Join Us To Make A Difference

The Drops💧

ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁୟାରୀ ୨୨ ରୁ ୨୬

ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁୟାରୀ ୨୨ ରୁ ୨୬
Published by:Jyotshna Kumari
#city

ବ୍ରହ୍ମପୁର ( ଦ କୁଇଭର ):- ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ବାଣିଜ୍ୟ, ପରିବହନ ,ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ l ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହୋତ୍ସବ ୫ଦିନ ପାଳିତ ହେବ l ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଗୋପାଳପୁର ବେଳାଭୂମି ରେ ପାଳନ କରାଯିବ l ବିଭିନ୍ନ ପ୍ରତିଯୋଗିତା ଯେପରି ଝୋଟି , ଆଲୋଚନା ଚକ୍ର , କବିତା ପାଠୋତ୍ସବ , ଭଲିବଲ୍, ଫୁଟବଲ,ବୋଟ ରେସିଂ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଶାମୁକା ସ୍ମରଣିକା ଉନ୍ମୋଚନ କରାଯିବ l ପ୍ରଥମେ ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ ତାସହ ବିଭିନ୍ନ ଜିଲ୍ଲା , ରାଜ୍ୟ ଓ ଦେଶ ର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ l ଓଡିଆ,ତେଲୁଗୁ ଓ ହିନ୍ଦୀ କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି l ପଲ୍ଲୀଶ୍ରୀ ମେଳା,ଖାଦ୍ୟ ମେଳା ଏବଂ ବିଭିନ୍ନ ଅନୁଷ୍ଠାନର ମେଳା ପ୍ରଦର୍ଶିତ ହେବ l ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଅତିଥି ନିମନ୍ତେ ଅନୁରୋଧ କରାଯିବ l ଗଞ୍ଜାମ ଜିଲ୍ଲାର ର ବିଭିନ୍ନ ଶକ୍ତିପୀଠ ରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଓ ସମୁଦ୍ରରେ ଲେଜର ଶୋ ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ବିଭିନ୍ନ କମିଟି ଗଠନ କରି ଏହି ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା l ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ କୁ କିଛି ନୂଆ ରୂପରେ ପାଳନ କରିବା ସହ ଲୋକଙ୍କ ନିମନ୍ତେ ଟ୍ରାଫିକ ବ୍ୟବସ୍ଥା,ପାର୍କିଂ ସ୍ଥଳ,ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା l ୩୦୦ ଟି ଷ୍ଟଲ ର ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l ଏହି ବୈଠକ ରେ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ସଭ୍ୟ ସଭ୍ୟା ଓ ହୋଟେଲ ସଙ୍ଘ ର ସଭାପତି ଉପସ୍ଥିତ ରହିଥିଲେ l

Comments

Leave a Comment

Comments

No comments yet.

Education,Entertainment

ଉଦୟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସଵ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଆମ୍ବପୁଆ ସଞ୍ଜୀବ ବିହାର ୫ ମ ଲାଇନ ସ୍ଥିତ ଉଦୟ ପବ୍ଲିକ ସ୍କୁଲ ର ଦଶମ ବାର୍ଷି ଉତ୍ସବ ନିର୍ଦ୍ଧେଶକ ଗୌସ୍ୱାମି ଗୋରୀ ଶଙ୍କର ଦାସ ଙ୍କ ପରାମର୍ଶ ରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଇଞ୍ଜିନିୟର ସଞ୍ଜୟ କୁମାର ନାୟକ,ମୁଖ୍ୟବକ୍ତା ଭାବେ ପ୍ରଫେସର ଡ.ବିନୋଦ କୁମାର ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ। ଡ଼ା ଦିପାଳି ପୃଷ୍ଟି, ଶିକ୍ଷାବିତ ନିରଞ୍ଜନ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ କୁନି କୁନି ଶିଶୁ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ ।ସ୍କୁଲ ଅଧ୍ୟକ୍ଷା ଶିବାନୀ ଗୋସ୍ୱାମୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । କାହୁଁ ରାଉତ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।ସ୍କୁଲ ର ସମସ୍ତ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ ।

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

District

ଦାଦନ ଶ୍ରମିକ ମାନଙ୍କ ସମସ୍ୟା ଏବଂ ସମାଧାନ ପାଇଁ କାର୍ଯ୍ୟକ୍ରମ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସମାଧାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଜିଲ୍ଲାରେ ସକ୍ରିୟ ଥିବା ସାମାଜିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ରବିବାର ଅରୁଣା NGO ଦ୍ୱାରା ଏକ ପରିଚାଳିତ ସଭା ଖୋଡାସିଙ୍ଗି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଅନୁଷ୍ଠାନମାନଙ୍କର ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି l

City

ଅରୂପା ତରଫରୁ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ବାଣିଜ୍ୟ ମେଳା-୨୦୨୫

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍‌ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍‌ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍‌ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

District

ଇନର ହ୍ୱିଲ୍ କ୍ଲବ୍(ଇଷ୍ଟ) ଏବଂ ସେବା ର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଇନର ହୁଇଲ କ୍ଲବ, ବ୍ରହ୍ମପୁର ଇଷ୍ଟ ଏବଂ ସେବା ର ମିଳିତ ଆନୁକୂଲ୍ୟରେ , ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ପରିସରରେ ରବିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସାରା ବିଶ୍ୱକୁ ଅରେଞ୍ଜ କରନ୍ତୁ - ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରନ୍ତୁ" ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଶିବିରରେ ବାଲ୍ୟ ବିବାହ, ବିଭିନ୍ନ ପ୍ରକାରର ହିଂସା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବା ଆଇନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋଚାପଡା ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ ସହିତ ଶାରୀରିକ, ଭାବପ୍ରବଣ, ଯୌନ, ଆର୍ଥିକ ହିଂସା ଆଦି ବିଷୟରେ ଶିକ୍ଷା ଲାଭ କରିଥିଲେ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଘରୋଇ ହିଂସା ଆଇନ ୨୦୦୫ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖୋଲାଖୋଲି କଥାବାର୍ତ୍ତା କରିବାକୁ, ପ୍ରଶ୍ନ ପଚାରିବାକୁ ଏବଂ ହିଂସା ବିଷୟରେ କିପରି ରିପୋର୍ଟ କରିବେ ଏବଂ ସାହାଯ୍ୟ ଲୋଡିବେ ତାହା ବୁଝିବାକୁ ଉତ୍ସାହିତ କରିଥିଲା। ସମସ୍ତ ମହିଳା ଏବଂ ଝିଅମାନଙ୍କ ପ୍ରତି ସୁରକ୍ଷା, ସମାନତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିଶ୍ରୁତି ସହିତ ମହିଳା ହେଲ୍ପ ଲାଇନ ନଂ-୧୮୧, ଶିଶୁ ହେଲ୍ପ ଲାଇନ ନଂ-୧୦୯୮, ପୋଲିସ ହେଲ୍ପ ଲାଇନ ନଂ- ୧୧୨ ଆଦି ବିଷୟରେ କାର୍ଯ୍ୟକ୍ରମରେ ସୁଚାରୁରୂପେ ଆଲୋଚନା ହୋଇଥିଲା l


କାର୍ଯ୍ୟକ୍ରମରେ 'ସେବା' ମୁଖ୍ୟ ଅଳକା ସାହୁ,ଇନର ହୁଇଲ କ୍ଲବ ବ୍ରହ୍ମପୁର ଇଷ୍ଟ ସଭାପତି ଅନ୍ନପୂର୍ଣ୍ଣା ବେହେରା, କୁକୁଡାଖଣ୍ଡି ବିପିଏମ ସଞ୍ଜୁ ସାହୁ,ଲୋଚାପଡା ସରପଞ୍ଚ ମୋହନ ଦାସ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ବହୁ ଅଙ୍ଗଡ଼ବାଡ଼ି କର୍ମୀ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁର ଇନର ହୁଇଲ କ୍ଲବ, ଇଷ୍ଟ ର ସମସ୍ତ ସଦସ୍ୟା, ସେବା ର ସଦସ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

State

ହ୍ୟୁମାନ ସାଗର ଗୁରୁତର

Blog Thumbnail

ଦ କୁଇଭର ବ୍ୟୁରୋ:- ଏବେବି ସଙ୍କଟାପନ୍ନ ରହିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା । ହାଇ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା କରାଯାଉଛି । ଏମ୍ସ ପକ୍ଷରୁ ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନ୍ୟପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଭେଟିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଗତକାଲି (ଶନିବାର) ରାତିରେ ଭୁବନେଶ୍ବର AIIMS ଯାଇ ଚିକିତ୍ସାଧିନ ଅବସ୍ଥାରେ ଥିବା ହ୍ୟୁମାନଙ୍କୁ ଭେଟିଛନ୍ତି ଅନୁଭବ । ତାଙ୍କୁ ଦେଖିବା ସହ ହ୍ୟୁମାନ କିଛି କଥାର ରେସ୍‌ପନ୍ସ କରୁଥିବା ଅନୁଭବ କହିଛନ୍ତି । ହ୍ୟୁମାନ ଶୀଘ୍ର ସୁସ୍ଥ ହୋଇ ଘରକୁ ଆସିବେ ବୋଲି ଅନୁଭବ ଆଶା ପ୍ରକଟ କରିଛନ୍ତି । ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗଟାପନ୍ନ ରହିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବର AIIMSରେ ସେ ଚିକିତ୍ସାତି ହେଉଛନ୍ତି । ତାଙ୍କ ଲିଭର ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଯଦି ସ୍ବାସ୍ଥ୍ୟ ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ତାକୁ ନେଇ AIIMS ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।