Banner Ad

ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର

ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର
Published by : Jyotshna Kumari
#Shree Jagannath
Jul 9, 2024, 3:33 PM
ପୁରୀ ( ଦ କୁଇଭର ):-
ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର, ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଇଛି, ସମ୍ପୂର୍ଣ୍ଣ ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ। ୧୪ ତାରିଖରେ ଚାବି କମିଟିକୁ ପ୍ରଶାସନ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତି ମଣତି କରାଯିବ। ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି କରିବେ । ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ।ସେଥି ପାଇଁ ଭକ୍ତମାନଙ୍କ ସହଯୋଗ କାମନା କରାଯାଉଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State,National

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

Blog Thumbnail

ଶିମିଳିପାଳ( ଦ କୁଇଭର):- ଦୀର୍ଘ ଦିନର ବ୍ୟବଧାନ ପରେ ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ଯାହା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା। ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟ୍‌ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି। ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ" ବୋଲି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା। ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି।

Sports

୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି

Blog Thumbnail

ଦ କୁଇଭର ବ୍ୟୁରୋ :- ଘରୋଇ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଜବରଦସ୍ତ ବିଜୟ । ବିରାଟ କୋହଲି, ଦେବଦତ୍ତ ପାଡିକ୍କଲଙ୍କ ଜବରଦସ୍ତ ବ୍ୟାଟିଂ ଓ ହେଜେଲଉଡଙ୍କ ଘାତକ ବୋଲିଂ ବଳରେ ଆଇପିଏଲରେ ଷଷ୍ଠ ବିଜୟ ହାସଲ କଲା ଆରସିବି । ଚଳିତ ଆଇପିଏଲର ୪୨ ତମ ମୁକାବିଲାରେ ୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି । ଗୁରୁବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାୟାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା । ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୫ କରିଥିଲା ବେଙ୍ଗାଲୁରୁ । ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୯୪ ରନରେ ଅଟକି ଯାଇଥିଲା । ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ ତୃତୀୟରେ ଆରସିବି, ସପ୍ତମ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସିଲା ଆରଆର । ଚଳିତ ଆଇପିଏଲରେ କୋହଲି ପୁରା ଫର୍ମରେ ରହିଛନ୍ତି ବ୍ୟାକ ଟୁ ବ୍ୟାକ ସେ ଅର୍ଦ୍ଧଶତକ ହାସଲ କରିଚାଲିଛନ୍ତି ।

State

ଆକାଶରୁ ହେଉଛି ନିଆଁ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଡହ ଡହ ଖରାରେ ସିଝୁଛି ଓଡ଼ିଶା। କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ସ୍ଥିତି ଏମିତି ହୋଇଛି ଯେ ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ ସହ ପ୍ରଥମଥର ପାଇଁ ଓଡ଼ିଶାର କୌଣସି ସହର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆଜି ଦିନର ତାପମାତ୍ରା ୪୫.୬ ଡିଗ୍ରି ରହିବା ସହ ଦେଶର ଉତ୍ତପ୍ତ ସହର ପାଲଟିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ସମେତ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ। ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ। ବଲାଙ୍ଗୀର ଓ ବୌଦ୍ଧରେ ୪୫ ଡିଗ୍ରି ଡେଇଁବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଟିଟିଲାଗଡ଼, ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

State

ମୁଖ୍ୟମନ୍ତ୍ରୀଙ୍କ ଆସିକା ବିଧାୟକଙ୍କୁ ଅଣଦେଖା : ସାଧାରଣରେ ଚର୍ଚ୍ଚା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆସିକା ବିଧାୟକଙ୍କ କଥା ପସନ୍ଦ ଆସୁନି କି.... ଆସିକା ବିଧାୟକ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଶୁଣିବାକୁ ଚାହୁଁନାହାନ୍ତି କି... ଏମିତି କ'ଣ କହିଲେ ବିଧାୟକ ଯେ ମୁଖ୍ୟମନ୍ତ୍ରୀ ସିଧା ତାଙ୍କ ହାତକୁ ଟାଣିଦେଲେ... ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଆସିକା ବିଧାୟକଙ୍କୁ ଜାଣିଶୁଣି କୋଣଠେସା କରୁନାହାନ୍ତି ତ... ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲିଛି l


ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ପହଞ୍ଚି ମା'ଙ୍କ ଆଶୀର୍ବାଦ କାମନା କରିଥିଲେ l ସମଗ୍ର ରାଜ୍ୟ ତଥା ଜିଲ୍ଲାବାସୀଙ୍କ ଶୁଭ ମନାସି ପୂଜା କରିବା ସହ ପାରମ୍ପରିକ ପ୍ରସିଦ୍ଧ ବେଶ ବାଘ ନାଚ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ l ସାଙ୍ଗରେ ଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବିଧାୟକ ଏବଂ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ବାଘ ବେଶ ଧାରୀ ତଥା ମାନସିକଧାରୀ ବାଘ ବେଶ ପଡ଼ିଥିବା ଭକ୍ତମାନେ ନୃତ୍ୟ ପରିବେଶଣ କରୁଥିବା ସମୟରେ ହଟାତ କିଛି କହିବାକୁ ଚେଷ୍ଟା କରୁଥିଲେ ହାତ ଦେଖାଇ, ଠିକ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରୋଜ ବାବୁଙ୍କ କଥା ନ ଶୁଣି ଓଲଟା ତାଙ୍କ ହାତକୁ ପଛ ଆଡୁ ଟାଣି ନେଇଥିଲେ l ଯାହାକି ପ୍ରବଳ ଜନ ସମାଗମ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ହୋଇଥିବା ପରିଲକ୍ଷିତ ହୋଇଥିଲା l ଜଣେ ରାଜ୍ୟର ମୁଖିଆ, ନିଜ ଦଳୀୟ ବିଧାୟକଙ୍କୁ ଏମିତି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି ପ୍ରକାର ବ୍ୟବହାର କରିବା... ଅନେକେ ସହ୍ୟ କରିପାରୁନାହାନ୍ତି ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି l


ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଆସିକା ବିଧାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଣଠେସା କରିବା ନଜିର ରହିଛି l ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କିଛି କାର୍ଯ୍ୟ ସମାଜକୁ ଅନ୍ୟ ଦିଗକୁ ପ୍ରେରିତ କରିଥିବା ଲୋକ ଅଭିଯୋଗ କରୁଛନ୍ତି l ତେବେ ଏମିତି ବ୍ୟବହାର ନ ରଖି ସମସ୍ତଙ୍କୁ ନିଜର କରି ଏକ କରି ଆଗକୁ ବଢିବାପାଇଁ ଜନ ସମାଜ ରେ ଦାବି ଉଠୁଛି l

National,International

କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁଠି ଭୟ, ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟକ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋକ କରିବାକୁ ଆସିଥିବା ବେଳେ ନିରୀହ ଲୋକଙ୍କ ଉପରେ ଆଖିବୁଲା ଆତଙ୍କୀ ଆକ୍ରମଣ ପରେ ଏବେ ସମସ୍ତେ ଡରିଯାଇଛନ୍ତି । ଆଉ ଘରକୁ ଫେରିବାକୁ ଶ୍ରୀନଗର ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି । ଭିଡ଼କୁ ଲକ୍ଷ୍ୟ ରଖି ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଗତକାଲି ଆଖି ଆଗରେ ପର୍ଯ୍ୟଟକମାନେ ଅନ୍ୟ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବାର ଦେଖିଛନ୍ତି ତେଣୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ କାଶ୍ମୀର ଛାଡି ତୁରନ୍ତ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେପଟେ ଆକ୍ରମଣସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ଅମିତ ଶାହା । ପରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପହଲଗାମରୁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ଆକ୍ରମଣରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ ଅବର୍ଣ୍ଣନୀୟ, ଏହି ଦୁଃଖକୁ ବଖାଣିବାକୁ ଶବ୍ଦ ନାହିଁ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

State

କର୍ମଜୀବୀ ମହିଳାଙ୍କୁ ବାନ୍ଧି ଗଣଦୁଷ୍କର୍ମ

Blog Thumbnail

ଯାଜପୁର( ଦ କୁଇଭର):- ଯାଜପୁର ଜିଲ୍ଲାର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ। ଗତ ୨୨ ତାରିଖ ସନ୍ଧ୍ୟାରେ ଏହି ମହିଳାଙ୍କୁ ସହର ଉପକଣ୍ଠକୁ ଟେକିନେଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଥିଲେ। ପ୍ରତିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର‌ରେ ହାଣି ପକାଇଥିଲେ। ଯାଜପୁର ଟାଉନ ଥାନାଠାରୁ ୩ଶହ ମିଟର ଦୂର ଗାନ୍ଧୀଛକଠାରେ ମହିଳାଜଣକ ଘରକୁ ଯିବା ଲାଗି ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ‌ଅଟୋ ଚାଳକ ତାଙ୍କୁ ଘର ପାଖ ବଜାରରେ ଛାଡ଼ିଦେବ କହି ଡାକିଥିଲା। ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ। କିଛି ବାଟ ଗଲା ପରେ ଯୁବକଦ୍ବୟ ଅଟୋ ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳାଜଣକ ଏହାକୁ ବିରୋଧ କରିଥିଲେ ବି ଅଟୋ ଚାଳକ କିଛି ଶୁଣିନଥିଲେ। ପରେ ଦୁର୍ବୃତ୍ତଦ୍ବୟ ମହିଳାଙ୍କୁ ତାଙ୍କ ଓଢ଼ଣୀରେ ବାନ୍ଧି ପକାଇ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ୩ ଜଣ ମଦ୍ୟପ ଯୁବକଙ୍କ ସହ ମିଶି ମହିଳାଙ୍କୁ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଥିଲେ। ଦୁଷ୍କର୍ମ କରିବା ପରେ ତାଙ୍କ ପିଠି, ହାତକୁ ହାଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। କୌଣସିପ୍ରକାର ସେ ଖସି ଆସି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାହାଯ୍ୟ ମାଗିବା ସହ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ‌ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

State

ଆହୁରି ୪ ଦିନ ନିଆଁ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ଜଳୁଛି ସାରା ଓଡିଶା, ତାତିର ତାଉରେ ସିଜୁଛନ୍ତି ଓଡ଼ିଶାବାସୀ। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୪ ଦିନ କଲବଳ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି। ୨ ଦିନ ଯାଏ ସିଭିୟର ହିଟ ୱେଭକୁ ନେଇ ଝାରସୁଗୁଡା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ତାତିରୁ ନାହିଁ ନିସ୍ତାର । ୪୬ ଡିଗ୍ରୀ ପାର କରିବ ଦିନର ତାପମାତ୍ରା l ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, କେନ୍ଦୁଝର ,ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଂଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ଯାଏଁ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୪ ଦିନ ଯାଏ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୭ ପରେ ପାଗରେ ପରିବର୍ତ୍ତନ ସହ ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ବିଭାଗ ।

State

ବର୍ଷାଙ୍କୁ ଅନୁଭବ ଦେବେନାହିଁ କ୍ଷତିପୂରଣ : କଟକ ଜେଏମ୍ଏ‌ଫ୍‌ସି

Blog Thumbnail

ଦ କୁଇଭର ବ୍ୟୁରୋ:- ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ, ଏନେଇ ରାୟ ଶୁଣାଇଛନ୍ତି କଟକ ଜେଏମ୍ଏ‌ଫ୍‌ସି କୋର୍ଟ । ବାହାଘର କିଛି ବର୍ଷ ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । କୋର୍ଟରେ ଏନେଇ ମାମଲା ହୋଇଥିଲା କିନ୍ତୁ ଦୀର୍ଘ ଦିନ ଶୁଣାଣି ପରେ ମଧ୍ୟ କୋର୍ଟରେ ଏନେଇ ପ୍ରମାଣ ଦେଇପାରି ନାହାନ୍ତି ବର୍ଷା । ଏବେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ଭରଣପୋଷଣ ମାମଲା ସମ୍ପର୍କରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସ୍ବାମୀଙ୍କ ସମ୍ପତି ଦେଖି ଭରଣପୋଷଣ ମାଗି ପାରିବେନି ପତ୍ନୀ । ଭରଣପୋଷଣକୁ ସ୍ବାମୀଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଇ ପାରିବ ନାହିଁ ।

State

ସପ୍ତାହେ ତାତିରୁ ନିସ୍ତାର ନାହିଁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ସବୁଠି ପାରଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଗୋଟିଏ ଦୁଇଟି ସ୍ଥାନରେ ତାତି ୪୮ ଡିଗ୍ରି ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ନୂଆପଡ଼ା, ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା‌, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଉଷ୍ମ ରାତି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟାରେ ୩୦ରୁ ୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦେଖି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

State

ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର) :- ଦକ୍ଷିଣ ଓଡ଼ିଶା ର ପ୍ରମୁଖ ବ୍ରହ୍ମପୁର ସହର ରେ ଚାଲିଛି ମା ବୁଢ଼ୀ ଠାକୁରାଣୀ ଙ୍କ ଦୁଇ ବାର୍ଷିକ ଯାତ୍ରା l ପ୍ରାୟ ମାସେ ଧରି ଏହି ଯାତ୍ରା ଚାଲିଥିବା ବେଳେ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ମା'ଙ୍କ ଦର୍ଶନ ପାଈବା ପାଇଁ l ପ୍ରତିଦିନ ଲକ୍ଷାଧିକ ଭକ୍ତ ମା'ଙ୍କ ଅପାର କୃପା ଲାଭ କରିବା ପାଇଁ ଅନତୀ ଦୂରରୁ ଧାଇଁ ଆସନ୍ତି l ତେବେ ଏହି ଅଭିମୁଖେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଆସି ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଲାଭ କରିବା ସହ ଗଞ୍ଜାମ ପ୍ରସିଦ୍ଧ ତଥା ମା'ଙ୍କ ଯାତ୍ରାରେ ପ୍ରମୁଖ ବେଶ ବାଘନାଚ ଦେଖି ଖୁସି ହୋଇଛନ୍ତି ମୁଖ୍ୟମନ୍ତ୍ରୀ l

National,International

ପାଣି ପରେ ଏବେ ଔଷଧ ଚିନ୍ତା : ପାକିସ୍ତାନ

Blog Thumbnail

ଦ କୁଇଭର ବ୍ୟୁରୋ:- ପାକିସ୍ତାନ ପାଇଁ ଅସୁବିଧା ବଢ଼ି ବଢ଼ି ଚାଲିଛି । ପାଣି ପରେ ଏବେ ଔଷଧ ଚିନ୍ତା । ଭାରତ ସହ ସବୁ ପ୍ରକାର ବାଣିଜ୍ୟିକ କାରବାର ବନ୍ଦ ପରେ ଏବେ ପାକିସ୍ତାନରେ ଭାଳେଣି ପଡ଼ିଛି। ପାକିସ୍ତାନୀ ଗଣମାଧ୍ୟମ ଜିଓ ନିଓଜ୍ ଖବର ପ୍ରସାରଣ କରିଛି ଯେ, ଔଷଧ ଯୋଗାଣ ପାଇଁ ପାକିସ୍ତାନ ସରକାର ଲାଗିପଡ଼ିଛନ୍ତି। ପାକିସ୍ତାନର ଔଷଧ ନିୟନ୍ତ୍ରକ ସଂସ୍ଥା ଡିଆରଏପି କହିଛି ଯେ, କିପରି ଦେଶରେ ଔଷଧ ଯୋଗାଣ ବ୍ୟାହତ ହେବନି, ସେଥିପ୍ରତି ଧ୍ୟାନ ଦିଆଯାଉଛି । ଭାରତରୁ ବହୁ ଔଷଧ ପାକିସ୍ତାନକୁ ଯାଇଥାଏ । ହେଲେ ଏବେକାର ସ୍ଥିତିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବନ୍ଦ ହୋଇଯାଇଛି ।

State

ଦୁଇ ଭାଇକୁ ମାରି ନିଆଁ ଲଗେଇଦେଲେ ଦୁବୃର୍ତ୍ତ 

Blog Thumbnail

ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଗାଁରେ ଘଟିଛି ଘଟଣା l ଶାଳବଣ ରେ ହତ୍ୟା ପରେ ଖଲ୍ଲିକୋଟ ଥାନା ମରେଇନୂଆଗାଁ ନିକଟର ମୃତ ଦେହ ଫିଙ୍ଗି ନିଆଁ ଲଗେଇଦେଲେ ଦୁବୃର୍ତ୍ତ । ଆଜି ସକାଳେ ଶାଳବଣ ଗ୍ରାମରେ ପୂର୍ବ ଶତ୍ରୁତା ରୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ମୃତ ଦୁଇ ଭାଇ ହେଲେ ସଞ୍ଜୟ ବାରିକ ଓରଫ ବଙ୍କା ଓ ଅଜୟ ବାରିକ । ଦୁଇ ଭାଇ ଆଗରୁ ବିଭିନ୍ନ ଅପରାଧିକ ମାମଲା ରେ ଲିପ୍ତ ଥିଲେ । ତେବେ ବେଗୁନିଆପଡା ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି l

Sports

୫ ଓ୍ବିକେଟରେ ଚେନ୍ନାଇକୁ ପରାସ୍ତ କରିଛି ହାଇଦ୍ରାବାଦ

Blog Thumbnail

ଦ କୁଇଭର ବ୍ୟୁରୋ:-: ଚେପକ ଷ୍ଟାଡିୟମରେ ଆଜି ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ l ଆଇପିଏଲରେ ବିଜୟ ଧାରାକୁ ଫେରିଲା ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇକୁ ଘରେ ପଶି ହରାଇଲା ଏସଆରଏଚ । ହର୍ଷ ପଟ୍ଟେଲଙ୍କ ଘାତକ ବୋଲି ଯୋଗୁଁ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି କମିନ୍ସ ବାହିନୀ । ଆଇପିଏଲର ୪୩ ତମ ମୁକାବିଲାରେ ୫ ଓ୍ବିକେଟରେ ଚେନ୍ନାଇକୁ ପରାସ୍ତ କରିଛି ହାଇଦ୍ରାବାଦ । ଫଳରେ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଛି ଏସଆରଏଚ । ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଶେଷ ସ୍ଥାନରେ ହିଁ ରହିଛି । ଘାତକ ବୋଲି କରି ଆଜି ରନ କରିବାରେ ଧୋନି ବାହିନୀକୁ ଅଟକାଇଥିଲେ ହର୍ଷ ପଟ୍ଟେଲ । ସର୍ବାଧିକ ୪ ଓ୍ବିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ଶେଷ ଦୁଇଟି ମ୍ୟାଚ ପରାଜିତ ହୋଇଥିଲା ହାଇଦ୍ରାବାଦ । ଆଜି ପୁଣି ଦଳ ବିଜୟ ଟ୍ରାକକୁ ଫେରିଛି ।

State

ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ଗ୍ରାଜୁଏସନ

Blog Thumbnail

ଦ କୁଇଭର ବ୍ୟୁରୋ:- ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ମାଟ୍ରିକ ଥିଲା । ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯାଇଛି ।ଅବକାରୀ ବିଭାଗର କନେଷ୍ଟବଲ ମାନଙ୍କୁ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ଲେଫ୍ଟ ଏବଂ ରାଇଟ କେନାଲ ହେବ । ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି କ୍ୟାବିନେଟ ମଂଜୁର କରିଛି । ୮୬୬ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ରମ ଚାଲିବ। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟରେ ୬ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି ।ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

State

ହାଇଆଲର୍ଟ ଜାରି : ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଦୀର୍ଘ କାଳୀନ ଭିସାରେ ଓଡିଶାରେ ଅଛନ୍ତି ୧୨ ପାକିସ୍ତାନୀ ନାଗରିକ । ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପହଲଗାମ ଘଟଣା ପରେ ଓଡିଶାରେ ଅନୁପ୍ରବେଶକାରୀଙ୍କୁ ନେଇ ଚ୍ୟାଲେଞ୍ଜ ରହିଛି । ଏ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଦେଶରେ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ନେଇ ସମ୍ବେଦନଶୀଳ ସ୍ଥିତି ଥିବାବେଳେ ସେମାନଙ୍କ ନାଁ ଓ ପରିଚୟ ଗୋପନ ରଖିଛନ୍ତି ସରକାର ।


କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଅନେକ ପର୍ଯ୍ୟଟକ ଓ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ରାଜ୍ୟକୁ ଆସୁଥିବା ପର୍ଯଟକ ଓ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓ ରହଣିସ୍ଥଳ ମାନଙ୍କ ଉପରେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ନିର୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ପର୍ଯଟନସ୍ଥଳୀ ମାନଙ୍କରେ ହାଇଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି। ସାଧା ପୋଷାକରେ ଅଫିସର ବା ପୋଲିସ କର୍ମଚାରୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସ୍ଥାନୀୟ ପୋଲିସ ସେସବୁ ସ୍ଥାନ ମାନଙ୍କ ପର୍ଯ୍ୟାୟକ୍ରମେ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦେଶ ରହିଛି। ଏପରିକି ପର୍ଯଟଙ୍କ ମନରେ ଯେପରି ଭୟ ଓ ଆତଙ୍କ ସୃଷ୍ଟି ହେଲା ଭଳି ପରିସ୍ଥିତି ନ ଉପୁଜେ ସେନେଇ ପୋଲିସ ମୁତୟନ କରିବା ପାଇଁ ଓ ଗୁଇନ୍ଦା ନଜର ରଖିବା ପାଇଁଁ ମଧ୍ୟ କୁହାଯାଇଛି। ଏଥି ସହ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ସଂପି ମଲ ଓ ହସ୍ପିଟାଲ ଓ ସିନେମା ହଲ ଭଳି ଅନେକ ଭିଡଭାଡ ଅଞ୍ଚଳକୁ ମଧ୍ୟ ଫୋକସ ଦେଇ ସେସବୁ ସ୍ଥାନ ଉପରେ ନଜର ଦେବାକୁ ମଧ୍ୟ କୁହାଯାଇଛି। ଅଧିକ ଆତାଯାତ ନଥିବା ବା ଦୂର ଥିବା ପର୍ଯଟନ ସ୍ଥଳୀ ଗୁଡିକରେ ମଧ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି।ପୋଲିସ ବିଟ୍ ପାଟ୍ରୋଲିଂ ବଢାଇବା ପାଇଁ ଫୋକସ ଦିଆଯାଇଛି ।


ଏନେଇ ସମସ୍ତ ଥାନା ମାନଙ୍କରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ସହ ଏମରଜେନସି ରେସପ୍ସ ଟିମ୍ ଓ ଥାନା ଷ୍ଟାଫ୍ ମଧ୍ୟ ରାତ୍ରି କାଳୀନ ହେଉ ବା ଦିନରେ ବିଶେଷ କରି ପୋଲିସ ପାଟ୍ରୋଲିଂକୁ କଡାକଡି ପାଇଁ ନିର୍ଦେଶ ଦିଆଯାଇଛି। ଏଥି ସହ ବିଭିନ୍ନ ସମ୍ବେଦନଶୀଳପୂର୍ଣ୍ଣ ସ୍ଥାନ ଜାତୀୟ ସୁରକ୍ଷାକୁ ପ୍ରଧାନ୍ୟ ଦେଉଥିବା ସ୍ଥାନ ସହ ରେଳ ଷ୍ଟେସନ ,ଏୟାରପୋର୍ଟ ଓ ବସଷ୍ଟାଣ୍ଡ ଗୁଡିକ ଆଦି ସ୍ଥାନରେ ମଧ୍ୟ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି । ଜନଗହଳି ସ୍ଥାନ ଓ ପର୍ଯଟକଙ୍କ ଭିଡ଼ ଥିବା ସ୍ଥାନ ସହ ବିଭିନ୍ନ ହୋଟେଲ ଓ ଅଧିକ ଜନସମାଗମ ସ୍ଥାନ ବା ଲୋକଙ୍କ ସମାଗମ କାର୍ଯକ୍ରମ ଓ ସଭାସ୍ଥଳୀ ଓ ପ୍ରାର୍ଥନାସଭା ବା ସଭାଗୃହ ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସ୍ଥଳି ଆଦି ସ୍ଥାନ ମାନଙ୍କରେ ପୋଲିସ ପ୍ରହରା ବା ପାଟ୍ରୋଲିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି।ଓଡ଼ିଶାର ସୀମାକୁ ଲାଗିଥିବା ୪ଟି ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ ସୀମାବର୍ତ୍ତୀ ଜିଲ୍ଲାରେ ଅନେକ ଚେକ ପୋଷ୍ଟ ରହିଛି। ଚେକ୍ ପୋଷ୍ଟ ଉପରେ କଡା ନଜର ରହିବାକୁ ସୀମାବର୍ତ୍ତୀ ଜିଲ୍ଲାର ଏସପି ମାନଙ୍କୁ କଡ଼ା ନିର୍ଦେଶ ରହିଛି । ସିସିଟିଭି କଭରେଜ ଦ୍ବାରା ନଜର ରଖିବା ସହ ଜିଲ୍ଲା ଗୁଡିକ ଭିତରେ ମଧ୍ୟ ସୀମା ଭିତରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସୀମାରେ ମଧ୍ୟ ଚେକ ପୋଷ୍ଟ ରହିଛି । ଯେଉଁଠି ଯାନାବାହାନ ତନଖିବା ଓ ଅନ୍ୟ ଦିଗ ପ୍ରତି ନଜର ଦେବାକୁ କୁହାଯାଇଛି। ଏଥି ସହ ରାତ୍ରି କାଳିନ ସହରରେ ବ୍ଲକିଂ ଓ ଚେକିଂ ମଧ୍ୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କରି ସହର ମାନଙ୍କରେ ରାତ୍ରି କାଳିନ ଗାଡି ଯିବାଆସିବା ଉପରେ ନଜର‌ ରଖିବା ସହ ଯଦି କୋୖଣସି ସଂଦେହ ଜନକ ଅବସ୍ଥାରେ କିଛି ଯାତାୟତ ହେଉଥିଲେ ମଧ୍ୟ ସେସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ହେବାକୁ ମଧ୍ୟ କୁହାଯାଇଛି । ସେମାନଙ୍କର ମୁଖିଆ ଓ ସେମାନଙ୍କର ସଙ୍ଘ କର୍ମକର୍ତା ମାନଙ୍କ ସହ ମଧ୍ୟ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ବିଭିନ୍ନ ହୋଟେଲ ଓ ମୋଟରଯାନ ସଙ୍ଘ ବା ସଂସ୍ଥା ସହ ବିଭିନ୍ନ ସଂଗଠନ ସହ ଭାବରେ ଆଦାନ ପ୍ରଦାନର ମାଧ୍ୟମରେ ଯୋଗାଯୋଗ କରି ବିଭିନ୍ନ ଗତ ବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଯଦି କୌଣସି ଅସ୍ବଭାବନୀୟ ଗତିବିଧି ବା ପରିସ୍ଥିତ ନଜରକୁ ଆସେ ପୋଲିସ ସହ ଯୋଗାଯୋଗରେ ରହି କିପରି ସେସବୁ ମୁକାବିଲା କରିହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ କୁଇକ ରେସପ୍ସ ଟିମକୁ ଆଲର୍ଟ ରହିବା ସହ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ରହିଛି । ଏପରିକି କୋୖଣସି ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଆତଙ୍କି ମୁକାବିଲା ପାଇଁ ପ୍ରସ୍ତୁତ ଥିବ ସ୍ବତନ୍ତ୍ର ଟିମ୍ । କୁଇକ ରେସପନ୍ସ ଟିମ୍, କାଉଣ୍ଟର ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ , ବ୍ଲାକ କମାଣ୍ଡ ଭଳି ଦୁଶଧ ଯବାନ ମାନେ ଯେଉଁମାନେ ଏଭଳି ପରିସ୍ଥିତି ମୁକାବିଲା ପାଇଁ ତାଲିମ ପ୍ରାପ୍ତ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ଏଥି ସହ ଜିଲ୍ଲାର ଫୋର୍ସ ଓ ବାଟାଲିୟନ ମାନଙ୍କୁ ମଧ୍ୟ ପୁରା ଆଲର୍ଟ ସହ କୋୖଣସି ପରିସ୍ଥିତିରେ କେଉଁଠିକୁ ଯିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ସହ ସବୁ ସଜାଗ ରହିବା ପାଇଁ ଜିଲ୍ଲାର ଆରଆଇ ଓ କମାଣ୍ଡାଟ ମାନଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦେଶ କରାଯାଇଛି। ସମସ୍ତ ପ୍ରକାର ଗତିବିଧି ସହ ଗୁଇନ୍ଦା ଆଧାର କରି ବିଭିନ୍ନ ସୂଚନା ଓ ପଡୋଶୀ ଜିଲ୍ଲା ମାନଙ୍କ ସହ ସୂଚନା ଆଦାନ ପ୍ରଦାନ କରି ଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି । ଏଥି ସହ ଏଭଳି ସମୟରେ ସର୍ବଦା ପ୍ରସ୍ତୁତ ଓ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ କରି ସବୁ ପ୍ରକାର ବ୍ୟବସ୍ଥା ପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟ ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜିଙ୍କ ପକ୍ଷରୁ ଏନେଇ ମଧ୍ୟ ଜିଲ୍ଲାର ଏସପି ଓ ଡିସିପି ମାନଙ୍କ ସହ ରିତିମତ ଭାବେ ଯୋଗାଯୋଗ ରହିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ପୋଲିସ ଡିଜି କହିଛନ୍ତି ‘‘ଏନେଇ‌ କେନ୍ଦ୍ର ଗୃହ ବିଭାଗ ସହ ଆଲୋଚନା କରାଯାଇଛି। ଯାହା ନିର୍ଦେଶ ରହିଛି ସେନେଇ‌ ପ୍ରକ୍ରିୟା ଚାଲୁ ରହିଛି।

National

ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ : ୨୬ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ :- ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ ଥିଲେ ବୋଲି ଅନୁମାନ କରାଯାଉଛି। ଅପରାହ୍ନ ସାଢ଼େ ଦୁଇଟା ବେଳେ ପ୍ରଥମେ ସେମାନେ ଏକ ଉଚ୍ଚସ୍ଥାନରୁ ଲୋକଙ୍କୁ ଗୁଳି ମାରିଥିଲେ। କେତେକ ପର୍ଯ୍ୟଟକ ଘୋଡ଼ାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଟିଆର୍‌ଏଫ୍‌ ଆତଙ୍କବାଦୀ ତନଜିମ୍‌ର ସମ୍ପୃକ୍ତି ରହିଛି। ୨ରୁ ୩ ଜଣ ଆକ୍ରମଣକାରୀ ପୁଲିସ/ସେନା ପୋଷାକ ପିନ୍ଧିଥିଲେ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ପରିଧାନରେ ଥିଲେ। କେତେକ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ‘ତୁମେ ହିନ୍ଦୁ ନା ମୁସଲ୍‌ମାନ’ ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ। ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା ସଂପର୍କୀୟମାନେ କହିଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଘଟଣାସ୍ଥଳକୁ ସିଆର୍‌ପିଏଫ୍‌ର ଅତିରିକ୍ତ କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍‌ଟି) ପଠାଯାଇଛି। ସୁରକ୍ଷା କର୍ମୀ ସେଠାରେ ବିଶାଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଟିଆର୍‌ଏଫ୍‌ (ଦ ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ଏହା ଲସ୍କର-ଏ-ତୋଏବା ସହ ଜଡ଼ିତ ଏକ ଆତଙ୍କବାଦୀ ସଂଗଠନ l


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୃଣ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ ପାଇଁ ଆମର ପ୍ରତିବଦ୍ଧତା ଅତୁଟ ଏବଂ ସେମାନଙ୍କଏଜେଣ୍ଡା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ଏହି ଘୃଣ୍ୟ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ଆକ୍ରମଣକାରୀମାନେ ଏହାର କଠୋରତମ ପରିଣାମ ଭୋଗିବେ। ଶାହ ଘଟଣା ସଂପର୍କରେ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇବା ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାହ ଆଜି ରାତିରେ ଶ୍ରୀନଗର ପହଞ୍ଚି ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆକ୍ରମଣ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବ ବୋଲି ଜଣାପଡ଼ିଛି।

State

ବିଧାୟକଙ୍କ ନାମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟଙ୍ଗ : ସାଧାରଣରେ ଅସନ୍ତୋଷ

Blog Thumbnail

ଗଞ୍ଜାମ( ଦ କୁଇଭର):- ରବିବାର ଗଞ୍ଜାମ ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପ୍ରଥମେ ବ୍ରହ୍ମପୁର ମା' ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ରେ ପହଞ୍ଚି ମା'ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ଶୁଭମନାସି ଥିଲେ l ପରେ ବାଘ ନାଚ ଦେଖିବା ସମୟରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଅଣଦେଖା କରିବା ନଜର ଆସିଥିଲା l ପରେ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଦ୍ୟାଳୟ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଅପମାନ କରୁଥିବା ପରିଲକ୍ଷିତ ହୋଇଛି l ନିଜେ ମୁଖ୍ୟମନ୍ତ୍ରୀ, ନିଜ ଦଳୀୟ ନେତା ତଥା ଚିକିଟି ବିଧାୟକଙ୍କ ନାମକୁ ଠିକ ଭାବରେ ଉଚ୍ଚାରଣ ନ କରି ଅନ୍ୟ ପ୍ରକାରେ ବିଧାୟକଙ୍କ ନାମକୁ କହିଥିଲେ,ତଥା ବିଧାୟକ ଙ୍କ ନାମକୁ ନେଇ ବ୍ୟଙ୍ଗ କରିବା, ଆଉ ସେହି ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି l ଯାହାକୁ ଦେଖିବା ମାତ୍ରେ ଯେ କେହି ଭି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଡାକିବା ଶୈଳୀ କୁ ନାପସନ୍ଦ କରିବା ସହ ଦୃଢ଼ ନିନ୍ଦା କରୁଛନ୍ତି, ବିଶେଷ କରି ଚିକିଟି ବାସୀ ଦୃଢ଼ ନିନ୍ଦା କରୁଛନ୍ତି। ମୁର୍ଖ ମୁଖ୍ୟମନ୍ତ୍ରୀ ହାଏ ହାଏ ବୋଲି ଚିକିଟି ଅଞ୍ଚଳ ରେ ନାରାବାଜି ହୋଇଥିବା ପରିଲକ୍ଷିତ ହୋଇଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବା ପରିଲକ୍ଷିତ ହୋଇଛି l ତେବେ ଏନେଇ ଚିକିଟି ବିଧାୟକଙ୍କ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରିନାହିଁ l

Shree Jagannath

ଆତଙ୍କୀ ଘଟଣା ପରେ ପୁରୀ ରେ କଡାକଡି ସୁରକ୍ଷା

Blog Thumbnail

ପୁରୀ( ଦ କୁଇଭର):- ପହଲଗାମ୍‌ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ । ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି । ଦିନକୁଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟାବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ । ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ ।


ରାଜ୍ୟ ଶସସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର , ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବ।ତେଵେ ଏହି ସୁରକ୍ଷା ବାହିନୀ ଆଣ୍ଟି ଟେରରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ,ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଆଗକୁ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଥିବା ବେଳେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଫଳପ୍ରଦ ହେବ ବୋଲି ମତ ପ୍ରକାଶ ପାଇଛି ।

State

ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୪୦ ଛୁଇଁଲା

Blog Thumbnail

ଦ କୁଇଭର ବ୍ୟୁରୋ:- ଶିମିଳିପାଳରେ ବଢୁଛି ମହାବଳ ବାଘ ବଂଶ। ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି ୪୦ ମହାବଳ। । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ବର୍ଷକରେ ମହାବଳ ବାଘ ସଂଖ୍ୟା ୧୦ ବଢିଲା । ଚଳିତ ବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଛି। ଜିନତ୍ ଓ ଯମୁନା ବ୍ୟତିତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ଯମୁନା ଓ ଜୀନତ ବ୍ୟତିତ ୧୩ ଟି ପୁରୁଷ ମହାବଳ ଓ ୧୭ ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏନେଇ କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ଅନ୍ୟପଟେ ଗୁରୁବାର ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର । ଦୀର୍ଘ ୪୫ ବର୍ଷ ପରେ ପୂରଣ ହୋଇଛି ଦାବି । ୧୯୮୦ ମସିହାରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା ।