ବ୍ରହ୍ମପୁର ( ଦ କୁଇଭର ):- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀଙ୍କୁ ଜେରା । ରାତିରେ ଆଉ ୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୪ ଜଣଙ୍କୁ ଗୁପ୍ତ ସ୍ଥାନରେ ଅଟକ ରଖି ପଚରାଉଚରା କରାଯାଉଛି । ଗତକାଲି ଧରାପଡିଥିଲେ ଉମା ଓ କୁରୁପତି । ଅନ୍ୟପଟେ ପୂର୍ବରୁ ଆତ୍ମସମର୍ପଣ କରି ଛାଡ଼ ପାଇଥିବା ସୁଦର୍ଶନ ଜେନା ମଧ୍ୟ ପୁଣି ଆସିଥିବା ଜଣା ପଡିଛି । ପୋଲିସ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରା ଉଚରା କରୁଛି ।ସୂଚନା ଅନୁସାରେ ଅକ୍ଟୋବର ୬ ରାତି ୧୦ଟା ୧ରେ ପୀତବାସଙ୍କ ଘର ନିକଟ ଛକରେ କୁରୁପତି ଦେଶୀ ବନ୍ଧୁକରେ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ପୀତାବାସଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ଏଯାଏ ୧୪ ଜଣ ଗିରଫ ହୋଇଛନ୍ତି ।






