ଦ କୁଇଭର ବ୍ୟୁରୋ :- ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଅପରାହ୍ନ 2ଟା ପରଠାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । www.bseodisha.ac.in ରେ ରେଜଲ୍ଟ ଦେଖି ପାରିବେ । ମୋଟ 3457 ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ 1944 ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସହାର 56.23 ପ୍ରତିଶତ ରହିଛି । ସେହିପରି SOSC ରେ 10 ହଜାର 809 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 5 ହଜାର 973 ଜନ ପାସ୍ କରିଛନ୍ତି । ପାସ ହାର 55.26 ପ୍ରତିଶତ ରହିଛି । ସେହିପରି 4140 ଜଣ ଫେଲ ହୋଇଛନ୍ତି । 625 ଜଣ ଅନୁପସ୍ଥିତ ରହିଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ସୂଚନା ଦେଇଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରେଜଲ୍ଟ ଭଲ ଥିବା ସଭାପତି କହିଛନ୍ତି ।