ଲୁଣି ମାଟିରେ ବିଦେଶୀ ଫଳ, ଏକର ଏକର ଜମିରେ ଲହଡି ଭାଙ୍ଗୁଛି ଡ୍ରଗନ ଫ୍ରୁଟ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ଵରପୁର ପଞ୍ଚାୟତ ଜୁନୁସନଗର ଗାଁର ଉପାନ୍ତ ଅଞ୍ଚଳରେ ଚନ୍ଦ୍ରଶେଖର ମାନ୍ନା ଜୈବିକ ସାରରେ ବିଭିନ୍ନ ପରିବା ଓ ଫଳ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି । ପରିବା ଓ ଫଳ ଚାଷ କରି ସେ ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୨୦୧୨ ରୁ ଚନ୍ଦ୍ରଶେଖର ବାଇଗଣ,କାକୁଡି,ଝୁଡ଼ଙ୍ଗ ଓ କୁନ୍ଦୁରି ଆଦି ପରିବା ଚାଷ କରି ଆସୁଛନ୍ତି । ସେହିପରି ଫଳ ଭିତରେ ଡ୍ରାଗନ ଫ୍ରୁଟ ,ଆମ୍ବ ,ନଡ଼ିଆ,ପିଜୁଳି,କଦଳୀ,ଡାଳିମ୍ବ ,ସଫେଇତା, ଆପେଲ ବେରୀ ଓ ଆଖୁ ଆଦି ଚାଷ କରୁଛନ୍ତି ।
ଡ୍ରାଗନ ଫ୍ରୁଟ ଓଡ଼ିଶାର କଦା କୋଚିତ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିଥାଏ । ମାତ୍ର କୌଣସି ରାସାୟନିକ ସାର ବ୍ୟବହାର ବିନା ଜୈବିକ ପଦ୍ଧତି ମାଧ୍ୟମରେ ଚାଷ କରି ବେଶ ସଫଳତା ପାଉଛନ୍ତି ଚନ୍ଦ୍ରଶେଖର । ବଜାରରେ ମଧ୍ୟ ଚନ୍ଦ୍ରଶେଖରଙ୍କ ପରିବାର ବେଶ ଚାହିଦା ରହିଛି । ଏହି ଚାଷକୁ ଦେଖିବା ପାଇଁ ଗୋଟିଏ ଏନଜିଓ ସଂସ୍ଥା ପକ୍ଷରୁ ବିଦେଶରୁ ବାଣିଜ୍ୟକାରମାନେ ଆସିଥିଲେ ଏବଂ ତାଙ୍କର ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରିଥିଲେ ।