ଦ କୁଇଭର ବ୍ୟୁରୋ :- ଡାଲଚିନ, ସମସ୍ତେ ତ ନାଁ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ l ସମସ୍ତଙ୍କ ହାଣ୍ଡିଶାଳରେ ଉପଲବ୍ଧ ଥିଵା ଏକ ମସଲା ଜାତୀୟ ଖାଦ୍ୟ ଭାବେ ବେଶ ପରିଚିତ l ତେବେ ଏହି ଡାଲଚୀନ ବୃକ୍ଷ ଦେଖିବାକୁ ଯେତିକି ଛୋଟ ତା'ଠୁ ବହୁ ଗୁଣ ଅଧିକ ତାର ଉପକାରିତା । ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯିବା ସମସ୍ତେ ଜାଣନ୍ତି,ତେବେ ଆପଣ ଜାଣନ୍ତିକି, ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇପାରିବ । ତେବେ ଆଜି ଆସନ୍ତୁ ଜାଣିବା ଡାଲଚୀନର ଆବଶ୍ୟକତା, ଉପକାରିତା ଆଉ ବ୍ୟବହାରକୁ l
ଏହା ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ସହ ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ ।
ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ ରକ୍ଷା ମିଳିଥାଏ । ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ସାମାନ୍ୟ ଗରମ ପାଣିରେ ଡାଲଚିନି ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମୁ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ସେହିପରି ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ । ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଏହାଛଡା ଡାଲଚିନିର ବ୍ୟବହାର ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଓଜନ ବୃଦ୍ଧି ଆଜିର ବ୍ୟସ୍ତବହୁଳ ସମୟରେ ଏକ ମୁଖ୍ୟ ସମସ୍ୟା l ଡାଳଚିନି ରକ୍ତକୁ ପରିଷ୍କାର ରଖିବା ସହ ଓଜନ ହ୍ରାସ କରିଥାଏ l ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି l ଥକ୍କାପଣ, ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବହୁ ରୋଗ ପାଇଁ ଡାଳଚିନିକୁ ବ୍ୟବହାର କରାଯାଏ । ଶରୀରରେ ପାଚନ ତନ୍ତ୍ରକୁ ଠିକ ରଖିବା ସହ ବିଭିନ୍ନ ରୋଗକୁ ଦୂରେଇବାରେ ଡାଳଚିନି ସାହାଯ୍ୟ କରିଥାଏ । ଏକ ଚାମ ମହୁ ସହିତ ଡାଳଚିନି ମିଶାଇ ଖାଇବା ଦ୍ୱାରା ଏସିଡିଟି, ପେଟ ଯନ୍ତ୍ରଣା ଲାଘବ ହୋଇଥାଏ । ମୁଖ ଦୁର୍ଗନ୍ଧ ଦୂର କରିବା ସହ ଚର୍ମ ସମସ୍ୟାକୁ ଦୂର କରିବାରେ ଡାଳଚିନିକୁ ଉପଯୋଗ କରାଯାଏ । ଡାଳଚିନି ପାଉଡର ଓ ମହୁକୁ ରୁଟି ସହ ମିଶାଇ ଖାଇବା ଦ୍ୱାରା ଧମନୀମାନଙ୍କରେ କୋଲେଷ୍ଟରଲ ଜମା ହୁଏ ନାହିଁ । ଏହାଫଳରେ ଶରୀରରେ ହୃଦ ସମ୍ବନ୍ଧୀୟ ରୋଗର ସମ୍ଭାବନା ହ୍ରାସ ପାଇଥାଏ । ତେବେ ପ୍ରତ୍ୟେକ ଜିନିଷ ଭଳି ଏହା ମଧ୍ୟ ଅତ୍ୟଧିକ ସେବନ ଦ୍ୱାରା ଵା ଖାଇଵା ଦ୍ୱାରା ଶରୀରକୁ ହାନି ପହଂଚାଇବା ସମ୍ଭାବନା ରହୁଛି l