Join Us To Make A Difference

The Drops💧

ଭଞ୍ଜନଗର ରେ ଲାଗିରହିଛି ଝାଡାବାନ୍ତି, ଗଲାଣି ଏକାଧିକ ଜୀବନ

ଭଞ୍ଜନଗର ରେ ଲାଗିରହିଛି ଝାଡାବାନ୍ତି, ଗଲାଣି ଏକାଧିକ ଜୀବନ
Published by:Jyotshna Kumari
#health & lifestyle

ଭଞ୍ଜନଗର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଚିନ୍ତା ବଢ଼ାଇଛି, ଗାଁରେ ଲାଗିରହିଥିବା ଝାଡ଼ାବାନ୍ତି ପରିସ୍ଥିତି । ପ୍ରଶାସନିକ ଅଧିକାରୀ ଏବଂ ଡାକ୍ତରୀ ଟିମ୍ କୁ ନେଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି, ସ୍ଥାନୀୟ ବିଧାୟକ । ଏହା ଭିତରେ ଝାଡ଼ାବାନ୍ତିରେ ଗଲାଣି ୪ ଜଣଙ୍କ ଜୀବନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା କରିଛନ୍ତି, ବିଧାୟକ । ଏ ହେଉଛି, ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁର ପରିସ୍ଥିତି ।

ପ୍ରଥମେ ଝାଡ଼ାବାନ୍ତି ଆରମ୍ଭ ହେବାପରେ, ଆକ୍ରାନ୍ତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉକିଛି ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଉକିଛି ଏବେବି ଭଂଜନଗର ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଏହା ବ୍ୟତିତ ଦୈନିକ କିଛିକିଛି ଲୋକ ଆକ୍ରାନ୍ତ ହୋଇ, ନିୟମିତ ମେଡିକାଲରେ ଭର୍ତ୍ତି ହେଉଛନ୍ତି ।

କୁହାଯାଉଛି ଗାଁର ପାନୀୟଜଳ ପ୍ରକଳ୍ପରୁ ଯୋଗାଣ ହେଉଥିବା ପାଣି ପିଇ, ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହି କାରଣରୁ ଏବେ ସଂପୃକ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ରହିଥିବା କିଛି ନଳକୂଅ ପାଣି ପିଇବା ଉପଯୋଗୀ ହେଉନାହିଁ । ଏ‌ହାକୁ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗ ପିଇବା ପାଣି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଏହା ବ୍ୟତିତ ଗାଁର କିଛି ସ୍ଥାନରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ଯାହା ଏଭଳି ରୋଗର ଆଉଏକ କାରଣ ପାଲଟିଛି । ଗାଁର ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଏଏନ୍ କର୍ମଚାରୀ ମାନେ ଘରକୁ ଘର ବୁଲି, ମେଡିସିନ ଦେବାସହ, ଲୋକଙ୍କୁ ସଚେତନ କରାଉଛନ୍ତି । ସବୁପ୍ରକାର ପ୍ରତିକାର ବ୍ୟବସ୍ଥା ଓ ସତର୍କତା ପରେ ବି, ପ୍ରତିଦିନ କିଛିକିଛି ଲୋକ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ କୁହାଯାଉଛି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Farming,State

ରାଜ୍ୟରେ ନାହିଁ ସାର ଅଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ ତଥା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସାରର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ । କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି । ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇ ଦେବା ପାଇଁ" କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ l ସେହିଭଳି ମାର୍କଫେଡ଼ର ଅଧିକାରୀଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରତ୍ୟେକ ଜିଲ୍ଲାରେ Crop Diversification ଏବଂ Integrated Farming System କୁ ଅଧିକ ଗୁରୁତ୍ୱ, ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷ କାର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ସଫଳ ହୋଇ ପାରିବ ।

State

କଟିବ ଧନୀ ଲୋକଙ୍କ ରାସନ କାର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଲକ୍ଷାଧିକ ମୃତକ (ଭୂତ)ଙ୍କ ନାଁରେ ଉଠୁଥିଲା ରାସନ ଚାଉଳ। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ମାଗଣା ଚାଉଳ ନେଉଥିଲେ। ଯୋଗାଣ ବିଭାଗ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ପରେ ଭୂତ କାର୍ଡ କେଳେଙ୍କାରୀ ଧରାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫.୭୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ଶ୍ରୀ ପାତ୍ର କହିଛନ୍ତି ଯେ ଅଧିକ ରୋଜଗାର କରୁଥିବା ବର୍ଗର ବ୍ୟକ୍ତିଙ୍କୁ ରାସନ କାର୍ଡ ନିଜ ଆଡ଼ୁ ଫେରାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ। ଏହାଭିତରେ ୧ଲକ୍ଷ ୫ହଜାର ଆୟକରଦାତା କାର୍ଡ ଫେରାଇ ସାରିଲେଣି। ବିଗତ ୩-୪ବର୍ଷ ହେବ ରାଜ୍ୟର ୧୪ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବଦେନ କରି କାର୍ଡ ଅପେକ୍ଷାରେ ରହିଥିଲେ। ସେଥିରୁ ୬ ଲକ୍ଷ ଗରିବ ଲୋକଙ୍କୁ କାର୍ଡ ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଅତି ଦରିଦ୍ର ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ କାର୍ଡ ଜରିଆରେ ମାଗଣା ୩୫ କେଜି ଚାଉଳ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଯାଞ୍ଚ ବେ‌ଳେ ଗୋଟିଏ ପରିବାରର ୩ଜଣ ଲୋକ ଏହି କାର୍ଡ ହାତେଇଥିବା ଜଣାପଡ଼ିଥିଲା। ଏଭଳି ତଞ୍ଚକତା କରିଥିବା ଲୋକଙ୍କ କାର୍ଡ କାଟି ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ ଗରିବ ଲୋକଙ୍କ ଅଧିକାରକୁ ମାଡ଼ି ବସିଛନ୍ତି ସେଥିରୁ ବେଦଖଲ କରିବା ଲାଗି ଯୋଗାଣ ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ଦୀର୍ଘମାସ ଧରି ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ହେଲେ ସେପ୍ଟେମ୍ବର ପହିଲା ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୭ ଲକ୍ଷ, ମୟୂରଭଞ୍ଜରେ ୧ ଲକ୍ଷ, କଳାହାଣ୍ଡିରେ ୯୮ ହଜାର, କଟକରେ ୯୫ ହଜାର, ବଲାଙ୍ଗୀରରେ ୯୧ ହଜାରଙ୍କୁ ମିଶାଇ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହାଭିତରେ କେନ୍ଦ୍ର ସରକାର ଇ-କେୱାଇସି ଅବଧିକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି ଅନେକ ଭୂତ ହିତାଧିକାରୀ ଚିହ୍ନଟ ହୋଇପାରନ୍ତି।

Crime

ଅବକାରୀ ଅଧିକାରୀଙ୍କୁ ମାଡ଼ ମାରି ଧମକ ଦେବା ଅଭିଯୋଗରେ ୨ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମାଡ଼ ମାରିବା, ଅଶ୍ଳୀଳ ଗାଳି କରିବା,ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଅବକାରୀ ଏଏସଆଇ ବଳରାମ ବେହେରାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି l ସୂଚନା ପ୍ରକାରେ,ଅବକାରୀ ବିଭାଗ ଏଏସଆଇ ବଳରାମ ବେହେରା ଏବଂ ତାଙ୍କ କର୍ମଚାରୀମାନେ, ଗତ ସୋମବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ଆଙ୍କୁଲି ପ୍ରଧାନ ସାହିର ସନ୍ତୋଷ ମଣ୍ଡଳ,ବେଆଇନ ଭାବରେ IMFL ପରିବହନ କରୁଥିଲେ, ଯେଉଁଥିରେ ନଂ OD୦୭P ୪୧୧୬ ବିଶିଷ୍ଟ ଏକ ସ୍କୁଟିରେ ୬୦ ବୋତଲ ବିୟର ଥିବା ୫କାର୍ଟନ ସହ ଅଭିଯୁକ୍ତଙ୍କୁ କାବୁ କରି କାର୍ଯ୍ୟାଳୟକୁ ନେଇଥିଲା l


କିଛି ସମୟ ପରେ ଯେତେବେଳେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଆଇନଗତ କାର୍ଯ୍ୟ କରୁଥିଲେ,ମୁଖ୍ୟ ଅଭିଯୁକ୍ତର ନାରାୟଣ ସାହୁ, ତାଙ୍କ ବଡ଼ ଭାଇ ତୋଫାନ ସାହୁ ଏବଂ ଭଣଜା ସାଗର ସାହୁ ଏବଂ ଜିତୁ ପୂର୍ବ ଯୋଜନାବଦ୍ଧ ଭାବରେ ଜୋର ଜବରଦସ୍ତ ଏକ୍ସାଇଜ୍ ଷ୍ଟେସନ ଭିତରକୁ ପ୍ରବେଶ କରି ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ସେମାନଙ୍କ ଉପରକୁ ଅଫିସ ଭିତରେ ଚେୟାର ଫିଙ୍ଗିଥିଲେ, ତା'ସହିତ ଅଟକ ଥିବା ସନ୍ତୋଷ ମଣ୍ଡଳ ଏବଂ ଜବତ ମଦକୁ ବଳପୂର୍ବକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।


ଅଭିଯୁକ୍ତମାନେ ଜୋରଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ଜବତ ସାମଗ୍ରୀ ସହିତ ସନ୍ତୋଷ କୁ ନ ଛାଡିବେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ଅଧିକାରୀମାନଙ୍କୁ ଠେଲାପେଲା କରିଥିଲେ ଏବଂ ଜୀବନରେ ମାରିଦେବା ପାଇଁ ଭୟଙ୍କର ଧମକ ମଧ୍ୟ ଦେଇଥିଲେ l ବିବାଦ ଉଗ୍ର ରୂପ ନେବା ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରି ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିବା ବେଳେ ଅଧିକାରୀଙ୍କ ଉଚିତ ବୁଦ୍ଧି ଯୋଗୁଁ ସେ ବଞ୍ଚି ଯାଇଥିଲେ,ଆଉ ଲୁହା ରଡ୍ ଟେବୁଲ କାଚରେ ବାଜି ଅନେକ କ୍ଷୟ କ୍ଷତି ହୋଈଥିଲା l ତେଵେ ପୂର୍ବରୁ ମଧ୍ୟ ସମାନ ଭାବରେ ଅଭିଯୁକ୍ତ ମାନେ ବିଭାଗକୁ ଆସି ଏକ୍ସାଇଜ୍ ଅଧିକାରୀ ଏସଆଇ ସସ୍ମିତା ମଲ୍ଲିକ ଏବଂ ମୋବାଇଲ୍ ସ୍କ୍ୱାର୍ଡର ଇନସ୍ପେକ୍ଟର ମୋନିଷା ଭୋଳାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି l ତେବେ ଏହି ଦୁଇ ଅଭିଯୁକ୍ତ ତୋଫାନ କୁମାର ସାହୁ ଏବଂ ସାଗର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

Sports

ଏସିଆ କପ୍ କ୍ରିକେଟରେ ୨୭ ବଲ୍ ରେ ୟୁଏଇ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଏସିଆ କପ୍ 2025ରେ ବିଜୟ ସହିତ ଆରମ୍ଭ କରିଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଚଳିତ ଟୁର୍ଣ୍ଣାମେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)କୁ 9 ୱିକେଟରେ ପରାସ୍ତ କରି ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଟସ୍ ହାରିବା ପରେ UAE ଦଳ ପ୍ରଥମେ ବ୍ୟାଟିଂ କରି 13.1 ଓଭରରେ ମାତ୍ର 57 ରନ୍ କରିପାରିଥିଲା। ଜବାବରେ ଭାରତୀୟ ଦଳ 4.3 ଓଭରରେ ଅର୍ଥାତ୍ ମାତ୍ର 27 ବଲ୍ ରେ ଗୋଟିଏ ୱିକେଟ ବିନିମୟରେ 60 ରନ୍ କରି ମ୍ୟାଚ୍ ଜିତି ନେଇଥିଲା।ଭାରତ ଏସିଆ କପ୍ 2025ରେ ବିଜୟ ସହିତ ଆରମ୍ଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ 9 ୱିକେଟରେ ପରାସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟରେ ବିଜୟ ସହିତ ସେମାନଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, UAE ଦଳ 13.1 ଓଭରରେ ମାତ୍ର 57 ରନ କରିପାରିଥିଲା। ଜବାବରେ ଭାରତୀୟ ଦଳ 4.3 ଓଭରରେ ଅର୍ଥାତ୍ ମାତ୍ର 27 ବଲ୍ ରେ ଗୋଟିଏ ୱିକେଟରେ 60 ରନ କରି ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଅଭିଷେକ ଶର୍ମା 16 ବଲ୍ ରେ 30 ରନ୍ କରିଥିଲେ। ଶୁଭମନ ଗିଲ୍ 20 ଏବଂ ସୂର୍ଯ୍ୟକୁମାର ଯାଦବ 7 ରନ୍ କରି ଅପରାଜିତ ରହିଥିଲେ। UAE ପାଇଁ ଜୁନୈଦ ସିଦ୍ଦିକି ଗୋଟିଏ ୱିକେଟ ନେଇଥିଲେ। ଭାରତର ଘାତକ ବୋଲିଂ ଆଗରେ UAE ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ ଏବଂ ଦଳ ମାତ୍ର 57 ରନରେ ଅଲଆଉଟ୍ ହୋଇଯାଇଥିଲା। ସେମାନଙ୍କର 8 ଜଣ ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। UAEର ଇନିଂସ ଅଧିନାୟକ ମହମ୍ମଦ ୱାସିମ୍ ଏବଂ ଆଲିଶାନ୍ ଶରାଫୁ ଆରମ୍ଭ କରିଥିଲେ କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। ଦଳକୁ ପ୍ରଥମ ଝଟକା 26 ରନରେ ଲାଗିଥିଲା, ଯେତେବେଳେ ଜସପ୍ରିତ ବୁମରାହ ଆଲିଶାନ୍ ଶରାଫୁଙ୍କୁ 22 ରନ୍ ରେ ବୋଲ୍ଡ କରିଥିଲେ। ଏହାପରେ ମହମ୍ମଦ ଜୋହେବ 2 ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ୍ ହୋଇଥିଲେ। ନବମ ଓଭରରେ କୁଲଦୀପ ଯାଦବ ତାଙ୍କର ବୋଲିଂର ଯାଦୁ ଦେଖାଇ ଗୋଟିଏ ଓଭରରେ ତିନିଟି ୱିକେଟ ନେଇଥିଲେ। ସେ ରାହୁଲ ଚୋପ୍ରା (୩), ଅଧିନାୟକ ମହମ୍ମଦ ୱାସିମ୍ (୧୯) ଏବଂ ହର୍ଷିତ କୌଶିକ (୨)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ UAE 50 ରନରେ ପାଞ୍ଚଟି ୱିକେଟ ହରାଇଥିଲା। ଶିବମ୍ ଦୁବେ 51 ରନରେ ଆସିଫ୍ ଖାନ (୨)ଙ୍କୁ ଆଉଟ୍ କରି ଷଷ୍ଠ ଝଟକା ଦେଇଥିଲେ। ତା'ପରେ 52 ରନରେ ଅକ୍ଷର ପଟେଲ ସିମରନଜିତ ସିଂହ (1)ଙ୍କୁ ସପ୍ତମ ୱିକେଟ ପାଇଁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଖୁବ୍ ଶୀଘ୍ର ଦୁବେ ଧ୍ରୁବ ପରାଶର (1) ଏବଂ ଜୁନୈଦ ସିଦ୍ଦିକି (2)ଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଶେଷ ଝଟକା କୁଲଦୀପ ଯାଦବ ଦେଇଥିଲେ, ଯେତେବେଳେ ହାଇଦର ଅଲି (1) ସଞ୍ଜୁ ସାମସନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ 4 ୱିକେଟ୍ ନେଇଥିଲେ, ଯେତେବେଳେ ଶିବମ୍ ଦୁବେ 3 ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ 1-1 ସଫଳତା ପାଇଥିଲେ। ସମଗ୍ର ୟୁଏଇ ଦଳ ବହୁତ ଶସ୍ତା ସ୍କୋରରେ ଅଲଆଉଟ୍ ହୋଇଯାଇଥିଲା ଏବଂ ସମଗ୍ର ଇନିଂସରେ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା।

State

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ଆରମ୍ଭ ହେଲା ମତଦାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ୧୦ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଭୋଟ୍ ଦେଇ ସଂସଦ ଭବନରୁ ବାହାରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ଭୋଟ୍ ଦେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପାଇଁ ଯିବେ। ତେବେ ଆଜି ପୂର୍ବାହ୍ଣ ୧୦ଟାରେ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟାରେ ଶେଷ ହେବ। ସନ୍ଧ୍ୟା ୬ଟାରେ ଭୋଟ ଗଣତି ହେବ। ବିଜୟୀ ପ୍ରାର୍ଥୀ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେବେ। ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ‌ଗୋପନ ବାଲଟ୍‌ ଜରିଆରେ ଭୋଟ ଦେବେ। ଇଚ୍ଛା ଅନୁଯାୟୀ ଭୋଟ ଦେବାର ସ୍ବାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ‌ମତଦାନ କରିଥାନ୍ତି। ‌ଗୋପନ ବାଲଟ୍ ଜରିଆ ଭୋଟ ହେଉଥିବାରୁ କ୍ରସ ଭୋଟିଂ ଆଶଙ୍କା ବି ରହିଛି। ତେବେ ନିର୍ବାଚନ ସମୟରେ ଏନ୍‌ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିବେ। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ‌ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ‌ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରିବେ। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍‌ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହି‌ବେ ବୋଲି ଘୋଷଣା କରିସାରିଛନ୍ତି। ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କର ସଂପର୍କ ଦଳ ସହିତ ବର୍ତ୍ତମାନ ଭଲ ନାହିଁ। ତେଣୁ ତାଙ୍କ ଭୋଟ ଉପରେ ନଜର ରହିଛି। ଲୋକସଭାରେ ୭ ଜଣ ସ୍ବାଧୀନ ସାଂସଦ ମଧ୍ୟ ରହିଛନ୍ତି। ସେମାନେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ‌ ତାହା ସ୍ପଷ୍ଟ ହୋଇନାହିଁ।‌ ତେଣୁ ଗଣିତରେ କିଛିଟା ଏପଟସେପଟ ହୋଇପାରେ।

Crime,City

ବ୍ରହ୍ମପୁରରେ ଧଳା ଜହରର ଆଡ୍ଡା ସହ ନକଲି ବିଦେଶୀ ମଦ କାରଖାନା ଜବତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଅବକାରୀ ମୋବାଇଲ ସ୍କ୍ୱାଡର ବଡଧରଣର ରେଡ ହୋଇଛି । ଧଳା ଜହର ବା ବ୍ରାଉନ ସୂଗାରର ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ ।


ସୂଚନା ପ୍ରକାରେ, ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ କୈଳାଶ ନଗରରୁ ସନ୍ଧ୍ୟା ରାଣୀ ଶତପଥୀ ଓ ତାଙ୍କ ପୁଅ ସ୍ବରାଜଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ l ସଂଧ୍ୟାରାଣିଙ୍କ ଠାରୁ ୧୪୨ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ( ଆନୁମାନିକ ୧୫ ଲକ୍ଷ ଟଙ୍କାର ) ଜବତ୍ ହୋଇଥିବା ଘରେ, ବିଭାଗ ରେଡ କଲା ବେଳେ ବାହାରିଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି,ଏଥିରେ ପୁରା ପରିବାର ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ବଡ ପୁଅ ଖୋର୍ଦ୍ଧାରୁ ବ୍ରାଉନ ସୂଗାର୍ ଆଣି ମା'ଙ୍କୁ ଦେଉଥିବା ବେଳେ ମାଆ ଏଠାରେ ବିଭିନ୍ନ ଏଜେଣ୍ଟଙ୍କ ଦ୍ଵାରା ବିକ୍ରି କରୁଥିବା ଜଣାପଡିଛି। ତେବେ ଗୁରୁବାର ଅବକାରୀ ମୋବାଇଲ ସ୍କ୍ଵାଡ ପକ୍ଷରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଡିଆ ନିକଟରୁ ବଡ ବଜାର ଅଞ୍ଚଳର ବାବୁ ଦଳାଇଙ୍କ ଠାରୁ ୪୧ ଗ୍ରାମ ଓ ଏସ ନାରାୟଣ ପାତ୍ରଙ୍କଠୁ ପ୍ରାୟ ୪୪ ଗ୍ରାମର ବ୍ରାଉନ ସୁଗାର ସହ ଧରିଥିଲା,ପଚରା ଉଚରା ବେଳେ ସଂଧ୍ୟାରାଣୀ ତାଙ୍କୁ ସପ୍ଲାଏ କରୁଥିବା ଜାଣିବାକୁ ପାଇ କୈଳାଶ ନଗର ସ୍ଥିତ ଘର ଉପରେ ରେଡ କରିଥିଲା l ସେତେବେଳେ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସେହି ସାହି ନିକଟରୁ ଗିରଫ କରିଥିଲା ସ୍କ୍ଵାଡ । ପରେ ଘରେ ଯାଞ୍ଚ ପାଇ ଗଲା ବେଳେ ତାହା ଭିତରେ ଦେଖିବାକୁ ପାଇଥିଲା ବିଦେଶୀ ନକଲି ମଦ କାରଖାନା,ସ୍ୱରାଜ ଶତପଥୀ ଏହି ବେଆଇନ ମଦ କାରବାର କରୁଥିବା ସହ,୨୦ ଲିଟର ନକଲି IMFL, ୧୨୦ ଟି ନକଲି ରୋୟାଲ ବ୍ରାଣ୍ଡ ମଦ ସହ ଅନେକ ନକଲି ବିଦେଶୀ ମଦକୁ ଜବତ କରିଛି ବିଭାଗ l


ସନ୍ଧ୍ୟା'ଙ୍କ ନିଜ ଘର ଗଞ୍ଜାମ ବ୍ଲକରେ ହୋଇଥିବାବେଳେ ସେ ଏଠାରେ ଘର ଭଡା ନେଇ ରହିବା ସହ ଆଉ ଏକ ପୁଅ ମାଧ୍ୟମରେ ବ୍ରାଉନ ସୁଗାର ଆଣି ବ୍ରହ୍ମପୁର ସହର ସାରା ସପ୍ଲାଏ କରୁଥିବା ଜଣାପଡିଛି।

State,District

୫ ପୋଲିସ ଅଫିସର ଓ ସ୍ୱତନ୍ତ୍ର ପ୍ରସିକ୍ୟୁଟର ପୁରସ୍କୃତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୁଲିସ ଜିଲ୍ଲାର ବୈଦ୍ୟନାଥପୁର ଓ ନିମଖଣ୍ଡି ଥାନାରେ ରୁଜୁ ହୋଇଥିବା ୨ଟି ଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ, ନିରୀକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇପାରିଛି। ଯାହାକୁ ନେଇ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ, ନିରୀକ୍ଷଣ ଅଧିକାରୀ ଓ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଜନୈକା ନାବାଳିକା ନିଜ ପରିବାର ବର୍ଗଙ୍କ ସହିତ ହାଇଦ୍ରାବାଦରେ ରହୁଥିଲେ | ତାଙ୍କ ବାପା ମା'କାମକୁ ଚାଲିଯିବାପରେ ତାଙ୍କ ଘର ନିକଟରେ ରହୁଥ‌ିବା ବିହାର ବକ୍ସର ଗ୍ରାମର ଅଭିଯୁକ୍ତ ଗୁଡୁ ରାଜଭର, ନାବାଳିକା ସହ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ବ୍ରହ୍ମପୁର ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ନାବାଳିକା ୮ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଏସ୍‌ଆଇ କାଜଲ ବାଗ ତଦନ୍ତ କରୁଥିବାବେଳେ ଡିଏସପି ଦେବୀ ଶଙ୍କର ପ୍ରତାପ ଏବଂ ଏସପି ଡ଼ା ସାର୍ଥକ ଷଡଙ୍ଗୀ ନିରୀକ୍ଷଣ କରୁଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲା । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ | ସ୍ବତନ୍ତ୍ର ପୋକସୋ କୋର୍ଟ ଏହି ମାମଲାର ବିଚାରଣ କରି ଉପଯୁକ୍ତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।


ସେହିଭଳି ୨୦୨୪ ନଭେମ୍ବର ୫ରେ ନିମଖଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକା, ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରାମ ସାହୁ ଦୁଷ୍କର୍ମ କରିଥିଲା I ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା | ଏହି ମାମଲାର ତଦନ୍ତ ଅଧିକାରୀ ତଥା ଏସଆଇ ଜ୍ଞାନରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ବେଳେ ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍ ମାମଲାର ନିରୀକ୍ଷଣ କରୁଥିଲେ ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ | ଏହି ମାମଲାର ବିଚାରଣା କରି ସ୍ବତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାର ତଦନ୍ତ ଓ ଦୋଷୀଙ୍କୁ ତ୍ବରିତ ଦଣ୍ଡବିଧାନ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ବ୍ରହ୍ମପୁରର ତତ୍‌କାଳୀନ ଡିଆଇଜି ଡା.ସାର୍ଥକ ଷଡଙ୍ଗୀଙ୍କ ସମେତ ବୈଦ୍ୟନାଥପୁର ଥାନାର ଏସଆଇ କାଜଲ ବାଗ, ଡିଏସପି ଦେବୀଶଙ୍କର ପ୍ରତାପ ଏବଂ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


ସେହିପରି ନିମଖଣ୍ଡି ଥାନା ଅଧିନରେ ରୁଜୁ ହୋଇଥିବା ଏକ ନାବାଳିକା ବଳତ୍କାର ମାମଲାର ତଦନ୍ତ ଓ ଦୋଷିକୁ ତ୍ୱରିତ ଦଣ୍ଡବିଧାନରେ ଉତ୍ତମ କାର୍ଯ୍ୟ କରିଥିବା ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ,ଏସଆଇ ଜ୍ଞାନରଞ୍ଜନ ବେହେରା ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବେ ପ୍ରଚଳିତ ଫୌଜଦାରୀ ଆଇନର ତ୍ବରିତ ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟ କରିଥିବାରୁ ଉପରୋକ୍ତ ଅଧିକାରୀଙ୍କୁ ମଙ୍ଗଳବାର ଓଡ଼ିଶା ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

State

ଆଜିଠୁ ପିତୃପକ୍ଷ ଆରମ୍ଭ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ପିତୃପକ୍ଷ ଆରମ୍ଭ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ପିତୃପକ୍ଷ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି ।ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ୧୫ ଧରି ପିତୃପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁରହିବ ।

Crime

ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫଟୋ ପୋଷ୍ଟ କରି ଯୁବକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । ଗିରଫ ଶିବାନନ୍ଦ ଠାରୁ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ପୋଷ୍ଟ କରିବା ସହ ମୋବାଇଲ ନମ୍ୱର ବ୍ୟବହାର କରି ବିଭିନ୍ନ ମେସେଜ୍ ପଠାଉଥିଲା । ଏଥିଲାଗି ବହୁ ସମୟରେ ନାବାଳିକାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ପଡୋଶୀ ଯୁବକ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

State,Politics

ବିଜେଡିରୁ ଇସ୍ତଫା ଦେଲେ ହରିଶଙ୍କର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର ରାଉତ । ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ଦେଲେ ହରିଶଙ୍କର । ପାଣ୍ଡିଆନଙ୍କ ଉପରେ ବି ବର୍ଷିଲେ ଛାତ୍ରନେତା । କହିଲେ, ବିଜେଡିରେ ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ । ତେବେ ବିଜେଡିରୁ ବାହାରିବା ପରେ ହରିଶଙ୍କରଙ୍କ ଗତି କେଉଁଆଡେ ରହୁଛି ତାହା ଉପରେ ନଜର ରହିଛି ।

Crime

ବ୍ରାଉନ ସୁଗାର୍ ଓ ନକଲି ମଦ ବେପାରରେ ମାଆ ପୁଅ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଅବକାରୀ ମୋବାଇଲ ସ୍କ୍ୱାଡର ବଡଧରଣର ରେଡ। ବ୍ରାଉନ ସୂଗାର ର ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିଛି ଅବକାରୀ ମୋବାଇଲ ସ୍ୱାଡ। ବଡ ବଜାର ଥାନା କୈଳାଶ ନଗର ରୁ ସନ୍ଧ୍ୟା ରାଣୀ ଶତପଥୀ ଓ ତାଙ୍କ ପୁଅ ସ୍ବରାଜ ଙ୍କୁ ଗିରଫ କରିଛି। ସଂଧ୍ୟାରାନି ଙ୍କ ଠାରୁ 50 ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ୍ ହୋଇଥିବା ଘରେ ରେଡ କଲା ବେଳେ ବାହାରିଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଏଥିରେ ପୁରା ପରିବାର ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ବଡ ପୁଅ ଖୋର୍ଦ୍ଧାରୁ ବ୍ରାଉନ ସୂଗାର୍ ଆଣି ମାଙ୍କୁ ଦେଉଥିବା ବେଳେ ମାଆ ଏଠାରେ ବିଭିନ୍ନ ଏଜେଣ୍ଟ ଙ୍କ ଦ୍ଵାରା ବିକ୍ରି କରୁଥିବା ଜଣାପଡିଛି। ତେବେ ଆଜି ଅବକାରୀ ମୋବାଇଲ ସ୍କ୍ଵାଡ ପକ୍ଷରୁ ବ୍ରହ୍ମପୁର Mkcg ମେଡିକାଲ ପଡିଆ ନିକଟରୁ ବଡ ବଜାର ଅଞ୍ଚଳର ବାବୁ ଦଳାଇ ଓ ଏସ ନାରାୟଣ ପାତ୍ର ଙ୍କୁ ପ୍ରାୟ 90 ଗ୍ରାମ ବ୍ରାଉନ ସୁଗାର ସହ ଧରିଥିଲା। ଏମାନଙ୍କୁ ପଚରା ଉଚରା ବେଳେ ସଂଧ୍ୟା ରାଣୀ ତାଙ୍କୁ ସପ୍ଲାଏ କରୁଥିବା ଜାଣିବାକୁ ପାଇ କୈଳାଶ ନଗର ସ୍ଥିତ ଘର ଉପରେ ରେଡ କରିଥିଲେ। ସେତେବେଳେ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସେହି ସାହି ନିକଟରୁ ଗିରଫ କରିଥିଲା। ପରେ ଘରେ ଯାଞ୍ଚ ପାଇ ଗଲା ବେଳେ ତାହା ଭିତରେ ଦେଖିବାକୁ ପାଇଥିଲା ବିଦେଶୀ ନକଲି ମଦ କାରଖାନା। ସେସବୁ ଜିନିଷ କୁ ଜବତ୍ କରିଛି। ସନ୍ଧ୍ୟା ଙ୍କ ନିଜ ଘର ଗଞ୍ଜାମ ବ୍ଲକରେ। ସେ ଏଠାରେ ଘର ଭଡା ନେଇ ଆଉ ଏକ ପୁଅ ମାଧ୍ୟମରେ ବ୍ରାଉନ ଶୂଗାର ଆଣି ସହର ସାରା ସପ୍ଲାଏ କରୁଥିବା ଜଣାପଡିଛି।

Politics

ବିଜେଡିକୁ ତଥାଗତଙ୍କ ଶାବଳ ଭୂଷା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଝଡ଼ି ଯାଉଥିବା ବିଜେଡ଼ିକୁ ଆଜି ଶାବଳ ଭୂଷା ମାରିଛନ୍ତି ବିଜେଡିର ପୂର୍ବତନ ନେତା ତଥାଗତ ଶତପଥି । ଏମିତି ମାରିଛନ୍ତି ଯେ ବିଜେଡ଼ିର କଙ୍କାଳ ବାହାର କରି ଦେଖେଇ ଦେଇଛନ୍ତି । ଅତି ଚତୁରତାର ସହ ବିଜେଡ଼ିର ସବୁ ଖୁଣ କହିଛନ୍ତି । କିନ୍ତୁ କିଛି ନିଜ ଉପରେ ପକେଇ ନାହାନ୍ତି ।


ବିଜେଡିର ଗତ କାଲି ନିଷ୍ପତି, ଅର୍ଥାତ ଉପରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ଦୁରେଇ ରହିବା ଘୋଷଣାକୁ ପ୍ରଥମେ ସମାଲୋଚନା କରିଥିଲେ ତଥାଗତ । କହିଲେ ବିଜେଡି ଜାଣି ସାରିଲାଣି ତାର ରାଜନୈତିକ ନିଷ୍ପତି ଦଳର ପତନ ଆରମ୍ଭ କଲାଣି । ସେ ଆହୁରି ଅନେକ କଥା କହିଛନ୍ତି । ସେ କହିଲେ, ଓଡ଼ିଶା ଲୋକ ବଡ଼ ବିଚିତ୍ର ବା ଅଜବ । ସେମାନେ ଯେତେବେଳେ ସୁଯୋଗ ପାଆନ୍ତି ଆଞ୍ଚଳିକ ଦଳକୁ ସମର୍ଥନ କରନ୍ତି । କଂଗ୍ରେସ ଏବେ ଯାଏ ଲୋକଙ୍କ ଆସ୍ଥାଭାଜନ ହୋଇପାରୁ ନାହିଁ, ତେଣୁ କଂଗ୍ରେସକୁ କେହି ଆଦରିବେନି । ସେପଟେ ବିଜେଡିର ଏକ୍ସପାରୀ ଡେଟ୍ ହୋଇଗଲାଣି ।


ପ୍ରତ୍ୟେକ ଜିନିଷର ଏକ୍ସପାରୀ ଡେଟ୍ ଥାଏ । ଆଉ ସେହି ଡେଟ୍ ବିଜେଡିର ଆସିଗଲାଣି । ବିଜେଡି ନୂଆରୂପ ଏବଂ ନୂଆରଙ୍ଗ ଓ ନୂଆଶୈଳୀରେ ଆସିଲେ କ'ଣ ହୋଇପାରେ ? ମାତ୍ର ତାହାର ଚିହ୍ନବର୍ଣ୍ଣ ବି ଦେଖାଯାଉନି । ବିଜେଡିରେ କିଏ ପରବର୍ତ୍ତୀ ନେତା ବୋଲି ପ୍ରଶ୍ନକୁ ସେ ଛିଗୁଲେଇବା ଠାଣିରେ କହିଲେ ସେ ତ ଗୋପରେ ବଢୁଛି । କିଏ ଜାଣେ ? ବିଜେଡ଼ିର ଆଭ୍ୟନ୍ତରୀଣ ମାମଲାରେ କିଛି କହିବେ ନାହିଁ ବୋଲି କହିଥିଲେ । ତଥାଗତ ବାଣ ମାରୁଥିଲା ବେଳେ ଏପଟେ ବିଜେଡି ଧୀରେ ଧୀରେ ଝଡ଼ିବା ଆରମ୍ଭ କରିଛି ।


ବିଜେଡିରେ ଯୁବ ଛାତ୍ର ଗୋଷ୍ଠୀର ବିଦ୍ରୋହ କୁହୁଳିଲାଣି । ମଙ୍ଗଳବାର ରାୟଗଡ଼ାର ଦୁଇଜଣ ପୁରୁଖା ନେତାଙ୍କ ଇସ୍ତଫା ଏବଂ ବିଜେଡି ସଂଗଠନ ଭିତରେ ବାଦ ବିବାଦ ସ୍ପଷ୍ଟ କରିଦେଉଛି ଯେ, ବିଜେଡି ଖୁଣ୍ଟ ଦୋହଲିଲାଣି । ବିଜେଡିର ଆଗାମୀ ନେତା କିଏ ତାକୁ ନେଇ ଚାଲିଛି ବେଶ ଟଣା ଝିଙ୍କା । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତଙ୍କୁ ଅନେକ ପୁରୁଖା ଦଳର ନେତା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ପାଣ୍ଡିଆନ ସିଧାସଳଖ ନେତୃତ୍ୱ ନେବା ପାଇଁ ଆସି ପାରୁନାହାନ୍ତି ।


ଏମିତି ଟଣା ଝିଙ୍କା ଭିତରେ ବିଜେଡିର କେତେବେଳେ ଯେ ମୂଳ ହୁଗୁଳୀ ଯିବ ତାହା କିଏ କହିବ । ସେ ଅରୁଣ ସାହୁ ହୁଅନ୍ତୁ କିମ୍ବା ଶ୍ରିମୟୀ ମିଶ୍ର, ବଦ୍ରୀ ପାତ୍ର ହୁଅନ୍ତୁ କିମ୍ବା ପ୍ରଭାତ ତ୍ରିପାଠୀ । ବିଜେଡ଼ିକୁ ପ୍ରତ୍ୟେକ କୋଣରୁ ମାଡ଼ ବାଜିବା ଆରମ୍ଭ ହେଲାଣି । ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଲେଣି ୧୦ ତାରିଖ ଭିତରେ ଯାଜପୁର ବିଜେଡି ଧସି ଯିବ । ଏ ସବୁ ପରିସ୍ଥିତି ଭିତରେ ତଥାଗତ ଏମିତି ବାଣ ମାରିଛନ୍ତି ଯେ, ବିଜେଡିର ଚିତ୍ତ ପଟାଙ୍ଗ ଚିତ୍ର ପଦାକୁ ଆସିଛି । ଦେଖାଯାଉ ବିଜେଡ଼ିକୁ ତାଙ୍କ ନେତା ନବୀନ ପଟ୍ଟନାୟକ ସମ୍ଭାଳି ପାରୁଛନ୍ତି ନା ଲୋକଙ୍କ କହିବା ଅନୁସାରେ ଭିକେ ପାଣ୍ଡିଆନ ବୁଡେଇ ଦେଉଛନ୍ତି ?



Crime,District

ବ୍ରହ୍ମପୁର ଜିଲ୍ଲା ପୋଲିସରେ 'ଅପରେସନ ପ୍ରହାର'ର ବଡ଼ ପ୍ରଭାବ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- 'ଅପରେସନ ପ୍ରହାର' ଦ୍ୱାରା ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା l ଦୁଇ ଦୁଇଟି ଗଞ୍ଜେଇ କେସ ର ପର୍ଦାଫାଶ କରି ଦୋଷୀଙ୍କୁ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ l ଗୋଟିଏ ନୂଆ କେସ ରହିଥିବା ବେଳେ ଗୋଟିଏ ଦୁଇ ବର୍ଷ ପୁରୁଣା କେସ ଥିବା ପୋଲିସ ସୂତ୍ରରୁ ଜଣାପଡିଛି l


ସୂଚନା ପ୍ରକାରେ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପ୍ରଶାସନ 'ଅପରେଶନ ପ୍ରହାର' ମାଧ୍ୟମରେ ଦିଗପହଣ୍ଡି, ଗୋଡ଼ାହାଳ ଡ୍ୟାମ ରୋଡ଼, ନିମାପଲି ରାସ୍ତାରେ ରବିବାର ପେଟ୍ରୋଲିଙ୍ଗ କରୁଥିଲେ, ଏହି ସମୟରେ ଏକ ଅଟୋ ପୋଲିସକୁ ଦେଖି ବାଟ ବଦଳାଇ ଫେରାର ହେଇଯାଉଥିବା ଦେଖି ସନ୍ଦେହ କରି ପୋଲିସ ଉକ୍ତ ଅଟୋ ର ପିଛା କରି ଅଟୋଟିକୁ ଧରିଥିଲା ଏବଂ ସେଥିରୁ ୫୬.୨୨ କିଲୋ ଗଞ୍ଜେଇ ସହ ଏକ ଅଟୋ, ଯାହାର ନଂ-OD ୦୨AX ୧୪୩୦ କୁ ଜବତ କରିବା ସହ ଅଟୋ ଚାଳକ ସୁକାନ୍ତ ମଲ୍ଲିକ @ ଟିମା (୪୫) (ପୁରୀ ବାସିନ୍ଦା)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଧାରା ୨୦ (b) (ii) (C)/୨୯ NDPS ଆଇନ, ୧୯୮୫ ଅନୁଯାୟୀ ଅଭିଯୁକ୍ତ ସୁକାନ୍ତ ମଲ୍ଲିକ @ ଟିମାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନିଆଯାଇ ଗିରଫ କରାଯାଇ ପ୍ରଥମେ କୋର୍ଟ, ପରେ ହାଜତକୁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l


ସେହିପରି ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବହୁ ଦିନରୁ ଫେରାର ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ସୂଚନା ପ୍ରକାରେ, ଗତ ୧୯.୦୮.୨୦୨୩ ସକାଳେ ଗୋଳନ୍ଥରା ଥାନା କର୍ମଚାରୀମାନେ ସୋରଳ ଜଙ୍କସନରେ NH-୧୬ ରେ ରାସ୍ତା ବ୍ୟାରିକେଡ୍ ଲଗାଇ ପାଟ୍ରୋଲିଂ ଏବଂ MV ଚେକିଂ ଡ୍ୟୁଟି କରୁଥିବା ସମୟରେ, ସେମାନେ ଏକ EICHER ଟ୍ରକ୍ ରେଜିଷ୍ଟର ନଂ OD-02-AT 5945 ଧରିଥିବା ଦେଖିଥିଲେ ଏବଂ ଏଥିରେ ୧୧୦୮.୫୧୦ କିଲୋଗ୍ରାମ ଗଞ୍ଜେଇ ଲୋଡ୍ ହୋଇଥିଲା। ଏହି ଗଞ୍ଜେଇକୁ ବେଆଇନ ଭାବରେ ଛତ୍ରକୋଣ୍ଡା ଅଞ୍ଚଳରୁ ଉତ୍ତର ପ୍ରଦେଶର ମଥୁରାକୁ ଚାଲାଣ କରାଯାଉଥିଲା। ଘଟଣା ଦିନ ଅର୍ଥାତ୍ ୧୯-୦୮-୨୦୨୩ ରେ, ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଥିବା ସମୟରେ ଗଞ୍ଜେଇ ଚୋରା ଚାଲାଣକାରୀ ଯଥା ସନ୍ତୋଷ @ ଗଣିଆ @ ଗଣେଶ୍ୱର ବେହେରା ଏବଂ ଲିପନ @ ଲିପୁନ କୁମାର ମାଝୀ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ଏବଂ ସେବେଠାରୁ ସେମାନେ ପୋଲିସ ଗିରଫଦାରୀରୁ ବର୍ତ୍ତିଥିଲେ l ତେଵେ ବିଶେଷ ସୂତ୍ରରୁ ସୂଚନା ପାଇ ଗୋଲନ୍ଥରା ପୋଲିସ ଉଭୟଙ୍କୁ ଗିରଫ କରି ୫-୯-୨୦୨୫ (ଶୁକ୍ରବାର)କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି l

Politics

୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ

Blog Thumbnail

ଦ କୁଇଭର ବ୍ୟୁରୋ :- ୧୬ରେ ସର୍ବଦଳୀୟ ବୈଠକ । ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା । ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି ।ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Crime

ନାବାଳକଙ୍କୁ ଆକ୍ରମଣ କରି ୩ ଯୁବକ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁରରେ ଜଣେ ନାବାଳକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତମାନେ ହେଲେ ଖାଜା ସାହିର ଏସ୍ଏମ୍ ସାହିଦ୍ ଅଲ୍ଲୀ,ଏସ୍ଏମ୍ ସାବାଜ୍ ଅଲ୍ଲୀ ଓରଫ ଗୋଲୁ ଏବଂ ହାଉସିଂ ବୋର୍ଡର ସେକ୍ ଜିବ୍ରାହିମ୍ l ଅଭିଯୁକ୍ତଙ୍କ ଠାରୁ ପୁଲିସ ୪ଟି ଖଣ୍ଡା ଓ ଗୋଟିଏ କ୍ରିକେଟ ୱିକେଟ୍ ଜବତ କରିଛି। ସାହିଦ ଓ ସାବାଜ୍ ନାଁ'ରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଏବଂ କେସ୍ ନଂ ୩୭୯/୨୫ରେ ଉକ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି |


ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ସ୍ଥିତ ସୋମନାଥ ନଗର ଅଞ୍ଚଳର ଜଣେ ନାବାଳକ ରବିବାର ଅପରାହ୍ନରେ କୌଣସି କାମରେ ସ୍ଥାନୀୟ ଭୀମାରାଓ ପେଟା ପାର୍କ ନିକଟକୁ ଯାଇଥିଲେ | ସେଠାରେ ସାବାଜ୍ ସମ୍ପୃକ ନାବାଳକକୁ ଧକ୍କା ମାରିଥିଲା, ନାବାଳକ ଜଣକ ଘରକୁ ଫେରିବା ବେଳେ ସୋମନାଥନଗର ଛକ ଠାରେ ସାହିଦ୍ ଓ ତା'ଭାଇ ଗୋଲୁ, ଜିବ୍ରାହିମ୍ ନାବାଳକଙ୍କୁ ମାରପିଟ କରି ଖଣ୍ଡାରେ ଆକ୍ରମଣ କରିଥିଲେ ଯେଉଁଥିରେ ନାବାଳକ ଜଣଙ୍କ ଆହତ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

State

‘ନ୍ୟୁ ସିଟି’ରେ କ୍ୟାବିନେଟ୍‌ ମୋହର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ଉପକଣ୍ଠସ୍ଥିତ ଗୋଠପାଟଣା, ମଳିପଡ଼ା, ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ଗଢ଼ି ଉଠିବ ଏକ ନୂଆ ସହର। ଏଥିପାଇଁ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍‌ଜେଆଇ) ମାଷ୍ଟର ପ୍ଲାନ୍‌ ତିଆରି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ପରାମର୍ଶ ଦେବ। ପୂରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ନୋଡାଲ୍‌ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଡିଏ ୧୫ ବର୍ଷରେ ୮୧୭୯ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ (୨୦୨୫-୨୬ରୁ ୨୦୨୯-୩୦) ପାଇଁ ରାଜ୍ୟ ବଜେଟ୍‌ରୁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜମି କିଣା, ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖର୍ଚ୍ଚ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୫ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଭୁବନେଶ୍ବର ପାଇଁ ‘ନୂଆ ସହର ଉନ୍ନୟନ’ (ନ୍ୟୁ ସିଟି) ଯୋଜନା ଉପରେ ସୂଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬’ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ନିର୍ମାଣ ହେବ। ‘ନୂଆ ସହର’ ଏକ ପରିବହନ-କେନ୍ଦ୍ରିକ ଯୋଜନା, ଯାହା ସାର୍ବଜନୀନ ପରିବହନ, କମ୍‌ ଯାତ୍ରା ଦୂରତା ଓ ବିଭିନ୍ନ ଜମି ବ୍ୟବହାରର ସୁଗମ ସଂଯୋଗ ଉପରେ ଧ୍ୟାନ ଦେଇଛି। ଏଥିରେ ସମସ୍ତଙ୍କ ପାଇଁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ୍‌ ଫରେଷ୍ଟ ପାର୍କ, ଗେଟ୍‌ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ‌ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ ଓ ସବୁଜ ଭିତ୍ତିଭୂମି ସମାଧାନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।

Weather

ସୃଷ୍ଟି ହେଲା ଲଘୁଚାପ,ଆଲର୍ଟରେ ୩ ଜିଲ୍ଲା

Blog Thumbnail

ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।


City

ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ମେଣ୍ଟୁ ଛକ ଠାରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି l ତାଙ୍କ ଶରୀରର ୯୦ ଭାଗରୁ ଅଧିକ ପୋଡି ଯାଇଛି l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି l ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ l କୌଣସି କାରଣକୁ ନେଇ ଆଜି ରାତି ୯ଟା ବେଳେ ସୁରଜ ମେଣ୍ଟୁ ଛକରେ ପହଞ୍ଚି ନିଜ ସହ ଆଣିଥିବା ପେଟ୍ରୋଲକୁ ଶରୀରରେ ଡାଳିବା ପରେ ନିଆଁ ଲଗାଇ ଦେଇଥିଲେ l ସେ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ l ଏହାପରେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଏମକେସିଜି ମେଡିକାଲକୁ ପଠାଯାଇଥିଲା l ତେବେ ସେ କଣ ପାଇଁ ନିଜ ଶରୀରରେ ନିଆଁ ଲଗାଇଲେ ତାହା ଜଣାପଡି ନାହିଁ l ପୁଲିସ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି l

Politics,National

ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ପରାସ୍ତ କରି ନୂଆ ଉପରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି । ସେ ୧୫ତମ ଉପରାଷ୍ଟ୍ରପତି ଭାବେ ଦୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।


ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ପାଇଁ ନିର୍ବାଚନ ହୋଇଛି । ଆଜି ଅନୁଷ୍ଠିତ ନିର୍ବାଚନରେ ୭୬୮ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି । ଏହି ନିର୍ବାଚନ ପାଇଁ ବିଧି ମୁତାବକ ୭୮୮ଜଣ ମତଦାତା ରହିବା କଥା । ମାତ୍ର ୭ଟି ଏମପି ଆସନ ଖାଲି ପଡ଼ିଥିବାରୁ ମୋଟ ୭୮୧ଜଣ ମତଦାତା ମତଦାନ କରିବାର ଥିଲା । ହେଲେ ବିଜେଡିର ୭ଜଣ ସଦସ୍ୟ ଏହି ନିର୍ବାଚନରୁ ଦୂରେଇ ରହିଲେ । ବିଜେଡିର ମତ ହେଲା ସମ ଦୂରତା ରଖିବା । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତାରେ ରହି ଭୋଟ ଦେଲା । ଅନ୍ୟପକ୍ଷରେ ବିଆରଏସର ୪ଜଣ ରାଜ୍ୟସଭା ସଦସ୍ୟ ଭୋଟ ବର୍ଜନ କରି ତେଲେଙ୍ଗାନା ଚାଷୀଙ୍କ ସହ ରହିବାକୁ ଘୋଷଣା କରିଛନ୍ତି । ଏହାବ୍ୟତୀତ ଶିରୋମଣୀ ଅକାଳୀଦଳର ଜଣେ ଲୋକସଭା ସଦସ୍ୟ ପଞ୍ଜାବ ବନ୍ୟାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସହଯୋଗ କରୁନଥିବାରୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲେ ।


ସେପଟେ ଇଣ୍ଡି ମେଣ୍ଟ ତାର ସମସ୍ତ ସଦସ୍ୟ ଭୋଟ ଦେଇଥିବା କହିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଣ୍ଡିମେଣ୍ଟର ୩୧୫ରୁ ୩୧୫ଏମପି ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ଏନଡିଏର ପାଇଁ ୪୫୩ଜଣ ମତଦାତା ଭୋଟ ଦେଇଥିବା ଜଣାପଡ଼ିଛି । ସଂଧ୍ୟାରେ ଭୋଟ ଗଣତି ବେଳେ ଏନଡିଏ ପ୍ରାର୍ଥୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇ ଉପରାଷ୍ଟ୍ରପତି ହେବାର ସୁଯୋଗ ହାସଲ କରିଛନ୍ତି ।