Banner Ad

ସତ କହି ମୋଦିଙ୍କୁ ପ୍ରଶ୍ନ କଲେ ମୋହନ ଭୁବନେଶ୍ୱର କ’ଣ ସତରେ ସ୍ମାର୍ଟସିଟି?

ସତ କହି ମୋଦିଙ୍କୁ ପ୍ରଶ୍ନ କଲେ ମୋହନ  ଭୁବନେଶ୍ୱର କ’ଣ ସତରେ ସ୍ମାର୍ଟସିଟି?
Published by : Jyotshna Kumari
#Politics
Sep 1, 2024, 7:42 PM

ଭୁବନେଶ୍ୱର(ଦ କୁଇଭର): ଭୁବନେଶ୍ୱର ସ୍ମାର୍ଟ ସିଟିକୁନେଇ ସତ କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଫଳତାକୁ ତାଚ୍ଛଲ୍ୟ କଲେ । ଏଥିସହ ନବୀନଙ୍କ ବିଫଳତା ସତ୍ତ୍ୱେ ମୋଦି ପଦକ୍ଷେପ ନେଇ ନଥିବା ପ୍ରସଙ୍ଗକୁ ବି ଉଖୁରେଇ ଦେଲେ ମୋହନ । ସତ କହି ନିଜ ଦଳର ମୁଖିଆଙ୍କର ନବୀନଙ୍କ ପ୍ରତି ଥିବା ଦରଦକୁ ପଦାରେ ପକାଇ ଦେଲେ ମୋହନ ।

ଅଗଷ୍ଟ ୩୧ ତାରିଖ ଥିଲା ରାଜ୍ୟ ସ୍ୱାୟତ ଶାସନ ଦିବସ । ରାଜ୍ୟସ୍ତରୀୟ ସମାରୋହରେ ମୋହନ ଭୁବନେଶ୍ୱର ସ୍ମାର୍ଟସିଟିକୁ ନେଇ ଉଠାଇଲେ ପ୍ରଶ୍ନ । ଏକଦମ ମୂଳ ବା ମଞ୍ଜି ପ୍ରଶ୍ନ କଲେ । କହିଲେ, ଭୁବନେଶ୍ୱରକୁ କଣ ସ୍ମାର୍ଟ ସିଟି କୁହାଯିବ କି? ଅସରାଏ ବର୍ଷା ହେଲେ ଇସ୍କନ ମନ୍ଦିର ନିକଟରେ ବୁଡ଼ି ଯାଉଛି । ଘଣ୍ଟାଏ ବର୍ଷାରେ ସାରା ରାଜଧାନୀ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ଯଦି କିଛି ସମୟ ଲଗାଣ ବର୍ଷା ହେଲା ତେବେ ସହର ଅଣନିଶ୍ୱାସୀ ହୋଇ ପଡ଼ୁଛି । ଡ୍ରେନରେ ପିଲାଏ ଭାସି ଯାଉଛନ୍ତି । ଏ କି ପ୍ରକାର ସ୍ମାର୍ଟ ସିଟି? ସ୍ୱୟଂ ଚାଳିତ ଟ୍ରାଫିକ ବ୍ୟବସ୍ଥା କାହିଁ? ସାଇକେଲ ସେୟାରିଂ ବ୍ୟବସ୍ଥା କାହିଁ? ଆର୍ଥିକ ଦୃଷ୍ଟିରୁ ଉକ୍ରୃଷ୍ଟ ପ୍ରକଳ୍ପ ସବୁ କାହିଁ? କେବଳ ରଙ୍ଗ ମାରିଦେଲେ ସ୍ମାର୍ଟ ସିଟି ହୁଏନାହିଁ ବୋଲି କହିଥିଲେ ମୋହନ ।


ଏହି କଥାକୁ ସ୍ମାର୍ଟସିଟିର ବାବୁମାନେ ବି କହିଛନ୍ତି । ୨୦୧୬ ଜାନୁୟାରୀ ୨୮ ତାରିଖ ଆରମ୍ଭ ହୋଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ପଷ୍ଠଳୂ ୨୦୨୩ରେ ସରିବାର କଥା । ମାତ୍ର ଏହକୁ ଏକବର୍ଷ ବଢ଼ାଇଛନ୍ତି କେନ୍ଦ୍ର ସରକାର । ତଥାପି ଯୋଜନା ଅନୁଯାୟୀ କାମ ହୋଇ ପାରିବ ନାହିଁ । ସମଗ୍ର ଦେଶର ୨୦ଟି ସହରକୁ ସ୍ମାର୍ଟସିଟି କରିବାକୁ ଯୋଜନା ହୋଇଥିଲା । ୨୦୧୫ରେ ହୋଇଥିବା ଏହି ଯୋଜନା ବେଳେ ଓଡ଼ିଶା ଦାଖଲ କରିଥିବା ପ୍ରସ୍ତାବ ଦେଶର ସର୍ବୋକ୍ରସ୍ତ୍ମୃ ପ୍ରସ୍ତାବ ହୋଇଥିଲା । ଏହାର ଆର୍ଥିକ ଉକ୍ରର୍ଷତା ହିଁ ଥିଲା ସବୁଠୁ ଆକର୍ଷଣୀୟ । ମାତ୍ର ସବୁ ଫେଲ ମାରିଲା ।

ଆରମ୍ଭରୁ ତ ଅନେକ ସାର୍ଟିଫିକେଟ ପାଇଲେ ବୋଲି ଦେଖାଇଲେ । ମାତ୍ର ଶେଷ ବେଳକୁ ସବୁ ଫରକଟା । କ’ଣ ବିକାଶ ହୋଇଛି ରାଜଧାନୀର ବୋଲି ମୋହନ ପ୍ରଶ୍ନ କରିଛନ୍ତି? ଏପରି ପ୍ରଶ୍ନ କେବଳ ନବୀନଙ୍କ ଅପାରଗତା ଦେଖାଉ ନାହିଁ ବରଂ ମୋଦିଙ୍କ ନବୀନ ପ୍ରେମକୁ କରିଛନ୍ତି । ଯଦି ନବୀନ ସରକାର କାମରେ ବିଫଳ ହେଉଥିଲେ, ତେବେ ମୋଦି ସରକାରର ନଗର ଉନ୍ନୟନ ମନ୍ତ୍ରଣାଳୟ ନୀରବ କାହିଁକି ଥିଲା? କାହିଁକି କୈଫିୟତ ମାଗିଲା ନାହିଁ? କାହିଁକି ସ୍ମାର୍ଟସିଟି ପ୍ରକଳ୍ପ ରଦ୍ଦ କଲା ନାହିଁ? ଏପରି ପ୍ରଶ୍ନ ମୋଦି ସରକାରଙ୍କ ଆଡ଼କୁ ଉଠାଇ ଦେଇଛନ୍ତି ମୋହନ ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ତାଚ୍ଛଲ୍ୟ କରିବା ସହ ନିଜ ସରକାର ପାଇଁ ଚ୍ୟାଲେଞ୍ଜ ବି ଆଣିଛନ୍ତି । ଏବେ ସ୍ମାର୍ଟସିଟି ଅବଧି ସରିଗଲେ ମୋହନ ସରକାର କେନ୍ଦ୍ରକୁ କହି ଏହାର ଅବଧି ବଢ଼ାଇବେ କି? ଅବଧି ବଢ଼ିଲେ, କମ ସମୟ ମଧ୍ୟରେ ବାକି ଥିବା କାମକୁ ସମ୍ପୂର୍ଣ୍ଣ କରି ଭୁବନେଶ୍ୱରକୁ ବାସ୍ତବ ସ୍ମାର୍ଟ କରିାପରିବେ କି? ନବୀନ ତ ସ୍ମାର୍ଟ ହୋଇ ପାରିଲେ ନାହିଁ, ମୋହନ ସ୍ମାର୍ଟ ହୋଇ ପାରିବେ ତ? ଦେଖାଯାଉ ମୋହନଙ୍କ କାର୍ଯ୍ୟ ଆଗକୁ କେତେ ସ୍ମାର୍ଟ ହେଉଛି?


Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,National

ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ବାଛିବ ବିଜେପି

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ୨୭ବର୍ଷର ବନବାସ ସାରି କ୍ଷମତାକୁ ଫେରିଛି ବିଜେପି । ଜାତୀୟ ରାଜଧାନୀରେ କମାଲ୍ କରିଛି ମୋଦିଙ୍କ ମ୍ୟାଜିକ୍ । ୧୯୯୮ ପରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ, କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏଥର ଦିଲ୍ଲୀରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ନିର୍ବାଚନ ଜିତି ବଡ ବିଜୟ ହାସଲ କରିଛି ଦଳ । ତେବେ ଦଳର ବିଜୟ ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଦଳର କେନ୍ଦ୍ର ନେତୃତ୍ବ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବା । ସେପଟେ ଅନେକ ନାଁକୁ ନେଇ ହେଲାଣି ଚର୍ଚ୍ଚା ।


କେଜ୍ରିଓ୍ବାଲଙ୍କୁ ହରାଇଲେ, ହେବେ ସିଏମ୍?


ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଛନ୍ତି । ପଶ୍ଚିମ ଦିଲ୍ଲୀ ଲୋକସଭା ସିଟରୁ ବିଜେପିରୁ ଦୁଇ ଦୁଇ ଥର ସାଂସଦ ରହିଛନ୍ତି ପରବେଶ ବର୍ମା । ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ହରାଇବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ପରବେଶ ବର୍ମା । ହାଇପ୍ରୋଫାଇଲ୍ ନୂଆଦିଲ୍ଲୀ ବିଧାନସଭା ସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ବି ହାରିଛନ୍ତି । ତେଣୁ ହେଭିଓ୍ବେଟଙ୍କୁ ହରାଇଥିବାରୁ ପରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦର ପୁରସ୍କାର ଦେଇପାରେ ବିଜେପି ।


ରେସରେ ବୀରେନ୍ଦ୍ର ସଚ୍ଚଦେବା


ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବାଙ୍କୁ ବିଜେପି ବିଜୟର ଶ୍ରେୟ ଦିଆଯାଉଛି । ୨୦୨୨ରୁ ସେ ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ୨୦୨୩ରୁ ପୂର୍ଣ୍ଣକାଳୀନ ସଭାପତି ରହିଥିଲେ । ଦଳ ଭିତରର କନ୍ଦଳକୁ ଚେକ୍ ଦେବା ସହ ୧୯୯୮ପରେ ବିଜେପିକୁ ପୁଣି କ୍ଷମତାକୁ ଆଣିବା ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜେପି ଦିଲ୍ଲୀ ଦଖଲ କରିବା ନେଇ ସବୁବେଳେ ଦମ୍ଭ ଦେଖାଇଥିବା ବୀରେନ୍ଦ୍ର ସଚ୍ଚଦେବାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି ।


ବାଂସୁରୀ ସ୍ବରାଜ ହେବେ କି ସିଏମ୍?


ଦିଲ୍ଲୀ ବିଜେପିର ପ୍ରମୁଖ ଚେହେରା ବାଂସୁରୀ ସ୍ବରାଜଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ଦିବଂଗତ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ଗତ ବର୍ଷ ଦିଲ୍ଲୀରୁ ସାଂସଦ ହୋଇଛନ୍ତି । ପେଶାରେ ଆଇନଜୀବୀ ବାଂସୁରୀଙ୍କୁ ୨୦୨୩ରେ ଦିଲ୍ଲୀ ବିଜେପି ଲିଗାଲ୍ ସେଲ୍ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଥିଲା । ପରେ ତାଙ୍କୁ ମୀନାକ୍ଷି ଲେଖିଙ୍କ ଜାଗାରେ ନୂଆଦିଲ୍ଲୀ ଲୋକସଭା ସିଟରୁ ପ୍ରାର୍ଥୀ କରିଥିଲା ବିଜେପି । ସାଂସଦ ନିର୍ବାଚିତ ହେବା ସହ ଦିଲ୍ଲୀ ରାଜନୀତିର ପ୍ରମୁଖ ଚେହେରା ରହିଛନ୍ତି ବାଂସୁରୀ ।


ଚର୍ଚ୍ଚାରେ ମନୋଜ ତିଓ୍ବାରୀ


୨୦୨୪ ଲୋକସଭା ନିର୍ବାଚନରେ ମନୋଜ ତିଓ୍ବାରୀଙ୍କୁ ଏକମାତ୍ର ପ୍ରାର୍ଥୀ ଭାବେ ରିପିଟ୍ କରିଥିଲା ବିଜେପି । ଦିଲ୍ଲୀରେ ବିଜେପିର ଅନ୍ୟତମ ବଡ଼ ଚେହେରା ହେଉଛନ୍ତି ଭୋଜପୁରୀ ଷ୍ଟାର ମନୋଜ ତିଓ୍ବାରୀ । ପୂର୍ବାଞ୍ଚଳୀଙ୍କ ମଧ୍ୟରେ ଲୋକପ୍ରିୟ ରହିଥିବା ମନୋଜ ତିଓ୍ବାରୀ ବିଜେପି ପାଇଁ ପ୍ରଚାର କରିଥିଲେ । ଏହାସହ ଆପ୍ ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ କିମ୍ବା କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍ କରିବା, ବିଜେପି ପକ୍ଷରୁ ଧୁଆଁଧାର ବ୍ୟାଟିଂ କରିଥିଲେ ମନୋଜ ତିଓ୍ବାରୀ । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ ବିଜେପି ।


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏସବୁ ନାଁ ଚର୍ଚ୍ଚାରେ ରହିଥିଲେ ମଧ୍ୟ ନୂଆ ନାଁ ଘୋଷଣା କରି ଚମକାଇପାରେ ବିଜେପି । କାରଣ ଦିଲ୍ଲୀ ପରେ ଆପ ହାତରୁ ପଞ୍ଜାବ ଛଡାଇ ଆଣିବାକୁ ରଣନୀତି କରିପାରେ ଦଳ । ଏଭଳି ହେଲେ ରଜୌରୀ ଗାର୍ଡେନ୍ ସିଟରୁ ଜିତିଥିବା ବିଜେପି ପ୍ରାର୍ଥୀ ମଜିନ୍ଦର ସିଂ ସିରସାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ସେହିପରି ବରିଷ୍ଠ ନେତା ମଦନ ଲାଲ ଖୁରାନାଙ୍କ ପୁଅ ହରିଷ ଖୁରାନାଙ୍କ ନାଁ ମଧ୍ୟ ଟପ୍ ପୋଷ୍ଟ ପାଇଁ ଚର୍ଚ୍ଚା ହେଉଛି ।

Politics,National

ହାରିଲା ଆପ, ଜିତିଲା ବିଜେପି

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ଦିନେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ମଧ୍ୟ ଏଥର ନିର୍ବାଚନ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱାଙ୍କଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏବେ ବହୁମତଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।


ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଲଗାତାର ୨୦୧୩ରୁ ୨୦୨୫ ପର୍ୟ୍ୟନ୍ତ ଦିଲ୍ଲୀର ସତ୍ତା ଆମ୍ ଆଦମୀ ପାର୍ଟି ପାଖରେ ରହିଥିଲା । ହେଲେ ଏଥର କିନ୍ତୁ ଆପକୁ ସତ୍ତାରୁ ହଟେଇବା ସହ ଗାଦି ଦଖଲ କରିବାକୁ ଯାଉଛି ବିଜେପି । ଆଉ ଏହି ବିଜେପିର ଏହି ବିଜୟ ପଛରେ ମୋଦୀ-ଶାହାଙ୍କ ରଣନୀତି କାମ କରିଥିବା ଚର୍ଚ୍ଚା ହେଉଛି ।

Politics,National

ଦିଲ୍ଲୀ ଦରବାରରେ ବିଜୟ ବାନା ଉଡାଇଲା ବିଜେପି

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦୀର୍ଘ ବର୍ଷ ପରେ ଶାସନକୁ ଫେରିଲା ବିଜେପି l ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ । ଯାହାକି ସାରା ଭାରତବର୍ଷରେ ଏବେ ଆଲୋଚନାର ବିଷୟ ହୋଇଛି । ଦମ୍ଭୋକ୍ତି ମୁତାବକ ରେକର୍ଡ ଦୁଇ ତୃତୀୟାଂଶ ଆସନ ସହ ଦିଲ୍ଲୀରେ ଶାସନ ସିଂହାସନ ଦଖଲ କରିଛି ବିଜେପି ।

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ଦଳ ୪୮ଟି ଆସନରେ ଜିତି ରେକର୍ଡ କରିଦେଇଛି । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ମାତ୍ର ୨୨ ଟି ରେ ଅଟକି ଯାଇଛି । ୧୯୯୮ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଶାସନ କରିବାକୁ ଜନାଦେଶ ପାଇଛି ବିଜେପି । ଆପ୍‌ର ହ୍ୟାଟ୍ରିକ ବିଜୟ ସ୍ୱପ୍ନକୁ ନିମିଷକ ମଧ୍ୟରେ ଚୂରମାର କରି ବିଜୟ ପତାକା ଉଡ଼ାଇଛି ବିଜେପି ଦଳ । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ୨୨ରେ ଅଟକି ଯାଇଥିବା ବେଳେ କଂଗ୍ରେସ ପୁଣି ସମସ୍ତଙ୍କୁ ନିରାଶ କରିଦେଇଛି । ଦଳ ହ୍ୟାଟ୍ରିକ ଶୂନ ସହ ଲଜ୍ଜାଜନକ ପରାଜୟ ବରଣ କରିଛି ଏବେ । ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଦିଲ୍ଲୀରେ ଏଥର ବି ଖାତା ଖୋଲି ପାରିଲା ନାହିଁ l



ବିଜେପି ଶେଷ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ୧୯୯୩ ମସିହାରେ ଜିତିଥିଲା । ୧୯୯୩ରୁ ୧୯୯୮ ମଧ୍ୟରେ ବିଜେପି ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଭାର ଦେଇଥିଲା । ପ୍ରଥମେ ମଦନ ଲାଲ ଖୁରାନା, ତା’ପରେ ସାହିବ ସିଂହ ବର୍ମା ଓ ଶେଷ କିଛି ମାସ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହା ପରଠାରୁ ଆଉ ବିଜେପି କ୍ଷମତାକୁ ଫେରି ପାରିନଥିବା ବେଳେ ପୁଣି ୨୦୨୫ ରେ ଦିଲ୍ଲୀ ଦରବାରକୁ ହାତେଇବାରେ ସକ୍ଷମ ହୋଇପାରିଛି । ପ୍ରଥମେ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀ ଦରବାରକୁ ଶାସନ କରିଥିଲା । ଏହାପରେ ଅରବିନ୍ଦ କେଜ୍ରିୱାଲ ଆପ୍‌ ମୈଦାନକୁ ଓହ୍ଲାଇ ବିଜୟୀ ହୋଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲ ଆପ୍‌ର ସବୁ ଅଙ୍କ କୁ ମାଡି ଧ୍ଵସଂ କରିଦେଇଛି ବିଜେପି । ଯାହାକି ବିଜେପିର ବିଜୟ ଉତ୍ସବ ସାରା ଭାରତ ବର୍ଷରେ ପାଳନ ହେଉଥିବାର ଦେଖିବାକୁ ମିଳିଛି ।

State

କଳାକାର ବିନୟ ପଟ୍ଟନାୟକଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଶୁକ୍ରବାର ଦିନ ସଭାପତି କେଦାର ଆପ୍ତlଙ୍କ ଅଧ୍ୟକ୍ଷତାରେ, ଗଞ୍ଜାମକଳା ପରିଷଦଠାରେ ଚନ୍ଦ୍ରପ୍ରଭା ସାହି ନିବାସୀ କଳାକାର ବିନୟ ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସୂର୍ଯ୍ୟକାନ୍ତ ପାତ୍ର,ମନୋଜ କୁମାର ଦଣ୍ଡପାଟ, ଗଗନଚାନ୍ଦ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ସଂଗ୍ରାମ କେଶରୀ ପଟ୍ଟନାୟକ, ଅଭୟେନ୍ଦୁ ଶେଖର ପଟ୍ଟନାୟକ,କିରଣବାଳା ମିଶ୍ର, ଯତୀନ ଦାସ, ଗିରିଜା ଶଙ୍କର ଦାଶ, ଗୋପା ସାମଲ,ଭବାନୀ ଚରଣ ମିଶ୍ର, ସୁଧାଞ୍ଜଳି ମିଶ୍ର, ଶାନ୍ତନୁ କୁମାର ମିଶ୍ର ଇତ୍ୟାଦି ଅନେକ କଳାକାର ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରିବା ସହ ସ୍ମୃତିଚାରଣ କରିଥିଲେ l ଏପରି ଏକ ଅମାୟିକ ସରଳ ସ୍ୱାଭିମାନୀ ଗାୟକ କଳାକାରକୁ ହରେଇ ଗଞ୍ଜାମ କଳା ପରିଷଦ ଆଜି ଶୋକାପ୍ଲୁତ ହୋଇଥିବା ସମ୍ପାଦକ ଅପୂର୍ବ ପଟ୍ଟନାୟକ, ମନୋଜ ଦଣ୍ଡପାଟ କହିଛନ୍ତି l

National

ଛତିଶଗଡ଼ରେ ବର୍ଷର ସବୁଠୁ ବଡ଼ ଏନ୍‌କାଉଣ୍ଟର : ୩୧ ନକ୍ସଲ ନିହତ, ୨ ଯବାନ ସହିଦ

Blog Thumbnail

ଛତିଶଗଡ଼ ( ଦ କୁଇଭର ):- ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ଚଳିତବର୍ଷର ସବୁଠାରୁ ବଡ଼ ଏନ୍‌କାଉଣ୍ଟର୍‌ ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନିହତ ହୋଇଛନ୍ତି ୩୧ ନକ୍ସଲ। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଚଳିତ ମାସରେ ଛତିଶଗଡ଼ରେ ହେବାକୁ ଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ନକ୍ସଲଙ୍କ ଯୋଜନା ଥିଲା। କିନ୍ତୁ ଏହା ପୂର୍ବରୁ ସଂଗଠନକୁ ଶକ୍ତ ଝଟ୍‌କା ଲାଗିଛି। ଅପରପକ୍ଷରେ ନକ୍ସଲଙ୍କ ଗୁଳିରେ ଆହତ ୪ ଯବାନଙ୍କ ମଧ୍ୟରୁ ଦୁଇ ଜଣ ସହିଦ ହୋଇଥିବା ସୂଚନା ମିଳିଛି।

National,Politics

ଗେରୁଆ କବଜାରେ ଦିଲ୍ଲୀ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର) ରାଜନୀତିରେ ଆରଏସଏସର ଗରିଲା ଯୁଦ୍ଧ ଚାଲିଛି । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଭୂଆଁ ବୁଲାଇ ଆରଏସଏସ ତାର ସଂଗଠନକୁ ମେଲାଇ ଚାଲିଛି । ତାର ସଂଚାଳକ ମାନଙ୍କୁ ନେଇ ଆରଏସଏସ ଗୋଟିଏ ପରେ ଗୋଟିଏ ରାଜ୍ୟ ଗେରୁଆ ହାତକୁ ଟେକି ଦେଉଛି । ଦିଲ୍ଲୀକୁ ଗେରୁଆ କବଜା କରିବା ପରେ ଦେଶରେ ବିଜେପିର ପତାକା ବଢ଼ି ବଢ଼ି ଚାଲିଛି । ପ୍ରଚ୍ଛଦପଟରେ ଆରଏସଏସର ଭୂମିକା କେବଳ ବିରୋଧୀଙ୍କୁ ଭୂଆଁ ବୁଲାଇ ନାହିଁ, ସବୁ ଆକଳନକୁ ବି ଗୋଳମାଳିଆ କରିଦେଇଛି ।

ହରିଆନାରେ ବିଜେପିର ଝଣ୍ଡା ଉଡ଼ାଇବା ଥିଲା କାଠିକର ପାଠ । ବିଜେପି ଲଗାତର ୧୦ବର୍ଷ ଶାସନ କରିବା ପରେ ଦଳ ବଦନାମ ହୋଇଯାଇଥିଲା । ଆଶା ନଥିଲା ଦଳ କ୍ଷମତାକୁ ଆସିବ ବୋଲି । ହେଲେ ପୂରା ଦମ ଲଗାଇଲା ଆରଏସଏସ । ୭୮ହଜାର ବୈଠକ କଲା ସଂଞ୍ଚାଳକ ମାନଙ୍କୁ ନେଇ । ଉପରେ ବିରୋଧୀ ଖୁସି ହେଉଥିଲେ ବିଜେପି ଖସୁଛି । ହେଲେ ତୃଣମୂଳ ସ୍ତରରେ ଆରଏସଏସ ପୂରା ବାଜିକୁ ବଦଳାଇ ଦେଇଥିଲା । ଭୋଟ ବେଳକୁ ଭୋଟ ପଡ଼ିଲା ବିଜେପି ଖାତାରେ । ପୁଣି ଥରେ ହରିଆଣା ଦଖଲ କଲା ବିଜେପି । ସମାନ ରାସ୍ତା ଆପଣେଇଲା ମହାରାଷ୍ଟ୍ରରେ । ମିଳିତ ମଞ୍ଚ ପୂରା ଲାଗିଗଲା । ହେଲେ ଆରଏସଏସର ତୃଣମୂଳ ସ୍ତରର ଯୁଦ୍ଧ ସଂରଚନା ପୂରା ଗେମ ଚେଞ୍ଜ କରିଦେଲା । ମହାରାଷ୍ଟ୍ର ବି ହାତେଇ ନେଲା ବିଜେପି ।

ଝାଡ଼ଖଣ୍ଡରେ ବନବାସୀ କଲ୍ୟାଣ ଆଶ୍ରମ ବା ଆରଏସଏସର ଆଦିବାସୀ ଶାଖା ସେମିତି କମାଲ କରିପାରିଲା ନାହିଁ । ତେଣୁ ଝାଡ଼ଖଣ୍ଡ ହାତରୁ ଗଲା । ଦିଲ୍ଲୀକୁ ଫୋକସ କଲା ଆରଏସଏସ । ବିରୋଧୀ ମହାରାଷ୍ଟ୍ର ନିର୍ବାଚନରେ ଇଭିଏମ ବିବାଦ ନେଇ ଘୁରି ବୁଲୁଥିବା ବେଳେ ଆରଏସଏସ ୫୦ହଜାର ବୈଠକ କରିଦେଲା । ସଞ୍ଚାଳକମାନେ ପ୍ରତି ଗଳିରେ ବୈଠକ କରି ଭୋଟର ଦିଗକୁ ବିଜେପି ମୁହାଁ କରିଦେଲେ । ଆପ ପୂରା ଦମ ଲଗାଇଥିଲା । ମାତ୍ର ଆରଏସଏସର ହିନ୍ଦୁ ଏକତାର ଡାକରା ସବୁ କିଛି ବିଗାଡ଼ି ଦେଲା । ନିଜକୁ ଅତି ପ୍ରିୟ ସରକାର ବୋଲି ଦର୍ଶାଉଥିବା ଆପ ଧୂଳି ଚାଟିଗଲା ।

ଦେଶରେ ପରିବର୍ତ୍ତନର ଧାରା ପାଇଁ ପରିବର୍ତ୍ତନ ଆସୁଥିବା ବିରୋଧୀମାନେ କହୁଛନ୍ତି । ହେଲେ ସେହି କଥା ମହାରାଷ୍ଟ୍ର, ହରଆଣା ଭଳି ରାଜ୍ୟରେ ଲାଗିଲା ନାହିଁ କିପରି? ଝାଡ଼ଖଣ୍ଡରେ ପରିବର୍ତ୍ତନ ଆସିଲା ନାହିଁ କାହିଁକି? ଏସବୁକୁ ତର୍ଜମା କଲେ ବିଜେପି ପଛରେ ଆରଏସଏସ ଯେ ଚଟ୍ଟାଣ ଭଳି ଛିଡ଼ା ହୋଇଛି ତାହା ସ୍ପଷ୍ଟ ହୋଇଯାଉଛି । ଆରଏସଏସର ହିନ୍ଦୁତ୍ୱ ବା ସନାତନୀ ନାରା ପୂରା ଚିତ୍ରକୁ ବଦଳାଉଛି । ଏହାବ୍ୟତୀତ ମୋଦିଙ୍କ କଠୋର ପଦକ୍ଷେପ ବି ବିରୋଧୀଙ୍କ କ୍ୟାମ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲାଣି । ଦେଖାଯାଉ ବିଜେପିର ଏହି ଜୟଯାତ୍ରାକୁ ବିରୋଧୀ ବିହାରରେ ରୋକି ପାରୁଛନ୍ତି ନା ବିହାରରେ ବି ଆରଏସଏସ ଗେମକୁ ସମ୍ଭାଳି ନେଉଛି?


State

ସୁନା ଦର ୮୬ ହଜାର ପାର

Blog Thumbnail

ଦ କୁଇଭର ବ୍ୟୁରୋ :- ବିବାହ ଋତୁରେ ଆକାଶଛୁଆଁ ହେଲାଣି ସୁନା ଦର । କିଣିବା ତ ଦୂରର କଥା, ହାତ ମାରିବାକୁ ବି ଡର ଲାଗୁଛି। ହଠାତ ସୁନା ଦର ବଢ଼ିବା ପରେ ଚିନ୍ତାରେ ଗ୍ରାହକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୧୦ ଦିନରେ ସୁନା ଦର ୪ହଜାର ଟଙ୍କାରୁ ଅଧିକ ବଢ଼ିଛି । ଗୁରୁବାର ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୮୬ହଜାର ୨୭୦ ଟଙ୍କା ରହିଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ରହିଛି ୭୯ହଜାର ଟପିଛି। ସୁନା ଭଳି ଅନ୍ୟ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଯେହେତୁ ଏବେ ବିବାହ ଋତୁ ଚାଲିଛି, ତେଣୁ ଗ୍ରାହକଙ୍କୁ ସୁନା ଦର ଖୁବ ବାଧୁଛି। ଦର ବଢ଼ୁଥିଲେ ବି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଳ୍ପ ଅଳ୍ପ ସୁନା କିଣିବାକୁ ବାଧ୍ୟ ହେଉଛନ୍ତି ।ଏବେ ସୁନା ଦର ୮୬ହଜାର ଉପରେ ଥିବା ବେଳେ ଆଗକୁ ଦର ଲକ୍ଷେ ଟଙ୍କା ଛୁଇଁବାର ଆଶଙ୍କା ଦେଖା ଦେଇଛି।

Education

ନିଯୁକ୍ତିପତ୍ର ପାଇବେ ୨୭୬୭ ଜଣ ଶିକ୍ଷାର୍ଥୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବାକୁ ଥିବା ବେଳେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିନରେ ୨ ଜଣ ସମୀକ୍ଷକଙ୍କୁ ଏହି ଅବସରରେ ନିଯୁକ୍ତିପତ୍ର ପ୍ରଦାନ କରିବେ।

National

ଆଜି ପ୍ରୟାଗରାଜରେ ମହାସ୍ନାନ କରିବେ ରାଷ୍ଟ୍ରପତି

Blog Thumbnail

ପ୍ରୟାଗରାଜ( ଦ କୁଇଭର ):- ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଂଗମ। ମହାକୁମ୍ଭରେ ବୁଡ଼ ପକାଇବାକୁ ନାହିଁ ନଥିବା ଉତ୍ସାହ। ଏହାରି ଭିତରେ ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ପ୍ରୟାଗରାଜ ଯାଇ ବୁଡ଼ ପକାଇ ସାରିଲେଣି । ସେହି କ୍ରମରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ ଗସ୍ତରେ ଯାଇ ମହାକୁମ୍ଭରେ ସ୍ନାନ କରିବେ ।ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ । ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

State

୧୮ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :-:କଥାଦେଇ କଥା ରଖିଲେ ମୋହନ ସରକାର। କହିଥିଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଭବ୍ୟ ସମାବେଶରେ ବଟମ୍ ଟିପି ସୁଭଦ୍ରା ଯୋଜନା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଶନିବାର ଏକକାଳୀନ ଭାବେ ରାଜ୍ୟର ୧୮ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଲା ସୁଭଦ୍ରା ପ୍ରୋତ୍ସାହନ ରାଶି । ପ୍ରତି ମହିଳାଙ୍କୁ ମିଳିଲା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ୫ହଜାର ଟଙ୍କା । ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାର । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ । ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

State

ହୀରାକୁଦ ଡ୍ୟାମ୍ ପାଇଁ ବଡ଼ ଯୋଜନା, ୬ବର୍ଷରେ ଖର୍ଚ୍ଚ ହେବ ୧୦୬୬କୋଟି

Blog Thumbnail

ଦ କୁଇଭର ବ୍ୟୁରୋ :- ମହାନଦୀରେ ବନ୍ୟା ନିୟନ୍ତ୍ରଣ ଏବଂ ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆସନ୍ତା ୬ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ୧୦୬୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱ ବ୍ୟାଙ୍କ ଓ ଏସିଆନ୍‌ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ପୁନରୁଦ୍ଧାର ଓ ଉନ୍ନତୀକରଣ ପ୍ରକଳ୍ପ-୩ (ଡ୍ରିପ୍-୩)ରେ ହୀରାକୁଦ ବନ୍ଧର ମରାମତି, ଉନ୍ନତୀକରଣ ଏବଂ ଅନ୍ୟାନ୍ୟ କାମ ହେବ। ୬ବର୍ଷରେ ମୋଟ୍ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ସେହି ପ୍ରକଳ୍ପଗୁଡ଼ିକ ହେଲା ହୀରାକୁଦ ଡ୍ୟାମ୍‌ର ବାମ ଡାଇକ୍‌ରେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ। ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଓ ଉନ୍ନତୀକରଣ, ହୀରାକୁଦ ଡ୍ୟାମ୍‌ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେର ଫାଟକଗୁଡ଼ିକୁ ସ୍କାଡା ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ। ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବେ ନିଷ୍କାସିତ କରାଯାଇ ପାରିବ। ଏହାବାଦ୍ ହୀରାକୁଦ ଡ୍ୟାମ୍‌ର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଓ ଉନ୍ନତୀକରଣ ଦ୍ୱାରା ଡ୍ୟାମ୍‌କୁ ଦୀର୍ଘସ୍ଥାୟୀ କରାଯାଇ ପାରିବ। ଡ୍ୟାମ୍‌ର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେର ଗେଟ୍‌ଗୁଡ଼ିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ।

Education

ଫେବ୍ରୁଆରୀ ୨୧ରୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା ହେବ। ଏଥିପାଇଁ ପିଲା ଜୋର୍‌ସୋର୍ ଉଦ୍ୟମ ଚଳାଇଛନ୍ତି। ଦିନ ରାତି ଏକ କରି ପାଠ ପଢୁଛନ୍ତି। ତେବେ ପରୀକ୍ଷା କିପରି ସୁରୁଖୁରୁରେ ହୋଇପାରିବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବି ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ପିଲା କିପରି ବିନା ଅସୁବିଧାରେ ପରୀକ୍ଷା ଦେଇପାରିବେ ଓ ବିଶେଷ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍ ହେଲେ ସିରିଏଲ୍ ନମ୍ବର ଦେଖି ଜାଣିହେବ । ଏଥିସହ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର QR କୋଡ୍ ବି ରହିବ । ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ। ଚଳିତଥର ମୋଟ୍ ୩ ହଜାର ୧୩୩ ମୋଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି।ସକାଳ ୭ଟା ୩୦ରୁ ସ୍କୁଲ ଗେଟ୍ ଖୋଲାଯିବ। ସକାଳ ୮ଟା ୩୦ ଭିତରେ ପିଲା ପ୍ରବେଶ କରିବେ। ୯ଟରୁ ପରୀକ୍ଷା ଆରମ୍ଭ ହେବ। ସବୁ ସ୍କୁଲକୁ ସେଣ୍ଟର ଇନଫରମେସନ୍ ଦିଆଯାଇଛି। ଏଥିପାଇଁ ୱେବକାଷ୍ଟରେ ସୂଚନା ଦିଆଯିବ। ପରୀକ୍ଷା ସେଣ୍ଟରରେ ମୋବାଇଲ୍ ବ୍ୟାନ ହୋଇଛି। ଯଦି କିଏ ମୋବାଇଲ୍ ନିଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍‌ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ। ୨୧ଟି ପୋଲିସ୍ ଥାନାରେ ୩୧୪ଟି ନୋଡାଲ୍ ସେଣ୍ଟର୍ ବ୍ୟବସ୍ଥା ହୋଇଛି। ପରୀକ୍ଷା ପରିଚାଳନା ନେଇ ସବୁ ପ୍ରସ୍ତୁତି ହୋଇଛି। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

State

ରାତି ଅଧରେ ମାଙ୍ଗାନିଜ ଚୋରା ଚାଲାଣ

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ବିଲେଇପଦା ସେକ୍ସନ ଅଧିନସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଗତ ରାତିରେ ଏକ ପିକଅପରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ବ ମାଙ୍ଗାନିଜ ପଥର ବୋଝେଇ କରି ଝାଡଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ରାଇକା ନିକଟରେ ବନ ବିଭାଗର ପେଟ୍ରୋଲିଂ ହାବୁଡ଼ରେ ପଡି ଯାଇଛନ୍ତି ୩ ଜଣ ଅଭିଯୁକ୍ତ। ସେଥି ମଧ୍ୟରୁ ଜଣେ ପିକଅପ୍ ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୋଡା ଥାନା କଳାପାହାଡ ଅଞ୍ଚଳର ବୋଲି ଜଣାପଡିଛି। ବନବିଭାଗ ମାଙ୍ଗାନିଜ ବୋଝେଇ ପିକଅପ୍ ଜବତ୍ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

State

ବିଭିନ୍ନ ଦାବିରେ ଠାକୁରାଣୀସ୍ଥିତ ଓଏମଡିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ ଛଅ ମାସର ବକେୟା ଦରମା ଓ ଚିକିତ୍ସା ଖର୍ଚ୍ଚ ପଇଠ କରିବା ଦାବିରେ ଆଜି ଠାରୁ ଠାକୁରାଣୀସ୍ଥିତ ଓଏମଡିସି କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବା ଦେଖା ଯାଇଛି। ଭାରତ ସରକାରଙ୍କ ଅଧିନସ୍ଥ ଓଏମଡିସି କମ୍ପାନୀ ଗତ ଦୁଇ ବର୍ଷରୁ କର୍ମଚାରୀଙ୍କ ଦରମାରେ ବିଭ୍ରାଟ ସୃଷ୍ଟି କରୁଥିବା ବେଳେ ବାରମ୍ବାର ଓଏମଡିସି କର୍ତ୍ତୃପକ୍ଷ,ଶ୍ରମ ବିଭାଗ ଓ ପ୍ରଶାସନର ଦ୍ବାରସ୍ଥ ହେବାପରେ ମଧ୍ୟ କର୍ମଚାରୀ ମାନେ ଦରମା ନ ପାଇ ଆର୍ଥିକ ଅନଟନରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ବଡବିଲ ମଜଦୂର ସଂଘ, କେନ୍ଦୁଝର ମାଇନ୍ସ୍ ୱର୍କର୍ସ ୟୁନିଅନ ଓ ଓଏମଡିସି କର୍ମଚାରୀ ସଂଘ ସହଯୋଗରେ କର୍ମଚାରୀଙ୍କ ପକ୍ଷରୁ ଆଜି ଠାରୁ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରା ଯାଇଛି। କର୍ମଚାରୀ ନିଜ ନ୍ୟାର୍ଯ୍ୟ ଦାବି ନ ପାଇବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି।


State

ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ

Blog Thumbnail

ଦ କୁଇଭର ବ୍ୟୁରୋ :-:ଭୀଷଣ ଗରମରେ ହନ୍ତସନ୍ତ ରାଜ୍ୟବାସୀ । ଏବେଠୁ ପାରଦ ଉପରମୁହାଁ ହେବାକୁ ଲାଗିଛି । ସେପଟେ ୩ ଦିନରେ ପୁଣି ତାତି ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚିନ୍ତା ବଢିଛି । ୨ ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା । କିଛି ଜିଲ୍ଲାକୁ ଘନ କୁହୁଡିକୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, "୩ ଦିନରେ ପୁଣି ବଢିବ ତାତି । ଗତ ଦୁଇ ଦିନ ହେବ ରାଜ୍ୟରେ ଗରମ ଅନୁଭୂତ ହେଉ ଥିବାବେଳେ ଟାଣ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ପୁଣି ଦେଖିବାକୁ ମିଳିପାରେ ଟାଇଁ ଟାଇଁ ଖରା । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।" ତେବେ ଖରାର ପ୍ରକୋପ କମ ରହିଥିବାବେଳେ ଅସ୍ତବ୍ୟସ୍ତ କରିବ କୁହୁଡି । ଦୁଇ ଦିନ ଯାଏ ଘନ କୁହୁଡି ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

Sports,State,International,National

ବାରବାଟୀରେ ଭାରତ ବିଜୟୀ, ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ

Blog Thumbnail

କଟକ( ଦ କୁଇଭର ):- ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି। ଭାରତ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ୱିକେଟ୍‌ରେ ପରାସ୍ତ କରିଥିଲା। ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।

State

ସଡ଼କ ଦୁର୍ଘଟଣା ରୋକିବାକୁ ଆଲୋଚନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା କରିଥିବା ବେଳେ ଟିମ୍ ପହଞ୍ଚିଥିଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ବ୍ରହ୍ମପୁର ଏସପି ଶ୍ରବଣା ବିବେକଙ୍କ ସହ ଆଇଆଇଟି ମାଡ୍ରାସ ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନିୟନ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଉଛି ସେଥିରୁ ଗଞ୍ଜାମ ଅନ୍ୟତମ। ଗଞ୍ଜାମରେ ସଡ଼କ ଦୁର୍ଘଟଣାର କାରଣ କ’ଣ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।


ବିଶେଷକରି ଦ୍ରୁତଗତି, ମଦ୍ୟପାନ କରି ଗାଡି ଚାଳନାରୁ କିଭଳି ଜନସାଧାରଣ ନିବୃତ୍ତ ରହିବେ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ପାଳନ ମାନସିକତାକୁ ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ବ୍ରହ୍ମପୁରର ଯେଉଁ ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ଘଟୁଛି ବା ବ୍ଲାକସ୍ପଟ୍ ଅଞ୍ଚଳକୁ ଟିମ ପରିଦର୍ଶନ କରିଥିଲା। ସେଠାରେ ରୋଡ ଇଞ୍ଜିନିୟରିଂରେ ଥିବା ତ୍ରୁଟିକୁ ମଧ୍ୟ ଚିହ୍ନଟ କରାଯାଇ ସଂପୃକ୍ତ ବିଭାଗକୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି। ସେଭଳି ସ୍ଥାନରେ ଦୁର୍ଘଟଣା ରୋକିବାକୁ ସଚେତନତାକୁ ବ୍ୟାପକ କରାଯିବ। ଜନସାଧାରଣଙ୍କୁ କିଭଳି ସଡ଼କ ସୁରକ୍ଷାରେ ଅଧିକ ଭାଗୀଦାର କରାଯିବ ଏବଂ ସେଥିପାଇଁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିପାରିବ ସେନେଇ ଆଲୋଚନା ହୋଇଥିଲା।ବିଶେଷ କରି ଯେଉଁ ସମୟରେ ଅଧିକ ଦୁର୍ଘଟଣା ଘଟୁଛି ସେହି ସମୟରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯିବାର ନିଷ୍ପତ୍ତି ହୋଇଛି।

State

ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ

Blog Thumbnail

ଦ କୁଇଭର ବ୍ୟୁରୋ :- ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଯାନବାହନ ଯାଞ୍ଚ ହେବ।ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ। ବିକଟାଳ ହର୍ଣ୍ଣ, କଳାକାଚର ଚେକିଂ ହେବ। ଗାଡ଼ିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା। ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୁଲିସ। ଚେକିଂ ପୂର୍ବରୁ କାଢ଼ି ଦିଅନ୍ତୁ, ନଚେତ ଗଣିବେ ଜରିମାନା l କୋଭିଡ ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା। ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି। ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିସନରେଟ ପୁଲିସ। ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଧରପଗଡ଼ ଆରମ୍ଭ ହେବ।

State

ଗାଁ ସାଥି ଓ ଶ୍ରମିକଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Blog Thumbnail

ଗଜପତି ( ଦ କୁଇଭର ):- ଗାଁ ସାଥିଙ୍କ ସହ ହଜାର ହଜାର ଶ୍ରମିକଙ୍କ ବିକ୍ଷୋଭରେ କମ୍ପିଲା ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି। ସର୍ବନିମ୍ନ ମଜୁରି ୩୫୨ ଟଙ୍କା ଓ ବାର୍ଷିକ ୩୦୦ ଶ୍ରମ ଦିବସ ନିଶ୍ଚିତ କରିବା ସହ ଗାଁ ସାଥିଙ୍କୁ ସ୍ଥାୟୀ ନିଯୁକ୍ତି ସହ ମୂଳ ପାରିଶ୍ରମିକ ୧୦ ହଜାର ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଓଛନ୍ତି ଜିଲ୍ଲାର ହଜାର ହଜାର ଜବକାର୍ଡ ଧାରୀ ଓ ଶ୍ରମିକ। ଏକ ବିରାଟ ଶୋଭାଯାତ୍ରାରେ ରାଜପ୍ରସାଦ ସମ୍ମୁଖରୁ ବାହାରି ସ‌ହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମନରେଗା ଯୋଜନାରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରମିକ ୧୦୦ ଦିନର କାମ ପର୍ଯ୍ୟାପ୍ତ ହେଉନଥିବା ବେଳେ ଅନେକ ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ସମସ୍ୟା ରୋକିବାକୁ ଗାଁ ସାଥିଙ୍କ ଭୁମିକା ଗୁରୁତ୍ଵପୂର୍ଣ୍ଣ। ତଥାପି ଗାଁ ସାଥିଙ୍କୁ ସରକାର ପ୍ରୋତ୍ସାହନ ଦେଉନଥିବା ସ‌ହ ନିର୍ବାଚନ ସମୟରେ ଶ୍ରମିକଙ୍କ ସମସ୍ୟା ନେଇ ଦିଆଯାଇଥିବା ପ୍ରତିଶୃତି ପୁରଣ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ।