ବ୍ରହ୍ମପୁର ( ଦ କୁଇଭର ):- ଡିଏଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁରର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହଯୋଗରେ ଶୁକ୍ରବାର ବିଦ୍ୟାଳୟ ନିକଟରେ ଥିବା ଅତ୍ୟଧିକ ବ୍ୟସ୍ତ ବହୁଳ ରାସ୍ତାକୁ ମରାମତି କରି ଏକ ଦୃଷ୍ଟନୀୟ ଓ ପ୍ରଶଂସନୀୟ ସୋସିଏଲ କାର୍ଯ୍ୟ କରିଛନ୍ତି।ଏହି ରାସ୍ତା ଦ୍ୱାରା ଦୈନିକ ୩୦.୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଙ୍କ ସହ ଜନସାଧାରଣ,ବସ୍, ଅଟୋ, ଗାଡ଼ି ଓ ବାଇକ ଭଳି ବିଭିନ୍ନ ଯାନବାହନ ଚଳାଚଳ କରୁଥିବାରୁ ପ୍ରତିଦିନ ଏହି ଅଞ୍ଚଳ ଅତ୍ୟଧିକ। ଭିଡ଼ ହୋଇଥାଏ।ରାସ୍ତାରେ ଅନେକ ଗାତ୍ ,ଖାଲ ଖମା ଓ ଅସମତଳତା ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ରାସ୍ତା ମରାମତି ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା।ଏହକୁ ଦୃଷ୍ଟିରେ ରଖି, ଡିଏଭି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ଧରାଶ୍ରୀ ପଢ଼ିଙ୍କ ପ୍ରେରଣା ରେ ସିମେଣ୍ଟ, ବାଲି ଓ ଗୋଡ଼ି ବ୍ୟବହାର କରି ଏହି ବିପଦସୂଚକ ରାସ୍ତାକୁ ସ୍ୱଇଚ୍ଛାରେ ମରାମତି କରିଥିଲେ।ପ୍ରଧାନଶିକ୍ଷିକା ଧାରାଶ୍ରୀ ପାଢ଼ୀ ନିଜର ଶାରୀରିକ ଓ ମାନସିକ ସହଯୋଗ ସହ ଆବଶ୍ୟକ ଉପକରଣ ପ୍ରଦାନ କରିଥିଲେ । ସେ ନିଜେ ଉପସ୍ଥିତ ରହି ଶିକ୍ଷକମାନଙ୍କ ସହ ବ୍ୟବସ୍ଥାପନା କାର୍ଯ୍ୟ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସମୀର କୁମାର ପାଣିଗ୍ରାହୀ ଓ ଗାଇଡ୍ କ୍ୟାପଟେନ୍ ସ୍ୱପ୍ନା ରାଣୀ ପାଣିଗ୍ରାହୀ ନିର୍ମାଣ କାର୍ଯ୍ୟରେ ସହଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଏପରି ମହତ୍ କାଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।