Join Us To Make A Difference

The Drops💧

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ
Published by:Jyotshna Kumari
#city

ବ୍ରହ୍ମପୁର ( ଦ କୁଇଭର ):- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ପଦାର୍ପଣ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏଥିରେ ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା, ଭଗ୍ନୀ ଶିବାନୀ ଦିଦିଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ଭଗ୍ନୀ ଶିବାନୀ ହେଉଛନ୍ତି ଏକାଧାରରେ ଜଣେ ଲେଖିକା, ଦାର୍ଶନିକା ତଥା ଅନେକାନେକ ସିନେମା ଏବଂ କ୍ରୀଡା ଜଗତର ଅଭିନେତା ତଥା ସାଧାରଣ ଜନତାଙ୍କ ଆଧ୍ୟାତ୍ମିକ ଗୁରୁ । ସେ ନିଜ ଧାରଣାମୟ ଜୀବନର ଅନୁଭବ, ରାଜଯୋଗ ଧ୍ୟାନ ଏବଂ ସୁପ୍ରବନ୍ଧନ ନେତୃତ୍ବ ଦ୍ବାରା ବାହ୍ୟଚାପ ବା ଅତ୍ୟଧିକ ନକରାତ୍ମକ ମାନସିକ ଚିନ୍ତା ବା ଚାପ କିପରି ଶରୀରକୁ ରୋଗାକ୍ରାନ୍ତ ତଥା ଭାରାକ୍ରାନ୍ତ କରିଥାଏ ଏବଂ ଏଥିରୁ ମୁକ୍ତି ପ୍ରାପ୍ତ କରି କିପରି ବର୍ତ୍ତମାନର ଜଟିଳ ଦୁଃଖମୟ ସମାଜରେ ରହି ମଧ୍ୟ ସୁଖ, ଶାନ୍ତି, ଆନନ୍ଦମୟ ଜୀବନଯାପନ କରିପାରିବ ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥାଆନ୍ତି । ଭଗ୍ନୀ ଶିବାନୀ ବ୍ରହ୍ମାକୁମାରୀ ଦ୍ବାରା ପ୍ରସ୍ତୁତ "Awekening with Brahmakumari's" ତଥା "Happiness unlimited serial" ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ସମ୍ପର୍କିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି । ଭଗ୍ନୀ ଶିବାନୀ ଭାରତ ତଥା ସମଗ୍ର ବିଶ୍ବର ବିଶାଳ ଜନସମୁଦ୍ରକୁ ନିଜ ମନସ୍ତାତ୍ବିକ, ଦାର୍ଶନିକ, ସାମାଜିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ବା ଛାପ ପ୍ରଦର୍ଶିତ କରି ଆସୁଛନ୍ତି । ଏପରି ଜଣେ ମହାନାହିକା ଶିବାନୀ ଦିଦି 2014 ମସିହାରେ Assocham ladies league ଦ୍ବାରା ”women of the decade achievers" 2017 ମସିହାରେ world psychiatric association ଦ୍ବାରା ”good will ambassador" ଏବଂ 2019 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନାରୀଶକ୍ତି ପୁରସ୍କାର ଆଦି ପ୍ରାପ୍ତ କରିଛନ୍ତି । ଏପରି ଜଣେ ବିଶ୍ବପ୍ରଖ୍ୟାତ ରାଜଯୋଗ ପ୍ରଶିକ୍ଷକା ଶିବାନୀ ଦିଦି ଆସନ୍ତା ବୁଧବାର ତା-19.11.2025ରିଖ ସନ୍ଧ୍ୟା 5 ଘଟିକା ସମୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ସମ୍ପର୍କୟ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବେ । ତତପୂର୍ବରୁ ବରିଷ୍ଠ ପ୍ଲେବ୍ୟାକ ସିଙ୍ଗର ଭ୍ରାତା ହରିଶ୍ ମୋୟାଲ୍ ଏକ ଅଦ୍ଭୁତ ସଙ୍ଗୀତମୟ କାର୍ଯ୍ୟକ୍ରମରେ ଯୋଗ ଦବେ । ତତପରେ ନଭେମ୍ବର 20ରୁ 22 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମାଇଣ୍ଡ ଟ୍ରେନର ମାଉଣ୍ଟ ଆବୁସ୍ଥ ଭ୍ରାତା ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ ରାଜଯୋଗ ମେଡିଟେସନ୍ ଶିବିର କାର୍ଯ୍ୟକ୍ରମରେ ଯୋଗଦବେ । ଏଣୁ ବ୍ରହ୍ମପୁର ସହରର ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣ ପଞ୍ଜିକରଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ଲାଭାନ୍ବିତ ହେବା ସକାଶେ ଭଗ୍ନୀ ମାଳା ଆହ୍ବାନ ଦେଇଥିଲେ । ତତପରେ ଭଗ୍ନୀମାଳା ଉପସ୍ଥିତ ସାମ୍ବାଦିକମାନଙ୍କୁ ରାଜଯୋଗ ଦ୍ବାରା ସୁଖ, ଶାନ୍ତି, ପବିତ୍ରତାର ଅନୁଭବ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ ପରିଚାଳନା ପୂର୍ବକ ବର୍ତ୍ତମାନ ସମଗ୍ର ବିଶ୍ବରେ ଅଶାନ୍ତି, କଳହ, ଈର୍ଷ।, ଦ୍ୱେଷ, ଦ୍ବନ୍ଦ ତଥା ଯୁଦ୍ଧମୟ ପରିସ୍ଥିତି ସମୟରେ ବ୍ରହ୍ମାକୁମାରୀ ସଂଗଠନ ଦ୍ବାରା ଏହି କାର୍ଯ୍ୟକ୍ରମ ଅନେକ ଆତ୍ମାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣୀତ କରିପାରିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁରର ସମସ୍ତ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ସାମ୍ବାଦିକମାନେ ଯୋଗ ଦେଇ ଏପରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ରୁପି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଶୁଭକାମନା ଜ୍ଞାପନ କରିଥିଲେ ।

Comments

Leave a Comment

Comments

No comments yet.

District

ଦାଦନ ଶ୍ରମିକ ମାନଙ୍କ ସମସ୍ୟା ଏବଂ ସମାଧାନ ପାଇଁ କାର୍ଯ୍ୟକ୍ରମ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସମାଧାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଜିଲ୍ଲାରେ ସକ୍ରିୟ ଥିବା ସାମାଜିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ରବିବାର ଅରୁଣା NGO ଦ୍ୱାରା ଏକ ପରିଚାଳିତ ସଭା ଖୋଡାସିଙ୍ଗି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଅନୁଷ୍ଠାନମାନଙ୍କର ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି l

Education

ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଡ୍ସ ସମ୍ପର୍କିତ ସଚେତନତା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏଡ୍ସ ରୋଗର ସୁରକ୍ଷାର ବାର୍ତ୍ତା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍କୁଲ ନିକଟରୁ ବାହାରିବା ସହ ବିଭିନ୍ନ ସ୍ଥାନ ପରିକ୍ରମା କରି ଛାତ୍ର ଛାତ୍ରୀମାନେ ଏଡ୍ସ ରୋଗର ଭୟାବହତା ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରି ଥିଲେ । ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଧରି ବହୁ ସାହିରେ ଘରେ ଘରେ ଏପରି ସଚେତନତା କରିଥିଲେ । ଏଡ୍ସ ରୋଗ କାହିଁକି ହୁଏ,ଏହାର କାରଣ ଓ ନିରାକରଣ ନେଇ ମଧ୍ୟ ଛାତ୍ରଛାତ୍ରୀ ମାନେ ବହୁ ଲୋକଙ୍କୁ ବୁଝାଇ ଥିଲେ ।ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ, ଶିକ୍ଷକ କିରଣ ନାୟକ ଓ ଅଭିଳାଶ ଶିଳା ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ। ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା, ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଙ୍କ ପରାମର୍ଶରେ ଏପରି ଏଡ୍ସ ଦିବସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Politics

ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

Crime

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମମଲା, ଆଜି ବ୍ରହ୍ମପୁର ଆସିବ ସିବିଆଇ

Blog Thumbnail

ଦ କୁଇଭର ବ୍ୟୁରୋ :- ପୋଲିସ ଏସଆଇ ପରୀକ୍ଷା ନିଯୁକ୍ତି ଦୁର୍ନୀତି ଘଟଣାରେ ଆଜି ବ୍ରହ୍ମପୁର ଆସିପାରେ ସିବିଆଇ। ମାମଲାରେ ସିବିଆଇ ଟିମର ତଦନ୍ତ ଆଗେଇଛି । ଏକ ତଦନ୍ତକାରୀ ଦଳ ବ୍ରହ୍ମପୁର ଆସିବ ବୋଲି ସୂଚନା ମିଳିଛି । ଦୁର୍ନୀତିରେ ସଂପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ ବୋଲି ଜଣାପଡିଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇଛି । ସିବିଆଇ ଆଣ୍ଟି କରପସନ ବ୍ୟୁରୋ – ACB ର ଅତିରିକ୍ତ ଏସପି ବି. ସାମଲ ଏହାର ତଦାରଖ କରିବେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇକୁ ଏଫଆଇଆର କପି ହସ୍ତାନ୍ତର ହୋଇ ସାରିଛି ।ତଦନ୍ତ ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଖୁବଶୀଘ୍ର ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ । ମାମଲାରେ ସିବିଆଇ ମୂଳରୁ ତଦନ୍ତ କରିପାରେ । ପୂର୍ବରୁ ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ କରିପାରେ ଆଲୋଚନା । ସିଲିକନ ଟେକ ଲ୍ୟାବର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟର ନିର୍ଦ୍ଦେଶକ ତଥା ମାଷ୍ଚରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟତମ କାର୍ପଟଦାର ମୁନା ମହାନ୍ତି ସହ ମୋଟ ୭ଜଣଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିପାରେ। ମାମଲାରେ ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୨୩ ଜଣ ଗିରଫ ହୋଇଛନ୍ତି । ଏହି ଦୁର୍ନୀତିରେ ୧,୦୦୦ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

State

ହ୍ୟୁମାନ ସାଗର ଗୁରୁତର

Blog Thumbnail

ଦ କୁଇଭର ବ୍ୟୁରୋ:- ଏବେବି ସଙ୍କଟାପନ୍ନ ରହିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା । ହାଇ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା କରାଯାଉଛି । ଏମ୍ସ ପକ୍ଷରୁ ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଭେଟିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଗତକାଲି (ଶନିବାର) ରାତିରେ ଭୁବନେଶ୍ବର AIIMS ଯାଇ ଚିକିତ୍ସାଧିନ ଅବସ୍ଥାରେ ଥିବା ହ୍ୟୁମାନଙ୍କୁ ଭେଟିଛନ୍ତି ଅନୁଭବ । ତାଙ୍କୁ ଦେଖିବା ସହ ହ୍ୟୁମାନ କିଛି କଥାର ରେସ୍‌ପନ୍ସ କରୁଥିବା ଅନୁଭବ କହିଛନ୍ତି । ହ୍ୟୁମାନ ଶୀଘ୍ର ସୁସ୍ଥ ହୋଇ ଘରକୁ ଆସିବେ ବୋଲି ଅନୁଭବ ଆଶା ପ୍ରକଟ କରିଛନ୍ତି । ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗଟାପନ୍ନ ରହିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବର AIIMSରେ ସେ ଚିକିତ୍ସାତି ହେଉଛନ୍ତି । ତାଙ୍କ ଲିଭର ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଯଦି ସ୍ବାସ୍ଥ୍ୟ ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ତାକୁ ନେଇ AIIMS ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Education

ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

Blog Thumbnail

ପୁରୁଷୋତ୍ତମପୁର ( ଦ କୁଇଭର ):- ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସଶକ୍ତିକରଣ ଓ ସୁରକ୍ଷାକୁ ଲକ୍ଷ୍ୟ କରି ଆତ୍ମରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ଆତ୍ମସୁରକ୍ଷା ସଂଯୋଜିକା ଡଃ ଶ୍ରାବଣୀ ଖଟାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଅତ୍ୟନ୍ତ ଆବଶ୍ୟକ। ଏପରି ଶିବିର ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରି ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବାରେ ସହାୟକ ହେବ।

ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାନ ଅଧିକାରୀ ତଥା ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ପୌରାଣିକ ଗାଥାରୁ ଆରମ୍ଭ କରି ଆଜିର ଦୈନନ୍ଦିନ ସମାଜରେ ଘଟୁଥିବା ନାରୀ ଶୋଷଣ ଘଟଣା ସମ୍ବନ୍ଧରେ ଉଲ୍ଲେଖ କରି ଏହିପରି ଶିବିର ନାରୀମାନଙ୍କୁ ସ୍ୱୟଂରକ୍ଷାରେ ସଚେତନ ଓ ସକ୍ଷମ କରିବ ବୋଲି ପରାମର୍ଶ ଦେଇଥିଲେ।


ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଖେଳ ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଅଧ୍ୟାପକ ଶ୍ରୀ ମୀନକେତନ ନାହାକ, ଅଧ୍ୟାପିକା ହରିପ୍ରିୟା ନାୟକ, ସୁଜତା ଦାଶ, ମଞ୍ଜୁଲତା ଦାଶ ଓ ମୀନାକ୍ଷୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

ଆତ୍ମସୁରକ୍ଷା ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଓ ସୁଶ୍ରୀ ସାକମ୍ଭରୀ ସାହୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଶିବିରରୁ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ।

ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୨/୦୩/୨୬ ପର୍ଯ୍ୟନ୍ତ ଜାରି ରହିବ। ଉଦ୍ଜାପନୀ ଦିନରେ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ। ଶେଷରେ ଡଃ ଶ୍ରାବଣୀ ଖଟାଇ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।