No comments yet.
State
କନ୍ଧମାଳ( ଦ କୁଇଭର ):- ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ହେଲେ ଅକ୍ରୁର ମାଝୀ । ପଞ୍ଚାୟତର କାମ ନ କରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ଘୋଟଲା କରିଥିଲେ । ତଦନ୍ତ ବେଳେ ଏ ନେଇ ଜଣା ପଡିବା ପରେ ଘଟଣାରେ ଅକ୍ରୁରଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ପଠାଇଛି ଭିଜିଲାନ୍ସ ବିଭାଗ ।
State
ଗୋପାଳପୁର( ଦ କୁଇଭର ):- ଗୋପାଳପୁର ରେ ହୋଇଥିବା ଲଜ୍ଜା ଜନକ ଘଟଣା ଏବେ ନେଇଛି ନୂଆମୋଡ।ଏହି ଘଟଣାକୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ସୂଚନା ପ୍ରକାରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଘଟଣା ସମ୍ପର୍କରେ ବୁଝିବାକୁ ଆସି ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁ ସ୍ଥାନରେ ଯୁବତୀଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ । ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ ସହ ବିଚ୍ ସେକ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି ।। ସେହିପରି ସମୁଦ୍ର ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ପେଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଏଭଳି ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଘଟଣାର ଦାୟିତ୍ଵ ନେଇ ତଦନ୍ତ କରୁଥିବା ବେଳେ ପୋଲିସ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନ ହୁଏ ତାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ 'ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ' ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକଙ୍କ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ଆଇନଗତ ସହାୟତା ଶିବିର ସହିତ ଏହି' ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ' ପାଳନ ହୋଇଛି l ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଠାରୁ ଏହି ଦିବସ ଆରମ୍ଭ ହେବା ସହ ପ୍ରତ୍ୟେକ ବର୍ଷ ଜୁନ ୧୫ ତାରିଖରେ ରାଜ୍ୟ ତଥା ପ୍ରତି ଜିଲ୍ଲାରେ ଏହା ପାଳନ କରାଯିବ l ଏହି ଅବସରରେ ବରିଷ୍ଠ ବ୍ୟକ୍ତି ମାନଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ପିଏଲଏ-ପିୟୁଏସ ଅଧ୍ୟକ୍ଷା ଶ୍ରୀ ସୁଭଦର୍ଶୀ ପଟ୍ଟନାୟକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ଡ଼ା ମିନାକ୍ଷୀ ଦେବୀ,ରଙ୍ଗେଈଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀନରସିଂହ ପଟ୍ଟନାୟକ,ବଡ଼କୁଶସ୍ଥଳୀ ପିଇଓ ଶ୍ରୀ ରାଜକିଶୋର ବରଡ଼,ସରପଞ୍ଚ ଶ୍ରୀମତୀ ସୁନୀତା ସେଠି,ସମିତି ସଭ୍ୟା ଶ୍ରୀମତୀ ସୁକାନ୍ତି ସେଠିଙ୍କ ସହ ଉକ୍ତ ଗ୍ରାମର ବହୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l
State,Politics,National
ଭୁବନେଶ୍ୱର( ଦ କୁଇଭର ):- ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମି ନିକଟରେ ଗତ ରବିବାର ଦିନ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଉଦ୍ବେଗ ପ୍ରକାଶ କରିଛି। ଏହି ମାମଲାକୁ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି। ଜାତୀୟସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମିନାକ୍ଷୀ ବାହିନୀପତି ସାମ୍ବାଦିକ ସମ୍ବିଳନୀ କରିବା ପରେ ଏବେ ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ୫ ଜଣିଆ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ, ଯେଉଁଥିରେ ଦୀପା ଦାଶମୁନସୀଙ୍କୁ ଆବାହକ ଭାବେ ରଖାଯାଇଥିବାବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ, ସାଂସଦ ଏସ୍ ଜ୍ୟୋତିମଣି ଏବଂ ଶୋଭା ଓଝା ସଦସ୍ୟ ଭାବେ ଟିମ୍ରେ ରହିଛନ୍ତି। ଏହି ଟିମ୍ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି । ଏହାପୂର୍ବରୁ ଗୁରୁବାର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପର ବର୍ଷିଛନ୍ତି। ସିଧା ସିଧା ପେପର ଦେଖାଇ ସୋଫିଆ ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି। ଦିନକୁ ଦିନ ରାଜ୍ୟରେ ଆଇନଶ଼ଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି କହି ମୋହନ ସରକାରକୁ ତୀର ମାରିଛନ୍ତି ସୋଫିଆ।
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ କିଭଳି ଉଦ୍ୟମ କରିଥିଲେ ତାହା ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ଗର୍ଭ ନିରୋଧକ ସାମଗ୍ରୀ ବ୍ୟବହାର କରିଥିଲେ ବୋଲି ଏମକେସିଜି ମେଡିକାଲ କଲେଜର ଡାକ୍ତର ସୁଦୀପା ଦାସ ତଥ୍ୟ ଦେଇଛନ୍ତି, ଯିଏକି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିଲେ।ବର୍ତ୍ତମାନ ଏହି ମାମଲା ନେଇ କ୍ରାଇମବ୍ରାଞ୍ଚର ଛାନଭିନ୍ ଜାରି ରଖିଛି। ସେଦିନର ଘଟଣା ପାଇଁ ତଦନ୍ତକାରୀ ସଂସ୍ଥା ସାକ୍ଷୀ ସଂଗ୍ରହ କରୁଛି। ସେପଟେ ୧୦ ଜଣ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ୍ ନେଇଛି ସିଏଡବ୍ଲ୍ୟୁ। ସୂଚନା ମିଳିଛି ଯେ, ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲ୍ୟୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ। ଆଉ ଏହାପରେ ନାବାଳକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରାଯିବ। ବର୍ତ୍ତମାନ ଅଭିଯୋଗକାରିଣୀଙ୍କ ଅଡିଓ ଏବଂ ଭିଡିଓ ବୟାନ ରେକର୍ଡ କରାଯାଇଛି। ଏହାସହ ସମସ୍ତ ଅଭିଯୁ୍କ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି।
State,Health & lifestyle
କୁକୁଡାଖଣ୍ଡି ( ଦ କୁଇଭର ):- କୁକୁଡ଼ାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ଜମା ହୋଇ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା । ପଞ୍ଚାୟତ ସମ୍ମୁଖରେ ଥିବା ରାସ୍ତା କଢ଼ ରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ପଡିରହୁଥିବା ବେଳେ ପଡୁନି ସ୍ଥାନୀୟ ସରପଞ୍ଚ କି ପ୍ରଶାସନ ର ନଜର । ସଫେଇ ନିମନ୍ତେ ନେଉନାହାନ୍ତି ପଦକ୍ଷେପ । ଏପରିକି ଦୈନନ୍ଦିନ ଉକ୍ତ ରାସ୍ତା ଦେଇ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି ହେଲେ ଦୁର୍ଗନ୍ଧ ରେ ବାସୁଛି ପୁରା ଅଞ୍ଚଳ।ରାସ୍ତା କଡ଼ରେ ଗଛିତ ଓଳିଆରେ ବର୍ଷା ପାଣି ପଡ଼ି ପ୍ରବଳ ଦୁର୍ଗନ୍ଧ ହେଉଛି ତେଣୁ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି । ପଞ୍ଚାୟତ ର ଠିକ୍ ସମ୍ମୁଖ ରାସ୍ତା କଢ଼ ଅର୍ଥାତ୍ ଯାହାକୁ ଲାଗି ରହିଛି ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ର ପାଚେରୀ । ପାଚେରୀ କୁ ଲାଗି ଅଳିଆ ଆବର୍ଜନା ପଡିରହିଥିବା ବେଳେ କଲେଜ୍ ଭିତରକୁ ପ୍ରବେଶ ହେଲା ମାତ୍ରକେ ଦୁର୍ଗନ୍ଧ ରେ ନାକ ଫାଟିପଡୁଛି । ରାଜ୍ୟରେ ହଇଜା ବଢୁଥିବା ବେଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବାରୁ ଯାହା ବର୍ତ୍ତମାନ ଚିନ୍ତା ବଢ଼ାଉଛି । ଅଞ୍ଚଳରେ ଥିବା କିଛି ଅସାଧୁ ବ୍ୟବସାୟୀ ମାନଙ୍କ ଅଳିଆ ଆବର୍ଜନା ତଥା ହୋଟେଲ ର ଖାଇବା ପତ୍ର ଏବଂ କୁଢ଼ କୁଢ଼ ଆବର୍ଜନା ଇତ୍ୟାଦି ଏହି ସ୍ଥାନରେ ପକାଉଥିବାରୁ ଯାହା ପରିବେଶକୁ ଦୂଷିତ କରାଉଛି।
ରାଜ୍ୟରେ ସଂକ୍ରମିତ ହେଉଥିବା ଡାଇରିଆକୁ ଦୃଷ୍ଟିରେ ରଖି ହୋଟେଲ,ଫାଷ୍ଟଗୋଡ ଗୁଡିକରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ରାଜ୍ୟ ତଥା ଜିଲ୍ଲା ର କେତକ ଜାଗାରେ ଝାଡ଼ା ବାନ୍ତିର ପ୍ରଭାବ ଦେଖା ଦେଇଛି। ତେବେ ଏହି ଅଞ୍ଚଳରେ ପୂତି ମୟ ଗନ୍ଧ ତଥା ବ୍ୟବସାୟୀଙ୍କ ଖାଦ୍ୟ ଯୁଗୁଁ ଏହି ଅଞ୍ଚଳରେ ତାହାର ପ୍ରଭାବ ପକାଇବନି ତ? ଏହା ଅଞ୍ଚଳବାସୀଙ୍କ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅଞ୍ଚଳର ଥିବା ନାଳ ଗୁଡିକ ମଧ୍ୟ ସଫେଇ କରିବା ତ ଦୂରର କଥା ମୁକୁଳା ଅବସ୍ଥାରେ ପଡିରହିଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି । ଅଳିଆ ଆବର୍ଜନା ତଥା ମଶା ମାଛି ଙ୍କ ଦ୍ଵାରା ହଇଜା ଭଳି ମାରାମାତ୍କ ରୋଗ ସୃଷ୍ଟି ହୋଇଥାଏ । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅଞ୍ଚଳରେ ଝାଡ଼ା ବାନ୍ତି ର ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି।
State,Health & lifestyle
ଦ କୁଇଭର ବ୍ୟୁରୋ:- ନିୟନ୍ତ୍ରଣକୁ ଆସୁନି ଡାଇରିଆ । ଆଜି ପୁଣି ଯାଜପୁର ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ପରଖିବେ କେନ୍ଦ୍ରୀୟ ଟିମ । ଜିଲ୍ଲାରେ ହଇଜା ଉଦବେଗ ଜନକ ସ୍ଥିତିରେ ଥିବାବେଳେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେନ୍ଦ୍ର ଓ ରାଜ୍ୟର ଟିମ୍ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛି । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଗ୍ରାଉଣ୍ଡର ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡିଛି କଲେରା ଜୀବାଣୁ ଯୋଗୁଁ ବ୍ୟାପିଛି ହଇଜା । ଏଥିରେ ୫ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ହଇଜା ଏବେ ପାଣ୍ଡେମିକ୍ ନୁହେଁ, ଏଣ୍ଡେମିକ୍ ଷ୍ଟେଜ୍ରେ ଅଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି , ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ପରାମର୍ଶ ଦିଆଯାଇଛି । ଏବେସୁଦ୍ଧା ରାଜ୍ୟରେ ୯ଟି ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ l କଟକର ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର-ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶାନ୍ତିଲତା ନାଏକ । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଗାଁର ଅନ୍ୟ କିଛି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ତଦନ୍ତ କରିବା ସହ ପାଣି ନମୁନା ସଂଗ୍ରହ କରିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍ । ଏହାଛଡ଼ା ଲୋକଙ୍କୁ ସଚେତନ କରିବାକୁ ଅଞ୍ଚଳରେ ସଚେତନ ରଥ ବୁଲିବ ବୋଲି କହିଛନ୍ତି ଡାକ୍ତର ।
International,National
ଦ କୁଇଭର ବ୍ୟୁରୋ:- ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଚଡ଼କ ପଡିଛି । ଦୁର୍ଘଟଣା ପରେ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ସହିତ ଅନେକ କାରଣ ଯୋଗୁଁ କେତେକ ଉଡ଼ାଣ ରଦ୍ଦ ହେବା ସହିତ ଅନେକ ଡାଇଭର୍ଟ କରାଯାଇଛି । ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ୪ଟି ଘରୋଇ ଏବଂ ୪ଟି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ ହୋଇଛି । ବିମାନ କମ୍ପାନୀ ଉଡ଼ାଣ ରଦ୍ଦ କରିବାର କାରଣ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ବନ୍ଧୀୟ ଯୋଗୁଁ ହୋଇଛି ବୋଲି ଏୟାର ଇଣ୍ଡିଆ ଅଧିକାରୀ ବୟାନ ଜାରି କରିଛନ୍ତି ।ଏୟାର ଲାଇନ୍ସ ଯାତ୍ରୀଙ୍କୁ ପୁରା ରିଫଣ୍ଡ କିମ୍ବା ମାଗଣା ରିସିଡ୍ୟୁଲ ସୁବିଧା ଯୋଗାଇବ । ବିକଳ୍ପ ଯାତ୍ରା ସୁବିଧା ସହିତ ଯାତ୍ରୀଙ୍କୁ ସୁବିଧା କରିବ ।ବୟାନରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଆମେ ଯାତ୍ରୀଙ୍କ ଅସୁବିଧା ପାଇଁ ବହୁତ ଦୁଃଖିତ । ଆମର ଗ୍ରାଉଣ୍ଡରେ ଥିବା ସହ କର୍ମୀଙ୍କ ପାଇଁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଉଡ଼ାଣ ବାତିଲ ରିଫଣ୍ଡ କିମ୍ବା ରିସିଡ୍ୟୁଲ ଦେବାକୁ କୁହାଯାଇଛି ।
ତେବେ ବାତିଲ ହୋଇଥିବା ବିମାନ :ଦୁବାଇ-ଚେନ୍ନାଇ,ଦିଲ୍ଲୀ-ମେଲବର୍ଣ୍ଣ,ମେଲବର୍ଣ୍ଣ-ଦିଲ୍ଲୀ,ଦୁବାଇ-ହାଇଦ୍ରାବାଦ,ପୁଣେ-ଦିଲ୍ଲୀ,ଅହମଦାବାଦ-ଦିଲ୍ଲୀ,ହାଇଦ୍ରାବାଦ-ମୁମ୍ବାଇ,ଚେନ୍ନାଇ-ମୁମ୍ବାଇ,ଯାତ୍ରୀମାନେ ଏୟାରଲାଇନ୍ସର ୱେବସାଇଟକୁ ଯାଇ ଉଡ଼ାଣ ସ୍ଥିତି ଦେଖି କଷ୍ଟମରକେୟାର ନମ୍ବରକୁ କଲ୍ କରିପାରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଦିନ ଏୟାର ଇଣ୍ଡିଆ ୩ଟି ଅର୍ନ୍ତରାଷ୍ଟ୍ରୀୟ ରୁଟର ଉଡ଼ାଣକୁ ବାତିଲ କରିଛି । ଜୁନ୍ ୨୧ରୁ ଜୁଲାଇ ୧୫ ଯାଏଁ ଏହି ୩ଟି ରୁଟର ଉଡ଼ାଣ ସେବା ବନ୍ଦ ରହିବ ବୋଲି କହିଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା ପାଇଁ ନିଆଯାଇଛି ।
National,State
ଦ କୁଇଭର ବ୍ୟୁରୋ:- ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ପାଇଁ ପୋଲିସ କମିଶନର ଅଧ୍ୟକ୍ଷତାରେ ବସିଥିଲା ମସୀକ୍ଷା ବୈଠକ । ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୯ ଜଣ ଡିସିପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ଡିଏସପି, ୧୦୬ ଜଣ ଇନସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ ।ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଭୁବନେଶ୍ୱର ଏୟାର ପୋର୍ଟରୁ ପାଓ୍ବରାହାଉସ ଛକ ପର୍ଯ୍ୟନ୍ତ ହେବ ରୋଡ ସୋ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରିଛି । ଯେପରି ସହର ଭିତରେ ଲୋକ ଗାଡି ଭର୍ତ୍ତି କରିବେ ନାହିଁ । ଅଯଥାରେ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ହେବ ନାହିଁ । ସେନେଇ ଟ୍ରାଫିକ ପୋଲିସ ମାନଙ୍କୁ ମଧ୍ୟ ପରିଚାଳନା ପାଇ ଦାୟିତ୍ବ ଦିଆଯାଇଛି । କେବଳ ରୋଡ ସୋର ସୁରକ୍ଷା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସହର ଏବେ ହାଇଆଲର୍ଟ ରହିଛି । ଯେପରି ଅନେକ ସ୍ଥାନରେ ପୋଲିସ ଚେକିଂ ସହ ସହର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଇଣ୍ଟେଲିଜେନସକୁ ମଧ୍ୟ ବଢାଯାଇଛି । ଏପରିକି ସହରରେ ରାତ୍ରିକାଳୀନ ଚେକିଂ କଡାକଡି ସହ ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲରେ ମଧ୍ୟ ଚେକିଂ ଜୋରଦାର ହେଉଛି ।
State
ଦ କୁଇଭର ବ୍ୟୁରୋ: ଆଇଏଏସ୍ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ ହୋଇଛି l ଜାମିନ ଆବେଦନ ଖାରଜ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ l ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚକମା l ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଚକମା ୧୦ ଲକ୍ଷ ଲାଞ୍ଚ ନେଉଥିଲେ,କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ, ଗିରଫ ହୋଇ ଜେଲ୍ ଯିବା ପରେ ଚକମା ସସ୍ପେଣ୍ଡ ହୋଇଥିଲେ l
National,Health & lifestyle,State
ଦ କୁଇଭର ବ୍ୟୁରୋ:- ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।ଅନ୍ୟପଟେ ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଛି ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଛନ୍ତି । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏୟାର ପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଜନତା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଛନ୍ତି ।
National
ଦ କୁଇଭର ବ୍ୟୁରୋ:- ଦେଶରେ ଜାରି ରହିଛି ବର୍ଷାର ତାଣ୍ଡବଲୀଳା । ଅଧା ଦେଶକୁ ମୌସୁମୀ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ପାଇଁ ଉବୁଡୁବୁ ହୋଇଛି ଅନେକ ସହର । ତେବେ ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ତେବେ ମଧ୍ଯ ଭାରତ, ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆନୁମାନ କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି । ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଝାଡଖଣ୍ଡ, ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଆଦି ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇପାରେ ବୋଲି ଆକଳନ କରାଯାଇଛି । ସେପଟେ ଗତକାଲି ବର୍ଷାରେ ଉବୁଟୁବୁ ହୋଇଛି ଉତ୍ତର ଭାରତ । ବର୍ଷା ବିତ୍ପାତ ଯୋଗୁଁ ଚାରିଆଡେ ପାଣି ପାଣି । ଘର ଦ୍ବାର, ନଈନାଳ, ରାସ୍ତା ସବୁ ପାଣି ଘେରରେ । ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟରେ ସମସ୍ୟାକୁ ଡାକି ଆଣିଛି । ଆସାମ, ଗୁଜରାଟ ଓ କର୍ଣ୍ଣାଟକରେ ଏବେଠୁ ଦେଖାଦେଲାଣି ବନ୍ୟା ସମସ୍ୟା । ଗୁଜରାଟରେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସେପଟେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଜିଲ୍ଲାକୁ ଘାରିଛି ବନ୍ୟା ସମସ୍ୟା ।
State
ଭୁବନେଶ୍ୱର( ଦ କୁଇଭର ):- ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ୫ ଟି ସବୁଜ ଇଗୁଆନ ରାଜଧାନୀର ନନ୍ଦନକାନନରେ ଜନ୍ମ ହୋଇଛନ୍ତି l ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।ଶେଷଥର ପାଇଁ ନନ୍ଦନକାନନରେ ୧୯୯୨ ମସିହା ଜାନୁୟାରୀ ୨୯ ତାରିଖରେ ଇଗୁଆନା ଜନ୍ମ ନେଇଥିଲା । ନନ୍ଦନକାନନରେ ଥିବା ଦୁଇ ଅଣ୍ଡିରା ଇଗୁଆନାଙ୍କ ବଂଶ ବୃଦ୍ଧି କରିବା ସହ ନୂତନ ରକ୍ତରେଖା ସୃଷ୍ଟି କରିବା ଲକ୍ଷ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ୨୦୨୪ ମସିହା ନଭେମ୍ବର ୨୫ ରେ ହାଇଦ୍ରାବାଦ ସ୍ଥିତ ନେହେରୁ ପ୍ରାଣୀ ଉଦ୍ୟାନରୁ ଦୁଇଟି ମାଇ ଇଗୁଆନ ନନ୍ଦନକାନନ ଆଣିଥିଲେ । ସେହିପରି ୨୦୨୪ ମସିହା ଅଗଷ୍ଟ ୨୬ ତାରିଖରେ କୋଲକାତା ଆଲିପୁର ଚିଡ଼ିଆଖାନାରୁ ୮ଟି ଇଗୁଆନା ନନ୍ଦନକାନନ ଅଣାଯାଇଥିଲା ।
National,Health & lifestyle,State
ଭୁବନେଶ୍ୱର( ଦ କୁଇଭର ):- ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।ଅନ୍ୟପଟେ ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଛି ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଛନ୍ତି । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏୟାର ପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଜନତା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଛନ୍ତି ।
State,Education,Health & lifestyle
ଦ କୁଇଭର ବ୍ୟୁରୋ:- ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ବର ମହାନିଗମ ଅଞ୍ଚଳକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ସରାକାରୀ ସ୍କୁଲ ଖୋଲିବ। ଝାଡ଼ାବାନ୍ତି ସଂକ୍ରମିତ ଜିଲ୍ଲାରେ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ଜିଲ୍ଲାପାଳ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆକ୍ୱାଗାର୍ଡ ନଥିବା ସ୍କୁଲ୍ ମାନଙ୍କରେ ପିଲାଙ୍କୁ ଫୁଟା ପାଣି ସହ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ହଷ୍ଟେଲରେ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ । ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲ ବାହାରେ ଫାଷ୍ଟ ଫୁଡ଼ ଦୋକାନ ବନ୍ଦ ରହିବ । ଅଭିଭାବକ ମାନଙ୍କୁ ସ୍କୁଲକୁ ଡାକି ସଚେତନ କରାଯିବ । ବିଦ୍ୟାଳୟର ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
State
ବଲାଙ୍ଗୀର( ଦ କୁଇଭର ):- ବଲାଙ୍ଗୀର ସ୍ଥାନୀୟ ପଥର ଚେପା ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 30 ହଜାର ଚାଷୀ ଅଂଶ ଗ୍ରହଣ କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଚିନି କଳ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଡ଼ିଶା ପାଇଁ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା ଆଣିଛନ୍ତି ଓ ଆଗକୁ ଆଣିବେ । ଯାହାଦ୍ୱାରା ବିକଶିତ ଓଡିଶା ଗଠନ ହେବ । ଏହାର ମଙ୍ଗୁଆଳ କୃଷକ ହେବେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଓ କୃଷକର ବିକାଶ ପାଇଁ ଯାହା କଥା ଦେଇଥିଲେ ତାହା କରିକି ଦେଖାଇଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ କୃଷି ଓ କୃଷକର ବିକାଶ ପାଇଁ ୩୮ ହଜାର ୯୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବାର ଘୋଷଣା କରିଛନ୍ତି । ଏହି ବଜେଟରେ ଜଳସେଚନକୁ ଗୁରୁତ୍ୱ ଦେବା ସହ ସାର ବିହନ ମୃତ୍ତିକା ସଂରକ୍ଷଣ ସହିତ ଚାଷୀଙ୍କୁ ସବୁ ସାହାଯ୍ୟ ଯୋଗାଇ ଦିଆଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ ମାସ ୨୯ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସାକ୍ଷୀଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି । ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି l ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ l’କୃଷକ ଭାଇଭଉଣୀଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି । ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ।’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଏଠି ଏକ କୃଷି ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛୁ । ସେହିପରି ଚିନି କଳ ପୁନଃ ସ୍ଥାପନ କରିବା ସହ ଅନ୍ୟ ଶିଳ୍ପ ମଧ୍ୟ ପ୍ରତିଷ୍ଠା ହେବ ।’ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସମସ୍ତ ବିଧାୟକଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ସମାବେଶରେ ରାଜ୍ୟର ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
State,National
ଦ କୁଇଭର ବ୍ୟୁରୋ:- ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ଜିଲ୍ଲାରେ ପ୍ରବଳ ଉତ୍ସାହ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ । ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ । ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା । ଉଦଘାଟନକୁ ପ୍ରତୀକ୍ଷା କରିଛନ୍ତି ବୌଦ୍ଧବାସୀ । ଏହା ସହିତ, ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ । ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣା କଟକ ମଧ୍ୟରେ ନୂଆ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ।
State
ଗୋପାଳପୁର( ଦ କୁଇଭର ):- ଗୋପଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କର ଡିଏନଏ ନମୁନା ନିଆଯାଇଛି। ଘଟଣା ସ୍ଥଳରୁ କ୍ରାଇମ୍ ଏଗନେଷ୍ଟ ୱମେନ୍ (ସିଏଡବ୍ଲୁ) ଟିମ୍କୁ ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ମିଳିଛି। ଆପତ୍ତିଜନକ ସମାଗ୍ରୀ ସହିତ ଘଟଣା ସ୍ଥଳରୁ ସିଏଡବ୍ଲୁ ଟିମ୍ ପୋଡ଼ା ସିଗାରେଟ୍ ଜବତ କରିଛି। ଡିଏନଏ ପରୀକ୍ଷା ପାଇଁ ପ୍ରାଥମିକ ଭାବରେ ୬ ଅଭିଯୁକ୍ତଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲୁ ଟିମ୍ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ। ପରେ ନାବାଳକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା କରାଯିବ। ଅଭିଯୋଗକାରିଣୀଙ୍କ ଅଡିଓ ଭିଡିଓ ବୟାନ ରେକର୍ଡ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି। ଫୋରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲ୍ୟାବ୍ରେ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ଜୁନ୍ ୨୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଗାତାର ବର୍ଷାଯୋଗୁ ସାଧାରଣ ଜୀବନଯାତ୍ରା କିଛି ପରିମାଣରେ ପ୍ରଭାବିତ ହୋଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ଶୁକ୍ରବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଆଡକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ, ଓଡ଼ିଶାରେ ୨୪ ଜୁନ୍ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
National,State
ଭୁବନେଶ୍ୱର( ଦ କୁଇଭର ):- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ମୋଦିଙ୍କ ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟସ୍ଥା । ସୁରକ୍ଷା ଛାଉଣୀରେ ପରିଣତ ହୋଇଛି ଜନତା ମୈଦାନ । ତ୍ରିରଙ୍ଗା ଯାତ୍ରା ଓ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୩୩ ପ୍ଲାଟୁନ ଫୋର୍ସ । କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ୫ଶହରୁ ଅଧିକ ଅଫିସର ମୁତୟନ ଅଛନ୍ତି । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରୁଫ ଟପ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ରହିବେ । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ପରିଚାଳନା, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡ୍ରୋନ ଉଡ଼ାଣ ଉପରେ ଲାଗିଛି ରୋକ । ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି ବିମାନବନ୍ଦରରୁ କାରକେଡ ରିହରସାଲ ହୋଇଛି ।
ଓଡ଼ିଶାକୁ ୧୮ ହଜାର ୬୦୦ କୋଟିର ଭେଟି ଦେବେ ମୋଦି । ୧୮ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ଏହି ପ୍ରକଳ୍ପଗୁଡ଼ିକ ଭିତରେ ରହିଛି ପିଇବା ପାଣି, ସିଞ୍ଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଓ ପୋଲ, ଜାତୀୟ ରାଜପଥ, ଓ ଏକ ନୂଆ ରେଳମାର୍ଗ । ପ୍ରଧାନମନ୍ତ୍ରୀ ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ କରୁଥିବା ନୂଆ ଟ୍ରେନ ସେବାର ଶୁଭାରମ୍ଭ କରିବେ । ପରିବହନ ବ୍ୟବସ୍ଥା ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ କରିବେ । ବିଶିଷ୍ଟ ଓଡ଼ିଆଙ୍କ ଅବଦାନକୁ ସମ୍ମାନ ଜଣାଇ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଉଦ୍ ଘାଟନ କରିବେ ।