ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର କେ.ସି. ପବ୍ଲିକ୍ ସ୍କୁଲରେ "ଜେ..ଜେ. (ସିପିସି) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ " ଉପରେ ଏକ ସଚେତନତା କାର୍ଯ୍ୟକ୍ରମ,ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ତଥା ଭିଜିଲାନ୍ସ ସ୍ପେସିଆଲ ଜଜ ଜ୍ଞାନେନ୍ଦ୍ର କୁମାର ବାରିକ ଉପସ୍ଥିତ ରହି 'ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ' ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନ କରିଥିଲେ l ସେହିପରି ସିନିଅର ସିଭିଲ ଜଜ ବ୍ୟୋମକେଶ ନାୟକ ଉପସ୍ଥିତ ରହି 'ଜେ..ଜେ. (ସିପିସି) ଆଇନ' ଉପରେ ଆଲୋକପାତ କରିଥିଲେ l ସଚିବ ଦେବଶ୍ରୀ ସାହୁ 'ଆଇନଗତ ସେବା ପ୍ରତିଷ୍ଠାନର ଭୂମିକା ଏବଂ କାର୍ଯ୍ୟ' ଉପରେ ସବିଶେଷ ତଥ୍ୟ ରଖିଥିଲେ l ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ ଅତିଥିମାନଙ୍କ ପରିଚୟ ରଖି ସଂଯୋଜନା କରିଥିବା ବେଳେ କେ.ସି. ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟା ସବିତା ସାହୁକାର ଏବଂ ବୈଦ୍ୟନାଥପୁର ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚିତ୍ରା ପରିଡାଙ୍କ ସହ କେ.ସି. ପବ୍ଲିକ୍ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l