ବ୍ରହ୍ମପୁର ( ଦ କୁଇଭର ):- ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସୁବେଦାର୍ ମେଜର ଅଶୋକ କୁମାର ସାମନ୍ତ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରି ଥିଲେ । ମେଜର ସାମନ୍ତ ନିଜ ବକ୍ତବ୍ୟରେ ଦେଶ୍ ର ସୁରକ୍ଷା ଲାଗି ମହାପୁରୁଷ ମାନଙ୍କ ବଳିଦାନ ସଂପର୍କ ରେ ଆଲୋକ ପାତ କରି ନିଜ ସେନା ଜୀବନ ଆଉ ସେନାବାହିନୀ ର ଗୁରୁତ୍ଵ ନେଇ ସୂଚନା ଦେଇଥିଲେ। ଅଧ୍ୟକ୍ଷ କେ.ସି ପଣ୍ଡା ଯୋଗ ଦେଇ ସ୍ଵାଧୀନତା ଦିବସ ର ତାପଯ୍ୟ ସଂପର୍କ ରେ କହିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଧୀନତା ଦିବସ ଉପଲକ୍ଷେ ସଭିଙ୍କୁ ଶୁଭେଛା ଜଣାଇଥିଲେ। ଏଠାରେ ମୁଖ୍ୟ ଅତିଥି ଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା ।ସ୍କୁଲ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ପ୍ରିନସିପାଲ କାଁହୁଚରଣ ପଣ୍ଡା ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ l