Join Us To Make A Difference

The Drops💧

ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ
Published by:Jyotshna Kumari
#education

ପୁରୁଷୋତ୍ତମପୁର ( ଦ କୁଇଭର ):- ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସଶକ୍ତିକରଣ ଓ ସୁରକ୍ଷାକୁ ଲକ୍ଷ୍ୟ କରି ଆତ୍ମରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ଆତ୍ମସୁରକ୍ଷା ସଂଯୋଜିକା ଡଃ ଶ୍ରାବଣୀ ଖଟାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଅତ୍ୟନ୍ତ ଆବଶ୍ୟକ। ଏପରି ଶିବିର ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରି ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବାରେ ସହାୟକ ହେବ।

ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାନ ଅଧିକାରୀ ତଥା ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ପୌରାଣିକ ଗାଥାରୁ ଆରମ୍ଭ କରି ଆଜିର ଦୈନନ୍ଦିନ ସମାଜରେ ଘଟୁଥିବା ନାରୀ ଶୋଷଣ ଘଟଣା ସମ୍ବନ୍ଧରେ ଉଲ୍ଲେଖ କରି ଏହିପରି ଶିବିର ନାରୀମାନଙ୍କୁ ସ୍ୱୟଂରକ୍ଷାରେ ସଚେତନ ଓ ସକ୍ଷମ କରିବ ବୋଲି ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଖେଳ ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଅଧ୍ୟାପକ ଶ୍ରୀ ମୀନକେତନ ନାହାକ, ଅଧ୍ୟାପିକା ହରିପ୍ରିୟା ନାୟକ, ସୁଜତା ଦାଶ, ମଞ୍ଜୁଲତା ଦାଶ ଓ ମୀନାକ୍ଷୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

ଆତ୍ମସୁରକ୍ଷା ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଓ ସୁଶ୍ରୀ ସାକମ୍ଭରୀ ସାହୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଶିବିରରୁ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ।

ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୨/୦୩/୨୬ ପର୍ଯ୍ୟନ୍ତ ଜାରି ରହିବ। ଉଦ୍ଜାପନୀ ଦିନରେ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ। ଶେଷରେ ଡଃ ଶ୍ରାବଣୀ ଖଟାଇ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Comments

Leave a Comment

Comments

No comments yet.

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

Politics

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

City

ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ଙ୍କୁ ଶୁଭେଚ୍ଛାର ସୁଅ

Blog Thumbnail

ବ୍ରହ୍ମପୁର (ଦ କୁଇଭର ):- : ନୂତନ ଭାବେ ଦାୟିତ୍ୱ ପାଇଥିବା ମହିଳା ଯୁବମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ ଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ମହିଳା କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ମହିଳା ମୋର୍ଚ୍ଚା ସଂଘଠନ କୁ ସୁଦୃଢ କରିବା ଲାଗି ସେ ରାଜ୍ୟ ସଭାନେତ୍ରୀ ଡ଼ା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ପରାମର୍ଶ ଓ ସହଯୋଗ ନେଇ କାମ କରିବେ ବୋଲି ଅନୁଜା କହିଛନ୍ତି ।ବର୍ତ୍ତମାନ ତାଙ୍କୁ ଏପରି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ଖୁସି ଅନୁଭବ କରିବା ସହ ଏଥିଲାଗି ସେ ରାଜ୍ଯ ସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ସଂଘ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି, ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଏବଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସୂଚନା ଯୋଗ୍ୟ ଅନୁଜା ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟକରି ବିଜେପି ସଂଗଠନ କୁ ଆଗକୁ ନେବା ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥି ଲାଗି ବହୁ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ । ଆଗକୁ ମଧ୍ୟ ପାର୍ଟି ର ନିୟମ ମୁତାବକ ସମସ୍ତ କାଯ୍ୟ ଜାରି ରଖିବେ ବୋଲି ଅନୁଜା କହିଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଓ ବିକାଶର ଧାରା ତାଙ୍କୁ ଆହୁରି ଭଲ ମାର୍ଗ ଦେଖାଇବ ବୋଲି ସେ କହିବା ସହ ବିଜେପି ଲୋକଙ୍କ ସରକାର ବୋଲି ପ୍ରକାଶ କରିଛନ୍ତି ।

Entertainment

ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ

Blog Thumbnail

ବ୍ରହ୍ମପୁର(ଦ କୁଇଭର ):- ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ଯାଳୟ ଖେଳ ପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହାତ୍ସବ-୨୦୨୬ ରବିବାର ପଞ୍ଚମ ଦିବସରେ ସମାପନ ହୋଇଛି । ଅନ୍ତିମ ରଜନୀରେ ଜନସାଧାରଣ ନିଜ ନିଜର ସ୍ବାସ୍ଥ୍ୟ ସଂପର୍କ ରେ ସଚେତନ ହେବା ସହ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତ ମଜା ନେଇଥିଲେ । ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଓ ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଟିତ ମହୋତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର୍ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ମହାନ୍ ସଙ୍ଘ ସଭାପତି ଶୁଶାନ୍ତ ସାବତ ,କାର୍ଯ୍ୟକାରି ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ଯଜ୍ଞ ନାରାୟଣ ଦାସ, ସଂଗଠନ ସଂପାଦକ ସିତାନ୍ସୁ ପଣ୍ଡା, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ସମିତ ସାବତ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ରବି ନାରାୟଣ ପଶୁପାଳକ, ମନୋଜ ପତି, ବନମାଳୀ ପ୍ରଧାନ, ବିଜୟ ଅଧିକାରୀ, ରୋହିତ ପରିଡା, ମହେନ୍ଦ୍ର ବିଶ୍ଵାଳ,ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଏହି ସ୍ବାସ୍ଥ୍ଯ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ଯାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।ପ୍ରତ୍ଯେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ବାସ୍ଥ୍ଯ ପରୀକ୍ଷା ମାଗଣାରେ କରାଯାଇଥିଲା।

ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଓ ସ୍ବାସ୍ଥ୍ୟ ସଚେତନତା ଲାଗି ଆୟୋଜିତ ଏହି ମହୋତ୍ସବ ରେ ଚଳିତ ବର୍ଷ ପ୍ରତିଦିନ ବହୁ ଜନସାଧାରଣ ଙ୍କ ଭିଡ ଜମିଥିଲା।ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ବାସ୍ଥ୍ଯ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମ୍ମୁଖରେ ରାଜ୍ଯର ଦ୍ବିତୀୟ ଏମ୍ସ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଥିବା ଏଠାରେ ସଭାପତି ସ୍ୱାଇଁ ମତ ଦେଇଥିଲେ ।

ଏହି ମହୋତ୍ସବରେ ପ୍ରତିଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ତିମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ଭିତର ସିଡିଏମଓ ଡ଼ା ଭବାନୀ ଶଙ୍କର ମିଶ୍ର, ଡି ପିଏମ ସୁଧୀର କାନ୍ତ ବେହେରା, ଡ଼ା ଅତୁଲ୍ୟ ପଟ୍ଟନାୟକ, ଡ଼ା ସମରେନ୍ଦ୍ର ସାହୁ,ଉପଦେଷ୍ଟା ନବୀନ କୁମାର ମହାପାତ୍ର ପ୍ରମୁଖ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂପିନ୍ଦର ଓ ଲିପି ସଂଯୋଜନା କରିଥିଲେ । ବରିଷ୍ଟ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଓ ନୃତ୍ୟ ଶିଳ୍ପୀ ସାଧନା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଖ୍ୟାତନାମା ଗାୟିକା ଅନ୍ତରା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଦର୍ଶକ ମାନଙ୍କୁ ନିଜ ସଙ୍ଗୀତ ମାଧ୍ୟମରେ ଉତ୍ସାହିତ କରିଥିଲେ ।ସେହି ପରୀ ବିଭିନ୍ନ ଷ୍ଟଲ୍ ରେ ଜନସାଧାରଣ ଭିଡ ହୋଇଥିଲା । ମହୋତ୍ସବରେ ଜିଲ୍ଲାପ୍ରଶାସନ ,ମହାନଗର ନିଗମ ଓ ଅନ୍ୟାନ୍ୟ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଙ୍କ ସହ ଗଣ ମାଧ୍ୟମ ପ୍ରତିତିଧି ସହ ଯୋଗ କରିଥିବାରୁ ସଭିଙ୍କୁ କମିଟି ତରଫରୁ ସାଧୁବାଦ୍ ଅର୍ପଣ କରାଯାଇଥିଲା ।

Education

ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

Blog Thumbnail

ପୁରୁଷୋତ୍ତମପୁର ( ଦ କୁଇଭର ):- ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସଶକ୍ତିକରଣ ଓ ସୁରକ୍ଷାକୁ ଲକ୍ଷ୍ୟ କରି ଆତ୍ମରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର ଆତ୍ମସୁରକ୍ଷା ସଂଯୋଜିକା ଡଃ ଶ୍ରାବଣୀ ଖଟାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଅତ୍ୟନ୍ତ ଆବଶ୍ୟକ। ଏପରି ଶିବିର ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରି ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବାରେ ସହାୟକ ହେବ।

ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାନ ଅଧିକାରୀ ତଥା ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ପୌରାଣିକ ଗାଥାରୁ ଆରମ୍ଭ କରି ଆଜିର ଦୈନନ୍ଦିନ ସମାଜରେ ଘଟୁଥିବା ନାରୀ ଶୋଷଣ ଘଟଣା ସମ୍ବନ୍ଧରେ ଉଲ୍ଲେଖ କରି ଏହିପରି ଶିବିର ନାରୀମାନଙ୍କୁ ସ୍ୱୟଂରକ୍ଷାରେ ସଚେତନ ଓ ସକ୍ଷମ କରିବ ବୋଲି ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଖେଳ ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଅଧ୍ୟାପକ ଶ୍ରୀ ମୀନକେତନ ନାହାକ, ଅଧ୍ୟାପିକା ହରିପ୍ରିୟା ନାୟକ, ସୁଜତା ଦାଶ, ମଞ୍ଜୁଲତା ଦାଶ ଓ ମୀନାକ୍ଷୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

ଆତ୍ମସୁରକ୍ଷା ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଓ ସୁଶ୍ରୀ ସାକମ୍ଭରୀ ସାହୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଶିବିରରୁ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ।

ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୨/୦୩/୨୬ ପର୍ଯ୍ୟନ୍ତ ଜାରି ରହିବ। ଉଦ୍ଜାପନୀ ଦିନରେ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ। ଶେଷରେ ଡଃ ଶ୍ରାବଣୀ ଖଟାଇ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

City

ଫାଷ୍ଟକ୍ରାଇ ଇଣ୍ଟେଲିଟଟ ପ୍ରୀସ୍କୁଲର ବାର୍ଷିକ ଉତ୍ସଵ

Blog Thumbnail

ବ୍ରହ୍ମପୁର (ଦ କୁଇଭର ):- ସିଦ୍ଧାର୍ଥ ନଗର ଠାରେ ଥିବା ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି-ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଆଇ.ଟି.ଆଇ ଅଡିଟୋରିଅମରେ ପାଳିତ ହୋଇଯାଇଛି। ଏଠାରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରି ସ୍କୁଲର ନିର୍ଦ୍ଦେଶିକା ଡ଼ଃ ମିତ୍ରବିନ୍ଦା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ମୁଖ୍ୟବକ୍ତା ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ତମ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡ଼ଃ ବନ୍ଦିତା ପଣ୍ଡା, ଗବେଷଣା ଓ ବିକାଶ ନିର୍ଦ୍ଦେଶକ ଡ଼ଃ ତପନ କୁମାର ବାରିକ ଯୋଗ ଦେଇଥିଲେ। ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି ସ୍କୁଲର ଇଷ୍ଟର୍ନ୍ ଜୋନାଲ ଏକାଡେମୀକ୍ ହେଡ୍ ସାୟାନି ମୁଖାର୍ଜୀ ଏବଂ ଏକାଡେମୀକ୍ ଅପରେସନାଲ୍ ମ୍ୟାନେଜର୍ ପ୍ରଜ୍ଞା ପରମିତା ପଣ୍ଡା ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରିସ୍କୁଲ୍ ଫ୍ରାଞ୍ଚାଇଜି ପାର୍ଟନର୍ ଡ଼ଃ ସ୍ୱତୀ ଦାଶ, ଫିଟ୍ ବ୍ଲୁ ଚେୟାରମ୍ୟାନ୍ ସଚିନ୍ଦ୍ର ପ୍ରସାଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଓ ଦେବହରି ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।