Banner Ad

ଅର୍ଥ ସ୍ୱତନ୍ତ୍ର ସଚିବ : ସୁଜାତା ପାଣ୍ଡିଆନ

ଅର୍ଥ ସ୍ୱତନ୍ତ୍ର ସଚିବ : ସୁଜାତା ପାଣ୍ଡିଆନ
Published by : Jyotshna Kumari
#Politics
May 4, 2024, 8:59 AM
ଦ କୁଇଭର ବ୍ୟୁରୋ :- ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଆଜି (ଶୁକ୍ରବାର) ବଦଳିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତାଙ୍କୁ ଅର୍ଥ ବିଭାଗକୁ ସ୍ବତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ । ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ଶାଳିନୀ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ଏସଏସଜି ମହିଳାଙ୍କୁ ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଚାପ ପକାଉଥିବା ଗତକାଲି ବିଜେପି ଅଭିଯୋଗ କରିଥିଲା । ଏନେଇ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ଏହାପରେ 2000 ବ୍ୟାଚର ଅଫିସର ସୁଜାତାଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ରାଜ୍ୟ ସରକାର ସୁଜାତାଙ୍କୁ ବଦଳି କରିଛନ୍ତି । ମିଶନ ଶକ୍ତି ସଚିବ ପଦରୁ ସୁଜାତାଙ୍କୁ ହଟେଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

National,State,Shree Jagannath

ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଭାରତୀୟ ଖେଳାଳି

Blog Thumbnail

ପୁରୀ( ଦ କୁଇଭର ):- ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ । ଏହା ପୂର୍ବରୁ ଜଗା ସରଣରେ ଭାରତୀୟ କ୍ରିକେଟ ଦଳର ଖେଳାଳି । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ଦଳର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ । ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ଗତକାଲି (ଶୁକ୍ରବାର) ଭାରତୀୟ ଟିମର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ପୁରୀ ଶ୍ରୀମନ୍ଦିରେ ପହଞ୍ଚିଥିଲେ । ଏହି ତିନି ଖେଳାଳି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପ୍ରଥମେ ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳିଙ୍କୁ ମହାପ୍ରଭୁଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା । ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ହାସଲ କରିବା ପାଈଁ ଶ୍ରୀମନ୍ଦିରରେ ବାନା ଲଗାଯିବା ନେଇ ବ୍ୟବସ୍ଥା ହୋଇଛି । ଟିମ୍ ଇଣ୍ଡିଆର କେଳାଳିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ କ୍ରିକେଟ ପ୍ରେମୀଙ୍କ ନାହିଁ ନଥିବା ଭିଡ ହୋଇଥିଲା । ଖେଳାଳିଙ୍କ ପାଇଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

National,Sports,International

ନାଗପୁର ଦିନିକିଆ ମ୍ୟାଚ : ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :-:ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ୨୫୧ ରନ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ୮୭ ରନ, ଶ୍ରେୟସ ଆୟର ୫୯ ରନ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ସାକିବ ମେହମୁଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳକୁ ଉଭୟ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ଭଲ ଆରମ୍ଭ ଦେଇଥିଲେ । ଏହା ସତ୍ତ୍ବେ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ୭୫ ଓ୍ବିକେଟରେ ପ୍ରଥମ ଓ୍ବିକେଟ ହରାଇଥିଲା । ସଲ୍ଟ ୪୩ ଓ ଡକେଟ ୩୨ ରନ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ଜସ ବଟଲର ଓ ଜ୍ୟାକବ ବେଥେଲଙ୍କ ଠାରୁ ଭଲ ଇଂନିଂସ ଦେଖିବାକୁ ମିଳିଥିଲା । ଉଭୟ ଅର୍ଦ୍ଧଶତକ ଲଗାଇଥିଲେ ।ମାତ୍ର ଦଳର ନିମ୍ନକ୍ରମ ଭୁଶୁଡ଼ି ପଡ଼ିବାରୁ ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜେଦେଜା ୩ଟି ଲେଖାଏଁ ଓ ମହମ୍ମଦ ସମ୍ମି, କୁଳଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

State

ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ

Blog Thumbnail

ଦ କୁଇଭର ବ୍ୟୁରୋ :- ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଯାନବାହନ ଯାଞ୍ଚ ହେବ।ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ। ବିକଟାଳ ହର୍ଣ୍ଣ, କଳାକାଚର ଚେକିଂ ହେବ। ଗାଡ଼ିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା। ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୁଲିସ। ଚେକିଂ ପୂର୍ବରୁ କାଢ଼ି ଦିଅନ୍ତୁ, ନଚେତ ଗଣିବେ ଜରିମାନା l କୋଭିଡ ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା। ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି। ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିସନରେଟ ପୁଲିସ। ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଧରପଗଡ଼ ଆରମ୍ଭ ହେବ।

Politics,National

ହାରିଲା ଆପ, ଜିତିଲା ବିଜେପି

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ଦିନେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ମଧ୍ୟ ଏଥର ନିର୍ବାଚନ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱାଙ୍କଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏବେ ବହୁମତଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।


ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଲଗାତାର ୨୦୧୩ରୁ ୨୦୨୫ ପର୍ୟ୍ୟନ୍ତ ଦିଲ୍ଲୀର ସତ୍ତା ଆମ୍ ଆଦମୀ ପାର୍ଟି ପାଖରେ ରହିଥିଲା । ହେଲେ ଏଥର କିନ୍ତୁ ଆପକୁ ସତ୍ତାରୁ ହଟେଇବା ସହ ଗାଦି ଦଖଲ କରିବାକୁ ଯାଉଛି ବିଜେପି । ଆଉ ଏହି ବିଜେପିର ଏହି ବିଜୟ ପଛରେ ମୋଦୀ-ଶାହାଙ୍କ ରଣନୀତି କାମ କରିଥିବା ଚର୍ଚ୍ଚା ହେଉଛି ।

State

ରାତି ଅଧରେ ମାଙ୍ଗାନିଜ ଚୋରା ଚାଲାଣ

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ବିଲେଇପଦା ସେକ୍ସନ ଅଧିନସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଗତ ରାତିରେ ଏକ ପିକଅପରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ବ ମାଙ୍ଗାନିଜ ପଥର ବୋଝେଇ କରି ଝାଡଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ରାଇକା ନିକଟରେ ବନ ବିଭାଗର ପେଟ୍ରୋଲିଂ ହାବୁଡ଼ରେ ପଡି ଯାଇଛନ୍ତି ୩ ଜଣ ଅଭିଯୁକ୍ତ। ସେଥି ମଧ୍ୟରୁ ଜଣେ ପିକଅପ୍ ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୋଡା ଥାନା କଳାପାହାଡ ଅଞ୍ଚଳର ବୋଲି ଜଣାପଡିଛି। ବନବିଭାଗ ମାଙ୍ଗାନିଜ ବୋଝେଇ ପିକଅପ୍ ଜବତ୍ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

State

୧୮ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :-:କଥାଦେଇ କଥା ରଖିଲେ ମୋହନ ସରକାର। କହିଥିଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଭବ୍ୟ ସମାବେଶରେ ବଟମ୍ ଟିପି ସୁଭଦ୍ରା ଯୋଜନା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଶନିବାର ଏକକାଳୀନ ଭାବେ ରାଜ୍ୟର ୧୮ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଲା ସୁଭଦ୍ରା ପ୍ରୋତ୍ସାହନ ରାଶି । ପ୍ରତି ମହିଳାଙ୍କୁ ମିଳିଲା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ୫ହଜାର ଟଙ୍କା । ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାର । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ । ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

State

ସଡ଼କ ଦୁର୍ଘଟଣା ରୋକିବାକୁ ଆଲୋଚନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା କରିଥିବା ବେଳେ ଟିମ୍ ପହଞ୍ଚିଥିଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ବ୍ରହ୍ମପୁର ଏସପି ଶ୍ରବଣା ବିବେକଙ୍କ ସହ ଆଇଆଇଟି ମାଡ୍ରାସ ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନିୟନ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଉଛି ସେଥିରୁ ଗଞ୍ଜାମ ଅନ୍ୟତମ। ଗଞ୍ଜାମରେ ସଡ଼କ ଦୁର୍ଘଟଣାର କାରଣ କ’ଣ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।


ବିଶେଷକରି ଦ୍ରୁତଗତି, ମଦ୍ୟପାନ କରି ଗାଡି ଚାଳନାରୁ କିଭଳି ଜନସାଧାରଣ ନିବୃତ୍ତ ରହିବେ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ପାଳନ ମାନସିକତାକୁ ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ବ୍ରହ୍ମପୁରର ଯେଉଁ ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ଘଟୁଛି ବା ବ୍ଲାକସ୍ପଟ୍ ଅଞ୍ଚଳକୁ ଟିମ ପରିଦର୍ଶନ କରିଥିଲା। ସେଠାରେ ରୋଡ ଇଞ୍ଜିନିୟରିଂରେ ଥିବା ତ୍ରୁଟିକୁ ମଧ୍ୟ ଚିହ୍ନଟ କରାଯାଇ ସଂପୃକ୍ତ ବିଭାଗକୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି। ସେଭଳି ସ୍ଥାନରେ ଦୁର୍ଘଟଣା ରୋକିବାକୁ ସଚେତନତାକୁ ବ୍ୟାପକ କରାଯିବ। ଜନସାଧାରଣଙ୍କୁ କିଭଳି ସଡ଼କ ସୁରକ୍ଷାରେ ଅଧିକ ଭାଗୀଦାର କରାଯିବ ଏବଂ ସେଥିପାଇଁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିପାରିବ ସେନେଇ ଆଲୋଚନା ହୋଇଥିଲା।ବିଶେଷ କରି ଯେଉଁ ସମୟରେ ଅଧିକ ଦୁର୍ଘଟଣା ଘଟୁଛି ସେହି ସମୟରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯିବାର ନିଷ୍ପତ୍ତି ହୋଇଛି।

Sports

ଟସ୍‌ ଜିତିଲା ଇଂଲଣ୍ଡ : ପ୍ରଥମେ ବୋଲିଂ କରିବ ଭାରତ

Blog Thumbnail

କଟକ( ଦ କୁଇଭର ):- କଟକ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମୁକାବିଲା । ଟସ୍‌ ଜିତି ଭ୍ରମଣକାରୀ ଇଂଲଣ୍ଡ ଦଳର ବ୍ୟାଟିଂ ନିଷ୍ପତ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଭାରତ । ଏକଦାଶକୁ ଫେରିଲେ ବିରାଟ କୋହଲି । ଆଣ୍ଠୁରେ ଯନ୍ତ୍ରଣା ହେତୁ ପ୍ରଥମ ମ୍ୟାଚ ଖେଳିନଥିଲେ । ଏକାଦଶ ପ୍ରକାଶ ପରେ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ପୁଣି ଥରେ ବାରବାଟୀରେ ବିରାଟଙ୍କ ସଟ୍‌ ଦେଖିବେ ଦର୍ଶକ । ଜୟସ୍ବାଲଙ୍କୁ ବାରବାଟୀରେ ଖେଳିବାର ସୁଯୋଗ ମିଳିନାହିଁ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶୁବମନ ଗିଲ । ଦିନିକିଆରେ ଡେବ୍ୟୁ କଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ l

Education

ନିଯୁକ୍ତିପତ୍ର ପାଇବେ ୨୭୬୭ ଜଣ ଶିକ୍ଷାର୍ଥୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବାକୁ ଥିବା ବେଳେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିନରେ ୨ ଜଣ ସମୀକ୍ଷକଙ୍କୁ ଏହି ଅବସରରେ ନିଯୁକ୍ତିପତ୍ର ପ୍ରଦାନ କରିବେ।

State

ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ

Blog Thumbnail

ଦ କୁଇଭର ବ୍ୟୁରୋ :-:ଭୀଷଣ ଗରମରେ ହନ୍ତସନ୍ତ ରାଜ୍ୟବାସୀ । ଏବେଠୁ ପାରଦ ଉପରମୁହାଁ ହେବାକୁ ଲାଗିଛି । ସେପଟେ ୩ ଦିନରେ ପୁଣି ତାତି ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚିନ୍ତା ବଢିଛି । ୨ ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା । କିଛି ଜିଲ୍ଲାକୁ ଘନ କୁହୁଡିକୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, "୩ ଦିନରେ ପୁଣି ବଢିବ ତାତି । ଗତ ଦୁଇ ଦିନ ହେବ ରାଜ୍ୟରେ ଗରମ ଅନୁଭୂତ ହେଉ ଥିବାବେଳେ ଟାଣ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ପୁଣି ଦେଖିବାକୁ ମିଳିପାରେ ଟାଇଁ ଟାଇଁ ଖରା । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।" ତେବେ ଖରାର ପ୍ରକୋପ କମ ରହିଥିବାବେଳେ ଅସ୍ତବ୍ୟସ୍ତ କରିବ କୁହୁଡି । ଦୁଇ ଦିନ ଯାଏ ଘନ କୁହୁଡି ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

State

୩ ମାସରେ ନେଲାଣି ୨ମୁଣ୍ଡ, ହେଲାଣି ୭୦ରୁ ଅଧିକ ଦୁର୍ଘଟଣା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀରେ ଚିନ୍ତା ବଢ଼ାଇଲାଣି ମୋ ବସ୍ ଦୁର୍ଘଟଣା। ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ମୋ ବସ୍‌ ଚାଳକମାନଙ୍କ ବେପରୁଆ ଚାଳନା। ୩ ମାସ ଭିତରେ ଘଟିଲାଣି ୭୦ରୁ ଅଧିକ ଦୁର୍ଘଟଣା, ଯେଉଁଥିରେ ୨ ମୁଣ୍ଡ ଗଡ଼ିଛି ଏବଂ ୨୮ରୁ ଅଧିକ ଭୟଙ୍କର ଦୁର୍ଘଟଣା ଘଟିଛି। ପୂର୍ବରୁ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କ୍ରୁଟ୍‌ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ହେଁ ମୋ ବସ୍‌ ଦୁର୍ଘଟଣା ଥମିବା ନାଁ ନେଉନାହିଁ। ଏମିତିକି ବେପରୁଆ ଚାଳନା ପାଇଁ ୧୭ଜଣ ଚାଳକଙ୍କୁ ନିଲମ୍ବନ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ତେଣୁ କ୍ରୁଟ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ମାନସ ମନ୍ଥନ ହୋଇଛି। ବୈଠକରୁ ବାହାରିଥିବା ନିଷ୍କର୍ଷ ଅନୁସାରେ ମୋ ବସ୍‌ ଦୁର୍ଘଟଣା ପଛରେ ଅନେକ କାରଣ ରହିଛି। କେବଳ ଚାଳକମାନଙ୍କ ବେପରୁଆ ଚାଳନା ଦାୟୀ ନୁହେଁ। କିଛି ଡ୍ରାଇଭର୍‌ଙ୍କ ମଦ୍ୟପାନ କୁଅଭ୍ୟାସ, ମାନସିକ ଦୁଶ୍ଚିନ୍ତା, କାମ କରିବାର ଟାଇମ୍ ଲିମିଟ୍‌, ୮ ଘଣ୍ଟା ପରିବର୍ତ୍ତେ ଅଧିକ ସମୟ କାମ କରିବାକୁ ବାଧ୍ୟ ହେବା, ଦକ୍ଷ ଓ ଅଭିଜ୍ଞ ଡ୍ରାଇଭର୍‌ ଅଭାବ ଓ ଅପେକ୍ଷାକୃତ କମ୍ ଦରମା ଭଳି ବିଭିନ୍ନ କାରଣ ଆଲୋଚନାରେ ସ୍ଥାନ ପାଇଥିଲା। ସବୁ ପରେ ବି ଚାଳକମାନେ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ ଅପେକ୍ଷା ଚାଳକମାନେ ବେଶି ସଚେତନ ଓ ସତର୍କ ରହିବାକୁ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ପରାମର୍ଶ ଦେଇଛନ୍ତି। ଯାଞ୍ଚ ବେଳେ କେହି ନିୟମ ଉଲ୍ଲଂଘନ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ସେ ଚେତାବନୀ ଦେଇଥିଲେ। ସେ ଆହୁରି କହିଛନ୍ତି ଯେ ମଝିରେ ମଝିରେ ମୋ ବସ୍‌ ଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ, ଯେଉଁଥିରେ ସେମାନଙ୍କ ଆଖି ପରୀକ୍ଷା କରାଯିବା ସହ ମାନସିକ ଅବସ୍ଥା ପରଖିବାକୁ ପଡ଼ିବ। ସେହିଭଳି କ୍ରୁଟ୍‌ର ଏମ୍‌ଡି ଏମ୍‌ ତିରୁମାଲା ନାୟକ କହିଛନ୍ତି ଯେ ସହର ଭିତରେ ଓ ବାହାରେ ମୋ ବସ୍‌ର ସ୍ପିଡ୍‌ ଲିମିଟ୍‌ ଉପରେ ଅଧିକ ଫୋକସ ଦିଆଯିବ। ସହର ଭିତରେ ଘଣ୍ଟା ପ୍ରତି ୪୦ କିମି ବେଗ ଓ ସହର ବାହାରେ ଜାତୀୟ ରାଜପଥ‌ରେ ଏହା ୫୦ କିମି ରହିବ। ‌ବ୍ୟାଟେରିଚାଳିତ ବସ୍‌ର ବେଗ ୩୫ କିମି ରହିବ। ଏଥିପାଇଁ ମୋ ବସ୍‌ଗୁଡ଼ିକରେ ସ୍ପିଡ୍‌ ବ୍ରେକର୍ ଲଗାଯାଇଛି। ତଥାପି ଦୁର୍ଘଟଣା ଘଟୁଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ସବୁ ଡିପୋରେ ବ୍ରେଥ୍‌ ଆନାଲାଇଜର୍‌ ରହିବ ଏବଂ ଗାଡ଼ି ଛାଡ଼ିବା ପୂର୍ବରୁ ଚାଳକମାନଙ୍କୁ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ସେହିଭଳି ମଝିରେ ମଝିରେ ଚାଳକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ କମିଟି ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୩ ମାସ ଭିତରେ ୧୭ ଚାଳକଙ୍କୁ ନିଲମ୍ବିତ କରାଯାଇଛି। ତେଣୁ କୌଣସି ଚାଳକ ବେପରୁଆ ହେବା ପ୍ରମାଣ ମିଳିଲେ, ଅନୁରୂପ ଦଣ୍ଡବିଧାନ କରାଯିବ। ଆଜିର ବୈଠକରେ ଆଡିସିନାଲ୍‌ ସିପି ଉମାକାନ୍ତ ଦାଶ, ଡିସିପି ପିନାକ ମିଶ୍ର, ଡିସିପି ଟ୍ରାଫିକ୍‌ ତପନ ମହାନ୍ତି, କ୍ରୁଟ୍‌ ଜିଏମ୍‌ ସଂଜୟ କୁମାର ବିଶ୍ବାଳ ଓ ୨୦୦ରୁ ଅଧିକ ଚାଳକ ଯୋଗ ଦେଇଥିଲେ।

National,State

ଏୟାରଲିଫ୍ଟ ହେଲେ ଉତ୍ତମ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି। ଉତ୍ତମ ମହାନ୍ତିଙ୍କ ଅତି ନିକଟ ସୂତ୍ରରୁ ଏହି ସୂଚନା ମିଳିଛି। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯାଇଛି। ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ନିଆଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ୱିଟାଲରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିଲେ। ତେବେ ଏହି ଖବର ଶୁଣି ଅନେକ ଚଳଚ୍ଚିତ୍ର ଦର୍ଶକ ଓ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତା ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Education

ଫେବ୍ରୁଆରୀ ୨୧ରୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା ହେବ। ଏଥିପାଇଁ ପିଲା ଜୋର୍‌ସୋର୍ ଉଦ୍ୟମ ଚଳାଇଛନ୍ତି। ଦିନ ରାତି ଏକ କରି ପାଠ ପଢୁଛନ୍ତି। ତେବେ ପରୀକ୍ଷା କିପରି ସୁରୁଖୁରୁରେ ହୋଇପାରିବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବି ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ପିଲା କିପରି ବିନା ଅସୁବିଧାରେ ପରୀକ୍ଷା ଦେଇପାରିବେ ଓ ବିଶେଷ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍ ହେଲେ ସିରିଏଲ୍ ନମ୍ବର ଦେଖି ଜାଣିହେବ । ଏଥିସହ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର QR କୋଡ୍ ବି ରହିବ । ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ। ଚଳିତଥର ମୋଟ୍ ୩ ହଜାର ୧୩୩ ମୋଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି।ସକାଳ ୭ଟା ୩୦ରୁ ସ୍କୁଲ ଗେଟ୍ ଖୋଲାଯିବ। ସକାଳ ୮ଟା ୩୦ ଭିତରେ ପିଲା ପ୍ରବେଶ କରିବେ। ୯ଟରୁ ପରୀକ୍ଷା ଆରମ୍ଭ ହେବ। ସବୁ ସ୍କୁଲକୁ ସେଣ୍ଟର ଇନଫରମେସନ୍ ଦିଆଯାଇଛି। ଏଥିପାଇଁ ୱେବକାଷ୍ଟରେ ସୂଚନା ଦିଆଯିବ। ପରୀକ୍ଷା ସେଣ୍ଟରରେ ମୋବାଇଲ୍ ବ୍ୟାନ ହୋଇଛି। ଯଦି କିଏ ମୋବାଇଲ୍ ନିଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍‌ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ। ୨୧ଟି ପୋଲିସ୍ ଥାନାରେ ୩୧୪ଟି ନୋଡାଲ୍ ସେଣ୍ଟର୍ ବ୍ୟବସ୍ଥା ହୋଇଛି। ପରୀକ୍ଷା ପରିଚାଳନା ନେଇ ସବୁ ପ୍ରସ୍ତୁତି ହୋଇଛି। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Sports

ଆଜି ବାରବାଟୀ ଟକ୍କର

Blog Thumbnail

କଟକ( ଦ କୁଇଭର ):- କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଆଜି ସୁପର୍ ସଣ୍ଡେରେ ସୁପରସୋ ମୁକାବିଲା ହେବ । କଟକରେ ଭାରତ-ଇଂଲଣ୍ଡ ଦିନିକିଆ ଟକ୍କର ହେବ । ମହାଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡ଼ିୟମ । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ।କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳି, ଅଧିକାରୀ ସମସ୍ତେ ଅଛନ୍ତି ଉତ୍ସାହିତ। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି। ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା। ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

State

୧୫ ତାରିଖରେ ପୂରିବ ରାସନ କାର୍ଡ e-KYC କଣ୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୫ ତାରିଖରେ ପୂରିବ ରାସନ କାର୍ଡ e-KYC କଣ୍ଟ । ୧୫ ପରେ ଆଉ ବଢ଼ିବନି e-KYC ଅବଧି । ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ କଠୋର ହେବେ ସରକାର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ l "ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ କରିନାହାନ୍ତି e-KYC । ତେବେ e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ । ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ କାର୍ଡ । ବିଗତ ସରକାରରେ ସ୍ୱାସ୍ଥ୍ୟ କାର୍ଡ ହାତେଇବାକୁ ନେଇଥିଲେ ରାସନ କାର୍ଡ । ସେମାନଙ୍କ କାର୍ଡ ବି ରଦ୍ଦ ହେବ । ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଲେଣି କାର୍ଡ । ରାସନ କାର୍ଡ e-KYC ପାଇଁ ଫେବୃଆରୀ ୧୫ରେ ପୂରିବ କଣ୍ଟ । ବର୍ତ୍ତମାନସୁଦ୍ଧା ୩୭ ଲକ୍ଷ ୮୫ହାଜର ୪୯୬ ଜଣ ଲୋକ କରିନାହାନ୍ତି e-KYC । ୬ଦିନ ଭିତରେ ଅନ୍ୟ e-KYC କରି ଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ e-KYC ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । e-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନେଫରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ । ନୂଆ ଲୋକଙ୍କୁ ଯୋଡ଼ା ଯିବ । ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।"

National,Politics

ଗେରୁଆ କବଜାରେ ଦିଲ୍ଲୀ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର) ରାଜନୀତିରେ ଆରଏସଏସର ଗରିଲା ଯୁଦ୍ଧ ଚାଲିଛି । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଭୂଆଁ ବୁଲାଇ ଆରଏସଏସ ତାର ସଂଗଠନକୁ ମେଲାଇ ଚାଲିଛି । ତାର ସଂଚାଳକ ମାନଙ୍କୁ ନେଇ ଆରଏସଏସ ଗୋଟିଏ ପରେ ଗୋଟିଏ ରାଜ୍ୟ ଗେରୁଆ ହାତକୁ ଟେକି ଦେଉଛି । ଦିଲ୍ଲୀକୁ ଗେରୁଆ କବଜା କରିବା ପରେ ଦେଶରେ ବିଜେପିର ପତାକା ବଢ଼ି ବଢ଼ି ଚାଲିଛି । ପ୍ରଚ୍ଛଦପଟରେ ଆରଏସଏସର ଭୂମିକା କେବଳ ବିରୋଧୀଙ୍କୁ ଭୂଆଁ ବୁଲାଇ ନାହିଁ, ସବୁ ଆକଳନକୁ ବି ଗୋଳମାଳିଆ କରିଦେଇଛି ।

ହରିଆନାରେ ବିଜେପିର ଝଣ୍ଡା ଉଡ଼ାଇବା ଥିଲା କାଠିକର ପାଠ । ବିଜେପି ଲଗାତର ୧୦ବର୍ଷ ଶାସନ କରିବା ପରେ ଦଳ ବଦନାମ ହୋଇଯାଇଥିଲା । ଆଶା ନଥିଲା ଦଳ କ୍ଷମତାକୁ ଆସିବ ବୋଲି । ହେଲେ ପୂରା ଦମ ଲଗାଇଲା ଆରଏସଏସ । ୭୮ହଜାର ବୈଠକ କଲା ସଂଞ୍ଚାଳକ ମାନଙ୍କୁ ନେଇ । ଉପରେ ବିରୋଧୀ ଖୁସି ହେଉଥିଲେ ବିଜେପି ଖସୁଛି । ହେଲେ ତୃଣମୂଳ ସ୍ତରରେ ଆରଏସଏସ ପୂରା ବାଜିକୁ ବଦଳାଇ ଦେଇଥିଲା । ଭୋଟ ବେଳକୁ ଭୋଟ ପଡ଼ିଲା ବିଜେପି ଖାତାରେ । ପୁଣି ଥରେ ହରିଆଣା ଦଖଲ କଲା ବିଜେପି । ସମାନ ରାସ୍ତା ଆପଣେଇଲା ମହାରାଷ୍ଟ୍ରରେ । ମିଳିତ ମଞ୍ଚ ପୂରା ଲାଗିଗଲା । ହେଲେ ଆରଏସଏସର ତୃଣମୂଳ ସ୍ତରର ଯୁଦ୍ଧ ସଂରଚନା ପୂରା ଗେମ ଚେଞ୍ଜ କରିଦେଲା । ମହାରାଷ୍ଟ୍ର ବି ହାତେଇ ନେଲା ବିଜେପି ।

ଝାଡ଼ଖଣ୍ଡରେ ବନବାସୀ କଲ୍ୟାଣ ଆଶ୍ରମ ବା ଆରଏସଏସର ଆଦିବାସୀ ଶାଖା ସେମିତି କମାଲ କରିପାରିଲା ନାହିଁ । ତେଣୁ ଝାଡ଼ଖଣ୍ଡ ହାତରୁ ଗଲା । ଦିଲ୍ଲୀକୁ ଫୋକସ କଲା ଆରଏସଏସ । ବିରୋଧୀ ମହାରାଷ୍ଟ୍ର ନିର୍ବାଚନରେ ଇଭିଏମ ବିବାଦ ନେଇ ଘୁରି ବୁଲୁଥିବା ବେଳେ ଆରଏସଏସ ୫୦ହଜାର ବୈଠକ କରିଦେଲା । ସଞ୍ଚାଳକମାନେ ପ୍ରତି ଗଳିରେ ବୈଠକ କରି ଭୋଟର ଦିଗକୁ ବିଜେପି ମୁହାଁ କରିଦେଲେ । ଆପ ପୂରା ଦମ ଲଗାଇଥିଲା । ମାତ୍ର ଆରଏସଏସର ହିନ୍ଦୁ ଏକତାର ଡାକରା ସବୁ କିଛି ବିଗାଡ଼ି ଦେଲା । ନିଜକୁ ଅତି ପ୍ରିୟ ସରକାର ବୋଲି ଦର୍ଶାଉଥିବା ଆପ ଧୂଳି ଚାଟିଗଲା ।

ଦେଶରେ ପରିବର୍ତ୍ତନର ଧାରା ପାଇଁ ପରିବର୍ତ୍ତନ ଆସୁଥିବା ବିରୋଧୀମାନେ କହୁଛନ୍ତି । ହେଲେ ସେହି କଥା ମହାରାଷ୍ଟ୍ର, ହରଆଣା ଭଳି ରାଜ୍ୟରେ ଲାଗିଲା ନାହିଁ କିପରି? ଝାଡ଼ଖଣ୍ଡରେ ପରିବର୍ତ୍ତନ ଆସିଲା ନାହିଁ କାହିଁକି? ଏସବୁକୁ ତର୍ଜମା କଲେ ବିଜେପି ପଛରେ ଆରଏସଏସ ଯେ ଚଟ୍ଟାଣ ଭଳି ଛିଡ଼ା ହୋଇଛି ତାହା ସ୍ପଷ୍ଟ ହୋଇଯାଉଛି । ଆରଏସଏସର ହିନ୍ଦୁତ୍ୱ ବା ସନାତନୀ ନାରା ପୂରା ଚିତ୍ରକୁ ବଦଳାଉଛି । ଏହାବ୍ୟତୀତ ମୋଦିଙ୍କ କଠୋର ପଦକ୍ଷେପ ବି ବିରୋଧୀଙ୍କ କ୍ୟାମ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲାଣି । ଦେଖାଯାଉ ବିଜେପିର ଏହି ଜୟଯାତ୍ରାକୁ ବିରୋଧୀ ବିହାରରେ ରୋକି ପାରୁଛନ୍ତି ନା ବିହାରରେ ବି ଆରଏସଏସ ଗେମକୁ ସମ୍ଭାଳି ନେଉଛି?


State

ସୁନା ଦର ୮୬ ହଜାର ପାର

Blog Thumbnail

ଦ କୁଇଭର ବ୍ୟୁରୋ :- ବିବାହ ଋତୁରେ ଆକାଶଛୁଆଁ ହେଲାଣି ସୁନା ଦର । କିଣିବା ତ ଦୂରର କଥା, ହାତ ମାରିବାକୁ ବି ଡର ଲାଗୁଛି। ହଠାତ ସୁନା ଦର ବଢ଼ିବା ପରେ ଚିନ୍ତାରେ ଗ୍ରାହକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୧୦ ଦିନରେ ସୁନା ଦର ୪ହଜାର ଟଙ୍କାରୁ ଅଧିକ ବଢ଼ିଛି । ଗୁରୁବାର ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୮୬ହଜାର ୨୭୦ ଟଙ୍କା ରହିଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ରହିଛି ୭୯ହଜାର ଟପିଛି। ସୁନା ଭଳି ଅନ୍ୟ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଯେହେତୁ ଏବେ ବିବାହ ଋତୁ ଚାଲିଛି, ତେଣୁ ଗ୍ରାହକଙ୍କୁ ସୁନା ଦର ଖୁବ ବାଧୁଛି। ଦର ବଢ଼ୁଥିଲେ ବି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଳ୍ପ ଅଳ୍ପ ସୁନା କିଣିବାକୁ ବାଧ୍ୟ ହେଉଛନ୍ତି ।ଏବେ ସୁନା ଦର ୮୬ହଜାର ଉପରେ ଥିବା ବେଳେ ଆଗକୁ ଦର ଲକ୍ଷେ ଟଙ୍କା ଛୁଇଁବାର ଆଶଙ୍କା ଦେଖା ଦେଇଛି।

State

ଆଜି ମିଳିବ ସୁଭଦ୍ରା ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ୟ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଦେବାକୁ ଯାଉଥିବାବେଳେ, ବହୁ ସଂଖ୍ୟାରେ ଆବେଦନକାରୀଙ୍କ ଏନପିସିଆଇ ସମସ୍ୟାର ସମାଧାନ ହୋଇନଥିବା ଜଣାପଡିଛି । ତେବେ ଏନପିସିଆଇ ତ୍ରୁଟି ଥିବା ୩ଲକ୍ଷ ୩୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ୟ୍ୟନ୍ତ ମାତ୍ର ୫୯ ହଜାର କ୍ଲିୟର କରିଛନ୍ତି । ଅର୍ଥାତ ଆହୁରି ୨ଲକ୍ଷ ୮୦ହଜାରରୁ ଅଧିକ ଆବେଦନକାରୀଙ୍କ ଏନପିସିଆଇ ତ୍ରୁଟିର ସମାଧାନ ହୋଇନାହିଁ । ପୂର୍ବରୁ ୮୦ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି । ଆଜି ଆଉ ୧୮ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ପରେ ସୁଭଦ୍ରା ହିତାଧିକାରୀଙ୍କ ମୋଟ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ ।

Politics,National

ଦିଲ୍ଲୀ ଦରବାରରେ ବିଜୟ ବାନା ଉଡାଇଲା ବିଜେପି

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦୀର୍ଘ ବର୍ଷ ପରେ ଶାସନକୁ ଫେରିଲା ବିଜେପି l ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ । ଯାହାକି ସାରା ଭାରତବର୍ଷରେ ଏବେ ଆଲୋଚନାର ବିଷୟ ହୋଇଛି । ଦମ୍ଭୋକ୍ତି ମୁତାବକ ରେକର୍ଡ ଦୁଇ ତୃତୀୟାଂଶ ଆସନ ସହ ଦିଲ୍ଲୀରେ ଶାସନ ସିଂହାସନ ଦଖଲ କରିଛି ବିଜେପି ।

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ଦଳ ୪୮ଟି ଆସନରେ ଜିତି ରେକର୍ଡ କରିଦେଇଛି । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ମାତ୍ର ୨୨ ଟି ରେ ଅଟକି ଯାଇଛି । ୧୯୯୮ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଶାସନ କରିବାକୁ ଜନାଦେଶ ପାଇଛି ବିଜେପି । ଆପ୍‌ର ହ୍ୟାଟ୍ରିକ ବିଜୟ ସ୍ୱପ୍ନକୁ ନିମିଷକ ମଧ୍ୟରେ ଚୂରମାର କରି ବିଜୟ ପତାକା ଉଡ଼ାଇଛି ବିଜେପି ଦଳ । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ୨୨ରେ ଅଟକି ଯାଇଥିବା ବେଳେ କଂଗ୍ରେସ ପୁଣି ସମସ୍ତଙ୍କୁ ନିରାଶ କରିଦେଇଛି । ଦଳ ହ୍ୟାଟ୍ରିକ ଶୂନ ସହ ଲଜ୍ଜାଜନକ ପରାଜୟ ବରଣ କରିଛି ଏବେ । ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଦିଲ୍ଲୀରେ ଏଥର ବି ଖାତା ଖୋଲି ପାରିଲା ନାହିଁ l



ବିଜେପି ଶେଷ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ୧୯୯୩ ମସିହାରେ ଜିତିଥିଲା । ୧୯୯୩ରୁ ୧୯୯୮ ମଧ୍ୟରେ ବିଜେପି ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଭାର ଦେଇଥିଲା । ପ୍ରଥମେ ମଦନ ଲାଲ ଖୁରାନା, ତା’ପରେ ସାହିବ ସିଂହ ବର୍ମା ଓ ଶେଷ କିଛି ମାସ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହା ପରଠାରୁ ଆଉ ବିଜେପି କ୍ଷମତାକୁ ଫେରି ପାରିନଥିବା ବେଳେ ପୁଣି ୨୦୨୫ ରେ ଦିଲ୍ଲୀ ଦରବାରକୁ ହାତେଇବାରେ ସକ୍ଷମ ହୋଇପାରିଛି । ପ୍ରଥମେ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀ ଦରବାରକୁ ଶାସନ କରିଥିଲା । ଏହାପରେ ଅରବିନ୍ଦ କେଜ୍ରିୱାଲ ଆପ୍‌ ମୈଦାନକୁ ଓହ୍ଲାଇ ବିଜୟୀ ହୋଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲ ଆପ୍‌ର ସବୁ ଅଙ୍କ କୁ ମାଡି ଧ୍ଵସଂ କରିଦେଇଛି ବିଜେପି । ଯାହାକି ବିଜେପିର ବିଜୟ ଉତ୍ସବ ସାରା ଭାରତ ବର୍ଷରେ ପାଳନ ହେଉଥିବାର ଦେଖିବାକୁ ମିଳିଛି ।