Join Us To Make A Difference

The Drops💧

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି
Published by:Jyotshna Kumari
#crime

ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Comments

Leave a Comment

Comments

No comments yet.

State

ପୁଣି ବଢ଼ିଲା ରାସନ କାର୍ଡ e-KYC ଅପଡେଟ୍ ଅବଧି

Blog Thumbnail

ଦ କୁଇଭର ବ୍ୟୁରୋ :- ରାସନ କାର୍ଡ ହିତାଧିତାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା e-KYC ଅବଧି । ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି । ଏହାସହ ଅଦ୍ୟାବଧି e-KYC କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ e-KYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ଯଦି ଏ ପର୍ଯ୍ୟନ୍ତ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ e-KYC କରିନାହାନ୍ତି, ତାହାଲେ ସେମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ e-KYC କରାଇପାରିବେ । ଯାହାକୁ ନେଇ ଗତ କିଛି ଦିନ ହେଲା ଦ୍ୱନ୍ଦ୍ବରେ ଥିଲେ ହିତାଧିକାରୀ l ଗତ ୧୪ ତାରିଖ ସୁଦ୍ଧା ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀ e-KYCରୁ ବଞ୍ଚିତ ଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗତ ୧୫ ଦିନ ଭିତରେ ମାତ୍ର ୭୩ ହଜାର ୧୦୬ ଜଣଙ୍କ e-KYC କରିଛନ୍ତି ।

Entertainment

ହସ୍ପିଟାଲରେ ଭର୍ତ୍ତି ଧର୍ମେନ୍ଦ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ହସ୍ପିଟାଲରେ ଭର୍ତ୍ତି ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକେ ଚିନ୍ତିତ ହେବା ସହ ଅଭିନେତାଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ । ଏଥିସହ ଅନେକ ଗୁଜବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଆଇଏଏନଏସ ରିପୋର୍ଟ ଅନୁଯାୟୀ, ୮୯ ବର୍ଷୀୟ ଅଭିନେତା ଗତ କିଛି ଦିନ ଧରି ହସ୍ପିଟାଲରେ ଅଛନ୍ତି । ସେ ନିୟମିତ ଯାଞ୍ଚ ପାଇଁ ହସ୍ପିଟାଲକୁ ଆସିଥିଲେ ଏବଂ ସେବେଠାରୁ ଅତିରିକ୍ତ ପରୀକ୍ଷା ପାଇଁ ସେଠାରେ ରହିଛନ୍ତି । ତାଙ୍କ ଡିସଚାର୍ଜ ତାରିଖ ବିଷୟରେ କୌଣସି ଅପଡେଟ୍ ନାହିଁ ।

Weather

ତୃତୀୟ ସପ୍ତାହରୁ ବଢ଼ିବ ଶୀତଲହରି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ପରବର୍ତ୍ତୀ ୭ ଦିନ ଅର୍ଥାତ୍‌ ୧୪ରୁ ୨୦ ତାରିଖ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ତଥା ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ସହ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ରାତିରୁ ରାଜ୍ୟରେ ପୁଣିଥରେ ଥଣ୍ଡା ବଢ଼ିବ। ରବିବାର ରାତି ସୁଦ୍ଧା ପାରଦ ସ୍ତର ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା, ଗଜାପୁର(ଗଜପତି)ରେ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା, ମୋହନାରେ ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ବରରେ ୧୮ ଡିଗ୍ରି ଓ ବାଲେଶ୍ବରରେ ୧୬ ଡିଗ୍ରି ରହିପାରେ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇ ଦିନ ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୩ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରି ଖସିପାରେ। ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି, ଅନୁଗୁଳରେ ୧୬ ଡିଗ୍ରି, କୋରାପୁଟରେ ୧୬.୫ ଏବଂ ସୁନ୍ଦରଗଡ଼ରେ ୧୬.୬ ଡିଗ୍ରି ରେକର୍ଡ ହୋଇଛି।

State

ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡା ଉପନିର୍ବାଚନରେ ଆରୋପ ପ୍ରତ୍ୟାରୋପର ସୀମା ଟପିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିବା ସହିତ ପ୍ରୀର୍ଥୀ ଚୋରି କରିଥିବା ଅଭିଯୋଗ ଆଣିଥିଲେ । ଏପଟେ ଆଜି ନବୀନଙ୍କୁ ସିଧାସଳଖ ପ୍ରତିଜବାବ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି, ମୋ ବାପା ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ । ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ । ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । "ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ । ହସ୍ପିଟାଲରେ ବାପା ମୃତ୍ୟ ସହ ସଂଗ୍ରାମ କଲାବେଳେ ସେ ଆସିଲେନି । ଫୋନ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି । ଏପରିକି ଶୁଦ୍ଧିକ୍ରିୟାକୁ ମଧ୍ୟ ଆସିନଥିଲେ । ବାପା ମେଡିକାଲରେ ପଡିଥିବା ସମୟରେ ବିଜେଡି ଦଳର କୌଣସି ଜଣେ ବି ନେତା ଆମକୁ ସମ୍ପର୍କ କରିନଥିଲେ । ଅଧିକ ଚିକିତ୍ସା କଥା ତ ଦୂରର କଥା ସ୍ୱାସ୍ଥାବସ୍ଥା ବୁଝିବାକୁ ମଧ୍ୟ କେହି ଫୋନ କରି ନଥିଲେ । ନିର୍ବାଚନ ପ୍ରଚାରରେ ନବୀନଙ୍କ କଥା ମୋତେ ଖରାପ ଲାଗିଛି । ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ ।" ଗତକାଲି ନବୀନଙ୍କ ଆରୋପ ପରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି । "ମୋର ବାପା ସ୍ୱର୍ଗୀୟ ରାଜେନ୍ଦ୍ର ଢୋଲକିଆ ବିଜୁ ଜନତା ଦଳରୁ ରାଜନୀତି ଆରମ୍ଭ କରି ଶେଷ ମଧ୍ୟ କରିଥିଲେ । ହେଲେ ବିଜୁ ଜନତା ଦଳ ମୋର ବାପାର ହୋଇ ପାରିଲା ନାହିଁ । ଚେନ୍ନାଇ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ ମୋ ବାପା । ସେତେବେଳେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଦଳର କୋଣସି ନେତା ଦେଖିବାକୁ ଗଲେନାହିଁ, କିମ୍ବା ଫୋନ କରି ଭଲ ମନ୍ଦ ବୁଝିଲେ ବି ନାହିଁ ଅଥବା ତାଙ୍କ ଦଶାହ ଶ୍ରଦ୍ଧାଞ୍ଜଳୀ ସଭାକୁ ମଧ୍ୟ ଆସିଲେ ନାହିଁ ନବୀନ ପଟ୍ଟନାୟକ । ସେ ମୋର କିମ୍ବା ମୋର ବାପାର ହେଲେ କେମିତି କହନ୍ତୁ ।" ଆଉ ବର୍ତ୍ତମାନ ନୂଆପଡାରେ ଉପନିର୍ବାଚନ ଚାଲିଥିବା ବେଳେ ଭୋଟ ପ୍ରଚାର ପାଇଁ ଆସିଗଲେ ଏମିତି ରାଜନୀତି କରାଯାଏ କି ବୋଲି ଜୟ ଢୋଲକିଆ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକକୁ ପ୍ରଶ୍ନ ପଚାରିଛନ୍ତି । ଗତକାଲି ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମୈଦାନରେ ଅବତରଣ କରି ତରବୋଡ଼ ସମ୍ଭବ ପଡିଆ ଠାରେ ଆୟୋଜନ କରାଯାଇଥିବା ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ କରିଥିଲେ । ନବୀନ କହିଥିଲେ, "ମୋ ସରକାରରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆମ ଦଳର ନେତା ରହିଥିଲେ । ସେ ନୂଆପଡା ବିକାଶ ପାଇଁ ଯାହା ମୋତେ ଡିମାଇଣ୍ଡ କରିଥିଲା ମୁଁ ସବୁ ପୂରଣ କରିଛି । ହେଲେ ତାଙ୍କ ପୁଅ ଆମ ଦଳକୁ ଧୋକା ଦେଇଛନ୍ତି । ଆମ ଦଳ ସହିତ ବେଇମାନୀ ହୋଇଛି । ନୂଆପଡାବାସୀ ଏହାର ଜବାବ ଦେବେ ।"

District

ଆଜି ଛାଡଖାଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଧର୍ମ କର୍ମର ମାସ କାତ୍ତିକ ସରିଲା । ଗୋଟିଏ ମାସ ଆମିଷ ଠାରୁ ଦୂର ହେବା ପରେ ଜିଭ ଆଉ ବୋଲ ମାନୁନି । କାତ୍ତିକରେ ପନିପରିବା ଦରରେ ଯେଉଁଭଳି ନିଆଁ ଲାଗିଥିଲା ସେଥିରୁ ଲୋକଙ୍କୁ ନିସ୍ତାର ମିଳିଛି । ବୁଧବାର କାର୍ତ୍ତିକ ମାସକୁ ବିଦାୟ ଦେବା ପରେ ଗତ କାଲି ମାର୍ଗଶିର ପ୍ରଥମ ଗୁରୁବାର ପୁଜିଥିଲେ ଲୋକେ ଆଉ ଆଜି( ଶୁକ୍ରବାର ) ଛାଡଖାଇ ପାଳନ କରୁଛନ୍ତି ଲୋକେ । ଆଉ ସବୁଠାରୁ ବଡ କଥା ହେଲା—ଏଥର ଶୁକ୍ରବାରରେ ପଡିଛି ଛାଡଖାଇ । ଆମିଷ ବାରରେ ଛାଡଖାଇ ପଡିଥିବାରୁ ଆଜି ମାଛ ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l ମଟନ, ଚିକେନ ଓ ମାଛର ଚାହିଦାକୁ ମେଂଟାଇବା ଲାଗି ବ୍ୟବସାୟୀମାନେ ବି ସବୁ ପ୍ରକାରର ପ୍ରସ୍ତୁତି କରି ରଖିଛନ୍ତି । ଶୁକ୍ରବାର ଛାଡ ଖାଇ ପଡୁଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଭଲ ବେପାର କରିବା ଆଶାରେ ରହିଛନ୍ତି ।

Politics

ଆଜି ନୂଆପଡା ଗସ୍ତରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ନିର୍ବାଚନ ସଭାରେ ଯୋଗଦେବେ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ଭୁବନେଶ୍ୱରରୁ ଆଜି ସକାଳ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟ ରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେତନ୍ତ୍ର ହେଲିକପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଫେରିଆସିବେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଗତକାଲି ବିଶାଲ ବାଇକ୍ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ । କୋମନା ବ୍ଲକ୍ ଜୋନ୍-୨ ଅନ୍ତର୍ଗତ ଦାନଝୋଲା ଠାରୁ କୋଟାପାଲି, ଗଣ୍ତାମେର ଦେଇ କାଣ୍ଡେତରା ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ।ଗତକାଲି ୧୦ କିଲୋମିଟର ବାଇକ ରାଲି କରିଥିଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ । ତେବେ ଆସନ୍ତା ୭ ତାରିଖରେ କ୍ୟାମ୍ପେନକୁ ଜୋରଦାର କରିବାକୁ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ।