ଦକୁଇଭର ବ୍ୟୁରୋ :- ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା l ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା l ପ୍ରଭାବରେ ୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା l ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ.l ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ l ଗଜପତି, ଗଞ୍ଜାମ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ l
No comments yet.
Politics,State
ଭୁବନେଶ୍ୱର( ଦ କୁଇଭର ):- ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିଛି, ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ଏବେ ସବୁ ସରକାରୀ କୋଠାର ରଙ୍ଗ ଗେରୁଆ ବା କମଳା ରଙ୍ଗ ହେବ । ବାହାର ପଟର ରଙ୍ଗ ଗେରୁଆ କରିବା ସହ ବୋର୍ଡର ନାଲି ରହିବ । ଏହା ପୂର୍ବରୁ ବିଜେଡି ସରକାର କେତେକ ସ୍ଥାନରେ କୋଠାର ରଙ୍ଗ ସବୁଜ କରାଇଥିଲେ । ସ୍କୁଲର ରଙ୍ଗ ବି ସବୁଜ କରିଦେଇଥିଲେ । ରାଜ୍ୟ ରାଜକୋଷରୁ ୧୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଆସିଲେ ମୋହନ ସରକାର । ମୋହନ ସରକାର ଏବେ ରଙ୍ଗ ବଦଳା ଆରମ୍ଭ କରିଛନ୍ତି । ଏବେ ରଙ୍ଗ ବଦଳା ବାବଦରେ ୨୦୦କୋଟିର ଖର୍ଚ୍ଚ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।
ପ୍ରଥମେ ସ୍କୁଲ କୋଠାର ରଙ୍ଗ ବଦଳିଲା । ପରେ ଲକ୍ଷ୍ମୀ ବସର ରଙ୍ଗ ବଦଳିଲା । ଧିରେ ଧିରେ ସବୁ ବସର ରଙ୍ଗ ବଦଳୁଛି । ସ୍କୁଲ ଡ୍ରେସର ରଙ୍ଗ ବି ସବୁଜରୁ ବଦଳାଇ ଦେଲେ ସରକାର । ଏହାବ୍ୟତୀତ ଅନେକ ସ୍ଥାନରୁ ସବୁଜ ରଙ୍ଗକୁ ହଟାଇ ଦିଆଯାଉଛି । ପୂର୍ବରୁ ସବୁଜ ରଙ୍ଗର ହୋଡିଂକୁ ବି କମଳା ରଙ୍ଗ କରାଯାଉଛି । ଏବେ ସରକାର ନିର୍ଦ୍ଦେଶ ଦେଇଛନ୍ତି ସରକାରୀ କୋଠାର ରଙ୍ଗ କମଳା ହେବ । ଏହା ପୂର୍ବରୁ ଓମଫେଡ ଜରିର ରଙ୍ଗ ବଦଳାଇ ଦେଇଛନ୍ତି ମୋହନ ସରକାର । ଏତେ ସବୁ ବଦଳାଇଲେଣି । ଆଗକୁ ଆଉ କାହା କାହାର ରଙ୍ଗ ବଦଳାଇବେ ବୋଲି ସ୍ୱତଃ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାରଙ୍କ ରଙ୍ଗ ବଦଳା ଅଭିଯାନରେ ଆଗକୁ କିଏ ଆସୁଛି?
Politics,State
ଭୁବନେଶ୍ୱର(ଦ କୁଇଭର): ବିଜେପି ରାଜ୍ୟ ସଭାପତିଙ୍କୁ ହଟାଇବାକୁ ମସୁଧା ଚାଲିଲାଣି । ଏବେ ସଭାପତି ଥିବା ମନମୋହନ ସାମଲଙ୍କୁ ହଟାଇବାକୁ ଗୋଟେ ଗୋଷ୍ଠୀ ଜୋରସୋର ଲାଗିଥିବା କୁହାଯାଉଛି । ବିଜେପିର ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ନିଷ୍ପତ୍ତି ହେବ ବୋଲି କୁହାଯାଉଥିଲେ ମଧ୍ୟ ଭିତରେ ଭିତରେ କିନ୍ତୁ ଭିନ୍ନ କାରସାଦି ଚାଲିଛି । ମନମୋହନ କାଳେ ଅମାନିଆ । ସେ ରାଜ୍ୟବାସୀଙ୍କ ଭାବନାକୁ ନେଇ କାମ କରିବାକୁ କହୁଛନ୍ତି । ଯାହା ଦଳର କିଛି ନେତାଙ୍କ ରାସ୍ତାରେ କଣ୍ଟା ପକାଉଛି । ତେଣୁ ଏଥର ତାଙ୍କୁ ହଟାଇ ଜଣେ ବୋଲକରା ବସାଇବାକୁ ଚାଲିଛି ମସୁଧା । ସେହି ମିଶନ ବି ଭିତରେ ଭିତରେ କାଳେ ଆରମ୍ଭ ହୋଇଛି । ଯାହାକୁ ନେଇ ବିଜେପି ଭିତରେ ଛକାପଞ୍ଝା ଚାଲିଛି ।
ବିଜେପି କ୍ଷମତାକୁ ଆସିବ ବୋଲି କେହି ଭାବି ନଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ଭଳି କିଛି ନେତାଙ୍କ ଉଦ୍ୟମ ଫଳରେ ରାଜ୍ୟର ସ୍ଥିତି କାଳେ ବଦଳି ଗଲା । ବିଭ୍ରାଟ କରିବା ଉଦେ୍ଦଶ୍ୟରେ କିଛି ବଡ଼ ନେତା ଉଦ୍ୟମ କରିଥିଲେ । କେତେକ ସ୍ଥାନରେ ଦଳ ବିରୋଧରେ ଦଳୀୟ ନେତାଙ୍କୁ ଟିକେଟ ଦେଇ ଜିତାଇଥିଲେ । ସେଥିରୁ ମନମୋହନଙ୍କ ସହ ଦଳର କିଛି ବଡ଼ ନେତାଙ୍କର ପଟୁ ନଥିବା ସ୍ପଷ୍ଟ ହୋଇଥିଲା । ଏବେ ବିଜେପି ସରକାର ଓଡ଼ିଶାରେ କଲା । ସରକାରକୁ ରିମୋର୍ଟରେ ଦିଲ୍ଲୀରୁ ଚଳାଉଥିବା ନେଇ ଅନେକ ଅଭିଯୋଗ ରହିଛି । ଏପରିକି କେନ୍ଦ୍ରମନ୍ତ୍ରୀ ମୋହନଙ୍କୁ ଚଳାଉଥିବା ବି ଚର୍ଚ୍ଚା ହେଉଛି । ବିରୋଧୀ ବିଜେଡି ତ କହିଲାଣି ଏଠି ୪ଟା ସରକାର ଚାଲିଛି ।
କେବଳ ସେତିକି ନୁହେଁ, ମନମୋହନଙ୍କୁ ଚାନ୍ଦବାଲିରେ ହରାଇବାକୁ ଦଳର କେଉଁ କେନ୍ଦ୍ରୀୟ ନେତା ଚାଲ କରିଥିଲେ ତାହା ବି ଚାରିଆଡ଼େ ରାଷ୍ଟ୍ର ହେଲାଣି । ନିର୍ବାଚନ ପ୍ରଚାରର ଶେଷ ଦିନରେ କିଏ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ବିଭେଦ କରିଥିଲା? ମନମୋହନଙ୍କୁ ହରାଇବା କାହାକୁ ଫାଇଦା ଦେଉଛି? ଏହା ଦଳକୁ ତୃଣମୂଳ ସ୍ତରରେ ନିନ୍ଦିତ କରୁଛି । ହେଲେ କ୍ଷମତା ଲୋଭୀ କିଛି ପୁରୁଖା କେନ୍ଦ୍ରୀୟ ନେତା ଦଳରେ ତାଙ୍କର ପତିଆରା ରଖିବାକୁ ଲାଗିଛନ୍ତି । ଏହାଦ୍ୱାରା ରାଜ୍ୟରେ ଦଳ ବଦନାମ ହେବା ସହ ଲୋକପ୍ରିୟତା ହରାଉଛି । ଏହାକୁ ନେଇ ନିକଟରେ ଏମପି ଅପରାଜିତା ଷଢ଼ଙ୍ଗୀ କାଳେ ଦିଲ୍ଲୀ ଯାଇ ପୋଲ ଖୋଲିଦେଇଥିଲେ । ମନମୋହନ ସାମଲ ବି ଗୁମର ଖୋଲିଲେଣି । ଯାହାଦ୍ୱାରା ଉପରୁ ଚାପ ପଡ଼ି କିଛିଟା କାଟତୀ କମିଥିବା କୁହାଯାଉଛି । ତେଣୁ ରାଜ୍ୟ ସଭାପତି ପଦରୁ ମନମୋହନଙ୍କୁ ହଟାଇ ଦେଲେ ଏସବୁ ଝମିଲା ରହିବ ନାହିଁ ।
ସେଥିପାଇଁ କାରସାଦି ଚାଲିଲାଣି । ଏପରିକି ରାଜ୍ୟ ସଭାପତି ତାଲିକାରେ ଏମପି ବୈଜୟନ୍ତ ପଣ୍ଡା, ଅପରାଜିତା ଷଢ଼ଙ୍ଗୀ, ପ୍ରତାପ ଷଢ଼ଙ୍ଗୀ, ଅଭିମନୁ୍ୟ ଜେନାଙ୍କ ନାମକୁ ଭର୍ତ୍ତି କରି ବିବାଦ ବଢ଼ାଇବାକୁ ଉଦ୍ୟମ କରାଯାଉଛି । ଏହା ହେଲେ ଏବେ ଦଳ ଭିତରେ ଥିବା କେନ୍ଦ୍ରୀୟ ନେତାଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଭାଗ ଭାଗ କରାଯାଇ ପାରିବ । ତେଣୁ କାରସାଦି କରାଯାଉଛି । ଅନ୍ୟପକ୍ଷରେ ଦଳର ଅନେକ କର୍ମୀ ଓ ନେତା ମନମୋହନଙ୍କୁ ପୁଣି ଥରେ ସଭାପତି କରିବାକୁ ଲାଗିଛନ୍ତି । ଦେଖାଯାଉ ପୁରୁଖାଙ୍କ କାରସାଦି କାମ କରୁଛି ନା ଦଳର ନେତା ଓ କର୍ମୀଙ୍କ ଉଦ୍ୟମ କାମ କରୁଛି?
National,Farming
ଦ କୁଇଭର ବ୍ୟୁରୋ :- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ସେଠାରେ ସେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ।ଏହି କିସ୍ତି ଜାରୀ ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ।
National
ଦ କୁଇଭର ବ୍ୟୁରୋ :- ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା। ଆଉ ଏପଟେ ବାରିପଦାରେ ଭବ୍ୟ ଆୟୋଜନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ। ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ବି ଉପସ୍ଥିତ ରହିବେ। ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।ଦ୍ବିତୀୟ ପର୍ଯ୍ୟାୟରେ ୩୫ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା। ଦିନ ୧୨ଟା ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବାକୁ ଥିବାରୁ ହିତାଧିକାରୀଙ୍କ ଘରେ ଏବେ ବେଶ୍ ଉତ୍ସାହ । ଆଉ କିଛି ମହିଳା ସୁଭଦ୍ରା ଟଙ୍କା ଆସିଲେ ବ୍ୟବସାୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ମାସକ ଭିତରେ କୌଣସି ସରକାରୀ ଯୋଜନାରେ ଏକ କୋଟି ମହିଳା ପଞ୍ଜୀକରଣ କରିବା ରେକର୍ଡ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ଆଜି ଆଉ ୩୫ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା ।
State
ବଲାଙ୍ଗୀର ( ଦ କୁଇଭର ):- ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ୍ ଚଳାଚଳ ନେଇ ବସ୍ ମାଲିକ ସଂଘ ପ୍ରତିବାଦ କରିଥିଲେ। ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ।ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନେଇଛନ୍ତି ନିଷ୍ପତ୍ତି।ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା। ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ।ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ଚଳାଚଳ ଯୋଜନାକୁ ବିରୋଧ କରି ପୁଣିଥରେ ଏକଜୁଟ୍ ହୋଇଛନ୍ତି। ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ଏନେଇ ବଲାଙ୍ଗିର ବସ ମାଲିକ ସଂଘ ସଭାପତି ଚଗଲା ପରିଛା କହିଛନ୍ତି, ଆସନ୍ତା ୭ ତାରିଖ ସନ୍ଧ୍ୟାରୁ ଆମେ ୨୪ ଘଣ୍ଟା ପାଇଁ ଆନ୍ଦୋଳନକୁ ଓହ୍ଲାଇବୁ। ସରକାର ଦାବି ନ ଶୁଣିଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବୁ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ରୋଡ ଉପରେ ଗତ କାଲି ଅର୍ଥାତ ସୋମବାର ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଳୁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥଲେ।ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିବା ସୂଚନା ମିଳିଛି l ତେବେ କଣ ପାଇଁ ରାଣୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝିଅର ବାପାଙ୍କୁ ପୋଲିସ ଅଟକ ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l
National
ଦ କୁଇଭର ବ୍ୟୁରୋ :- ବଢିଲା ରାହୁଲଙ୍କ ଅଡୁଆ । ହାଜର ପାଇଁ ପୁନେ କୋର୍ଟଙ୍କ ସମନ । ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନି ମାମଲାରେ ପୁନେ କୋର୍ଟ ରାହୁଲଙ୍କୁ ହାଜର ହୋଇ ଜବାବ ଦେବା ପାଇଁ ସମନ କରିଛନ୍ତି । ବୀର ସାବରକରଙ୍କ ସଂପର୍କରେ ରାହୁଲ ଗାନ୍ଧି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବାବେଳେ ସାବରକରଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାହୁଲଙ୍କ ମନ୍ତବ୍ୟ ବିରୋଧରେ ସାବରକରଙ୍କ ସଂପର୍କୀୟ ପୁତୁରା ପୁନେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ । ଏହାର ଶୁଣାଣି କରି ପୁନେ କୋର୍ଟ ଶନିବାର ରାହୁଲଙ୍କୁ ସମନ୍ କରିଛନ୍ତି । ଅକ୍ଟୋବର ୨୩ରେ ହାଜର ହେବାକୁ ସମନ୍ରେ କୁହାଯାଇଛି । ଦେଖାଯାଉ ରାହୁଲ ଅଡ଼ୁଆରୁ କିଭଳି ମୁକୁଳୁଛନ୍ତି ।
Politics
ନୂଆଦିଲ୍ଲୀ(ଦ କୁଇଭର): ଇଣ୍ଡି ମେଣ୍ଟର ସଦସ୍ୟମାନେ ଏପର୍ଯ୍ୟନ୍ତ ଏକ ହୋଇ ପାରି ନାହାନ୍ତି । ହରିଆଣା ଓ ଜମ୍ମୁ କାଶ୍ମୀରରେ କଂଗ୍ରେସ ବିରୋଧରେ ଆପ ଲଢ଼େଇ କରିଥିଲା । ଏବେ ଦିଲ୍ଲୀରେ ସିଧା ସିଧା ଆପ ସହ ଲଢ଼େଇ କରିବ କଂଗ୍ରେସ । ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଖୋଲାଖୋଲି କହିଦେଲେଣି । ଦିଲ୍ଲୀରେ କଂଗେସ ଏଥର ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିବା ପରେ ବିଜେପି ପାଇଁ ପୁଣି ଏକ ସୁଯୋଗ ହେବ ବୋଲି କୁହାଯାଉଛି ।
ବିଜେପିକୁ ମୁକାବିଲା କରିବା ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ କଂଗ୍ରେସ ସହ ମିଶି ଇଣ୍ଡି ମେଣ୍ଟ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ମେଣ୍ଟ ସିନା କରିଛନ୍ତି ହେଲେ ଏକ ହୋଇ ପାରୁନାହାନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ବିରୋଧରେ ଅନେକ ଦଳ ପ୍ରାର୍ଥୀ ଦେଲେ । ଏବେ ହରିଆଣା ଓ ଜମ୍ମୁ କଶ୍ମୀର ନିର୍ବାଚନରେ କଂଗ୍ରେସ ବିରୋଧରେ ଆପ ପ୍ରାର୍ଥୀ ଦେଲା । କଂଗ୍ରେସ ବି ହାରିଲା, ଆପ ବି ବହୁ ପଛରେ ପଡ଼ିଲା । କାଶ୍ମୀରରେ ନେସନାଲ କନଫରେନ୍ସ ସହ ମେଣ୍ଟ ହେଲା । କିନ୍ତୁ ଆପ ମିଶିଲା ନାହିଁ । ଆପ କାଶ୍ମୀରରେ ଗୋଟିଏ ସିଟ ଜିତିଲା ।
ଏବେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେଲାଣି । ଦିଲ୍ଲୀ ପାଇଁ କଂଗ୍ରେସ ତାର କୌଶଳ ଆରମ୍ଭ କରିଦେଲାଣି । ସେଥିପାଇଁ ଦଳର ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଦିଲ୍ଲୀ ଲୋକ ଜାଣିଛନ୍ତି କଂଗ୍ରେସ କେତେ ବିକାଶ କରିଛି । ତେଣୁ ସେହି କାର୍ଯ୍ୟକୁ ନେଇ ଆମେ ଦିଲ୍ଲୀ ନିର୍ବାଚନ ଏକାକୀ ଲଢ଼ିବୁ । ଏକଥା କହି ଆପର କାମ ଉପରେ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଦିଲ୍ଲୀ ଦଖଲ ପାଇଁ ବିଜେପି ଦୀର୍ଘବର୍ଷରୁ ଲାଗିଛି । ହେଲେ ଆପକୁ କାଟିବା ସମ୍ଭବ ହେଉନାହିଁ । ଏବେ କଂଗ୍ରେସ ଯଦି ତାର ଶକ୍ତି ଖଟାଇବ, ତେବେ ଆପ ଭୋଟ କଂଗ୍ରେସ କାଟିଲେ, ବିଜେପିର ସହଜ ହେବ । ଦେଖାଯାଉ କଂଗ୍ରେସ ଦିଲ୍ଲୀରେ ଆପକୁ ଝଟକା ଦେଉଛି ନା ନିଜେ ଝଟକା ଖାଉଛି?
National
ବାରିପଦା( ଦ କୁଇଭର ):- ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।
State
ଗଜପତି ( ଦ କୁଇଭର ) :- ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଳକ ସମିଳନୀ କକ୍ଷରେ ବିଡ଼ିଓ ରାଜୀବ ଦାସଙ୍କ ସଂଯୋଜନା ରେ ଆୟୋଜିତ ବୈଠକରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଜନ ପ୍ରତିନିଧିଙ୍କୁ ପଚାରି ବୁଝିଥିଲେ l ମୋହନା ବ୍ଳକ ରେ ଅଧିକାଂଶ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି l ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ସେ ନିଜେ କେନ୍ଦ୍ର ବୈଦେଶିକ ବ୍ୟାପାର ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ଅଛନ୍ତି l ତେଣୁ ଦାଦନ ସମସ୍ୟା ଦୂର ପାଇଁ ପଦକ୍ଷେପ ନିଶ୍ଚିତ ନେବି ବୋଲି ସାଂସଦ କହିଛନ୍ତି l ଏଥିସହ ଦାଦନ ସମସ୍ୟା ଦୂର ପାଇଁ ସମସ୍ତ ଜନ ପ୍ରତିନିଧି ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି l ବ୍ଳକ ରେ ଯାହା ସବୁ ସମସ୍ୟା ରହିଛି ତାକୁ ଧୀରେ ଧୀରେ ସମାଧାନ କରିବାକୁ ସାଂସଦ ପ୍ରତିଶୃତି ଦେଇଛନ୍ତି l ବୈଠକରେ ଉପସ୍ଥିତ ମୋହନା ବ୍ଲକର ୩୯ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଂଚଳର ସମସ୍ୟା ଉପରେ ସାଂସଦ ଙ୍କୁ ଅବଗତ କରାଇଛନ୍ତି l ବିଶେଷ କରି ବ୍ଲକ ର ଉନୟନ ମୂଳକ କାର୍ଯ୍ୟ ଧିମେଇ ଯାଇଛି l ବିଭିନ୍ନ ଯୋଜନାର କାର୍ଯ୍ୟ ସମ୍ପୂର୍ଣ ହୋଇଥିଲେ ମଧ୍ୟ ସେଗୁଡିକର ବିଲ ମିଳିବାରେ ସମସ୍ୟା ଦେଖାଯାଉଛି l ବର୍ଷ ବର୍ଷ ଧରି ବିଲ୍ ଟଙ୍କା ହେଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି l କନିଷ୍ଠ ଯନ୍ତ୍ରି ମାନେ ମନୋମୁଖୀ ଶାସନ କରୁଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି l ଏଥିସହ ପାନୀୟଜଳ, ରାସ୍ତା,ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ ସମସ୍ୟା ଉପରେ କହିଥିଲେ ଜନ ପ୍ରତିନିଧି l ସାଂସଦ ଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ବୈଠକ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷl କୁନ୍ତଳା ମଲ୍ଲିକ, ବ୍ଳକ ଉପାଧ୍ୟକ୍ଷl ବାଲମିନା ଅଧିକାରୀ ଓ ତହସିଲଦାର ସତ୍ୟବାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ସେଇପରି ଆର ଉଦୟଗିରି ବ୍ଲକ ସଭା ଗୃହ ଠାରେ ସମିତି ବୈଠକ ଅନୁଷ୍ଠିତ ହେଇଥିଲା ବ୍ରହ୍ମପୁର ସାଂସଦ ବିଧାୟକ ବ୍ଲକ ଅଦକ୍ଷ ଲକ୍ଷ୍ମୀ ଶବର ବିଡ଼ିଓ ତହସିଲଦାର ଓ ସମିତି ମେମ୍ବର ଉପସ୍ଥିତ ଥିଲେ ସାଂସଦ ଙ୍କ ଏହି ଗସ୍ତ ସମୟରେ ମାଣିକପୁର ହନୁମାନ ମନ୍ଦିର ଠାରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସାଂସଦ ଙ୍କ ଉପସ୍ଥିତ ରେ ରାୟଗଡା ବ୍ଲକ ର ସାତ ଜଣ ସମିତି ସଭ୍ୟ ସଭ୍ୟା ବିଜେପି ରେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ l
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ବେଲଗୁଣ୍ଠା ଠାରେ, ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ଶତାଧିକ କଳାକାର ବେଲଗୁଣ୍ଠା ସ୍ଥିତ ନୃସିଂହନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି, ସହର ପରିକ୍ରମା କରିବା ସହ ବଣିକ ସଂଘ ଭବନ ଠାରେ ଆୟୋଜିତ ଉତ୍ସବରେ ପହଞ୍ଚିଥିଲେ । ସଂଘର ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାକାର ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ସହ, କଳାର ବିକାଶ ପାଇଁ ସବୁ କ୍ଷେତ୍ରରେ ନିରନ୍ତର ଉଦ୍ୟମ ହେବା ଜରୁରୀ ହୋଇଛି । ଏହା ସହ ସମାଜର ବିକାଶ କ୍ଷେତ୍ରରେ, କଳାକୁ ଉପଯୋଗ କରିବାର ଆବଶ୍ୟକ ରହିଛି ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଜିଲ୍ଲା ତଥା ବେଲଗୁଣ୍ଠା ବ୍ଳକର ବହୁ ବରିଷ୍ଠ କଳାକାର ଓ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ମା' ଘଟଗାଁ ତାରିଣୀ ମନ୍ଦିର ୩ ନମ୍ବର ଗେଟ ପାଖରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି l ଗତ ରାତିରେ ଘଟଗାଁ ମାଁ ତାରିଣୀ ମନ୍ଦିରର ୩ ନମ୍ବର ଗେଟ ନିକଟରେ ଅଗ୍ନିକାଣ୍ଡ ଘଟି ୮ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ଜଳି ଯାଇଥିବା ସୂଚନା ମିଳିଛି l ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି l
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗ ଦ୍ଵାରl ଦ୍ଵାରା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ବିଡ଼ିଓ ରାଜୀବ ଦାସ, ସମ୍ମାନୀତ ଅତିଥି ତହସିଲଦାର ସତ୍ୟବାନ ନାୟକ ଯୋଗଦେଇ ଉଦଘାଟନ କରିଥିଲେ l ମୋହନା ବ୍ଲକର ୨୨ କ୍ଳଷ୍ଟର ରେ ଆୟୋଜିତ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ l ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ପରେ ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା l ସଂଧ୍ୟାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଯୋଗଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଛନ୍ତି l କାର୍ଯ୍ୟକ୍ରମକୁ ଲୁହାଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟ ସେଠୀ ସଂଯୋଜନା କରିଥିବା ବେଳେ ସମସ୍ତ ସିଆରସିସି ପରିଚାଳନା କରିଛନ୍ତି l
State
ଗଜପତି( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସିଥିବା ବେଳେ ଲୁହାଗୁଡ଼ି ଛେଳିଗଡ଼ ଉଦୟଗିରି ଠାରେ ତାଙ୍କୁ ବିଜେପି କର୍ମୀ ସ୍ୱାଗତ କରିଥିଲେ,ପରେ ସେ ଦଳୀୟ ସଦସ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା କରିଛନ୍ତି l ମାଣିକପୁର ହନୁମାନ ମନ୍ଦିରରେ ଆୟୋଜିତ ଦଳୀୟ ବୈଠକରେ ଏହି ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଅଧିକ ରୁ ଅଧିକ ସଦସ୍ୟ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି l ଏଥିସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ସାମୁହିକ କାର୍ଯ୍ୟ ର ଉନ୍ନତି କରିବାକୁ ସାଂସଦ ପ୍ରତିଶୃତି ଦେବା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି l ଏହି ସମୀକ୍ଷା ବୈଠକରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର, ଖଣି ସମିତି ସଭ୍ୟ ପ୍ରଶାନ୍ତ ମଲିକ, ନବ କିଶୋର ଶବର. ପ୍ରଶାନ୍ତ ସୁବୁଦ୍ଧି , ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡିଙ୍କ ସମେତ ବହୁ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକ ରେ ୭ଜଣ ବିଜେଡି ର ସମିତି ସଭ୍ୟ ସଭ୍ୟା ବିଜେପିରେ ଯୋଗ ଦେଇଛନ୍ତି l ଆଗକୁ ରାୟଗଡା ବ୍ଲକ ରେ ବ୍ଲକ ଅଦକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଆଲଚନା ହେଇଛି l
Politics,National
ଭୁବନେଶ୍ୱର(ଦ କୁଇଭର): ହରିଆଣାରେ କଂଗ୍ରେସର ସମ୍ଭାବ୍ୟ ବିଜୟକୁ ନେଇ ବେଶ ଉତ୍ସାହୀ ହୋଇପଡ଼ିଥିବା ବିଜେଡି ଓ ଆପ୍କୁ ଝଟକା ଲାଗିଛି । କଂଗ୍ରେସ ଆଡ଼କୁ ଆଉଜୁଥିବା ବିଜେଡିର ଥିବା ବଡ଼ ଆଶା ମଉଳି ଯାଇଛି । ହରିଆଣାରେ ବିଜେପି ସବୁ ଗଣିତକୁ ଭୁଲ କରିଦେବା ପରେ ଏବେ ବିଜେଡି ସମେତ ବିଜେପିର ସମସ୍ତ ବିରୋଧୀ ଦଳ ଚିନ୍ତାରେ ପଡ଼ିଛନ୍ତି । ଏବେ ପୁଣି ଥରେ ରାହୁଲଙ୍କ ପ୍ରତି ଆସ୍ଥା ଆସୁନଥିବା କଥାକୁ ବି ସ୍ପଷ୍ଟ କରୁଛି । ରାହୁଲଙ୍କ ପ୍ରତି ଆସ୍ଥା ଦେଖାଉଥିବା ବିଭିନ୍ନ ଆଞ୍ଚିଳକ ଦଳ ଗୁଡ଼ିକ ବି ଏବେ ତାଙ୍କ ସ୍ଥିତିକୁ ନେଇ ସମୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି ।
ହରିଆଣା ଓ ଜମ୍ମୁ ଓ କାଶ୍ମୀର ଭୋଟ ପରେ ଏକଜିଟ ପୋଲ ଆସିଥିଲା । ସମସ୍ତ ଏକଜିଟ ପୋଲରେ ଉଭୟ ରାଜ୍ୟରେ କଂଗ୍ରେସ ବା କଂଗ୍ରେସ ସମର୍ଥନରେ ସରକାର ହେବ ବୋଲି କୁହାଗଲା । ଏହାକୁ ନେଇ କେବଳ କଂଗ୍ରେସ ଉତ୍ସାହୀ ନଥିଲା, ବରଂ ବିଜେପି ବିରୋଧରେ ଥିବା ବିଜେଡି, ଆପ, ତୃଣମୂଳ କଂଗ୍ରେସ ସମେତ ବହୁ ଦଳ ବେଶ ତତ୍ପର ହୋଇ ପଡ଼ିଥିଲେ । ମୋଦିଙ୍କ ବିରୋଧରେ ରାହୁଲଙ୍କ ପ୍ରତି ଆସ୍ଥା ବଢ଼ାଇଥିଲେ । ରାହୁଲଙ୍କୁ ନେଇ ମୋଦି ବିରୋଧୀ ଆଭିମୁଖ୍ୟ ଚଳାଇବାକୁ ବି ଯୋଜନା ଚାଲିଥିଲା । ହେଲେ ଏବେ ସବୁ ଯୋଜନାକୁ ଧକ୍କା ଲାଗିଛି ।
ଓଡ଼ିଶା ସ୍ଥିତିକୁ ଦେଖିଲେ, ବିଜେଡିକୁ ବଡ଼ ଝଟକା ଲାଗିଛି । ବିଜେଡି ଲୋକସଭାରେ ଶୂନ ହୋଇଯାଇଛି । ରାଜ୍ୟସଭାରୁ ସଭ୍ୟମାନେ ଦଳ ଛାଡ଼ି ପଳାଉଛନ୍ତି । ବିଧାନସଭାରେ ଦଳ କେବଳ ବିରୋଧ କରୁଛି । ବିଜେଡି ସରକାରର ଦୁର୍ନୀତି ପଦାକୁ ଆସିବାରେ ଲାଗିଛି । ଏହାକୁ ନେଇ ବିଜେଡି ଚିନ୍ତାରେ ରହିଛି । ବିଜେଡିର ଦୁର୍ନୀତିକୁ ଯଦି ମୋଦି ଖୋଳିବା ଆରମ୍ଭ କରିବେ, ତେବେ ନବୀନଙ୍କ ସମତେ ବହୁ ନେତା ଭିତରକୁ ଚାଲିଯିବେ । ସେଥିପାଇଁ ବିଜେପି ଆକ୍ରୋଶରୁ ରକ୍ଷା ପାଇବା ପାଇଁ କେନ୍ଦ୍ରରେ ଶକ୍ତ ବିରୋଧୀ ଥିବା ଇଣ୍ଡି ମେଣ୍ଟ ଆଡ଼କୁ ହାତ ବଢ଼ାଉଥିଲା ବିଜେଡି । ଏକଥା ବିଜେଡିର ନେତାମାନେ ବି କହି ସାରିଛନ୍ତି । ହେଲେ ସବୁ ଗଣିତ ମାଡ଼ ଖାଇଗଲା । ହରିଆଣାରେ କଂଗ୍ରେସ ଆସିପାରିବ ନାହିଁ ବୋଲି ଧିରେ ଧିରେ ସ୍ପଷ୍ଟ ହେଉଛି । କେବଳ ସେତିକି ନୁହେଁ, ଜମ୍ମୁ ଓ କାଶ୍ମୀରରେ ଫାରୁକ ଅବଦୁଳ୍ଲାଙ୍କ ଦଳ ସରକାର ଗଠନ ଆଡ଼କୁ ଆଗଉଛି । ସେଠାରେ ବିଜେପି ଦୃଢ଼ ବିରୋଧୀ ଭାବେ ଛିଡ଼ା ହୋଇଛି । କୌଣସି ସ୍ଥିତିରେ ବିଜେପି ପଛକୁ ଗଲା ନାହିଁ ।
ବିଜେପି ହରିଆଣାକୁ ହାତରେ ରଖିବାରେ ସକ୍ଷମ ହୋଇଥିବା ବେଳେ ଜମ୍ମୁରେ ବିରୋଧୀ ଆସନରେ ବସିଲା । ଏହାଦ୍ୱାରା ଅନେକ ଅଭିବୃଦ୍ଧି କରିଛି ବିଜେପି । କଂଗ୍ରେସ ଦୁଇଟି ରାଜ୍ୟରେ ନିରାସ ହେବା ପରେ ଏବେ ରାହୁଲଙ୍କ ନେତୃତ୍ୱ ନେଇ ବି ପ୍ରଶ୍ନ ଉଠିଛି । ସବୁଠାରୁ ବଡ଼ କଥା ହେଉଛି ରାହୁଲଙ୍କ ଉପରେ ଭରସା କରୁଥିବା ବିଜେଡି ଭଳି ଆପ ଓ ଟିଏମସି ଭଳି ଦଳ ଗୁଡ଼ିକୁ ଝଟକା ଲାଗିଛି । ଦେଖାଯାଉ ଏପରି ଦଳ ତାଙ୍କର ଆଗାମୀ ଆଭିମୁଖ୍ୟକୁ କେଉଁ ଦିଗକୁ ନେଉଛନ୍ତି?
National
କୋଲକାତା ( ଦ କୁଇଭର ):- କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସୋମବାର ଦିନ ଏକ ଚାର୍ଜସିଟ ଦାଖଲ କରିଛି। କୋଲକାତାର ସିଆଲଦା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସିବିଆଇ ପ୍ରକାଶ କରିଛି ଯେ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇ ନାହିଁ। କେବଳ ସଞ୍ଜୟ ରାୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଅପରାଧ କରିବା ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ଜୀବନ ନେବା ଓ ଦୁଷ୍କର୍ମ କରିଥିବା ଆଧାରରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି।
ସିବିଆଇ ଚାର୍ଜସିଟରେ ୨୦୦ଜଣଙ୍କ ବୟାନ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାର୍ଜସିଟ୍ ୨୦୦ରୁ ଅଧିକ ପୃଷ୍ଠାର ରହିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଚାର୍ଜସିଟ୍। ଅଧିକ ଅନୁସନ୍ଧାନ ପରେ ସିବିଆଇ ଏହି ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ କରିବ ବୋଲି କୁହାଯାଉଛି। ଏହି ମାମଲାରେ ସିବିଆଇ ଏହାର ଚାର୍ଜସିଟ ସହ କୋର୍ଟରେ ଅନ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରିଛି। ଏବେ ଆଶା କରାଯାଉଛି ଯେ ସିବିଆଇ ଚାର୍ଜସିଟ୍ ପରେ ଶୀଘ୍ର ନ୍ୟାୟ ମିଳିବ।ସଞ୍ଜୟ ରାୟ ଡାକ୍ତରଖାନାର ସିଭିକ୍ ୱେଲଫେୟାର ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ଡାକ୍ତରଖାନାର ମୁଖ୍ୟ ଫାଟକର ସିସିଟିଭି ଏବଂ ମୃତ ଶରୀର ନିକଟରେ ପଡ଼ିଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବ୍ଲୁଟୁଥ୍ ଉପକରଣ ଏହି ଘଟଣାରେ ସଞ୍ଜୟ ରାୟଙ୍କ ଭୂମିକାକୁ ନିଶ୍ଚିତ କରିଥିଲା।
କୁହାଯାଇଥିଲା ଯେ ୮ଅଗଷ୍ଟ ସକାଳେ କୋଲକାତା ଆସିବା ପରେ ସଞ୍ଜୟ ଆର.ଜି କର ହସ୍ପିଟାଲରେ ପହଞ୍ଚିଥିଲେ। ସେ ଜଣେ ଦଲାଲ ଭାବରେ କାର୍ଯ୍ୟ କରୁଥିଲେ। ରୋଗୀଙ୍କୁ ଭର୍ତ୍ତି କରିବାରେ ତାଙ୍କର ସାହାଯ୍ୟ ଯୋଗୁ ତାଙ୍କୁ ଆରଜି କର ହସ୍ପିଟାଲରେ ମୁକ୍ତ ଭାବରେ ପ୍ରବେଶ କରିବାର ଅନୁମତି ଦିଆଯାଇଥିଲା।ଅଗଷ୍ଟ ୯ ରେ ରାତି ୧ ଟାରେ ସଞ୍ଜୟ ରାୟ ପରଦିନ ଅସ୍ତ୍ରୋପଚାର କରାଯିବା ରୋଗୀଙ୍କ ସହାୟତା ପାଇଁ ଡାକ୍ତରଖାନାକୁ ଫେରିଥିଲେ। ତା’ପରେ ରାତିରେ ସେ ଡାକ୍ତରଖାନା ପଛରେ ଥିବା ବିଲ୍ଡିଂରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଦ୍ୟପାନ କରିଥିଲେ। ଭୋର୍ ୩ଟା ସମୟରେ ସଞ୍ଜୟ ହସ୍ପିଟାଲର ତୃତୀୟ ମହଲାକୁ ଫେରିଥିଲେ।କିଛି ସମୟ ପରେ ସେ ସେମିନାର ହଲରେ ପ୍ରବେଶ କରିଥିଲେ। ସେଠାରେ ଟ୍ରେନିଂ ଡାକ୍ତର ବିଶ୍ରାମ ନେଉଥିଲେ। ଦୁଷ୍କର୍ମ ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ପ୍ରାୟ ୪୦-୪୫ ମିନିଟ୍ ପରେ ସଞ୍ଜୟ ଶୀଘ୍ର ସେମିନାର ହଲରୁ ବାହାରି ଆସିଥିଲେ ।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ।
ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି ଷଡଙ୍ଗୀ କହିଛନ୍ତି। ଏକାଡେମୀ ତରଫରୁ ତାଙ୍କୁ ବିଦାୟ କାଳିନ ପରେଡରେ ଅଭିବାଦନ ପ୍ରଦାନ କରାଯାଇଥିଲା।ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀଙ୍କର ଆଉ ୧୦ ମାସ ଚାକିରୀ କାଳ ଥିଲା। ହେଲେ ରାଜ୍ୟ ସରକାର ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଦେଲେ। ଫଳରେ ଅରୁଣ ଷଡଙ୍ଗୀ ଭିଆରସ ନେବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ତାଙ୍କର ଭିଆରଏସକୁ ରାଜ୍ୟ ସରକାର ମଂଜୁରୀ କରିଛନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଗତ ସେପ୍ଟେମ୍ବର ୩ ତାରିଖ ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ ଠାରେ ଥିବା ଓମ ଶ୍ରୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ରୁପା ଓ ସୁନାଗହଣା ଚୋରି ହୋଇଥିଲା। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ଆଉ ୩ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶରୱାହାଜୁଦିନ୍(୪୪),ଉତ୍ତରାଖଣ୍ଡର ସଞ୍ଜୟ ଘିଲଦୟାଲ୍(୩୮) ଓ ଉତ୍ତରପ୍ରଦେଶ ଓରାଇ ଗ୍ରାମର ହିମାଂଶୁ ବର୍ମା(୨୪) । ପୂର୍ବରୁ ଏହି ମାମଲାରେ ଗଞ୍ଜାମ ଜିଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମର ମାୟାଧର ବେହେରା(୪୨) ସମେତ ହରିଆଣାର ମନଜିତ(୪୨), ଉତ୍ତରପ୍ରଦେଶର ସୁରଜ(୪୨), ପଞ୍ଜାବର ଗୁରପ୍ରୀତ ସିଂ(୨୭), ଉତ୍ତରାଖଣ୍ଡଡେରାଡୁନର ଭିକାଶ କୁମାର(୩୮) ଓ ଉତ୍ତରପ୍ରଦେଶର ଭିପିନ କୁମାର( ୩୭) ଆଦି ଗିରଫ ହୋଇ ଜେଲ୍ ଯାଇଥିଲେ । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲ୍ ରେ ରହିଥିବା ବେଳେ ଏବେ ଆଉ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୋଲିସ ଉପରୋକ୍ତ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୫୭ ହଜାର ଟଙ୍କା, ୫କିଲୋ ରୂପା ଅଳଙ୍କାର , ୫ କିଲୋ ତରଳାଯାଇଥିବା ସିଲଭର ସ୍ଲାବ , ଗୋଟିଏ ଗ୍ୟାସ କଟର , ସିଲେଣ୍ଡର ,ଗୋଟିଏ ସ୍କୁଟି ଓ ୫ଟି ମୋବାଇଲ ଜବତ କରାଯାଇଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।
Politics
ଭୁବନେଶ୍ୱର(ଦ କୁଇଭର): ନବୀନ ସ୍ୱଚ୍ଛ ନଥିଲେ କି ନୁହନ୍ତି । ଯେତିକି ଦୁର୍ନୀତି ହୋଇଛି ସବୁ ତାଙ୍କରି ନିଦେ୍ର୍ଦଶରେ ହୋଇଛି । ମନ୍ତ୍ରୀ ଓ ବିଧାୟକମାନେ କିଛି କରିନାହାନ୍ତି । ଯଦି ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତିରେ ସାମିଲ ଥାନ୍ତେ, ତେବେ ଏତେବଡ଼ ଚ୍ୟାଲେଞ୍ଜ କରିପାରି ଥାନ୍ତେ କି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ବବିଙ୍କ ଚ୍ୟାଲେଞ୍ଜ ସିଧା ସିଧା ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଉଛି । ପୂର୍ବରୁ ବବି ଏନେଇ ସଙ୍କେତ ବି ଦେଇଥିଲେ । ନିର୍ବାଚନ ହାରିବା ପରେ ଅନେକଙ୍କ ମୁଣ୍ଡରେ ଅଠା ବୋଳାଗଲା । ହେଲେ ବବି ହିଁ ଏକମାତ୍ର ନେତା ଯିଏ ଦମ୍ଭ ଦେଖାଇ କହିଥିଲେ, ସବୁ ନବୀନଙ୍କ ନିଦେ୍ର୍ଦଶରେ ହୋଇଛି । ଅନ୍ୟ କାହାର କିିଛି ନାହିଁ ।
ଏବେ ଆସିବା ପ୍ରସଙ୍ଗକୁ । ୨୪ବର୍ଷର ବିଜେଡି ସରକାର ଅମଳରେ ବିକାଶ କ’ଣ ହୋଇଛି ତାହା ଲୋକେ ଦେଖୁଛନ୍ତି । ହେଲେ ଦୁର୍ନୀତି କେତେ ହୋଇଛି ଓ ଦୁର୍ନୀତିକୁ କେମିତି ଢ଼ାଙ୍କି ଦିଆଯାଇଛି ତାହାର ଗୁମୁର ମୋହନ ସରକାର ଖୋଲୁଛନ୍ତି । ନବୀନ ସରକାରରେ ହୋଇଥିବା ପାଣ୍ଠି ସ୍ଥାନାନ୍ତର ଠାରୁ ଖଣି, ପାଣି, ଜମି ଦୁର୍ନୀତିରେ ଅନେକ ପ୍ରମୁଖ ନେତା ସାମିଲ ଅଛନ୍ତି । ଅଫିସରମାନେ ତ କଳାଟଙ୍କାରେ ପୋତି ହୋଇଛନ୍ତି । ନିର୍ଦ୍ଧିଷ୍ଟ ବେପାରୀଙ୍କୁ ଧରି କଳା ବେପାର ଚାଲିଛି । ଏପରିକି ଅନେକ ଅଭିଯୋଗ ବବିଙ୍କ ମୁଣ୍ଡରେ ଅଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ ବବିଙ୍କ ଆଡ଼କୁ ଇଙ୍ଗିତ କରି ଦୁର୍ନୀତିରେ ଲିପ୍ତ ଥିବା କହି ସାରିଛନ୍ତି ।
ଏଭଳି ସ୍ଥିତିରେ ବବି ସେ କୌଣସି ଦୁର୍ନୀତିରେ ନାହାନ୍ତି ବୋଲି କହିବା ନାନା ପ୍ରଶ୍ନ ଉଠାଉଛି ।
ବବି ବାଇଟ---
ଯଦି ବବି କୌଣସି ଦୁର୍ନୀତିରେ ନାହାନ୍ତି, ତେବେ ଏତେ ଅଭିଯୋଗ କେମିତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି କ’ଣ ନବୀନଙ୍କ ଇଙ୍ଗିତରେ ବା ନିଦେ୍ର୍ଦଶରେ ହୋଇଛି କି? ଏପରି କଥା ବିଜେଡି ଭିତରେ ବି ଚର୍ଚ୍ଚା ହେଉଛି । ବିଜେଡି ନିର୍ବାଚନ ହାରିବା ପରେ କିଏ କେତେ କାରଣ କହିଲେ । କିଏ ପାଣ୍ଡିଆନଙ୍କୁ ଦାୟୀ କଲେ ତ ଆଉ କିଏ ବବିଙ୍କୁ । ମାତ୍ର ବବି ଆସି କହିଲେ, ସବୁ କିଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ହୁଏ । ତାଙ୍କ ନିଦେ୍ର୍ଦଶ ବିନା କିଛି ହୁଏ ନାହିଁ । ଅର୍ଥାତ ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ନବୀନଙ୍କ ନିଦେ୍ର୍ଦଶରେ ହୋଇଥିବା କଥା ବବି ସେତେବେଳେ ଇଙ୍ଗିତ କରିନାହାନ୍ତି ତ? ନହେଲେ ବବି ଏବେ ମୋ ନାମରେ ଦୁର୍ନୀତି ଅଛି ତ ବାନ୍ଧ ବୋଲି କେମିତି କହୁଛନ୍ତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି ଅଭିଯୋଗ ପଛରେ ନବୀନଙ୍କୁ ଛନ୍ଦିବାର ବବିଙ୍କର କିଛି ପ୍ଲାନିଂ ରହିଛି କି? ନବୀନଙ୍କୁ ଦୁର୍ନୀତିଗ୍ରସ୍ତ କରିଦେଲେ ବବି ଦୁର୍ନୀତିମୁକ୍ତ ହୋଇଯିବେ ବୋଲି ଯୋଜନା ଚାଲିଛି କି? ନବୀନ ଦୁର୍ନୀତିଗ୍ରସ୍ତ ହେଲେ କେବଳ ବବି କାହିଁକି, ବିଜେଡିର ଅନେକ ଯୁବନେତା ଓ ଅଫିସର ବି ନିଦେ୍ର୍ଦାଶ ହୋଇଯିବେ । କିଛି ନେତା ଓ ଅଫିସରଙ୍କ ମଧ୍ୟରେ ଏପରି କିଛି ଖିଚିଡ଼ି ରନ୍ଧା ଚାଲିଛି କି? ଦେଖାଯାଉ ନିଜକୁ ନିଦେ୍ର୍ଦଶ ବୋଲି କହିଥିବା ବବି ନିଦେ୍ର୍ଦଶୀ ହେଉଛନ୍ତି ନା ଦୁର୍ନୀତିରେ ଫସୁଛନ୍ତି?