ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଅଣଛାତ୍ରଙ୍କ ଆକ୍ରମଣ ଘଟଣାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଧାରଣା । ଆହତ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାତିସାରା ଗୋପାଳପୁର ଥାନା ଘେରାଉ । ରମେଶ ଜେନାଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ଓ ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଗତକାଲି ବିଳମ୍ବିତ ରାତିରେ ଗୋପାଳପୁର ଥାନା ଘେରାଉ କରିଥିଲେ ।
ଗତକାଲି ରାତିରେ ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଅଣଛାତ୍ରର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ର ଅଭିଳାଷ ମିଶ୍ର । କ୍ଯାମ୍ପସ୍ ଭିତରେ ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ କିଛି ଛାତ୍ର ବ୍ରହ୍ମପୁର MKCGରେ ଚିକିତ୍ସିତ ହୋଇଛନ୍ତି। ଯୁକ୍ତିତର୍କରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନ କଲେ ପୁଣି ଥରେ ଥାନା ଘେରାଓ କରାଯିବ ବୋଲି ରମେଶ ଜେନା କହିଥିଲେ ।