No comments yet.
Sports
ମୁମ୍ବାଇ( ଦ କୁଇଭର ):- ପୁଣି ଭାଙ୍ଗିଲା ଦିଲ୍ଲୀ କ୍ୟାପିଟାଲ୍ସର ହୃଦୟ । ଲଗାତାର ତୃତୀୟ ଥର ଫାଇନାଲକୁ ଯାଇ ମଧ୍ୟ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇ ପାରିଲା ନାହିଁ ଡିସି । ଦ୍ବିତୀୟ ଥର ପାଇଁ ଡବ୍ଲୁପିଏଲ ଟ୍ରଫି ଉଠାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୮ ରନରେ ଦିଲ୍ଲୀକୁ ପରାସ୍ତ କରି ତୃତୀୟ ସିଜିନର ଚମ୍ପିଆନ ହୋଇଛି ମୁମ୍ବାଇ । ଗତକାଲି ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ହର୍ମନପ୍ରିତ କୌର ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ନାଟ ସ୍କିଭର ବ୍ରଣ୍ଟ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚତି କରାଯାଇଥିଲା l ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ୭ ଓ୍ବିକେଟରେ ମୁମ୍ବାଇ ଟାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା। ପୁଣି ଦ୍ବିତୀୟ ସିଜିନରେ ଫାଇନାଲରେ ପ୍ରବେଶ କରି ଅଧୁର ସ୍ବପ୍ନ ପୂରଣ ଲକ୍ଷ୍ୟରେ ରହିଥିଲା ଦଳ କିନ୍ତୁ ୮ ଓ୍ବିକେଟରେ ଆରସିବି ଠାରୁ ପରାସ୍ତ ହେବାକୁ ପଡିଥିଲା । ପୁଣି ଚଳିତ ସିଜିନରେ ଦଳର ପ୍ରଦର୍ଶନ ମଧ୍ୟ ଦମଦାର ରହିଥିଲା । ୨ ଥର ନହେଲା ନାହିଁ ତୃତୀୟ ଥରରେ ଦଳ ଟ୍ରଫି ନିଶ୍ଚିତ ହାତେଇବା ଲକ୍ଷ୍ୟରେ ରହିଥିଲା । କିନ୍ତୁ ଶେଷ ମୁହୁର୍ତ୍ତରେ ଭାଗ୍ୟ ସାଥ ଦେଲା ନାହିଁ । ଫଳରେ ଚଳିତ ସିଜିନରେ ୮ରନରେ ଫାଇନାଲରେ ଦିଲ୍ଲୀକୁ ପରାସ୍ତ ହେବାକୁ ପଡିଛି । ମୁମ୍ବାଇ ର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଗତକାଲି ଡିସି ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମେଗ ଲାନିନଙ୍କ ଦଳ । ଯାହା ପରେ ଦଳ ପାଇଁ କାଳ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ଜାବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୧୪୧ରନରେ ଅଟକିଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହର୍ମନପ୍ରିତ କୌର ୪୪ ବଲରେ ସର୍ବାଧିକ ୬୬ ରନ କରିଥିଲେ ।
Shree Jagannath
ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।
ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
National,State
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ବୁରା ନା ମାନୋ ହୋଲି ହେ ବା ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।
ତେବେ ଏହି ହୋଲି ପର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି l ମଦ୍ୟ ପାନ କରି ହୋଲି ନ ଖେଳିବା, ଅଯଥା ରାସ୍ତାରେ ଭିଡ଼ ନଜମେଇବା, ମଦ୍ୟ ପାନ କରି ନଦୀ, ସମୁଦ୍ର କିମ୍ବା ପୁଲ କୁ ଗାଧୋଇବାକୁ ନ ଯିବା, କେମିକାଲ ବିକ୍ରି ସହ ବ୍ୟବହାର ନ କରିବା ଆଦି ନିୟମ କଡାକଡି ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l
State
ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।
ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ଶୁକ୍ରବାର ଦୋଳ ପୂର୍ଣ୍ଣିମା ଦିନ ଏନ.ଏଚ-16 ନିକଟ ବ୍ରହ୍ମପୁର ଗୋପାଳପୁର ଜଙ୍ଗସନ ଠାରେ ସଡକ ଦୁର୍ଘଟଣାରେ ଆହାତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ପାଇଁ ମେଡିକାଲ କୁ ପଠାଇଲେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଗୋପାଳପୁର ଜନସନ ଠାରେ ଏକ ବାଇକ ଦୁର୍ଘଟଣା ଘଟି ତିନି ଜଣ ଯୁବକ ଆହତ ହେବାର ଦେଖି ଥିଲେ। ମନ୍ତ୍ରୀ କାଳ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ । ଏପରିକି ନିଜର ପାଇଲଟ୍ ଗାଡିରେ ଆହତଙ୍କୁ ମେଡିକାଲ ପଠାଇ ଥିଲେ।
ତେବେ ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ଅଂଚଳରେ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ସହର ର ଆଇନ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି lକେମିତି ଗୋଟିଏ ମୋଟର ସାଇକେଲ ଅଥବା ବାଇକ ରେ ତିନିଜଣ ଆରୋହୀ ଯାଇପାରିଲେ..? ରାସ୍ତାରେ କଣ କୌଣସି ଟ୍ରାଫିକ ପୋଲିସ କିମ୍ବା ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଙ୍କ ନଜର ପଡିନି କି ୟେ ଆରୋହୀ ମାନଙ୍କ ଉପରେ....? କୌଣସି ପ୍ରଶାସନ କଣ ଏମାନଙ୍କୁ ବାରଣ କରିନାହାନ୍ତି କି....? ନା ଆଇନ ର ଆଖିରେ ଧୂଳି ଦେଇ ଏମାନେ ଖସିଯାଉଥିଲେ... ଦେଖାଯାଉ ସରକାରଙ୍କ ମାଳ ମାଳ ଯୋଜନା ସତରେ କେବେ କାର୍ଯ୍ୟକାରୀ ହେଉଛି ଆଉ ବିଶେଷ କରି ଗଞ୍ଜାମ ରେ ଏ ଦୁର୍ଘଟଣା ହାର କମୁଛି l
State
ମୋହନା( ଦ କୁଇଭର ):- ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ କୁମ୍ଭୀମେରା ଗ୍ରାମ ନିକଟ ଗୁଦୁଗୁଦା ଜଳପ୍ରପାତ ନିକଟରେ ଏକ ଯାତ୍ରୀ ବାହି ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ଅଟୋ ରେ ଥିବା ଚାରି ଜଣ ଯାତ୍ରୀ ଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଜଣେ ମହିଳା, ଏବଂ ପାଞ୍ଚ ବର୍ଷ ର ଶିଶୁ ସମେତ ଅଟୋ ଚାଳକ ରହିଛନ୍ତି l ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ରାକେଶପଙ୍କା ଗ୍ରାମରୁ ମୋହନା ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ସମସ୍ତ ଆହତ ଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ମୋହନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l
State
ଦ କୁଇଭର ବ୍ୟୁରୋ :- ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସାହିତ୍ୟ ଜଗତ ପ୍ରତି ତାଙ୍କର ବିରାଟ ଅବଦାନ ରହିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି । ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ତେବେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ହେଉଛନ୍ତି ରମାକାନ୍ତ ରଥ । ସେ ୧୯୩୪ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ସଭାପତି ରହିଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ।
Politics
ଦ କୁଇଭର ବ୍ୟୁରୋ :-ଏମିତି ଅନେକ ପ୍ରଶ୍ନ ରାଜା ଚକ୍ର ଗିରଫ ପରେ ସୃଷ୍ଟି ହୋଉଛି l ରାଜା ଗିରଫ ପରେ ଧଡ଼ ଧଡ଼ ହେଲାଣି କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେଇପାରନ୍ତି କଳା ସାମ୍ରାଜ୍ୟ ଗୁମର l ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି l ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।
National
ଦ କୁଇଭର ବ୍ୟୁରୋ :- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ। ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ଡ.ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସଭାପତି ଭାବେ ମଧ୍ୟ ନିଜର କାର୍ଯ୍ୟ ତୁଲାଇଥିଲେ ଡ ଡେବେନ୍ଦ୍ର ପ୍ରଧାନ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରରେ ଦିନକୁ ଦିନ ଆତଙ୍କ ରାଜ ବଢ଼ିବାରେ ଲାଗିଛି ଅପରାଧୀଙ୍କ ଅପରାଧ ମାମଲା ଥମିବାର ନାଁ ନେଉନଥିବା ବେଳେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ତେବେ ପୁଣି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ସାଇଡ ନ ଦେବାରୁ କାର ଚାଳକକୁ ଆକ୍ରମଣ କରିବା ଓ ତାଙ୍କ କାରକୁ ଭଙ୍ଗାରୁଜା କରିବା ଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ସହର ରେ l ତେବେ ଏହି ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର, ଧର୍ମନଗର ୫ମ ଲାଇନର ଗଣେଷ ଦାସ(୨୧) ଓ ଏ. ରବି ରେଡ୍ଡି(୨୦) । ପୁଲିସ କ୍ଷତିଗ୍ରସ୍ତ ହୋଇଥିବା କାର ସମେତ ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢେ ୮ଟା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚାନଗରର ପ୍ରଦୀପ କୁମାର ଚୌଧୁରୀ ନିଜ କାର ଯୋଗେ ଗୋଲିଲା ଷ୍ଟ୍ରିଟ୍ ଦେଇ ଯାଉଥିଲେ ା ଏହି ସମୟରେ ଉପରୋକ୍ତ ୨ ଅଭିଯୁକ୍ତ ସେହି ରାସ୍ତାରେ ତାଙ୍କ ପଛପଟୁ ଏକ ବାଇକରେ ଆସି ଓଭରଟେକ କରିବାକୁ ସାଇଡ ମାଗିଥିଲେ । ହେଲେ ସେହି ରାସ୍ତାଟି ସଂକୀର୍ଣ୍ଣ ବା ଅଣଓସାରିଆ ହୋଇଥିବାରୁ ପ୍ରଦୀପ ନିଜ କାରକୁ ସାଇଡ କରିପାରିନଥିଲେ କିମ୍ବା ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ୨ ଅଭିଯୁକ୍ତ ଅଭିଯୋଗ ପ୍ରଦୀପଙ୍କ କାର ସମ୍ମୁଖକୁ ହଠାତ ବାଇକ ଆଣି ଅଟକାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମୁଥ ମାରିବା ସହ ଆକ୍ରମଣ କରିଥିଲେ,ଏପରିକି ଅଭିଯୁକ୍ତମାନେ କାରର ପଛ ପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଆହତ ପ୍ରଦୀପ ସହର ସ୍ଥିତ ସିଟି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
State
କେନ୍ଦୁଝର( ଦ କୁଇଭର ):- ହେlଲିରେ ଅଘଟଣ l ଜ୍ୱାଇଁ ଘରକୁ ଆସୁଥିବା ବେଳେ ଜ୍ୱାଇଁ ଘର ସମ୍ମୁଖରେ ଧକ୍କା ଦେଲା ଟ୍ରକ l ଘଟଣା ସ୍ଥଳରେ ଶଶୁର ମୣତ ଗୁରୁତର ଅବସ୍ଥା ଶାଶୁ ଓ ଶଳା କୁ ଡାକ୍ତର ଖାନା ଅଣାଯାଇଥିଲା ମାତ୍ର ଚିକିତ୍ସିତ ଅବସ୍ଥାରେ ଶାଶୁର ମଧ୍ୟ ମୃତ୍ଯୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶଳାକୁ ଚମ୍ପୁଆରୁ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ବେଳେ ରାସ୍ତା ରେ ଶଳା ର ମୂର୍ତ। ଚମ୍ପୁଆ ଥାନା ସାନନଈ ଗ୍ରାମର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଜ୍ୱାଇଁ ଘର ଦୋଳିତା କୁ ବାଇକ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ୨୦ ଦେlଳିତା ଛକ ନିକଟରେ ଜୁଆଇଁ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଐବନଙ୍କ ମୃତ୍ଯୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁ ଓ ଶଳାକୁ ଚମ୍ପୁଆ ଡାକ୍ତରଖାନା କୁ ନିଆ ଯାଇଥିଲା., ଡାକ୍ତରଖାନାରେ ମଥାମଣିଙ୍କ ମୃତ୍ଯୁ ଘଟିଥିବା ବେଳେ ଶଳା ମଙ୍ଗଲଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତା ରେ ମୂର୍ତ ହୋଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାୟାର ଜାଳିଲେlକେ ରାସ୍ତାରୋକ କରିଛନ୍ତି .।ଘଟଣା ସ୍ଥଳରେ ଉତ୍ତୋଜନା ରହିଛି lଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି l
State
ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
State
ଦ କୁଇଭର ବ୍ୟୁରୋ :- ରାସନକାର୍ଡକୁ ନେଇ ଆସିଲା ବଡ଼ ଅପଡେଟ,ରାଜ୍ୟରେ ହେବ ପୋଷଣ କେନ୍ଦ୍ର । ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର ।ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର । ଏହି କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର । ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ । ଏଥିପାଇଁ ଆଲୋଚନା ଚାଲିଛି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବେ । ଅନୁଧ୍ୟାନ କରି ଆସିବେ । ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି । କୌଣସି ଚୁଡ଼ାନ୍ତ ଘୋଷଣା ହୋଇନାହିଁ ।""ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ Ekyc କରିନାହାଁନ୍ତି । ଆସନ୍ତା ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ Ekyc କରିନାହାଁନ୍ତି । ଏହା ପରେ କାହିଁକି ହିତାଧିକାରୀ Ekyc କରି ନାହାନ୍ତି । ସେଥିପାଇଁ ଫିଲଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟା ଯିବନି ନାହିଁ । "ଆଗରୁ ୬ ଲକ୍ଷ ୩୫ ହଜାର ଲୋକ ରାସନ କାର୍ଡ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l
Politics
ଦ କୁଇଭର ବ୍ୟୁରୋ :- ବିବାହ କରିଲେ ଜାତିରୁ ବାସନ୍ଦ ହେଲେ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ପଡିଛି ମହଙ୍ଗା । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି କଲା ସମାଜିକ ବାସନ୍ଦ । ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ନିଜ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ।
ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୧୨ ତାରିଖ ଗୋଆରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଥିଲା । ଏହି ବିବାହ କରି ପ୍ରଦୀବ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କରାଇଥିଲେ। ଏହାକୁ ଆଦିବାସୀ ସମାଜ ପକ୍ଷରୁ ନାପସନ୍ଦ କରାଯାଇଥିଲା। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ପ୍ରଦୀପ ଙ୍କ ଏହି ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏଁ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି । ଏନେଇ ସମାଜର ସଭାପତି ଟିକାଚାନ୍ଦ କହିଛନ୍ତି, "ଯେହେତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଣ ଆଦିବାସୀ ମହିଳାଙ୍କୁ ବିବାହ କରିଛନ୍ତି । ଆମେ ତାଙ୍କୁ ସମାଜରୁ ବାସନ୍ଦ କରିଛୁ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ୧୨ ବର୍ଷ ପାଇଁ ସେ ଓ ତାଙ୍କ ପରିବାର ଆମ ସମାଜରେ ରହିବେ ନାହିଁ ।"
ତେବେ ପ୍ରଦୀପଙ୍କ ଭାଇ ପ୍ରସନ୍ନ ମାଝୀ କହିଛନ୍ତି, "ଆମକୁ ବାସନ୍ଦ କରାଯାଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ସମାଜ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯଦି ଆବଶ୍ୟକ ପଡ଼ିଲେ ସମାଜର ଦଣ୍ଡାଦେଶକୁ ମାନିବୁ ଏବଂ ସମାଜର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବ l
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଡ଼ ରେ ଦୋଳ ଯାତ୍ରା ଆରମ୍ଭ ହୋଇଛି ଯାହାକି ଏହା ପନ୍ଦର ଦିନ ଧରି ଚାଲୁଥିବା ବେଳେ ପ୍ରଥମ ଦିନରେ ଉପଖଣ୍ଡ ଅଞ୍ଚଳ ରୁ ଠାକୁରମାନେ ଆସିଥାନ୍ତି । ରାତ୍ରି ପ୍ରାୟ ୮ ଘଟିକା ସମୟରେ ମିଳନ ପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଦୋଳ ପଡ଼ିଆ ଠାରେ ପହଞ୍ଜିବା ପରେ ସେଠାରେ ପୂଜାର୍ଚ୍ଚନା କରି ୧୧ଘଟିକା ସମୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।ପରେ ଶ୍ରୀଜୀଉମାନଙ୍କୁ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି । ତେବେ ଉପଖଣ୍ଡ ଅଞ୍ଚଳରୁ ଆସୁଥିବା ଶ୍ରୀଜୀଉଙ୍କ ମଧ୍ୟରୁ ଯଶିପୁର ଠାକୁରଙ୍କୁ ବଡ ଠାକୁର ବଲି ମାନିଥାନ୍ତି । ଯଶିପୁର ଶ୍ରୀଜିଉ ବଡ଼ ବୋଲି କୁହାଯାଏ। ଯଶୀପୁର ରୁ ଆସି ମାଣିକ ଛକ ଠାରେ ପହଞ୍ଚିଲା ପରେ ଭୋର୍ ୩ଘଟିକା ସମୟରେ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଏବଂ ଦୋଳ ମିଳନ କମିଟି ର ସଦସ୍ୟ ମାନେ ମାଣିକ ଛକ ଯାଇ ସ୍ୱାଗତ କରିବା ପରେ ସେଠାରୁ ଏକ ବିରାଟ ସଭାଯାତ୍ର ରେ ଠାକୁର ଆସି ମିଳନ ପଡିଆ ଠାରେ ପହଞ୍ଚିଥିଲେ ଏବଂ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ସମସ୍ତ ଠାକୁରଙ୍କ ମିଳନ ହୋଇଥିଲା ।ବାଣ ବାଦ୍ୟ ଆଲକ ରେ ଝଲସି ଉଠିଛି ପୁରା କରଞ୍ଜିଆ ତେବେ ବିଭିନ୍ନ ସୂତ୍ରରୁ ଜଣା ପଡିଛି କି ଏହି ଦୋଳ ଯାତ୍ରା ଟି କରଞ୍ଜିଆ ପାଞ୍ଚପୀଡ଼ ଉପଖଣ୍ଡରେ ଦୀର୍ଘ ବର୍ଷ ରୁ ଅନୁଷ୍ଠିତ ହୋଇଆସୁଛି ଯାହାକି ସଖାଳ ଭର ସମୟରେ ଶ୍ରୀଜୀଉ ମାନଙ୍କ ମିଳନ ହୋଇଥାଏ ଏବଂ ତିନିଦିନ ଧରି ଠାକୁରମାନେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଜାଗା ପରିକ୍ରମା କରିବା ସହିତ ଭକ୍ତ ମାନଙ୍କ ଠାରୁ ଭଗ ଗ୍ରହଣ କରିଥାନ୍ତି ଏବଂ ହୋଲି ଖେଳିଥାନ୍ତି ତିନି ଦିନ ପରେ ନିଜ ଅଞ୍ଚଳ କୁ ବାହୁଡ଼ି ଯାଇଥାନ୍ତି । ଏହି ଯାତ୍ରା କୁ ଦେଖିବାକୁ କେବଳ ଏହାର ଆଖପାଖ ଅଞ୍ଚଳ ନୁହଁ ବରଂ ଏହାର ପଡସୀ ଜିଲ୍ଲା ଏବଂ ପଡସୀ ରାଜ୍ୟରୁ ମଧ୍ୟ ଲୋକଙ୍କ ସମାଗମ ହାଇଥିବା ଦେଖିବାକୁ ମିଳିଥାଏ । ତାସହିତ କରଞ୍ଜିଆ ପ୍ରଶାସନ ପକ୍ଷରୁ କେମିତି ଶାନ୍ତି ଶୃଙ୍ଖଳା ଯାତ୍ରା ସମ୍ପୂର୍ଣ ହୋଇପାରିବ ତା ପାଇଁ ପଲିସ ମୁତୟନ କରାଯାଇଥାଏ ।
State
ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟରେ ପାରଦ ସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସହରରେ ଗରମ ହେଉଛି। ଲୋକେ ଦିନରେ ତାତିରେ କଲବଲ ହେଉଛନ୍ତି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ରବିବାର ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।
ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
Politics,State
ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l
State
ଗଜପତି( ଦ କୁଇଭର ):- ଜି ଉଦୟଗିରି ବନାଞ୍ଚଳରେ ଜି ଉଦୟଗିରି, କଳିଙ୍ଗା ଓ ପାବୁରିଆ ଅଞ୍ଚଳରେ ଗତ ଚାରିଦିନ ଜଙ୍ଗଲରେ ନିଆଁ ଲାଗି ଅଣଆୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବନ ବିଭାଗର ନିଦ ହଜିଯାଇଛ। ପରିସ୍ଥିଡି ଏଫ୍ ଓ ପ୍ରଶାନ୍ତ କୁମାର ପଟେଲ ଓ ସହକାରୀ ବନ ସଂରକ୍ଷକ ସ୍ପେତଲିନା ସାହୁ ଏହାର ସମୀକ୍ଷା କରିଛନ୍ତି । ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସହ ନିଆଁ କୁ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବନ ଅଧିକାରୀମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସମାଜର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର,ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଥିବା ଏକ କେକ୍ ଦୋକାନୀ ଓ ତାଙ୍କ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦାଦାବଟି ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଇନ୍ଦିରା ନଗର ନିବାସୀ ଶଙ୍କର ସୁଦାମ ସାହୁ (୪୦)ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଗୋଟିଏ କେକ ଦୋକାନ କରିଛନ୍ତି । ଶଙ୍କରଙ୍କ ଦୋକାନ ବାରଣ୍ଡାରେ ଗୁଟଖା ଖାଇ ଛେପ ପକାଇଥିଲେ କିଛି ଯୁବକ । ଛେପ ପକାଇବାକୁ ନେଇ ଯୁବକ ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବକମାନେ ଦୋକାନରେ ଥିବା ଶଙ୍କର ଓ ତାଙ୍କ ସହଯୋଗୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ଯୁବକ ମାନେ । ଦାଦାବଟି ନ ଦେଲେ ଏଠାରେ ଦୋକାନ ପକାଇପାରିବୁ ନାହିଁ ବୋଲି ଦୋକାନୀ ଶଙ୍କରଙ୍କୁ ଧମକ ଦେଇଥିଲେ ଯୁବକମାନେ। । ସ୍ଥାନୀୟ ବାସିନ୍ଦା ଆସିବା ପରେ ସେଠାରୁ ଯୁବକମାନେ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l