ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ଜଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେକୁସାହି ଠାରେ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ତରଫରୁ ଏକ ଆଦିବାସୀ ଉପ ଯୋଜନା କାର୍ଯ୍ୟକ୍ରମ ଚାଷୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଡେକୁସାହି, ନୁଆସାହି, ସୁନାପୁର, ଲକ୍ଷ୍ମୀପୁର, ଜଙ୍ଗ ଜଙ୍ଗ ଅଞ୍ଚଳର ୫୦୦ ଚାଷୀ ଯୋଗ ଦେଇଥିଲେ । ଏହି ମେଳାରେ ସି.ଆର.ଆର.ଆଇ ରୁ ନୋବେଲ ଟେକ୍ନୋଲୋଜିଏସ ଏବଂ ଡିଷ୍ଟ୍ରିବୁସନ୍ ମାଧ୍ୟମରେ ଲାଇଟ୍ ଟ୍ରାପ୍, ଫେରୋମୋନ ଟ୍ରାପ, ପାଓ୍ବାର ପ୍ରେସର, ଉଇନୋଅର, ସୋଲାର ଥ୍ରେଶର, ପଲଭରାଇଜର ଏବଂ ଅଧୂକ ଉତ୍ପାଦନ କରୁଥିବା ଧାନ ମଞ୍ଜି ଇତ୍ୟାଦି ମାଗଣାରେ ବିତରଣ କରାଯାଇଥିଲା । ଏହି ମେଳାଟି ବରିଷ୍ଠ ବୈଜ୍ଞାନିକ ଡଃ ମ୍ରିଦୁଲ୍ ଚକ୍ରବର୍ତୀ, ବୈଜ୍ଞାନିକ ଡଃ ରଘୁ এঘ, ଏବଂ ବୈଜ୍ଞାନିକ ରୁପକ ଜେନାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ଏହି ମେଳାରେ ରାୟଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଷମା ସବର, ଗଜପତିଜିଲ୍ଲାର କେ.ବି.କେ ବୈଜ୍ଞାନିକ ଡଃ ସୁଶ୍ରୀ ଚୌଧୁରୀ, ରାୟଗଡ ବ୍ଲକର ଏ. ଏ.ଏ.ଓ ଶ୍ରୀମତୀ ସୁପ୍ରିୟା କହର, ଆଗ୍ରୋ ଇଣ୍ଡଷ୍ଟ୍ରିର ଜିଲ୍ଲା ପରିଚାଳକ ଶ୍ରୀମାନ କୀର୍ତିମାନ ଗୋଗରାଇ ଏବଂ ରାୟଗଡ ଏ.ଏ.ଓ ଶ୍ରୀମାନ ସମୀର କୁମାର ମିଶ୍ର ପ୍ରମୁଖ ଏହି ମେଳାରେ ଯୋଗ ଦେଇଥିଲେ । ଏହି ମେଳାରେ ମଧ୍ୟ କୃଷକମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ତଥା ସେମାନଙ୍କର ଉଦ୍ଭିଦ ଏବଂ ବଜାୟତା ଦୂରତା ପଦ୍ଧତି ପାଇଁ କୃଷକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ ଅତ୍ୟାଧୁନିକ ପ୍ରଣାଳୀରେ ଜ୍ଞାନକୌଶଳ ସହ ଉପକରଣ ମାନ ପ୍ରଦାନ କରାଯାଇଥିବାରୁ ଏହାକୁ ବ୍ୟବହାର କରି ଅଞ୍ଚଳର ଅନେକ ଚାଷୀ ଉପକୃତ ହେବେ ବୋଲି ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି।