ନୂଆପଡା( ଦ କୁଇଭର ):- ନୂଆପଡା ଜିଲ୍ଲା ଦୁର୍ନୀତି ର ଗନ୍ତା ଘର ସାଜି ସାଜିଥିବାବେଳେ ସାଧାରଣ ଅଭିଯୋଗ କାରୀ କେବଳ ବିକ୍ଷୋଭ ଓ ଆନ୍ଦୋଳନ କୁ ଏକ ମାଧ୍ୟମ ଭାବି ନେଇଛନ୍ତି । ହେଲେ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଜିଲ୍ଲା ରେ ଅଶାନ୍ତ ଦେଖା ଦେଉଥିବା ବେଳେ ବିଶେଷ କରି ଶିକ୍ଷା ବିଭାଗର ଏଫ୍.ଏଲ୍. ଏନ ପାଣ୍ଠି ରୁ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ପ୍ରଶାସନ ର ନିରବତା ବିଶେଷକରି ଆଦିବାସୀ ମାନଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ବାରମ୍ୱାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ଆଦିବାସୀ ସଂଘ । ଏଫ୍.ଏଲ.ଏନ ଦୁର୍ନୀତି ସହ ଆହୁରି ଏକୋଇଶି ଦଫା ଦାବି ନେଇ ମଙ୍ଗଳବାର ଜିଲ୍ଲା ଆଦିବାସୀ ସଂଘ୍ ରାଜ ରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି ।
ନୂଆପଡ଼ା ଜିଲ୍ଲା ରେ ଶିକ୍ଷା ବିଭାଗ ର ଏଫ୍.ଏଲ. ଏନ. ଦୁର୍ନୀତି ହାଟରେ ପଡି ଦାଣ୍ଡ ରେ ଗଡୁଛି। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଘଣ୍ଟ ଗୋଡ଼ାଇ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହା ସହ ବିଶେଷ କରି ଆଦିବାସୀ ଙ୍କ ବିଭିନ୍ନ ହକ ଓ ଅଧିକାର ପାଇଁ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ନୂଆପଡ଼ା ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଓ ଜିଲ୍ଲା ସଭାପତି ଭାନୁପ୍ରତାପ ମାଝୀ ଙ୍କ ନେତୃତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ହଜାର ଆଦିବାସୀ ଯୋଗ ଦେଇଥିଲେ । ଏଫ୍.ଏଲ.ଏନ ରେ ଚାରି କୋଟି ଟଙ୍କା ର ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ର ତିନି ମାସ ବିତି ଯାଇଥିଲେ ହେଁ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ । ଯଦି ଏହାର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନ କାରି ଆଦିବାସୀ ମାନେ ଚେତବନୀ ଦେଇଛନ୍ତି ।
ହକ ଓ ଅଧିକାର ପାଇଁ ମାନେ ଆଦିବାସୀ ବାରମ୍ୱାର ରାଜରାସ୍ତାରେ, ହେଲେ ପ୍ରଶାସନ ନୀରବଦ୍ରଷ୍ଟା । ମଙ୍ଗଳବାର ଆୟୋଜିତ ଆନ୍ଦୋଳନ ରେ ବାଇଶି ହଜାର ଆଦିବାସୀ ଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ରାଜସ୍ବ ମାଓ ପ୍ରବଣ ଗାଁ ମାନଙ୍କ ର ବନ୍ଦ ଥିବା ସ୍କୁଲ ଗୁଡ଼ିକ ପୁନଃ ଖୋଲା ଯାଉ, ଆଦିବାସୀ ବହୁଳ ନୂଆପଡ଼ା ବିଧାନସଭା ମଣ୍ଡଳୀ ରେ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି ତେଣୁ ନୂଆପଡ଼ା ବିଧାନସଭା କୁ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ କରାଯାଉ, ନୂଆପଡ଼ା ଆଦିବାସୀ ବହୁଳ ଗାଁ ମାନଙ୍କୁ ପେଶା ଆଇନ ଲାଗୁ କରାଯାଉ ବୋଲି ଦୀର୍ଘ ସମୟ ଧରି ଅଡି ବସିଥିଲେ । ଏମିତି କି ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଏମିତି କି ନୂଆପଡ଼ା ଏସପି ନିଜ କାର୍ଯ୍ୟାଳୟ ରୁ ବାସଭବନ ଯାଉଥିବା ସମୟ ରେ ଆଦିବାସୀ ଏସପିଙ୍କ ଗାଡ଼ି ତଳେ ଶୋଇ ପଡି ବିକ୍ଷୋଭ ପ୍ରଦର୍ଶନ କରି ଏସପି ଙ୍କୁ ଫେରିବା ପାଇଁ ବାଧ୍ୟ କରିଦେଇଥିଲେ । ଶେଷ ରେ ନୂଆପଡ଼ା ଏସପି ମଧ୍ୟ ବାଧ୍ୟ ହୋଇ ଫେରିବା ପାଇଁ ବାଧ୍ୟ ହୋଇଥିଲେ । ଦୀର୍ଘ ପାଞ୍ଚ ଘଣ୍ଟା ପରେ ଆନ୍ଦୋଳନ ସ୍ଥଳ କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଆଦିବାସୀ ମାନଙ୍କ ସହ ଆଲୋଚନା କରି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ଏଫ୍.ଏଲ. ଏନ. ଦୁର୍ନୀତି ଅଭିଯୋଗ ର ତଦନ୍ତ ଚାଲିଛି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଅନ୍ୟ ଦାବି ସମୂହ କୁ ରାଜ୍ୟ ସରକାର ଙ୍କୁ ଜଣାଇ ଦିଆଯିବ ବୋଲି ଉଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲା ଆଦିବାସୀ ମହାସଂଘ ର ବାରମ୍ଵାର ଆନ୍ଦୋଳନ ହେଉଥିଲେ ହେଁ ପ୍ରଶାସନ କେବଳ ପ୍ରତିଶ୍ରୁତି ହିଁ ଏକ ମାଧ୍ୟମ ପାଲଟିଛି । ବର୍ତ୍ତମାନ ର ଆନ୍ଦୋଳନ ରେ ମଧ୍ୟ ଦୀର୍ଘ ପାଞ୍ଚ ଘଣ୍ଟା ର ଆନ୍ଦୋଳନ ସାଙ୍ଗ କୁ ନୂଆପଡ଼ା ଏସପି ହଟହଟା ହେବା ଘଟଣା ପରେ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି ସତ ହେଲେ ପ୍ରତିଶ୍ରୁତି କେବେ ପୂରଣ ହୋଇ ଆଦିବାସୀ ଙ୍କୁ ନିଜ ଅଧିକାର ମିଳୁଛି ସେ ଉପରେ ରହିଛି ସମସ୍ତଙ୍କ ନଜର।