ଦକୁଇଭର ବ୍ୟୁରୋ :- ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କଲେ ଜାଭେଲିନ ଫିଙ୍ଗାଳି ସୁମିତ ଆଣ୍ଟିଲ । ଲଗାତାର 2ଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ସେ ଇତିହାସ ରଚିଛନ୍ତି । ସୋମବାର ରାତିରେ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁମିତ 70.59 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଗୋଲ୍ଡ ଜିତିଥିଲେ ।ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ । ପ୍ୟାରିସରେ ମଧ୍ୟ ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ ବଜାୟ ରଖିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗତକାଲି ଖେଳାଯାଇଥିବା ଇଭେଣ୍ଟରେ ଭାରତକୁ ମୋଟ 8ଟି ପଦକ ମିଳିଛି । ଏହା ଥିଲା ଭାରତର ପାଇଁ ଐତିହାସିକ ଦିନ । ଗୋଟିଏ ଦିନରେ ଭାରତକୁ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନିତେଶଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ , ସୁମିତଙ୍କୁ ଜଭେଲିନରେ ସ୍ବର୍ଣ୍ଣ ମିଳିଥିଲା । ପାରା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ନିତ୍ୟା ଶ୍ରୀଙ୍କୁ ବ୍ରୋଞ୍ଜ, ପୁରୁଷ ଡିସକସ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ, ତୀରନ୍ଦାଜୀ ମିକ୍ସଡ ଟିମରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡିକୁ ବ୍ରୋଞ୍ଜ ପଦକ ମିଳିଥିଲା । ବ୍ୟାଡମିଣ୍ଟନ ପୁରୁଷ ଏସଏଲ4ରେ ଭାରତର ସୁବାସ ୟଥୀରାଜ ରୌପ୍ୟପଦକ ଜିତିଥିଲେ । ସେହିପରି ମହିଳା ବ୍ୟାଡମିଣ୍ଟନର ଏସୟୁ5 ବିଭାଗରେ ଭାରତର ମନୀଷୀ ରମଦାସ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହି ଇଭେଣ୍ଟରେ ତୁଳସୀମତି ମୁରୁଗେସାନ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ଜିତିଥିଲେ ।