ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର,କୋଅପରଟିଭ କଲୋନୀ ଦ୍ୱିତୀୟ ଲାଇନ ସ୍ଥିତ ଶ୍ରଦ୍ଧା ଫାଉଣ୍ଡେସନର ତରଫରୁ ପବିତ୍ର ଗୁରୁ ଦିବସ ପାଳନ କରାଯାଇଛି l ଫାଉଣ୍ଡେସନ ମୁଖ୍ୟ ପରିଚାଳିକା ଶ୍ରଦ୍ଧାଞ୍ଜଳି ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଗୁରୁ ସମୀର ପ୍ରଧାନଙ୍କୁ ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୂଜନ କରାଯାଇଥିଲା । ସେହିପରୀ କେକ କଟିଙ୍ଗର ଆୟୋଜନ ମଧ୍ୟ କରାଯାଇଥିଲା । ଫାଉଣ୍ଡେସନ ସଭାପତି ପ୍ରଣବ ପଣ୍ଡା,ସୁଦୀପ କୁମାର ସାହୁଙ୍କ ସମେତ ବହୁ ଅଭିଭାବକ ଏହି ଅବସରରେ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁଙ୍କୁ ଶିଶୁମାନେ ଚିତ୍ର ସହ ବିଭିନ୍ନ ଉପହାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।