Join Us To Make A Difference

The Drops💧

ପରିଵା ଦର ଆକାଶଛୁଆଁ

ପରିଵା ଦର ଆକାଶଛୁଆଁ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ବଜାରରେ ଏବେ ବର୍ଷା ପାଇଁ ପରିବାର ଭାଉ ଭାରି । ଆକାଶରୁ ବର୍ଷା ଯେମିତି ପଡୁଛି, ପରିବାର ଦର ବି ସେମିତି ଆକାଶମୁହାଁ ହେଉଛି । ଦର ବୃଦ୍ଧି ପୂରା ଦରମରା କଲାଣି । ଲଗାଣ ବର୍ଷା ପାଇଁ ଆସୁନି ପରିବା । ପରିବା ଦୋକାନୀ ପରିବା କିଣିବାକୁ ଡରୁଛନ୍ତି ବିକିବେ କ'ଣ ! ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ ହେଉଥିବା ବେଳେ ବାଇଗଣ ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ଭଣ୍ଡା କିଲୋ- ୨୦, ଜହ୍ନି ୬୦, କଲରା ୫୦, କାକୁଡ଼ି ୫୦, ଭେଣ୍ଡି ୬୦, ପୋଟଳ ୬୦ରୁ ୮୦, କଖାରୁ କିଲୋ ୨୦, ବିନ୍ସ ୧୨୦, ଝୁଡଙ୍ଗ ୬୦, ଟମାଟୋ ୨୦ରୁ ୪୦ ଟଙ୍କା, ଗାଜର ୫୦, ଖମ୍ବଆଳୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ, ଯାହାକି ସାଧାରଣ ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି l

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

City,Crime,Politics

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଘଟଣାରେ ବିଜେଡି ଜିଲ୍ଲା ସଭାପତି ଏବଂ ଏସପି ଙ୍କ ପ୍ରତିକ୍ରିୟା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ବର୍ତମାନର ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସହ ଜିଲ୍ଲାର ବହୁ ବିଜେଡ଼ି ନେତା ଓ କର୍ମୀ ବିଭିନ୍ନ ଘଟଣାର ତ୍ୱରିତ ସମାଧାନ ପାଇଁ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ l ବୁଧବାର ଗୋପାଳପୁର ଭଞ୍ଜବିହାର ବିଶ୍ୱବିଦ୍ୟାଳୟରେ ଛାତ୍ର ଏବଂ ଅଣ ଛାତ୍ରଙ୍କ ମଧ୍ୟରେ ଘଟିଥିବା ଘଟଣାର ଦୃଢ଼ ନିନ୍ଦା କରିବା ସହ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି l କାରଣ କିଛି ଦିନ ପୂର୍ବେ ବିଜେପି ସରକାର ରାଜ୍ୟରେ ଛାତ୍ର ଇଲେକ୍ସନ ନେଇ ଘୋଷଣା କରିଥିଲେ, ଯାହାକୁ ନେଇ ଛାତ୍ର ଏବିଭିପି ସବୁଠି ନିଜ ପତିଆରା ପାଇଁ ଏସବୁ ଅଶାନ୍ତି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ପଣ୍ଡା l


ଅନ୍ୟପଟେ ବିଶ୍ୱବିଦ୍ୟାଳୟ ଛାତ୍ର ଅଶାନ୍ତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସିପି l ବିଶ୍ୱ ବିଦ୍ୟାଳୟ ଅଡିଟରୀୟମ ହଲ ରେ ହୋଇଥିବା ପ୍ରୋଗ୍ରାମରେ ଅଣଛାତ୍ର ପ୍ରବେଶ କରିନଥିଲେ, କ୍ୟାମ୍ପସ ବାହାରେ ପ୍ରବେଶ କରିବା ଦେଖି କୁଳପତିଙ୍କ ନିର୍ଦ୍ଦେଶରେ ପ୍ରୋଗ୍ରାମ ବନ୍ଦ କରାଯାଇ ବାହାରେ ଏପରି ଅଶାନ୍ତ ପରିବେଶ ସୃଷ୍ଟି ହୋଈଥିଲା ଯେଉଁଥିରେ ଜଣେ ଛାତ୍ର ଆହତ ହୋଇଥିଲେ l ଆମେ ତମାମ ଦିଗକୁ ନେଇ ତଦନ୍ତ କରୁଛୁ କିନ୍ତୁ ଘଟଣାକୁ ନେଇ ବିଭିନ୍ନ ରାଜନୀତିକରଣ କରାଯାଉଛି କିନ୍ତୁ ପୋଲିସ ତା କାମ କରୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରବଣା ବିବେକ ଏମ l

State

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

Blog Thumbnail

ଦ କୁଇଭର ବ୍ୟୁରୋ :- ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ବଡ ପଦକ୍ଷେପ । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । କୌଣସି ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗ ବୈଠକ ହୋଇଛି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଗାଁରେ ରହୁଥିବା ସାଧାରଣ ପରିବାର ଏବଂ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନତା କରିବେ ସରକାର । ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ମହିଳା ଅସୁବିଧାର ସମ୍ମୁଖୀନ, ନିର୍ଯାତନା କିମ୍ଭା ଘରୋଇ ହିଂସାର ଶିକାର ହେଲେ ପ୍ରାରମ୍ଭିକ ଭାବେ ପାରା ଲିଗାଲ ଭଲ୍ୟଣ୍ଟରଙ୍କୁ ଜଣାଇବେ । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ତାଙ୍କୁ ସାହାଯ୍ୟ କରିବେ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଏସସିଏସଟି ବିଭାଗକୁ ଯୋଡ଼ାଯିବ ।

Weather

୨୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ - ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦୁଝର, ମୟୂରବଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ବର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ l ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ତାରିଖ ପରଠାରୁ କମିବ ବର୍ଷା ପରିମାଣ। ଏପଟେ ୨୪ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ଋତୁରେ ଏଯାଏ ସ୍ବାଭାବିକ ବୃଷ୍ଟିପାତ ୮୦୧.୫ ମିଲିମିଟର ବର୍ଷା ହେବା କଥା । ହେଲେ ଏଯାଏ ୭୫୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୨ ଜିଲ୍ଲାରେ ଅତ୍ୟଧିକ ବୃଷ୍ଟିପାତ, ୨୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ବାକି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

State

ସୁସ୍ଥ ହୋଇ ଘରକୁ ଫେରିଲେ ନବୀନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭଗବାନଙ୍କ ପାଖରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ରବିବାର ଦିନ ଡ୍ରିହାଇଡ୍ରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଘରୋଇ ହସ୍ପିଟାଲରେ ୪ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ବିରୋଧୀ ଦଳ ନେତା । ହସପିଟାଲରୁ ବିରୋଧୀଦଳ ନେତା ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।

National

ଚିଠା ବିଲ୍‌ କପି ଚିରି ଶାହଙ୍କ ଉପରକୁ ଫୋପାଡ଼ିଲେ ବିରୋଧୀ

Blog Thumbnail

ଦ କୁଇଭର ବ୍ୟୁରୋ :- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୩ଟି ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌ ଅଧୀନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯଦି କୌଣସି ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍‌ରେ ରହିବେ କିମ୍ବା ହାଜତରେ ଅଟକ ରହିବେ, ତା’ହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ। ଏହି ତିନୋଟି ବିଲ୍ ହେଉଛି ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍। ଉଲ୍ଲେଖଯୋଗ୍ୟ, ବିଲ୍‌ରେ ଥିବା ପ୍ରସ୍ତାବ ଅନୁଯାୟୀ ଯଦି ଜଣେ କାର୍ଯ୍ୟରତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍‌ଦଣ୍ଡ ଥିବା ଅପରାଧରେ ଲଗାତାର ୩୦ ଦିନ ପାଇଁ ଗିରଫ କରାଯାଏ କିମ୍ବା ଅଟକ ରଖାଯାଏ, ତା’ହେଲେ ସେମାନେ ଗୋଟିଏ ମାସ ମଧ୍ୟରେ ନିଜର ପଦବି ହରାଇବେ।


ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍‌କୁ ପରବର୍ତ୍ତୀ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଣିଥିଲେ। ଭୀଷଣ ହଟ୍ଟଗୋଳ ଭିତରେ ବିଲ୍‌ଗୁଡ଼ିକୁ ଜେପିସିକୁ ପଠାଯାଇଛି। ଉଭୟ ସରକାର ଓ ବିରୋଧୀ ସାଂସଦଙ୍କ ମଧ୍ୟରୁ ୨୧ ଜଣ ଲୋକସଭା ସଦସ୍ୟ ଓ ୧୦ ଜଣ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ଜେପିସି ଏହି ବିଲ୍‌ଗୁଡ଼ିକୁ ଅନୁଧ୍ୟାନ କରିବ। ଆଗାମୀ ସଂସଦ ଅଧିବେଶନର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ବିଲ୍‌ଗୁଡ଼ିକର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ଜେପିସିକୁ ଦାୟିତ୍ବ ଦିଆଯାଇଛି। ତେବେ ଏହାର ସୁପାରିସ ସରକାରଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ। ଉକ୍ତ ୩ ପ୍ରମୁଖ ବିଲ୍‌କୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ସାଂସଦମାନେ ୩ ପ୍ରମୁଖ ବିଲ୍‌ର କପି ଚିରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଫୋପାଡ଼ିଥିଲେ। ବିରୋଧୀ ଦଳ ନେତାମାନେ ଜୋର୍‌ଦାର ହଙ୍ଗାମା କରିଥିଲେ। କେତେକ ସାଂସଦ ଏଭଳି ବିଲ୍‌କୁ ପ୍ରତ୍ୟାହାର କରାନଗଲେ ଭଙ୍ଗାରୁଜା ଆରମ୍ଭ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସରକାର ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ଆଚରଣ କଦାପି ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଶାହ ଗୃହରେ ବିଲ୍ ଉପସ୍ଥାପନ କରିବା ପଦକ୍ଷେପକୁ ପ୍ରଥମେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଉଦ୍ଦିନ୍ ଅୱେସି ବିରୋଧ କରିଥିଲେ ଏବଂ ଏହା ପରେ ବିରୋଧୀ ଦଳଙ୍କର ସ୍ଲୋଗାନ ଆରମ୍ଭ ହୋଇଯାଇଥିଲା। ଯାହାଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

District

ଗଞ୍ଜାମ ଜିଲ୍ଲପାଳଙ୍କୁ ଭେଟିଲେ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ରାଜ୍ୟ ସଙ୍ଘ

Blog Thumbnail

ଦ କୁଇଭର ବ୍ୟୁରୋ :- ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ଆସୋସିଏସନ ରାଜ୍ୟ ସଙ୍ଘ ତରଫରୁ ଗଞ୍ଜାମ ଜିଲ୍ଲପାଳ ଙ୍କୁ ୧୧ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସରକାରୀକରଣ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡି ମାନଙ୍କୁ ୧୮୦୦୦ହଜାର ଏବଂ ସହାୟିକା ମାନଙ୍କୁ ୯୦୦୦ହଜାର ଦିଆଯାଉ।ଅବସର ପରେ ଅଙ୍ଗନୱାଡି ମାନଙ୍କୁ ୧୦ଲକ୍ଷ ଏବଂ ସହାୟିକା ମାନଙ୍କୁ ୫ଲକ୍ଷ ସହିତ ପେନସନ ଯଥାକ୍ରମେ ୫ହଜାର ଓ ୩ହଜାର ଦିଆଯାଉ।ସମସ୍ତ ପ୍ରକାର କାର୍ଯ୍ୟ ଅନଲାଇନ ରେ ହେଉଥିବା ଯୋଗୁଁ ଉନ୍ନତ ମାନର ମୋବାଇଲ ପ୍ରଦାନ କରିବା। ଅନଲାଇନ ରେ ହଉଥିବ କାର୍ଯ୍ୟ କୁ ଅଫ ଲାଇନ ରେ ବନ୍ଦ କରିବା।ଅଙ୍ଗନାୱାଡି ମାନଙ୍କୁ ସିଧାସଳଖ ୫୦%ପଦୋନତି ସହିତ ପିଏଫ ଗ୍ରାଚ୍ୟୁୟାଟି ପ୍ରଦାନ ଭଳି ମୁଖ୍ୟ ଦାବି ରହିଥିଲା।ପ୍ରତି ଶନିବାର କିଶୋରୀ ବାଳିକା ନିମନ୍ତେ ଏମଏସପିୱାଇ ଦୁଇଟି ସିଝା ଅଣ୍ଡା ଏବଂ ଦୁଇଟି କଞ୍ଚା ଅଣ୍ଡା ପାଇଁ ଆସୁଥିବା ଅର୍ଥରାଶି ଜଏଣ୍ଟ ଆକାଉଣ୍ଟ ରେ ପୂର୍ଵ ରୁ ଜମା କରାଯାଉ ଏବଂ ସିଝା ଅଣ୍ଡା ପାଇଁ ଜାଳେଣି ଖର୍ଚ୍ଚ କେଉଁ ଟଙ୍କା ରୁ କରାଯିବ ତାହା ସ୍ପଷ୍ଟ କରାଯାଉ। ଉନ୍ନତ ମାନର କେନ୍ଦ୍ର ତିଆରି ସହିତ ଜଳ ଯୋଗାଣ ଏବଂ ବିଦ୍ୟୁତ ସଂଯୋଗ କରାଯାଉ।କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନଙ୍କୁ ସଙ୍ଗେସଙ୍ଗେ ସହାୟତା ପ୍ରଦାନ ସହିତ ଯୋଗ୍ୟତା ଭିତିରେ ପରିବାରର ଜଣକୁ ସେହି ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଉ।୨୦୨୪ ବିଧାନସଭା ନିର୍ବାଚନ ଇସ୍ତାହାର ରେ ବେତନ ବୃଦ୍ଧି ପ୍ରତିଶୃତି କୁ ତୁରନ୍ତ ଲାଗୁକରି କର୍ମୀ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଦାବି ହୋଇଛି ।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଙ୍ଘ ର ଗଞ୍ଜାମ ଜିଲ୍ଲା ସମ୍ପାଦକ ଉମା ଶଙ୍କର ସାହୁ, ଉପସଭାପତି ଅର୍ଜୁନ କୁମାର ବେହେରା ଙ୍କ ସହ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କସ ଏସୋସିଏସନ ର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ହେମଲତା ମହାନ୍ତି,ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ଅଙ୍ଗନୱାଡି କର୍ମୀ ରାଲିରେ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ କରିବା ସହ ନାରାବାଜି ଦେଇ ଦାବୀ ପତ୍ର ପ୍ରଦାନ କରିଥିଲ।



State

ନବୀନ ନିବାସରେ ପ୍ରେମ ପଟ୍ଟନାୟକ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ନବୀନ ନିବାସରେ ପ୍ରେମ ପଟ୍ଟନାୟକ । ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଛନ୍ତି ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଭେଟିବା ଲାଗି ବଡ଼ ଭାଇ ନବୀନ ନିବାସରେ ପହଞ୍ଚିଛନ୍ତି । ଶୁକ୍ରବାର ରାତିରେ ନବୀନଙ୍କୁ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ପ୍ରେମ । ପ୍ରେମଙ୍କ ହଠାତ ଓଡିଶା ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଦୀର୍ଘ ଦିନ ବ୍ୟବଧାନ ପରେ ନବୀନ ନିବାସକୁ ଆସିଛନ୍ତି ବିଜୁ ବାବୁଙ୍କ ବଡ଼ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ନବୀନ ସୁସ୍ଥ ହୋଇ ଘରୋଇ ହସ୍ପିଟାଲରୁ ଫେରିବା ପରେ ନବୀନଙ୍କୁ ଭେଟିବାକୁ ପ୍ରେମ ଆସିଥିବା କୁହାଯାଉଛି । ୨୦୧୯ ମସିହାରେ ନବୀନ ୫ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନ ନିବାସ ଆସିଥିଲେ ପ୍ରେମ । ତେବେ ବର୍ତ୍ତମାନ ହଠାତ ପ୍ରେମ କାହିଁକି ଆସିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସିଛନ୍ତି ନା ଆଉ କିଛି କାରଣ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଭିତରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ପ୍ରେମ । ନବୀନ ନିବାସରେ ନବୀନଙ୍କ ଉପସ୍ଥିତରେ ପ୍ରେମ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପ୍ରେମ ଡାକ୍ତରଙ୍କ ସହ ଆଲୋଚନା କରୁଥିବା ଭିଡିଓ ନବୀନ ନିବାସ ପକ୍ଷରୁ ଜାରୀ କରାଯାଇଛି । ଆଲୋଚନା ସମୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ପ୍ରେମଙ୍କ ହଠାତ ନବୀନ ନିବାସକୁ ଆଗମନ ନେଇ କୌଣସି ସ୍ପଷ୍ଟତା ଆସିନାହିଁ ।

Politics,City

ବ୍ରହ୍ମପୁରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଚାଲିଥିବା ସମୟରେ ପାଖାପାଖି ୨୦୦ କୋଟି ଟଙ୍କାର ଅନୁଦାନ ଦେଇ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ଦିଗରେ କାର୍ଯ୍ୟରତ ଥିବାବେଳେ କଂଗ୍ରେସ ବିଧାୟକ ରମେଶ ଜେନା ଅଣଛାତ୍ର ମାନଙ୍କୁ ନେଇ ବିଶୃଙ୍ଖଳିତ ବାତାବରଣ ତିଆରି କରିବା ପାଇଁ ପ୍ରୟାସକୁ ବିଜେପି ପକ୍ଷରୁ ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ "ସାମ୍ବାଦିକ ସମ୍ମିଳନୀରେ" ଦୃଢ଼ ନିନ୍ଦା କରାଯାଇଛି । ଗତ କାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ଛାତ୍ର ଅଶାନ୍ତି ପରିପ୍ରେକ୍ଷୀରେ ସାନଖେମୁଣ୍ଡିର ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ଜେନା ସେଠାରେ ପହଞ୍ଚି ଯେଉଁପରି ଭାବରେ ରାଜ୍ୟ ସରକାର ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ମାନ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ତାକୁ ଦୃଢ଼ ନିନ୍ଦା କରାଯାଇଛି । ଛାତ୍ର ମାନଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରିବା ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ନେତାଙ୍କ କାର୍ଯ୍ୟ କିନ୍ତୁ ବିଧାୟକ ରମେଶ ଜେନା ତାହା ନକରି ଗୋପାଳପୁର ବେଳାଭୂମି ଗଣ ଦୁଷ୍କର୍ମ ଘଟଣାରେ ନଅ ଲକ୍ଷ ଟଙ୍କା କାରବାର ହୋଇଛି ଓ ଖଣି, ବାଲି, ମୋରମ ଚୋରୀ ହେଉଥିବା କଥା ଅଭିଯୋଗ କରିଛନ୍ତି ଯାହାକି ଶସ୍ତା ରାଜନୀତିକୁ ପରିପ୍ରକାଶ କରୁଛି । ମୋହନ ମାଝୀଙ୍କ ସରକାରରେ ଅପରାଧି କେତେ ଶକ୍ତିଶାଳୀ ହେଉନା କାହିଁକି ଆଇନ୍ ହାତରୁ ଖସି ଯାଇପାରିବ ନାହିଁ । ଗୋପାଳପୁର ଦୁଷ୍କର୍ମ ଘଟଣାରେ ଚବିଶି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ୪୫ ଦିନ ମଧ୍ୟରେ କୋର୍ଟରେ କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ବିଧାୟକ ରମେଶ ଜେନାଙ୍କ ପାଖରେ ଯଦି ଟଙ୍କା କାରବାରର କୌଣସି ପ୍ରମାଣ ଅଛି ତେବେ ସେ ତାକୁ ପୁଲିସରେ କାହିଁକି ଅଭିଯୋଗ କରୁନାହାଁନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଜିଲ୍ଲାରେ ଚୋରା ବାଲି, ମଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସରକାର କାହାକୁ ଛାଡିବେ ନାହିଁ, ଏଣୁ ଶସ୍ତା ଲୋକପ୍ରିୟତା ପାଇଁ ବିଧାୟକ ରମେଶ ଜେନା ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦ "ସାମ୍ବାଦିକ ସମ୍ମିଳନୀରେ" ପ୍ରକାଶ କରିଛନ୍ତି

District

୪ ସ୍କୁଲ ଛାତ୍ରୀ ନିଖୋଜ, ପୋଲିସ ଦ୍ଵାରା ୧୨ଘଣ୍ଟା ମଧ୍ୟରେ ଉଦ୍ଧାର

Blog Thumbnail

ଦ କୁଇଭର ( ବ୍ରହ୍ମପୁର):- ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ବଡବଜାର ଥାନା ଅଞ୍ଚଳର ଶୁକ୍ରବାର ନିଖୋଜ ୪ ଜଣ ସ୍କୁଲ ଛାତ୍ରୀଙ୍କୁ ପୋଲିସ ମାତ୍ର ୧୨ଘଣ୍ଟା ମଧ୍ୟରେ ଉଦ୍ଧାର କରି ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।


ଶନିବାର ବଡବଜାର ଥାନା ଅଞ୍ଚଳସ୍ଥିତ ଏକ ସ୍କୁଲରୁ ୪ଜଣ ୧୩ ବର୍ଷୀୟ ତଥା ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିବା ନେଇ ବଡବଜାର ଥାନାରେ ଏକ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ପାଇ ବଡବଜାର ଥାନା ଆଇଆଇସି ବାବା ଶଙ୍କର ସରାଫ୍, ଏସ୍‌ଆଇ ଏସ୍ ବେହେରା, କେ ନାୟକ, ହାବିଲଦାର ବ୍ରହ୍ମ ନାରାୟଣ ସାମନ୍ତରାଙ୍କୁ ନେଇ ଗଠିତ ଟିମ୍ ସ୍କୁଲ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ସଂଯୁକ୍ତ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିଲେ l ଏପରିକି ଉକ୍ତ ସିସି ଟିଭି ରୁ ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ରାତିରେ ପୋଲିସ ଟିମ୍ ବସଷ୍ଟାଣ୍ଡ୍, ରେଳଷ୍ଟେସନ୍ ଓ ଅନ୍ୟାନ୍ୟ ଅଞ୍ଚଳରେ ଯାଞ୍ଚ କରି ବି ନିଖୋଜଙ୍କୁ ଠାବ କରିପାରିନଥିଲେ । ଆଜି ଦିନ ପ୍ରାୟ ୧୨ଟା ବେଳେ ନିଖୋଜ ଛାତ୍ରୀମାନେ ଚମାଖଣ୍ଡି ଥାନା ଅନ୍ତର୍ଗତ ସକ୍ଷମ ଆଇଆର୍‌ଇ ଛକରେ ଥିବା ନେଇ ସୂଚନା ପାଇ ତୁରନ୍ତ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କରି ସେମାନଙ୍କ ଅଭିବାବକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

State

ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):= ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ ଟି ଶିକ୍ଷକ ପଦବୀ ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯, ୩୬୬ ଟି ପଦବୀ ସୃଷ୍ଟି କରାଯିବ । ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ । ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE, CHSE) କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।


ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଆବଶ୍ୟକତା ସହିତ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ANM ବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ସେହିପରି ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ପିଲାମାନଙ୍କ ସହିତ ଭାଷାଗତ ଯୋଗାଯୋଗରେ ସୁବିଧା ହେବ ଏବଂ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ SCSTRTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ ।


ସେହିପର ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକ ମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ । NCERT ଢାଞ୍ଚାରେ SCERT କୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । Director of Textbook Publication and Marketing ସଂସ୍ଥାର ସୃଦୃଢୀକରଣ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓସେପାର ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Weather

୨୫ରେ ଆଉ ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ଅଗଷ୍ଟ ଆରମ୍ଭରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ନିଷ୍କ୍ରିୟତ‌‌ା ଯୋଗୁଁ ରାଜ୍ୟରେ ପାଗ ଖରାଟିଆ ରହିଥିଲା। ୧୧ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ହୋଇଥିଲା। ଏହାପରେ ୧୩ ତାରିଖରେ ଗୋଟିଏ ଓ ୧୮ ତାରିଖରେ ଅନ୍ୟ ଏକ ଲଘୁଚାପ ଯୋଗୁଁ ରାଜ୍ୟରେ ଗତ ୧୦ ଦିନ ହେଲା ବର୍ଷା ଜାରି ରହିଛି। ଅନ୍ୟପଟେ ଆସନ୍ତା ୨୫ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ୨୫ ତାରିଖରୁ ପ୍ରବଳ ବର୍ଷା ହେବ। ଫଳରେ ରାଜ୍ୟରେ ବର୍ଷାକୁ ନେଇ ଯେଉଁ ଅଳ୍ପ ମାତ୍ରାରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି, ତାହା ଭରଣ ହୋଇଯିବ ବୋଲି ଆଶା କରାଯାଉଛି।


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା‌ ମୁତାବକ, ଏବେ ମୌସୁମୀ ବାୟୁ ପ୍ରଭାବରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଝଡ଼ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ୨୫ ତାରିଖ ଦିନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଥିବାରୁ ୨୧ରୁ ୨୩ ତାରିଖ ଯାଏ ସମୁଦ୍ର ମଧ୍ୟକୁ ପ୍ରବେଶ ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

City

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପେନେଲ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ବୁଧବାର ଗଞ୍ଜାମ ଜିଲ୍ଲା କୋର୍ଟ ଅଧିନସ୍ଥ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ ପରିସରରେ ପେନେଲ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋର ୩ ଟି ସେସନ ରହିଥିବାବେଳେ ୧୨ ଟି ବିଷୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ବନ୍ଧୀୟ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ନିଜେ ସଚିବ ବ୍ୟୋମକେଶ ନାୟକ ଏବଂ ସଦସ୍ୟ ଟି.କେ ରେଡ୍ଡୀ ପ୍ରଶିକ୍ଷଣ ଦେଇଥିବାବେଳେ ବହୁ ପେନେଲ ଓକିଲ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଦେଖିବାକୁ ମିଳିଛି l

State

୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି lଏଥିପାଇଁ ୭୫୦ କୋଟି ଖର୍ଚ୍ଚ ହେବ ଓ ୫୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳରେ ୩୫୦ କୋଟି ଟଙ୍କା ଖର୍ଚ୍ଚରେ ହେବ ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପ୍ରକଳ୍ପ, ଯାହା ୨୭୦ କର୍ମନିଯୁକ୍ତି ସୃଷ୍ଟି କରିବ । ଏହି ନିବେଶ କରିବ ଗ୍ରାଭିଟି ଇଣ୍ଡିଆ ଲିମିଟେଡ୍ । ୮୦ କୋଟି ଟଙ୍କାରେ ଖୋର୍ଦ୍ଧାରେ ହେବ ଫାର୍ମା ପ୍ରକଳ୍ପ । ଜଗତସିଂହପୁରର ହେବ ଥ୍ରୀ-ଷ୍ଟାର ଓ ଫୋର-ଷ୍ଟାର ହୋଟେଲ । ପାରାଦୀପରେ ଫାଇଭ-ଷ୍ଟାର ହୋଟେଲ କରିବ ଓଡ଼ିଶା ଷ୍ଟିଭେଡ୍‌ର୍ସ । ଅନୁଗୁଳରେ ହେବ ଲଜିଷ୍ଟିକ୍‌ ପାର୍କ ଓ କୋଲ ୱାସେରୀ । ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ହେବ ଇଭି କାରଖାନା ବର୍ଷକୁ ଉତ୍ପାଦନ ହେବ ୧୦ ହଜାର ଇଲେକ୍‌ଟ୍ରିକ୍ ଭେଇକିଲ୍ ।

Weather

୨୭ ଯାଏ ପ୍ରବଳ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିନକ ପରେ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦିନକ ପରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।ଆଜି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି, ଘଡ଼ଘଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

Health & lifestyle

ନିୟମିତ ନନଭେଜ ଖାଉଥିଲେ ସାବଧାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆପଣ ଜାଣିଛନ୍ତି କି ଯଦି ଆପଣ ପ୍ରତିଦିନ ନନଭେଜ ଖାଉଛନ୍ତି ତାହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନୁ,ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କର ଆୟୁଷ କମ୍ ହୋଇପାରେ । ତେଣୁ ଯଦି ଆପଣ ବି ପ୍ରତିଦିନ ନନ୍-ଭେଜ ଖାଉଛନ୍ତି ତେବେ ଏକ ଗବେଷଣାରୁ ଯାହା ସୂଚନା ଆସିଥିଲା, ପ୍ରତିଦିନ ମାଛ ମାଂସ ଖାଇବା ଦ୍ୱାରା ୬ଟି ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଇଥାଏ । ଏହି ସମସ୍ତ ରୋଗ ଯକୃତ, ପେଟ ଇତ୍ୟାଦି ସହିତ ଜଡିତ । ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ହୃଦ୍‌ ସମସ୍ୟା, ଡାଇବେଟିସ, ଯକୃତ ରୋଗ, ମୋଟାପଣ, ନିମୋନିଆ ଇତ୍ୟାଦିର ଆଶଙ୍କା ବୃଦ୍ଧି ପାଏ । ପ୍ରତିଦିନ ରେଡ୍ ମିଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ ମଧ୍ୟ ବୃଦ୍ଧି ପାଇଥାଏ । ସେହିପରି ହୃଦରୋଗ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ରେଡ୍ ମିଟ୍ କିମ୍ବା ଚିକେନ୍ ଅଧିକ ଖାଇବା ଦ୍ୱାରା ହୃଦଘାତର ଭୟ ରହିଥାଏ । ନନ୍-ଭେଜ୍ ଖାଇବା କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ଖାଇବା ପୂର୍ବରୁ ଆପଣ ଜାଣିବା ଦରକାର ଏହା କେତେ ପରିମାଣର ଏବଂ କେତେ ଥର ଖାଇବା ଉଚିତ । ତେବେ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେକୌଣସି ଖାଦ୍ୟ ସନ୍ତୁଳିତ ଭାବରେ ଖାଇବା ଉଚିତ । କୌଣସି ବି ଖାଦ୍ୟକୁ ଅଧିକ ପରିମାଣରେ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋପଈପାରେ । ତେଣୁ ଚିକେନ୍, ମଟନ୍ କିମ୍ବା ମାଛ ମଧ୍ୟ ପ୍ରତିଦିନ ଖାଇବା ଉଚିତ୍ ନୁହେଁ । ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇପାରିବେ । ଏହା ବ୍ୟତୀତ ଆମିଷକୁ ଭଲ ଭାବରେ ରାନ୍ଧନ୍ତୁ ଏବଂ କେବଳ ୧୦୦-୧୫୦ ଗ୍ରାମ ହିଁ ଖାଆନ୍ତୁ । ଆମେ ସମସ୍ତେ ଜାଣିଛେ ନନ୍-ଭେଜ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, ଆଇରନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି ତେବେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଆପଣ ଯାହା ବି ଖାଉଛନ୍ତି ଏକ ସଠିକ ପରିମାଣର ଖାଦ୍ୟ ଖାନ୍ତୁ ଆଉ ନିଜ ମୂଲ୍ୟବାନ ଜୀବନକୁ ସୁସ୍ଥ ଆଉ ସୁନ୍ଦର ରଖନ୍ତୁ l

State

୬ଥାକିଆ ହେବ ଭୁବନେଶ୍ବର ବାଇପାସ୍‌ ରୋଡ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ଖୋର୍ଦ୍ଧା, ଭୁବ‌ନେଶ୍ବର, କଟକ ସହରର ଭିଡ଼ ଓ ଟ୍ରାଫିକ୍‌ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ ପାଇଁ ଏନ୍‌ଏଚ୍-୧୬ରେ (ଚେନ୍ନାଇ-କୋଲକତା କରିଡର) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ବାଇପାସ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ବାହାରି ଭାୟା ବାଙ୍କି, ଆଠଗଡ଼, ଗୋବିନ୍ଦପୁର ହୋଇ କଟକର ଟାଙ୍ଗୀ ନିକଟରେ ବାହାରିବ। ଏହି ୧୧୦.୮୭୫ କିମିର ୬ଥାକିଆ ରାସ୍ତା ପାଇଁ ୮୩୦୭.୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍‌ ହାଇବ୍ରିଡ ଆନୁଇଟି ମୋଡ୍‌ରେ ନିର୍ମାଣ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ଲାଗି ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ, ୨୦୨୬ ସୁଦ୍ଧା କାର୍ଯ୍ୟାଦେଶ ଦିଆଯିବ। ଅର୍ଥାତ୍ ମାର୍ଚ୍ଚ ପରେ ହିଁ କାମ ଆରମ୍ଭ ହେବ ଓ ଅଢ଼େଇ ବର୍ଷରେ ଶେଷ ହେବ। ତିନିଟି ପ୍ୟାକେଜ୍‌ରେ ରାସ୍ତା ନିର୍ମାଣ ହେବ। ନିର୍ମାଣକାରୀ ସଂସ୍ଥା ୧୫ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ବ ନେବ। ଏହି ରାସ୍ତା ନିର୍ମାଣ ପାଇଁ ୮୩୦୭.୭୪କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ସିଭିଲ୍ କାମ ପାଇଁ ୪୬୮୬.୭୪ କୋଟି, ଜମି ଅଧିଗ୍ରହଣ ଲାଗି ୧୦୨୯.୪୩ କୋଟି ଖର୍ଚ୍ଚ ହେବ। ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ୯୦% ସରିଛି। କେବଳ ଆୱାର୍ଡ ହେବା ବାକି ଅଛି। ଜମି ଅଧିଗ୍ରହଣ ବାବଦକୁ ମୋଟ୍ ଖର୍ଚ୍ଚର ୫୦% ରାଜ୍ୟ ସରକାର ବହନ କରିବେ। ଏବେ ରାମେଶ୍ବରରୁ କଟକର ଟାଙ୍ଗୀକୁ ପ୍ରାୟ ୯୧କିମିର ରାସ୍ତା ଥିବାବେଳେ ଅଢ଼େଇ ଘଣ୍ଟା ସମୟ ଲାଗୁଛି। ନୂଆ ବାଇପାସ୍‌ରେ ରାସ୍ତା ୧୧୧ କିମିର ହେବ, କିନ୍ତୁ ୧ଘଣ୍ଟା ୨୦ମିନିଟ୍‌ ସମୟ ଲାଗିବ। ଏହି ରାସ୍ତାର ବିଶେଷତ୍ବ ହେଲା ଏଥିରେ ୧୦୦କିମି ବେଗରେ ଗାଡ଼ି ଚଳାଚଳ କରିବାକୁ ଅନୁମତି ମିଳିବ। କେବଳ କେତେକ ଧାର୍ଯ୍ୟ ସ୍ଥାନରେ ରାସ୍ତା ଅତିକ୍ରମ କରିବାର ସୁବିଧା ମିଳିବ। ଏହା ଏକ ଟୋଲ୍ ରାସ୍ତା ହେବ।

State

ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ 'ଏମଏସଏମଇ ପାର୍କ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟର ଏମ.ଏସ.ଏମ.ଇ କ୍ଷେତ୍ରରେ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଉଦ୍ୟୋଗ ଥିବାବେଳେ ୮୭ ଲକ୍ଷରୁ ଅଧିକ ନିଯୁକ୍ତ ସୃଷ୍ଟି ହୋଇଛି । ଲକ୍ଷପତି ଦିଦିଙ୍କୁ ପ୍ରୋତ୍ସାହନ, ସରକାରୀ ସଂସ୍ଥା ଦ୍ବାରା ଏମଏସଏମଇ ସାମଗ୍ରୀ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ବ । ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଏମଏସଏମଇ ପାର୍କ । ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଖୁବ ସଫଳ ହେଉଛି । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି । ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି । ଉପଯୁକ୍ତ ସହାୟତା ମିଳିଲେ, ସେମାନେ ଆଗକୁ ବଢିପାରିବେ । ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ । ତେଣୁ ସେମାନଙ୍କୁ ଏମଏସଏମଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରାଯିବ ।"


ଓଡିଶାର ଏମ.ଏସ.ଏମ.ଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମଏସଏମଇ ମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଛି । ଏହା ଫଳରେ ଏମଏସଏମଇ କ୍ଷେତ୍ରର ଏହି ଉଦ୍ୟୋଗ ଗୁଡିକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରିବ । ଏମଏସଏମଇ କ୍ଷେତ୍ରରେ ଅଧିକ ରପ୍ତାନୀ ଓ ଆମଦାନୀ ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କ ପକ୍ଷରୁ ଅଧିକ ଋଣ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ସରଳ ଓ ସୁବିଧାଜନକ କରିବାକୁ ବିଭାଗ ଦୃଷ୍ଟି ଦେବ । ଏ ସମ୍ପର୍କରେ ନିରନ୍ତର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପିଏମ ବିଶ୍ବକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ, କ୍ଲଷ୍ଟର ବେସ୍ଡ ପ୍ରୋଜେକ୍ଟକୁ ଅଧିକ ପ୍ରୋତ୍ସାହନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଭାରତ ସରକାରଙ୍କ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ବ ଏମଏସଏମଇ ରାଜ୍ୟରେ କାର୍ଯ୍ୟକ୍ଷମ ଅଛନ୍ତି । ଏହା ମାଧ୍ୟମରେ ୮୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଏମଏସଏମଇ ବିଭାଗର କମିଶନର-ତଥା-ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିର୍ଦ୍ଦେଶକ ଆବୋଲି ସୁନିଲ ନରୱାନେ ପ୍ରମୁଖ ଉପସ୍ଥିତ ଥିଲେ ।

National,International

TikTok କୁ ଅନବ୍ଲକ୍ କରିବା ଖବର ମିଛ

Blog Thumbnail

ଦ କୁଇଭର ବ୍ୟୁରୋ :- ଚୀନର ଆପ TikTok କୁ ଅନବ୍ଲକ୍ କରିବା ଖବର ମିଛ । ଭାରତ ସରକାର TikTok କୁ ଅନବ୍ଲକ୍ କରିବା ପାଇଁ କୌଣସି ଆଦେଶ ଜାରି କରିନାହାନ୍ତି । ଏପରି କୌଣସି ବିବୃତି କିମ୍ବା ଖବର ମିଛ ଓ ବିଭ୍ରାନ୍ତିକର । ୨୦୨୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଓ ଗୋପନୀୟତାକୁ ନେଇ ଟିକଟକ୍ ସମେତ ଚୀନର ଅନେକ ଆପକୁ ପ୍ରତିବନ୍ଧିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସରକାରୀ ନିଷ୍ପତ୍ତି କିମ୍ବା ଘୋଷଣା କରାଯାଇନାହିଁ । ଏପରି ମିଛ ଖବରରୁ ସଚେତନ ରହିବାକୁ ଦିଆଯାଇଛି ପରାମର୍ଶ ।


ତେଵେ ଶୁକ୍ରବାର ଦିନ ଭାରତ ସରକାର ଚୀନ୍ ଭିଡିଓ ଏଗ୍ରିଗେଟର୍ ପ୍ଲାଟଫର୍ମ TikTok ଉପରୁ ପ୍ରତିବନ୍ଧକ ଉଠାଇ ନିଆଯାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟର ସୂତ୍ର ସ୍ପଷ୍ଟ କରିଛନ୍ତି ଯେ ଭାରତରେ TikTok ପାଇଁ କୌଣସି ଅନବ୍ଲକ୍ କରିବା ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

Crime,City

୪ କାର୍ ସହ ଗଞ୍ଜେଇ ଜବତ: ୭ ଗିରଫ

Blog Thumbnail

ଗଞ୍ଜାମ( ଦ କୁଇଭର ):- ବ୍ରହ୍ମପୁର - କୁକୁଡାଖଣ୍ଡି ମଧ୍ଯରେ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୪ଟି କାର୍ ସହ ୨୨୫ କେଜି ଗଞ୍ଜେଇ ଜବତ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ, ଅବକାରୀ ଗୁଇନ୍ଦା ବିଭାଗ ଅକାରୀ ଗତ କାଲି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ୨ଟି କାର୍ ଯୋଗେ ଗଞ୍ଜେଇ ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗର ମୁର୍ସିଦାବାଦକୁ ଚାଲାଣ ହେଉଥିବା ସୂଚନା ପାଇଥିଲେ । ଉକ୍ତ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁକୁଡାଖଣ୍ଡି ରୋଡ ଓ ଫାଷ୍ଟଗେଟ ଠାରେ ଯାଞ୍ଚ ଆରମ୍ଭ କରିଥିଲେ । ଉକ୍ତ ଯାଞ୍ଚ ବେଳେ ଫାଷ୍ଟଗେଟ୍ ଠାରେ ଏକ ଦାମୀ କାରକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ସେଥୁରୁ ୧୦୨ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଉକ୍ତ ଚାଲାଣରେ ସଂପୃକ୍ତ ଥିବା ପଶ୍ଚିମବଙ୍ଗର ମୁର୍ସିଦାବାଦ ରାଣୀନଗର ଥାନା ଅଞ୍ଚଳର ଏସ୍. ଶଙ୍କର ଙ୍କୁ ଗିରଫ କରିଥିଲେ । ସେହିପରି କୁକୁଡାଖଣ୍ଡି ରୋଡ ଠାରେ ଯାଞ୍ଚ କରି ଅନ୍ୟ ଏକ ଦାମୀ କାର୍‌କୁ ଯାଞ୍ଚ କରି ସେଥିରୁ ୨୩ କେଜି ଗଞ୍ଜେଇ ଜବତ କରିବା ସହ କାର୍‌ରେ ବସି ଥିବା କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଗୁଣ୍ଡାରିର ଆକାଶ କୁମାର ନାୟକ ଓ ଜି. ଉଦୟଗିରି ଥାନା ଅନ୍ତର୍ଗତ କୁର୍ମିଙ୍ଗିଆର ମୁଣ୍ଡିରଞ୍ଜନ ଦଣ୍ଡିଆଙ୍କୁ ଗିରଫ କରିଥିଲେ।


ଉକ୍ତ ୨ଟି କାର ଓ ଗଞ୍ଜେଇ ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ଠାର ୪ଟି ମୋବାଇଲ ଜବତ କରାଯାଇଛି । ଅନ୍ୟପକ୍ଷରେ ଅବକାରୀ ସଦର ରେଞ୍ଜର ଅଧୁକାରୀ ଗଜପତି ଜିଲାରୁ ବ୍ରହ୍ମପୁରକୁ କାର ଯୋଗେ ଗଞ୍ଜେଇ ଖବର ପାଇ ଭୋର ୫ଟା ବେଳେ ଆମ୍ଭଗଡ଼ ଓ ଫାଷ୍ଟଗେଟ୍‌ରେ ପୃଥକ ଟିମ୍ ବିଭିନ୍ନ ଯାନବାହାନ ଯାଞ୍ଚ କରିବା ବେଳେ ଦିଗପହଣ୍ଡି ପଟୁ ବ୍ରହ୍ମପୁର ଆଡକୁ ଆସୁଥିବା ଏକ ବୋଲେରୋ ଗାଡିରୁ ୫୦ କେଜି ଗଞ୍ଜେଇ ଜବତ କରି ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର କ୍ରିଷ୍ଣା ବେହେରା (୩୭) ଓ ଏସ. ଅନିଲ କୁମାର ଦୋରା (୨୯)ଙ୍କୁ ଗିରଫ କରିଥିବା ଏବଂ ସେମାନଙ୍କ ବୟାନ କ୍ରମେ ପୂର୍ବରୁ ଚାଲିଯାଇଥିବା ଆଉ ଏକ କାରକୁ ଫାଷ୍ଟଗେଟ୍ ଠାରେ ଅଟକାଇ ଯାଞ୍ଚ ବେଳେ ସେଥୁରୁ ବି ୫୦ କେଜି ଗଞ୍ଜେଇ ଠାବ ହୋଇଥିଲା । ଉକ୍ତ କାରରେ ବସିଥିବା ସୋରଡାର ଏ.ମୁନା ପାତ୍ର(୩୪) ଓ ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁରର ପ୍ରଦୀପ ଦୋରା (୨୫) ଙ୍କୁ ଗିରଫ କରା ଯାଇଥିଲା । ଜବତ ୨ ଗାଡି ଓ ଗଞ୍ଜେଇର ମୂଲ୍ୟ ଅନୁମାନିକ ୩୫ ଲକ୍ଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।