ଛତ୍ରପୁର ( ଦ କୁଇଭର ):- ମଣ୍ଡି ସମସ୍ୟାରେ ଘାଣ୍ଟି ହେବେ ନାହିଁ ଚାଷୀ । ଆଉ ମଣ୍ଡିରେ ଚାଲିବନି ମିଲର ରାଜ ହେବନି କଟନୀ ଛଟନୀ ଚାଷୀ ପାଇବେ ସବୁ ସୁବିଧା ଏବେ ରାଜ୍ୟରେ ନୁଆ ସରକାର ଆସିବା ପରେ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏବେ ଆକ୍ସନ ମୋଡ଼ରେ ମୋହନ ସରକାର ଗତକାଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତ କରି ଧାନକିଣା ବୈଠକରେ ସମୀକ୍ଷା କରିଥିଲେ ଏହା ସହ ଛତ୍ରପୁର ବ୍ଲକ ରୁକୁଣୀ ଗାଁ ରେ ଥିବା ସୋସାଇଟି ପ୍ୟାକ୍ସକୁ ଅଚାନକ ପରିଦର୍ଶନରେ ଯାଇ ବ୍ୟବସ୍ଥା ପରଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିଭଳି ଚାଷୀଙ୍କୁ ଧାନର ଏଫ କ୍ୟୁ ମାନର ସଚେତନତା କରାଯିବ ପ୍ରତ୍ୟକ ମଣ୍ଡିରେ ସଚେତନତା ପ୍ଲେକ୍ସ ଏବଂ ବୈଠକ କରି ସଚେତନ କରାଯିବ ସେ ବିଷୟରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହା ସହ ଗଞ୍ଜାମରେ ବିଭିନ୍ନ ଜାଗାରେ ମଣ୍ଡି କି ପିଣ୍ଡି ନଥିବା ବେଳେ ଏବେ ମୋହନ ସରକାର ବିଭିନ୍ନ ପଞ୍ଚାୟତ ଗୁଡିକରେ ପିଣ୍ଡି ନିର୍ମାଣ କରିବାକୁ ଅନୁଦାନ ଦେଇଛନ୍ତି ଏବେ ଚଳିତ ବର୍ଷ ଧାନକିଣା ପ୍ରକ୍ରିୟାରେ ଚାଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡି ଖୋଲାଯିବ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ ଏହା ସହ ଉକ୍ତ ପ୍ୟାକ୍ସର ସିସିଟିଭି କ୍ୟାମେରା ପାନୀୟ ଜଳ ଏବଂ ଆବଶକୀୟ ଉପକରଣ ଗୁଡ଼ିକ ବୁଲି ଦେଖିଥିଲେ l