସିବ ବୋଲି କେହି ଭାବି ନଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ଭଳି କିଛି ନେତାଙ୍କ ଉଦ୍ୟମ ଫଳରେ ରାଜ୍ୟର ସ୍ଥିତି କାଳେ ବଦଳି ଗଲା । ବିଭ୍ରାଟ କରିବା ଉଦେ୍ଦଶ୍ୟରେ କିଛି ବଡ଼ ନେତା ଉଦ୍ୟମ କରିଥିଲେ । କେତେକ ସ୍ଥାନରେ ଦଳ ବିରୋଧରେ ଦଳୀୟ ନେତାଙ୍କୁ ଟିକେଟ ଦେଇ ଜିତାଇଥିଲେ । ସେଥିରୁ ମନମୋହନଙ୍କ ସହ ଦଳର କିଛି ବଡ଼ ନେତାଙ୍କର ପଟୁ ନଥିବା ସ୍ପଷ୍ଟ ହୋଇଥିଲା । ଏବେ ବିଜେପି ସରକାର ଓଡ଼ିଶାରେ କଲା । ସରକାରକୁ ରିମୋର୍ଟରେ ଦିଲ୍ଲୀରୁ ଚଳାଉଥିବା ନେଇ ଅନେକ ଅଭିଯୋଗ ରହିଛି । ଏପରିକି କେନ୍ଦ୍ରମନ୍ତ୍ରୀ ମୋହନଙ୍କୁ ଚଳାଉଥିବା ବି ଚର୍ଚ୍ଚା ହେଉଛି । ବିରୋଧୀ ବିଜେଡି ତ କହିଲାଣି ଏଠି ୪ଟା ସରକାର ଚାଲିଛି ।

କେବଳ ସେତିକି ନୁହେଁ, ମନମୋହନଙ୍କୁ ଚାନ୍ଦବାଲିରେ ହରାଇବାକୁ ଦଳର କେଉଁ କେନ୍ଦ୍ରୀୟ ନେତା ଚାଲ କରିଥିଲେ ତାହା ବି ଚାରିଆଡ଼େ ରାଷ୍ଟ୍ର ହେଲାଣି । ନିର୍ବାଚନ ପ୍ରଚାରର ଶେଷ ଦିନରେ କିଏ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ବିଭେଦ କରିଥିଲା? ମନମୋହନଙ୍କୁ ହରାଇବା କାହାକୁ ଫାଇଦା ଦେଉଛି? ଏହା ଦଳକୁ ତୃଣମୂଳ ସ୍ତରରେ ନିନ୍ଦିତ କରୁଛି । ହେଲେ କ୍ଷମତା ଲୋଭୀ କିଛି ପୁରୁଖା କେନ୍ଦ୍ରୀୟ ନେତା ଦଳରେ ତାଙ୍କର ପତିଆରା ରଖିବାକୁ ଲାଗିଛନ୍ତି । ଏହାଦ୍ୱାରା ରାଜ୍ୟରେ ଦଳ ବଦନାମ ହେବା ସହ ଲୋକପ୍ରିୟତା ହରାଉଛି । ଏହାକୁ ନେଇ ନିକଟରେ ଏମପି ଅପରାଜିତା ଷଢ଼ଙ୍ଗୀ କାଳେ ଦିଲ୍ଲୀ ଯାଇ ପୋଲ ଖୋଲିଦେଇଥିଲେ । ମନମୋହନ ସାମଲ ବି ଗୁମର ଖୋଲିଲେଣି । ଯାହାଦ୍ୱାରା ଉପରୁ ଚାପ ପଡ଼ି କିଛିଟା କାଟତୀ କମିଥିବା କୁହାଯାଉଛି । ତେଣୁ ରାଜ୍ୟ ସଭାପତି ପଦରୁ ମନମୋହନଙ୍କୁ ହଟାଇ ଦେଲେ ଏସବୁ ଝମିଲା ରହିବ ନାହିଁ ।

ସେଥିପାଇଁ କାରସାଦି ଚାଲିଲାଣି । ଏପରିକି ରାଜ୍ୟ ସଭାପତି ତାଲିକାରେ ଏମପି ବୈଜୟନ୍ତ ପଣ୍ଡା, ଅପରାଜିତା ଷଢ଼ଙ୍ଗୀ, ପ୍ରତାପ ଷଢ଼ଙ୍ଗୀ, ଅଭିମନୁ୍ୟ ଜେନାଙ୍କ ନାମକୁ ଭର୍ତ୍ତି କରି ବିବାଦ ବଢ଼ାଇବାକୁ ଉଦ୍ୟମ କରାଯାଉଛି । ଏହା ହେଲେ ଏବେ ଦଳ ଭିତରେ ଥିବା କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଭାଗ ଭାଗ କରାଯାଇ ପାରିବ । ତେଣୁ କାରସାଦି କରାଯାଉଛି । ଅନ୍ୟପକ୍ଷରେ ଦଳର ଅନେକ କର୍ମୀ ଓ ନେତା ମନମୋହନଙ୍କୁ ପୁଣି ଥରେ ସଭାପତି କରିବାକୁ ଲାଗିଛନ୍ତି । ଦେଖାଯାଉ ପୁରୁଖାଙ୍କ କାରସାଦି କାମ କରୁଛି ନା ଦଳର ନେତା ଓ କର୍ମୀଙ୍କ ଉଦ୍ୟମ କାମ କରୁଛି?


National

ପୁଣି ଅଡୁଆରେ ରାହୁଲ

Blog Thumbnail

ଦ କୁଇଭର ବ୍ୟୁରୋ :- ବଢିଲା ରାହୁଲଙ୍କ ଅଡୁଆ । ହାଜର ପାଇଁ ପୁନେ କୋର୍ଟଙ୍କ ସମନ । ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନି ମାମଲାରେ ପୁନେ କୋର୍ଟ ରାହୁଲଙ୍କୁ ହାଜର ହୋଇ ଜବାବ ଦେବା ପାଇଁ ସମନ କରିଛନ୍ତି । ବୀର ସାବରକରଙ୍କ ସଂପର୍କରେ ରାହୁଲ ଗାନ୍ଧି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବାବେଳେ ସାବରକରଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାହୁଲଙ୍କ ମନ୍ତବ୍ୟ ବିରୋଧରେ ସାବରକରଙ୍କ ସଂପର୍କୀୟ ପୁତୁରା ପୁନେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ । ଏହାର ଶୁଣାଣି କରି ପୁନେ କୋର୍ଟ ଶନିବାର ରାହୁଲଙ୍କୁ ସମନ୍‌ କରିଛନ୍ତି । ଅକ୍ଟୋବର ୨୩ରେ ହାଜର ହେବାକୁ ସମନ୍‌ରେ କୁହାଯାଇଛି । ଦେଖାଯାଉ ରାହୁଲ ଅଡ଼ୁଆରୁ କିଭଳି ମୁକୁଳୁଛନ୍ତି ।



State,Shree Jagannath,Politics

ଜିଲ୍ଲାପାଳଙ୍କ ଆଖି ବନ୍ଦ, ସରକାର ଅନ୍ଧ ଚୂନା ଲଗାଇ ଚାଲିଛି ବିଲ୍ଡର

Blog Thumbnail

ପୁରୀ(ଦ କୁଇଭର): ପୁରୀ ବଳିଆପଣ୍ଡାରେ ନିର୍ମିତ ସେଭେନ ହିଲ୍ଡ ଆପାର୍ଟମେଣ୍ଟ ମୋଟ ସାଢ଼େ ୭ଶହ କୋଟିର ପ୍ରକଳ୍ପ । ଏହାକୁ ଗଞ୍ଜାମର ଏନ ଶ୍ରୀନିବାସ ନିର୍ମାଣ କରିଛନ୍ତି । ଏଥିରେ କେବଳ ଗ୍ରାହକଙ୍କୁ ଚୂନା ଲଗାଇ ନାହାନ୍ତି, ରାଜ୍ୟ ସରକାରଙ୍କୁ ମଧ୍ୟ ଚିତା କାଟି ଦେଇଛନ୍ତି ଶ୍ରୀନିବାସ । ପୁରୀ ଜିଲ୍ଳାପାଳ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ବି ବୋକା ବନାଇ ଦେଇଛନ୍ତି । ଅନୁମୋଦିତ ଯୋଜନାକୁ ପୂରା ଭାଙ୍ଗି ଦେଇ ମନଇଚ୍ଛା କରିଛନ୍ତି ନିର୍ମାଣ । ଏପରି ଦୁର୍ନୀତି ନେଇ ବାରମ୍ବାର ପିକେଡିଏ, ଜିଲ୍ଲାପ୍ରଶାସନକୁ ଅବଗତ କରାଯାଇଛି । ହେଲେ ସେମାନେ କାଳେ ମୋଟା ଅଙ୍କର ଲାଞ୍ଚ ନେଇ ଚୁପ ବସୁଛନ୍ତି ।

ଏବେ ଦେଖିବା ଏହି ଆପାର୍ଟମେଣ୍ଟରେ କି କି ଦୁର୍ନୀତି ଅଛି ଯାହାକୁ ପିକେଡିଏ, ପୁରୀ ଜିଲ୍ଲାପାଳ, ନଗର ଉନ୍ନୟନ ବିଭାଗ ଜାଣି ବି ପାଟି ଚୁପ କରିଛନ୍ତି । ପ୍ରଥମ କଥା ହେଉଛି, ଏହି ଆପାର୍ଟମେଣ୍ଟକୁ ୧୫ଫୁଟିଆ ରାସ୍ତା ଅଛି । ୧୫ଫୁଟିଆ ରାସ୍ତାରେ ୫ମହଲା କୋଠା ନିର୍ମାଣ କିପରି ହେଲା । ୫୦୦ ଫ୍ଲାଟ ପାଇଁ ଅନୁମତି କେମିତି ଦେଲା ପିକେଡିଏ? ଦ୍ୱିତୀୟ ହେଉଛି ଅନୁମୋଦନ ୪ମହଲା ପର୍ଯ୍ୟନ୍ତ ଥିଲା, ୫ମ ମହଲା କେମିତି ହେଲା? ତୃତୀୟ ହେଉଛି ଷ୍ଟିଲଟକୁ ପାର୍କିଂ ଭାବେ ବ୍ୟବହାର କରିବାକୁ ଥିଲା ଅନୁମତି । ମାତ୍ର ସେଠାରେ ବିଲ୍ଡର ତାଙ୍କର କାର୍ଯ୍ୟାଳୟ ଚଳାଇଛନ୍ତି । ଚତୁର୍ଥ କଥା ଶ୍ରୀନିବାସ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥାକୁ ନିଜ ଅକ୍ତିଆରରେ କିପରି ରଖିଛନ୍ତି? ସବୁଠୁ ବଡ଼ କଥା, ଆବାସିକ ଘରକୁ ହୋଟେଲ ବେପାର ପାଇଁ କିପରି ବ୍ୟବହାର କରୁଛନ୍ତି? ସେଠାକୁ ଟାଟା ପାୱାର କିପରି ବାଣିଜି୍ୟକ ବିଜୁଳୀ ସଂଯୋଗ ଦେଇଛି? ଜିଏସଟି, ଆୟକର କିପରି ସେଠାରେ ଅନୁମତି ଦେଇଛନ୍ତି? ଏସବୁ ତଦନ୍ତ କରାଗଲେ ଶ୍ରୀନିବାସ କରିଥିବା ସମସ୍ତ ଦୁର୍ନୀତି ପଦାକୁ ଆସିଯିବ ।

ହେଲେ ବିଭାଗୀୟ ଅଧିକାରୀମାନେ କାଳେ ମୋଟା ଟଙ୍କା ନେବା ସହ ନିୟମିତ ମାସିକିଆ ବଟି ନେଉଛନ୍ତି । ତେଣୁ ସମସ୍ତଙ୍କ ପାଟିରେ ବିଣ୍ଡା ଦିଆଯାଇଛି । ମୋହନ ସରକାର ଦୁର୍ନୀତି ପ୍ରତି ଶୂନ ଶହନଶୀଳତା କଥା କହୁଥିବା ବେଳେ ଅଫିସରମାନେ ଦୁର୍ନୀତିଖୋରଙ୍କୁ ଭଗବାନ ବୋଲି ବସାଇଛନ୍ତି । ଦେଖାଯାଉ, ଏପରି ଦୁର୍ନୀତିଗ୍ରସ୍ତ ବିଲ୍ଡର ମାନଙ୍କୁ ସରକାର ଆଇନର ବଳୟ ଭିରକୁ ଆଣି ଦଣ୍ଡ ଦେଉଛନ୍ତି ନା ସାଧାରଣ ଲୋକଙ୍କୁ ଶୋଷଣ ପାଇଁ ବାଟ ଖୋଲି ଦେଉଛନ୍ତି?


State

ଓଟିଟି ପାଇଁ ସେନ୍ସର : ପ୍ରସ୍ତୁତ ଚାଲିଛି ଆଇନ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର): ଓଟିଟି ପ୍ଲାଟଫର୍ମରେ ଆସୁଥିବା ସିରିଜ ସୀମା ଲଙ୍ଘି ଯାଉଛନ୍ତି । ଅଶ୍ଳୀଳତା ସହ ହିଂସା ସୃଷ୍ଟିକାରୀ ବିଷୟବସ୍ତୁ ରଖୁଛନ୍ତି । ଯାହା ଅନେକ ସମୟରେ ଅପରାଧପ୍ରବଣତା ବଢ଼ାଉଛି । ଟେଲିଭିଜନରେ ଆସୁଥିବା ଓଟିଟି ପ୍ଲାଟଫର୍ମର ସିରିଜ ଗୁଡ଼ିକରେ ଅନେକ ଅପରାଧ କାହାଣୀ ଆସୁଛି । ସେଥିରେ ହିଂସା ରହିତ ଅଶ୍ଳୀଳତା ବି ରହୁଛି । ଯାହା ବଡ଼ ସମସ୍ୟା ସୃଷ୍ଟି କରୁଛି । ସାମାଜିକ ଶୃଙ୍ଖଳାକୁ ପ୍ରଭାବିତ କରିବା ସହ ସନ୍ତୁଳନକୁ ବି ବିଗାଡ଼ୁଛି । ଯାହା ନିୟନ୍ତ୍ରଣ ବାହାରକୁ ଗଲାଣି ।

ଓଟିଟିରେ ଚଳଚିତ୍ର ଭଳି ସିରିଜ ଆସୁଥିବାରୁ ଏହାକୁ ତଦାରଖ କରିବା ଓ ସେନ୍ସର କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରୁଛି । ଯେଉଁ ଆଇନ ବଳରେ ଓଟିଟି ପ୍ଲାଟଫର୍ମର ସିରିଜ ଗୁଡ଼ିକୁ ସେନ୍ସସର କରାଯାଇ ପାରିବ ଏବଂ ସମାଜର ହାନୀ କରୁଥିବା ଭଳି ହିଂସା, ଅଶ୍ଳୀଳତାକୁ ବାଦ ଦିଆଯାଇ ପାରିବ ବୋଲି ମନ୍ତ୍ରଣାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି । ଦେଖାଯାଉ ଓଟିଟି ସିରିଜ ନିୟନ୍ତ୍ରଣ ପାଇଁ ମନ୍ତ୍ରଣାଳୟ କେତେ ଶୀଘ୍ର ଏପରି ପଦକ୍ଷେପ ନେଉଛି ।


State

ଘଟଗାଁ ମାଁ ତାରିଣୀ ମନ୍ଦିରର ୩ ନମ୍ବର ଗେଟ ନିକଟରେ ଅଗ୍ନିକାଣ୍ଡ

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ମା' ଘଟଗାଁ ତାରିଣୀ ମନ୍ଦିର ୩ ନମ୍ବର ଗେଟ ପାଖରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି l ଗତ ରାତିରେ ଘଟଗାଁ ମାଁ ତାରିଣୀ ମନ୍ଦିରର ୩ ନମ୍ବର ଗେଟ ନିକଟରେ ଅଗ୍ନିକାଣ୍ଡ ଘଟି ୮ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ଜଳି ଯାଇଥିବା ସୂଚନା ମିଳିଛି l ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି l

National

ଆଜି ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା। ଆଉ ଏପଟେ ବାରିପଦାରେ ଭବ୍ୟ ଆୟୋଜନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ। ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ବି ଉପସ୍ଥିତ ରହିବେ। ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।ଦ୍ବିତୀୟ ପର୍ଯ୍ୟାୟରେ ୩୫ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା। ଦିନ ୧୨ଟା ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବାକୁ ଥିବାରୁ ହିତାଧିକାରୀଙ୍କ ଘରେ ଏବେ ବେଶ୍ ଉତ୍ସାହ । ଆଉ କିଛି ମହିଳା ସୁଭଦ୍ରା ଟଙ୍କା ଆସିଲେ ବ୍ୟବସାୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ମାସକ ଭିତରେ କୌଣସି ସରକାରୀ ଯୋଜନାରେ ଏକ କୋଟି ମହିଳା ପଞ୍ଜୀକରଣ କରିବା ରେକର୍ଡ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ଆଜି ଆଉ ୩୫ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା ।

State

ଲକ୍ଷ୍ମୀ ବସ୍‌କୁ ନେଇ ପୁଣି ତେଜିଲା ବିବାଦ: ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

Blog Thumbnail

ବଲାଙ୍ଗୀର ( ଦ କୁଇଭର ):- ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ୍‌ ଚଳାଚଳ ନେଇ ବସ୍‌ ମାଲିକ ସଂଘ ପ୍ରତିବାଦ କରିଥିଲେ। ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ।ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନେଇଛନ୍ତି ନିଷ୍ପତ୍ତି।ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା। ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ।ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଜନାକୁ ବିରୋଧ କରି ପୁଣିଥରେ ଏକଜୁଟ୍ ହୋଇଛନ୍ତି। ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ଏନେଇ ବଲାଙ୍ଗିର ବସ ମାଲିକ ସଂଘ ସଭାପତି ଚଗଲା ପରିଛା କହିଛନ୍ତି, ଆସନ୍ତା ୭ ତାରିଖ ସନ୍ଧ୍ୟାରୁ ଆମେ ୨୪ ଘଣ୍ଟା ପାଇଁ ଆନ୍ଦୋଳନକୁ ଓହ୍ଲାଇବୁ। ସରକାର ଦାବି ନ ଶୁଣିଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବୁ।