Banner Ad

୨୦୨୪ ର ଅଡିଟ୍ ଫଳାଫଳ ଘୋଷଣା କଲା ଏନଟିପିସି

୨୦୨୪ ର ଅଡିଟ୍ ଫଳାଫଳ ଘୋଷଣା କଲା ଏନଟିପିସି
Published by : Jyotshna Kumari
#Business
May 27, 2024, 11:58 AM
ଭୁବନେଶ୍ୱର ( ଦ କୁଇଭର ):- ୭୬,୦୧୫ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ କମ୍ପାନୀ ଏନଟିପିସି ଲିମିଟେଡ୍ ମେ ୨୪ ତାରିଖ ୨୦୨୪ ପାଇଁ ଆର୍ଥିକ ବର୍ଷ ଫଳାଫଳ ଘୋଷଣା କରିଛି।ଏନଟିପିସି ଗ୍ରୁପ୍ ଆର୍ଥିକ ବର୍ଷ ୨୪ରେ ସର୍ବାଧିକ ୪୨୨ ବିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ରେକର୍ଡ କରିଛି, ଯାହା ଆର୍ଥିକ ବର୍ଷ ୨୩ରେ ୩୯୯ ବିଲିୟନ ୟୁନିଟ୍ ତୁଳନାରେ ~ ୬% ବୃଦ୍ଧି ପାଇଛି। ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ଏକକ ମୋଟ ଉତ୍ପାଦନ ୩୬୨ ବିଲିୟନ ୟୁନିଟ୍ ଥିଲା, ଯାହା ପୂର୍ବ ବର୍ଷ ୩୪୪ ବିଲିୟନ ୟୁନିଟ୍ ତୁଳନାରେ ~୫% ବୃଦ୍ଧି ରେକର୍ଡ କରିଛି।
ଏନ୍ଟିପିସି କୋଲ୍ ଷ୍ଟେସନ୍ ଗୁଡ଼ିକ ୭୭.୨୫% ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର ହାସଲ କରିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଜାତୀୟ ହାରାହାରି ୬୯.୪୯% ରହିଥିଲା।
ଏକକ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ମୋଟ ଆୟ ୧,୬୫,୭୦୭ କୋଟି ଟଙ୍କା ଥିବା ବେଳେ ଗତବର୍ଷ ଏହା ୧,୬୭,୭୨୪ କୋଟି ଟଙ୍କା ଥିଲା । ୨୦୨୪ ଆର୍ଥିକ ବର୍ଷରେ ଟିକସ ପରବର୍ତ୍ତୀ ଲାଭ ୧୮,୦୭୯ କୋଟି ଟଙ୍କା ଥିଲା , ଯାହା ଆର୍ଥିକ ବର୍ଷ ୨୦୨୩ରେ ୧୭,୧୯୭ କୋଟି ଟଙ୍କା ଥିଲା, ଯାହା କି ୫% ବୃଦ୍ଧି ପାଇଛି ।ସମନ୍ୱିତ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏହି ଗୋଷ୍ଠୀର ମୋଟ ଆୟ ୧,୮୧,୧୬୬ କୋଟି ଟଙ୍କା ଥିଲା , ଯାହା କି ପୂର୍ବ ବର୍ଷର ମୋଟ ଆୟ ୧,୭୭,୯୭୭ କୋଟି ଟଙ୍କା ତୁଳନାରେ ୨% ବୃଦ୍ଧି ପାଇଛି । ୨୦୨୪ ଆର୍ଥିକ ବର୍ଷରେ ଗ୍ରୁପର ଲାଭ ପରବର୍ତ୍ତୀ ଟିକସ ୨୧,୩୩୨ କୋଟି ଟଙ୍କା ଥିଲା , ଯାହା ପୂର୍ବ ବର୍ଷର ପିଏଟି ୧୭,୧୨୧ କୋଟି ଟଙ୍କା ତୁଳନାରେ ୨୪.୬୦% ବୃଦ୍ଧି ରେକର୍ଡ କରିଛି।
ଆଗାମୀ ବାର୍ଷିକ ସାଧାରଣ ବୈଠକରେ ଅଂଶଧନଧାରୀଙ୍କ ଅନୁମୋଦନ ସାପେକ୍ଷରେ ୨୦୨୪ ଆର୍ଥିକ ବର୍ଷ ପାଇଁ ବୋର୍ଡ ଇକ୍ୱିଟି ସେୟାର ପିଛା ୩.୨୫ ଟଙ୍କା ରେ ଚୂଡ଼ାନ୍ତ ଲାଭାଂଶ ଦେବାକୁ ସୁପାରିସ କରିଛି। ନଭେମ୍ବର ୨୦୨୩ ଏବଂ ଫେବୃଆରୀ ୨୦୨୪ ମାସରେ ନିବେଶକଙ୍କୁ ଇକ୍ୱିଟି ସେୟାର ପିଛା ମୋଟ ୪.୫୦ ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଛି। ଚଳିତ ବର୍ଷ ର ମୋଟ ଲାଭାଂଶ ଇକ୍ୱିଟି ସେୟାର ପିଛା ୭.୭୫ ଟଙ୍କା ହେବ, ଯାହା କି ଗତବର୍ଷ ଇକ୍ୱିଟି ସେୟାର ପିଛା ୭.୨୫ ଟଙ୍କା ଥିଲା । କଂପାନି ପକ୍ଷରୁ ଡିଭିଡେଣ୍ଡ ପେମେଣ୍ଟର ଏହା କ୍ରମାଗତ ୩୧ତମ ବର୍ଷ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Health & lifestyle

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା : ସଂକ୍ରମଣକୁ ହେଉଛିକି ନିମନ୍ତ୍ରଣ

Blog Thumbnail

କୁକୁଡାଖଣ୍ଡି ( ଦ କୁଇଭର ):- କୁକୁଡ଼ାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ଜମା ହୋଇ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା । ପଞ୍ଚାୟତ ସମ୍ମୁଖରେ ଥିବା ରାସ୍ତା କଢ଼ ରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ପଡିରହୁଥିବା ବେଳେ ପଡୁନି ସ୍ଥାନୀୟ ସରପଞ୍ଚ କି ପ୍ରଶାସନ ର ନଜର । ସଫେଇ ନିମନ୍ତେ ନେଉନାହାନ୍ତି ପଦକ୍ଷେପ । ଏପରିକି ଦୈନନ୍ଦିନ ଉକ୍ତ ରାସ୍ତା ଦେଇ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି ହେଲେ ଦୁର୍ଗନ୍ଧ ରେ ବାସୁଛି ପୁରା ଅଞ୍ଚଳ।ରାସ୍ତା କଡ଼ରେ ଗଛିତ ଓଳିଆରେ ବର୍ଷା ପାଣି ପଡ଼ି ପ୍ରବଳ ଦୁର୍ଗନ୍ଧ ହେଉଛି ତେଣୁ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି । ପଞ୍ଚାୟତ ର ଠିକ୍ ସମ୍ମୁଖ ରାସ୍ତା କଢ଼ ଅର୍ଥାତ୍ ଯାହାକୁ ଲାଗି ରହିଛି ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ର ପାଚେରୀ । ପାଚେରୀ କୁ ଲାଗି ଅଳିଆ ଆବର୍ଜନା ପଡିରହିଥିବା ବେଳେ କଲେଜ୍ ଭିତରକୁ ପ୍ରବେଶ ହେଲା ମାତ୍ରକେ ଦୁର୍ଗନ୍ଧ ରେ ନାକ ଫାଟିପଡୁଛି । ରାଜ୍ୟରେ ହଇଜା ବଢୁଥିବା ବେଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବାରୁ ଯାହା ବର୍ତ୍ତମାନ ଚିନ୍ତା ବଢ଼ାଉଛି । ଅଞ୍ଚଳରେ ଥିବା କିଛି ଅସାଧୁ ବ୍ୟବସାୟୀ ମାନଙ୍କ ଅଳିଆ ଆବର୍ଜନା ତଥା ହୋଟେଲ ର ଖାଇବା ପତ୍ର ଏବଂ କୁଢ଼ କୁଢ଼ ଆବର୍ଜନା ଇତ୍ୟାଦି ଏହି ସ୍ଥାନରେ ପକାଉଥିବାରୁ ଯାହା ପରିବେଶକୁ ଦୂଷିତ କରାଉଛି।


ରାଜ୍ୟରେ ସଂକ୍ରମିତ ହେଉଥିବା ଡାଇରିଆକୁ ଦୃଷ୍ଟିରେ ରଖି ହୋଟେଲ,ଫାଷ୍ଟଗୋଡ ଗୁଡିକରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ରାଜ୍ୟ ତଥା ଜିଲ୍ଲା ର କେତକ ଜାଗାରେ ଝାଡ଼ା ବାନ୍ତିର ପ୍ରଭାବ ଦେଖା ଦେଇଛି। ତେବେ ଏହି ଅଞ୍ଚଳରେ ପୂତି ମୟ ଗନ୍ଧ ତଥା ବ୍ୟବସାୟୀଙ୍କ ଖାଦ୍ୟ ଯୁଗୁଁ ଏହି ଅଞ୍ଚଳରେ ତାହାର ପ୍ରଭାବ ପକାଇବନି ତ? ଏହା ଅଞ୍ଚଳବାସୀଙ୍କ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅଞ୍ଚଳର ଥିବା ନାଳ ଗୁଡିକ ମଧ୍ୟ ସଫେଇ କରିବା ତ ଦୂରର କଥା ମୁକୁଳା ଅବସ୍ଥାରେ ପଡିରହିଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି । ଅଳିଆ ଆବର୍ଜନା ତଥା ମଶା ମାଛି ଙ୍କ ଦ୍ଵାରା ହଇଜା ଭଳି ମାରାମାତ୍କ ରୋଗ ସୃଷ୍ଟି ହୋଇଥାଏ । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅଞ୍ଚଳରେ ଝାଡ଼ା ବାନ୍ତି ର ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି।

State,National

ବୌଦ୍ଧରେ ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ଜିଲ୍ଲାରେ ପ୍ରବଳ ଉତ୍ସାହ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ । ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ । ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା । ଉଦଘାଟନକୁ ପ୍ରତୀକ୍ଷା କରିଛନ୍ତି ବୌଦ୍ଧବାସୀ । ଏହା ସହିତ, ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ । ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣା କଟକ ମଧ୍ୟରେ ନୂଆ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ।

State,Politics,National

ଗୋପାଳପୁର ଗଣଦୁଷ୍କର୍ମ ମାମଲା: କଂଗ୍ରେସ ଗଢ଼ିଲା ୫ ଜଣିଆ ଟିମ୍

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମି ନିକଟରେ ଗତ ରବିବାର ଦିନ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। ଏହି ମାମଲାକୁ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି। ଜାତୀୟସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମିନାକ୍ଷୀ ବାହିନୀପତି ସାମ୍ବାଦିକ ସମ୍ବିଳନୀ କରିବା ପରେ ଏବେ ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ୫ ଜଣିଆ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ, ଯେଉଁଥିରେ ଦୀପା ଦାଶମୁନସୀଙ୍କୁ ଆବାହକ ଭାବେ ରଖାଯାଇଥିବାବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ, ସାଂସଦ ଏସ୍ ଜ୍ୟୋତିମଣି ଏବଂ ଶୋଭା ଓଝା ସଦସ୍ୟ ଭାବେ ଟିମ୍‌ରେ ରହିଛନ୍ତି। ଏହି ଟିମ୍ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି । ଏହାପୂର୍ବରୁ ଗୁରୁବାର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପର ବର୍ଷିଛନ୍ତି। ସିଧା ସିଧା ପେପର ଦେଖାଇ ସୋଫିଆ ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି। ଦିନକୁ ଦିନ ରାଜ୍ୟରେ ଆଇନଶ଼ଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି କହି ମୋହନ ସରକାରକୁ ତୀର ମାରିଛନ୍ତି ସୋଫିଆ।


ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ କିଭଳି ଉଦ୍ୟମ କରିଥିଲେ ତାହା ସାମ୍ନାକୁ ଆସିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ଗର୍ଭ ନିରୋଧକ ସାମଗ୍ରୀ ବ୍ୟବହାର କରିଥିଲେ ବୋଲି ଏମକେସିଜି ମେଡିକାଲ କଲେଜର ଡାକ୍ତର ସୁଦୀପା ଦାସ ତଥ୍ୟ ଦେଇଛନ୍ତି, ଯିଏକି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିଲେ।ବର୍ତ୍ତମାନ ଏହି ମାମଲା ନେଇ କ୍ରାଇମବ୍ରାଞ୍ଚର ଛାନଭିନ୍ ଜାରି ରଖିଛି। ସେଦିନର ଘଟଣା ପାଇଁ ତଦନ୍ତକାରୀ ସଂସ୍ଥା ସାକ୍ଷୀ ସଂଗ୍ରହ କରୁଛି। ସେପଟେ ୧୦ ଜଣ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ୍ ନେଇଛି ସିଏଡବ୍ଲ୍ୟୁ। ସୂଚନା ମିଳିଛି ଯେ, ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲ୍ୟୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ। ଆଉ ଏହାପରେ ନାବାଳକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରାଯିବ। ବର୍ତ୍ତମାନ ଅଭିଯୋଗକାରିଣୀଙ୍କ ଅଡିଓ ଏବଂ ଭିଡିଓ ବୟାନ ରେକର୍ଡ କରାଯାଇଛି। ଏହାସହ ସମସ୍ତ ଅଭିଯୁ୍କ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି।

International,National

ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Blog Thumbnail

ଦ କୁଇଭର ବ୍ୟୁରୋ:- ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଚଡ଼କ ପଡିଛି । ଦୁର୍ଘଟଣା ପରେ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ସହିତ ଅନେକ କାରଣ ଯୋଗୁଁ କେତେକ ଉଡ଼ାଣ ରଦ୍ଦ ହେବା ସହିତ ଅନେକ ଡାଇଭର୍ଟ କରାଯାଇଛି । ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ୪ଟି ଘରୋଇ ଏବଂ ୪ଟି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ ହୋଇଛି । ବିମାନ କମ୍ପାନୀ ଉଡ଼ାଣ ରଦ୍ଦ କରିବାର କାରଣ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ବନ୍ଧୀୟ ଯୋଗୁଁ ହୋଇଛି ବୋଲି ଏୟାର ଇଣ୍ଡିଆ ଅଧିକାରୀ ବୟାନ ଜାରି କରିଛନ୍ତି ।ଏୟାର ଲାଇନ୍ସ ଯାତ୍ରୀଙ୍କୁ ପୁରା ରିଫଣ୍ଡ କିମ୍ବା ମାଗଣା ରିସିଡ୍ୟୁଲ ସୁବିଧା ଯୋଗାଇବ । ବିକଳ୍ପ ଯାତ୍ରା ସୁବିଧା ସହିତ ଯାତ୍ରୀଙ୍କୁ ସୁବିଧା କରିବ ।ବୟାନରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଆମେ ଯାତ୍ରୀଙ୍କ ଅସୁବିଧା ପାଇଁ ବହୁତ ଦୁଃଖିତ । ଆମର ଗ୍ରାଉଣ୍ଡରେ ଥିବା ସହ କର୍ମୀଙ୍କ ପାଇଁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଉଡ଼ାଣ ବାତିଲ ରିଫଣ୍ଡ କିମ୍ବା ରିସିଡ୍ୟୁଲ ଦେବାକୁ କୁହାଯାଇଛି ।


ତେବେ ବାତିଲ ହୋଇଥିବା ବିମାନ :ଦୁବାଇ-ଚେନ୍ନାଇ,ଦିଲ୍ଲୀ-ମେଲବର୍ଣ୍ଣ,ମେଲବର୍ଣ୍ଣ-ଦିଲ୍ଲୀ,ଦୁବାଇ-ହାଇଦ୍ରାବାଦ,ପୁଣେ-ଦିଲ୍ଲୀ,ଅହମଦାବାଦ-ଦିଲ୍ଲୀ,ହାଇଦ୍ରାବାଦ-ମୁମ୍ବାଇ,ଚେନ୍ନାଇ-ମୁମ୍ବାଇ,ଯାତ୍ରୀମାନେ ଏୟାରଲାଇନ୍ସର ୱେବସାଇଟକୁ ଯାଇ ଉଡ଼ାଣ ସ୍ଥିତି ଦେଖି କଷ୍ଟମରକେୟାର ନମ୍ବରକୁ କଲ୍ କରିପାରିବେ ।


ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଦିନ ଏୟାର ଇଣ୍ଡିଆ ୩ଟି ଅର୍ନ୍ତରାଷ୍ଟ୍ରୀୟ ରୁଟର ଉଡ଼ାଣକୁ ବାତିଲ କରିଛି । ଜୁନ୍ ୨୧ରୁ ଜୁଲାଇ ୧୫ ଯାଏଁ ଏହି ୩ଟି ରୁଟର ଉଡ଼ାଣ ସେବା ବନ୍ଦ ରହିବ ବୋଲି କହିଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା ପାଇଁ ନିଆଯାଇଛି ।

State

ଉଦ୍ଧାର ଅଣ୍ଡାରୁ ୧୬ ଟି ରଣା ସାପ ଛୁଆ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- : ଗତ ଶୁକ୍ରବାର କୁକୁଡାଖଣ୍ଡି ବ୍ଲକ କୃପାସିନ୍ଧୁପୁର ଗ୍ରାମରୁ ସାପ ଅଣ୍ଡା ଉଦ୍ଧାର ହୋଇଥିଲା। ଆଜି ଉକ୍ତ ଅଣ୍ଡାରୁ ଛୁଆ ବାହାରିଛି। ସପ୍ତାହେ ଧରି ବ୍ରହ୍ମପୁରରେ ବନାଞ୍ଚଳ କାର୍ଯ୍ୟାଳୟରେ ସାପ ଅଣ୍ଡାକୁ ଇଁକୁବେସନ କରି ରଖା ଯାଇଥିଲା। ସୂଚନା ମୁତାବକ, କୃପାସିନ୍ଧୁପୁର ଗ୍ରାମର ସତ୍ୟନାରାୟଣ ଶତପଥୀ ଘର ବାଡ଼ି ଲତା ବୁଦାରେ ଭରି ରହିଥିଲା। ଏହାକୁ ଜେସିବି ମାଧ୍ୟମରେ ସେ ସଫେଇ କରୁଥିଲେ। ଏହି ସମୟରେ ଦୁଇଟି ରଣା ସାପ ସହ କିଛି ଅଣ୍ଡା ସେଠାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ଵାଧୀନ କୁମାର ସାହୁଙ୍କ ପରାମର୍ଶକ୍ରମେ ବରିଷ୍ଠ ସାପ ଉଦ୍ଧାରକାରୀ ଭି ରାମା ପାତ୍ର ସେଠାରେ ପହଞ୍ଚି ଗୋଟିଏ ସାପ ଓ ଅଣ୍ଡାକୁ ଉଦ୍ଧାର କରିଥିଲେ। ଜେସିବି ବାଜି କିଛି ଅଣ୍ଡା ନଷ୍ଟ ହୋଇଯାଇଥିଲା। ସେଥି ମଧ୍ୟରୁ ୧୭ ଟି ଅଣ୍ଡା ସୁରକ୍ଷିତ ଥିଲା। ଏହାକୁ ସ୍ନେକ ହେଲ୍ସ ଲାଇନ ସଦସ୍ୟ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ସାପ ଅଣ୍ଡାକୁ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖିଥିଲେ। ସାପ ଅଣ୍ଡାରୁ ଛୁଆ ବାହାର କରିବା ପଦ୍ଧତି ଅବଲମ୍ବନ କରାଯାଇ ଥିଲା। ସ୍ନେକ ହେଲ୍ସ ଲାଇନ ସଂଯୋଜକ ସ୍ଵାଧୀନ ସାହୁ ପ୍ରତିଦିନ ସାପ ଅଣ୍ଡାରୁ ସୁରକ୍ଷିତ ଭାବେ ଛୁଆ ବାହାରିବ ସେ ନେଇ ନିରୀକ୍ଷଣ କରୁଥିଲେ। ଗୁରୁବାର କିଛି ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଶୁକ୍ରବାର ୧୬ ଟି ଅଣ୍ଡାରୁ ଛୁଆ ବାହାରିଛନ୍ତି। ଗୋଟିଏ ଅଣ୍ଡା କୌଣସି କାରଣରୁ ନଷ୍ଟ ହୋଇଯାଇଛି। ସ୍ନେକ ହେଲ୍ସ ଲାଇନ ସଂଯୋଜକ ସ୍ଵାଧୀନ କହିଛନ୍ତି, ଚଳିତ ବର୍ଷ ବ୍ରହ୍ମପୁରରେ ଦୁଇଟି ସଫଳତା ମିଳିଛି। କିଛି ଦିନ ପୂର୍ବେ ନାଗ ସାପ ଅଣ୍ଡାରୁ ଛୁଆ ବାହାରିଥିଲା। ତାହାକୁ ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ା ଯାଇଥିଲା। ଏବେ ପୁଣି ରଣା ସାପ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରିବାରୁ ସେଥିରୁ ଛୁଆ ବାହାରିଛି। ବର୍ଷା ସମୟରେ ଏହାକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ଅଣ୍ଡାକୁ ଉଦ୍ଧାର ନ କରିଥିଲେ, ସବୁ ନଷ୍ଟ ହୋଇଥାନ୍ତା। ଖୁସି ଲାଗୁଛି ୧୬ ଟି ଛୁଆ ଜନ୍ମ ହୋଇଛି। ସବୁ ରଣା ସାପ ଛୁଆକୁ ପ୍ରାକୃତିକ ଆବାସସ୍ଥଳରେ ଛଡ଼ା ଯାଇଛି।

National,State

ଆଜି ଆସୁଛନ୍ତି ମୋଦୀ: ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ମୋଦିଙ୍କ ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟସ୍ଥା । ସୁରକ୍ଷା ଛାଉଣୀରେ ପରିଣତ ହୋଇଛି ଜନତା ମୈଦାନ । ତ୍ରିରଙ୍ଗା ଯାତ୍ରା ଓ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୩୩ ପ୍ଲାଟୁନ ଫୋର୍ସ । କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ୫ଶହରୁ ଅଧିକ ଅଫିସର ମୁତୟନ ଅଛନ୍ତି । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରୁଫ ଟପ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ରହିବେ । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ପରିଚାଳନା, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡ୍ରୋନ ଉଡ଼ାଣ ଉପରେ ଲାଗିଛି ରୋକ । ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି ବିମାନବନ୍ଦରରୁ କାରକେଡ ରିହରସାଲ ହୋଇଛି ।


ଓଡ଼ିଶାକୁ ୧୮ ହଜାର ୬୦୦ କୋଟିର ଭେଟି ଦେବେ ମୋଦି । ୧୮ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।


ଏହି ପ୍ରକଳ୍ପଗୁଡ଼ିକ ଭିତରେ ରହିଛି ପିଇବା ପାଣି, ସିଞ୍ଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଓ ପୋଲ, ଜାତୀୟ ରାଜପଥ, ଓ ଏକ ନୂଆ ରେଳମାର୍ଗ । ପ୍ରଧାନମନ୍ତ୍ରୀ ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ କରୁଥିବା ନୂଆ ଟ୍ରେନ ସେବାର ଶୁଭାରମ୍ଭ କରିବେ । ପରିବହନ ବ୍ୟବସ୍ଥା ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ କରିବେ । ବିଶିଷ୍ଟ ଓଡ଼ିଆଙ୍କ ଅବଦାନକୁ ସମ୍ମାନ ଜଣାଇ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଉଦ୍ ଘାଟନ କରିବେ ।

State

ପୋଲିସ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ୧୧୨ ପୋଲିସ କର୍ମଚାରୀ ଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି l ଦୁଇ ଭାଇ ଙ୍କ ମଧ୍ୟରେ ମାରପିଟ୍ ସହ ଜଣେ ଭାଈ କୁ ଅନ୍ୟ ଜଣେ ଭାଈ ଖଣ୍ଡା ରେ ଆକ୍ରମଣ କରୁଥିବା ୧୧୨ ଖବର ପାଇ ସେଠାରେ ପହଞ୍ଚି ଥିଲା l ପୋଲିସ କୁ ଦେଖି ଖଣ୍ଡା ଧରିଥିବା ଯୁବକ ପୁଲିସ କୁ ଆକ୍ରମଣ କରିଥିଲା l ଏହି ଖବର ପାଇ ଏସପି ଙ୍କ ସହ ଅନ୍ୟ ପୋଲିସ ଟିମ୍ ସାହିରେ ପହଞ୍ଚି ଥିଲେ l ପୋଲିସ ର ଗିରଫ ଭୟରେ ଫେରାର ହେବାକୁ ଯିବା ବେଳ ପୋଲିସ ଖଲିକୋଟ କଲେଜ ନିକଟରୁ ଆକ୍ରମଣ କାରୀ ଙକୁ ଗିରଫ କରିବା ରେ ସଫଳ ହୋଇଥିବ ଜଣା ପଡ଼ିଛି l

State,National,Health & lifestyle,Politics

ନବୀନ ଅସୁସ୍ଥ,ମୁମ୍ବାଇ ଯିବେ ଚିକିତ୍ସା ପାଇଁ

Blog Thumbnail

ଦ କୁଇଭର ବ୍ୟୁରୋ:-: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ । ଆସନ୍ତା ୨୨ ତାରିଖରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ଯିବେ । ନବୀନ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ରେ ପୀଡିତ ଅଛନ୍ତି । ଆଗରୁ ପ୍ରଥମେ କୁଇଭର ହିଁ କହିଥିଲା ନବୀନ ଅସୁସ୍ଥ ଅଛନ୍ତି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ 'X' ମାଧ୍ୟମରେ ସ୍ୱୀକାର କରିଛନ୍ତି ସେ ଅସୁସ୍ଥ ବୋଲି । ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ ବୋଲି ଜଣାଇଛନ୍ତି ।


ନବୀନ ଏକ୍ସରେ ଲେଖିଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ୨୨ ତାରିଖରେ ମୁଁ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବି । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ପରୀକ୍ଷା କରିବେ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି । ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ନବୀନ ।



State

ଗୋପାଳପୁର ଗଣଦୁଷ୍କର୍ମ ମାମଲା : ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Blog Thumbnail

ଗୋପାଳପୁର( ଦ କୁଇଭର):- ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ କରିବ। ଆଇଜି ଏସ୍‌ ସାଇନିଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଦନ୍ତ କରାଯିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ମାତ୍ରକେ ପୁଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ନେଇ ଖୋଜାଖୋଜି ଆରମ୍ଭ କରିଥିଲା। ଏହି ସମୟରେ ଡୁରା ଓଭରବ୍ରିଜ୍‌ ନିକଟରେ ୪ ଜଣ ଥିବା ବେଳେ ପୁଲିସ ଗାଡ଼ି ଦେଖି ଦୁଇ ଜଣ ଯୁବକ ଦୌଡ଼ି ଚମ୍ପଟ ମାରିଥିଲେ। ଅନ୍ୟ ୨ ଜଣଙ୍କୁ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଜଣକ ଚିହ୍ନଟ କରିଥିଲେ। ୨ଜଣକୁ ପୁଲିସ କାବୁ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଅନ୍ୟ ୮ ଜଣ ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି।

State

ଗୋପାଳପୁରରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

Blog Thumbnail

ଗୋପାଳପୁର( ଦ କୁଇଭର ):- ଗୋପାଳପୁର ରେ ହୋଇଥିବା ଲଜ୍ଜା ଜନକ ଘଟଣା ଏବେ ନେଇଛି ନୂଆମୋଡ।ଏହି ଘଟଣାକୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ସୂଚନା ପ୍ରକାରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଘଟଣା ସମ୍ପର୍କରେ ବୁଝିବାକୁ ଆସି ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର‌ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁ ସ୍ଥାନରେ ଯୁବତୀଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ । ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ ସହ ବିଚ୍ ସେକ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି ।। ସେହିପରି ସମୁଦ୍ର ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ପେଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଏଭଳି ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଘଟଣାର ଦାୟିତ୍ଵ ନେଇ ତଦନ୍ତ କରୁଥିବା ବେଳେ ପୋଲିସ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନ ହୁଏ ତାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।


State

ଗୋପଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା : ଅଭିଯୁକ୍ତଙ୍କ ଡିଏନଏ ନମୁନା ନେଲା ସିଏଡବ୍ଲୁ ଟିମ୍

Blog Thumbnail

ଗୋପାଳପୁର( ଦ କୁଇଭର ):- ଗୋପଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କର ଡିଏନଏ ନମୁନା ନିଆଯାଇଛି। ଘଟଣା ସ୍ଥଳରୁ କ୍ରାଇମ୍ ଏଗନେଷ୍ଟ ୱମେନ୍ (ସିଏଡବ୍ଲୁ) ଟିମ୍‌କୁ ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ମିଳିଛି। ଆପତ୍ତିଜନକ ସମାଗ୍ରୀ ସହିତ ଘଟଣା ସ୍ଥଳରୁ ସିଏଡବ୍ଲୁ ଟିମ୍ ପୋଡ଼ା ସିଗାରେଟ୍ ଜବତ କରିଛି। ଡିଏନଏ ପରୀକ୍ଷା ପାଇଁ ପ୍ରାଥମିକ ଭାବରେ ୬ ଅଭିଯୁକ୍ତଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲୁ ଟିମ୍ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ। ପରେ ନାବାଳକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା କରାଯିବ। ଅଭିଯୋଗକାରିଣୀଙ୍କ ଅଡିଓ ଭିଡିଓ ବୟାନ ରେକର୍ଡ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି। ଫୋରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲ୍ୟାବ୍‌ରେ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

National

ପରଲୋକରେ ଭେଟେରାନ ଆକ୍ଟର ବିବେକ ଲାଗୁ

Blog Thumbnail

ମୁମ୍ବାଇ( ଦ କୁଇଭର ):- ବଲଉଡ ଇଣ୍ଡଷ୍ଟ୍ରିରୁ ବାରମ୍ବାର ଦୁଃଖଦ ଖବର ସାମ୍ନାକୁ ଆସୁଛି । ବରିଷ୍ଠ ଅଭିନେତା ବିବେକ ଲାଗୁଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଶେଲାର ଦିବଂଗତ ଅଭିନେତାଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି । ସେ ଭଳି ବ୍ୟକ୍ତିତ୍ବଙ୍କୁ ହରାଇ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଭାଙ୍ଗି ପଡିଛନ୍ତି । ଏହା ସହିତ ତାଙ୍କ ଆତ୍ମାର ସଦଗତି ଏବଂ ପରିବାରକୁ ଶକ୍ତି ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଅଭିନୟର ଯାଦୁ ଏବଂ ସ୍ପର୍ଶକତାକୁ ମନେପକାଇ ଅନେକ ବଡ ପଦସ୍ତ ବ୍ୟକ୍ତି Xରେ ଟ୍ବିଟ୍ କରିଛନ୍ତି ।ଦିଗନ୍ତ ଅଭିନେତା ବିବେକ ଲାଗୁ ହିନ୍ଦୀ ଏବଂ ମରାଠୀ ଫିଲରେ କାମ କରି ବେଶ୍ ଜଣାଶୁଣା ହୋଇଥିଲେ । ସେ ଫେମସ୍ କଳାକାର ଅଭିନେତ୍ରୀ ରୀମା ଲାଗୁଙ୍କୁ ବିବାହ କରିଥିଲେ । ଯିଏ କି ’’ ଶ୍ରୀମାନ ଶ୍ରୀମତି ’’ ଶୋ’ରେ ଏକ ଭୂମିକା ପାଇଁ ଚର୍ଚ୍ଚିତ ହୋଇଥିଲେ ।


୧୯୭୬ ମସିହାରେ ପରସ୍ପର ସହ ଦେଖା ହୋଇଥିଲା । ତାଙ୍କ ଧର୍ମ ପତ୍ନୀ ରୀମା ଲାଗୁଙ୍କର ୨୦୧୭ରେ ଦେହାନ୍ତ ହୋଇଥିଲା । ଯଦି ବିବେକ ଲାଗୁଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ ଫିଲ୍ମ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ ହିନ୍ଦୀ ଏବଂ ମରାଠୀ ଫିଲ୍ମ ପାଇଁ ଅନେକ କାମ କରିଥିଲେ । ୨୦୧୩ରେ ରିଲିଜ ହୋଇଥିବା ଅଗ୍ଲି, ସର୍ବ ମଙ୍ଗଳ ସାବଧାନ(୨୦୧୬) ଏବଂ ଡ୍ବାଟ୍ ଆବାଉଟ ସାଭକର(୨୦୧୫)ମାଧ୍ୟମରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲେ ଭେଟେରାନ ଆକ୍ଟର ବିବେକ ଲାଗୁ ।

National

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Blog Thumbnail

ଦ କୁଇଭର ବ୍ୟୁରୋ:- ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ । ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।ସେପଟେ ଗତ ମଙ୍ଗଳବାର ଦିନ ନାଗପୁରରେ ମଧ୍ୟ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାର ପୋର୍ଟରେ ଜରୁରୀ ଅବତରଣ କରିଥିଲା ।ତେବେ ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବିମାନକୁ ନେଇ ଅଘଟଣର ଖବର । କେଉଁଠି ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଗେଟ୍ ବନ୍ଦ ହୋଇଯାଉଛି । ବିମାନକୁ ନେଇ ଏମିତି ଖବର ଆସୁଥିବାରୁ ଯାତ୍ରୀମାନେ ଭୟଭୀତ ଅଛନ୍ତି ।

State

ପ୍ରବଳ ବର୍ଷା ନେଇ ଓଡ଼ିଶା ସହ ୫ ରାଜ୍ୟକୁ ରେଡ୍ ଆଲର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ:- ଓଡ଼ିଶାକୁ ରେଡ୍ ଆଲର୍ଟ । ପ୍ରବଳ ବର୍ଷା ନେଇ ଓଡିଶାକୁ ସତର୍କ କରାଇଲା ପାଣିପାଗ ବିଭାଗ । ପୂର୍ବ ଓ ପଶ୍ଚିମ ଭାଗରେ ସକ୍ରିୟ ଦୁଇଟି ଲଘୁଚାପ ପାଇଁ ଦେଶର ୫ଟି ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ସକାଳୁ ଆହୁରି ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି ।


ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ସେହିପରି ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

National,Health & lifestyle,State

ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।ଅନ୍ୟପଟେ ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଛି ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଛନ୍ତି । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏୟାର ପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଜନତା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

State,Health & lifestyle

ଡାଇରିଆ ସ୍ଥିତି ସମୀକ୍ଷା : ଫୋକସରେ ୩ ଜିଲ୍ଲା

Blog Thumbnail

ଦ କୁଇଭର ବ୍ୟୁରୋ:- ଡାଇରିଆକୁ ନେଇ ଫୋକସରେ ୩ ଜିଲ୍ଲା । ଆଜି ଯାଜପୁର, କଟକ ଓ ଭଦ୍ରକ ଗସ୍ତ କରିବେ କେନ୍ଦ୍ରୀୟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ । ଏହି ଟିମ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ । ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ କରିବେ । ଲୋକସେବା ଭବନରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ସ୍ୱାସ୍ଥ୍ୟ ବିଭାଗ କମିଶନର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର, ପୂର୍ତ୍ତ, ଗଣ ଶିକ୍ଷା ବିଭାଗ କମିଶନର, ମିଶନ ଶକ୍ତି ବିଭାଗ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ରାପିଡ ଆକ୍ସନ ଟିମର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ କେନ୍ଦ୍ରୀୟ ଟିମ ସହ ଆଲୋଚନା କରିଛନ୍ତି । କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ ଭାବେ ବିଶୋଧିତ ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଅଗଭୀର ନଳକୂପ, ଖୋଲାକୁପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି । ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ ଟ୍ୟାବଲେଟ ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।ଓଡ଼ିଶାର କିଛି ଜିଲ୍ଲାରେ ହଇଜା ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ବ୍ଲକ ଏବଂ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି । ବୁଧବାରରୁ ‘ବିକାଶ ବାହନ’ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା, ଶିକ୍ଷା ଓ ସଂଚାର ସାମଗ୍ରୀ ବଣ୍ଟନ କରାଯାଇ ଲୋକମାନଙ୍କୁ ହଇଜାର ନିରାକରଣ ନେଇ ସତର୍କ ଓ ସଚେତନ କରାଯାଉଛି । ଜିଲ୍ଲାର ସମସ୍ତ ଜଳ ସାଥୀଙ୍କୁ ସଂଗଠିତ ଏବଂ ତତ୍ପର କରାଯିବ । ଆବଶ୍ୟକ ସ୍ଥଳେ ଜଳ ନମୁନା ପରୀକ୍ଷା ପାଇଁ କିଟ ଯୋଗାଇ ଦିଆଯିବ । ଜଳସାଥିମାନେ ମଧ୍ୟ ଆଇଇସି ସାମଗ୍ରୀ ଜରିଆରେ ହଇଜା ନିୟନ୍ତ୍ରଣର ସଚେତନତାର ବାର୍ତ୍ତା ଦେବେ ।


ଆଜି ଗୁରୁବାର ଠାରୁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକକୁ ସେଣ୍ଟ୍ରାଲ ଟିମ ସହ ସ୍ୱାସ୍ଥ୍ୟ ବିଭାଗ ଟିମ ଯିବ । ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର ଟିମ । ଟିମର ଆବାହକ ରହିବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଟିମରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ, ପଂଚାୟତି ରାଜ, ମିଶନ ଶକ୍ତି, ନଗର ଉନ୍ନୟନ ଅନ୍ୟ ବିଭାଗର ଅଧିକାରୀ । ମେଡ଼ିକାଲ କଲେଜର ଡିନ, ପ୍ରିନ୍ସପାଲ, ସୁପ୍ରିଟେଣ୍ଡେଣ୍ଟଙ୍କ ମଧ୍ୟ ସଦସ୍ୟ ଭାବେ ରହିବେ । ସେହିପରି ରାଜ୍ୟ ସ୍ତରୀୟ ଟିମ ଓ ଜିଲ୍ଲାର କୋର ଟିମ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନାଲିସିସ କରିବେ । ତା'ପର ଦିନ ପାଇଁ ପ୍ଲାନ ପ୍ରସ୍ତୁତ କରିବେ । SCB କୁ ବାହାରୁ ରୋଗୀ ଆସୁଥିବାରୁ ଫୋକସରେ କଟକ ଜିଲ୍ଲା ।

Politics,State

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ

Blog Thumbnail

ଝାରସୁଗୁଡା( ଦ କୁଇଭର ):- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ାଉ l ଭୋର ୫ ଟା ରୁ ଚଢ଼ାଉ କରୁଛି ଆୟକର ବିଭାଗ। ପ୍ରାୟ ୧୯ ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଚଢ଼ାଉରେ ସାମିଲ ଅଛନ୍ତି l ୧୮୦ ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି l ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବରରେ ଆୟାକର ବିଭାଗ ର ରେଡ୍ ଚାଲିଛି । ୩ଟି ଅଫିସ ବନ୍ଦ ରହିଥିବା ବେଳେ ତାହା ପରେ ଚଢାଉ କରାଯିବ,ଦୀପାଳି ପୁରୀରୁ ଫେରିଲେ ସେହି ଅଫିସରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା କରୁଛି ଆୟକର ବିଭାଗ ।


ସୂଚନା ଯୋଗ୍ୟ ଜାନୁୟାରୀ ୧୭ ତାରିଖରେ ମଧ୍ୟ ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଥିବା ଅଭିଯୋଗରେ ଚଢ଼ାଉ କରିଥିଲା ଆଇଟି । ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ରେଡ୍ ହୋଇଥିଲା । ଆୟକର ବିଭାଗର ୨ ଟିମ୍ ରେଡ୍‌ରେ ସାମିଲ ଥିଲେ ।

State

ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Blog Thumbnail

ବଲାଙ୍ଗୀର( ଦ କୁଇଭର ):- ବଲାଙ୍ଗୀର ସ୍ଥାନୀୟ ପଥର ଚେପା ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 30 ହଜାର ଚାଷୀ ଅଂଶ ଗ୍ରହଣ କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଚିନି କଳ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଡ଼ିଶା ପାଇଁ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା ଆଣିଛନ୍ତି ଓ ଆଗକୁ ଆଣିବେ । ଯାହାଦ୍ୱାରା ବିକଶିତ ଓଡିଶା ଗଠନ ହେବ । ଏହାର ମଙ୍ଗୁଆଳ କୃଷକ ହେବେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଓ କୃଷକର ବିକାଶ ପାଇଁ ଯାହା କଥା ଦେଇଥିଲେ ତାହା କରିକି ଦେଖାଇଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ କୃଷି ଓ କୃଷକର ବିକାଶ ପାଇଁ ୩୮ ହଜାର ୯୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବାର ଘୋଷଣା କରିଛନ୍ତି । ଏହି ବଜେଟରେ ଜଳସେଚନକୁ ଗୁରୁତ୍ୱ ଦେବା ସହ ସାର ବିହନ ମୃତ୍ତିକା ସଂରକ୍ଷଣ ସହିତ ଚାଷୀଙ୍କୁ ସବୁ ସାହାଯ୍ୟ ଯୋଗାଇ ଦିଆଯିବ ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ ମାସ ୨୯ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସାକ୍ଷୀଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି । ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି l ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ l’କୃଷକ ଭାଇଭଉଣୀଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି । ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ।’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଏଠି ଏକ କୃଷି ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛୁ । ସେହିପରି ଚିନି କଳ ପୁନଃ ସ୍ଥାପନ କରିବା ସହ ଅନ୍ୟ ଶିଳ୍ପ ମଧ୍ୟ ପ୍ରତିଷ୍ଠା ହେବ ।’ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସମସ୍ତ ବିଧାୟକଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ସମାବେଶରେ ରାଜ୍ୟର ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

State

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧିମନ ଚକମା

Blog Thumbnail

ଦ କୁଇଭର ବ୍ୟୁରୋ:- ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲାଞ୍ଚ ନେଇ ଧରାପଡିଥିବା ଯୁବ IAS ଅଫିସର ଧିମନ ଚକମା। ଜାମିନ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଧିମନ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଧିମନ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ରେଡ ହ୍ୟାଣ୍ଡେଡରେ ଟଙ୍କା ସହ ଧରାପଡିଥିଲେ କଳାହାଣ୍ଡି ଧର୍ମଗଡ଼ ଉପ-ଜିଲ୍ଲାପାଳ ଧିମନ ଚକମା। ତାଙ୍କ ସରକାରୀ ବାସଭବନରୁ ମିଳିଥିଲା ପୁଳାପୁଳା ଟଙ୍କା। ଭବାନୀପାଟଣା ଜେଲ ଭିତରେ ଧିମାନଙ୍କ ଭଏସ ରେକର୍ଡ କରିଛି କଳାହାଣ୍ଡି ଭିଜିଲାନ୍ସ। ଭିଜିଲାନ୍ସ ଡିଏସପିଙ୍କ ସମେତ ୫ ଜଣିଆ ସ୍ବତନ୍ତ୍ର ଟିମ୍ ଜେଲକୁ ଯାଇ ତାଙ୍କର ଭଏସ ରେକର୍ଡ କରିଛନ୍ତି। ବ୍ୟବସାୟୀଙ୍କୁ ଫୋନ୍ ଯୋଗେ ଟଙ୍କା ମାଗିଥିବା କଲ୍ ରେକର୍ଡ ସହିତ ମ୍ୟାଚ୍ କରାଇବା ପାଇଁ ଭିଜିଲାନ୍ସ ଟିମ୍ ଧିମନ ଚକମାଙ୍କ ଭଏସ୍ ରେକର୍ଡ କରିଥିବା ନେଇ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ବିଭାଗ ଡିଏସପି ପ୍ରଦୀପ କୁମାର ଆଇଣ୍ଡ ସୂଚନା ଦେଇଛନ୍ତି l


ତେବେ ଧିମାନ ଚକମା ହେଉଛନ୍ତି ୨୦୨୧ ବ୍ୟାଚର IAS ଅଫିସର । ତାଙ୍କ୍ ଘର ତ୍ରିପୁରା ହୋଇଥିବା ବେଳେ ସେ ଦୁଇ ଦୁଇ ଥର UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ୨୦୧୯ରେ ୭୨୨ ନମ୍ବର ରାଙ୍କ ରଖି IFS ପାଇଁ ମନୋନୀତ ହୋଇଥିଲେ । ହେଲେ IAS ହେବାର ସ୍ବପ୍ନ ଦେଖିଥିଲେ ଧିମାନ ଚକମା । ପରେ ୨୦୨୦ ମସିହାରେ ପୁଣି ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ପରେ ଓଡ଼ିଶା IAS କ୍ୟାଡର୍ ହୋଇ ଧର୍ମଗଡ ଉପ ଜିଲ୍ଲାପାଳ ଭାବରେ ୨୯ ଜାନୁଆରୀ ୨୦୨୪ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ ।