ଦିଗପହଣ୍ଡି ( ଦ କୁଇଭର ):- ରାଜ୍ୟରେ ବର୍ଷା ଋତୁ ଲାଗିରହିଛି l ବର୍ଷା ଋତୁରେ ସାଧାରଣତଃ ହଇଜା ବ୍ୟାପିବା ଆଉ ବିଶେଷ କରି ଗାଁ ଗହଳିରେ ଏହି ହଇଜାର ପ୍ରାଦୁର୍ଭାବ ସହର ଅପେକ୍ଷା ଅଧିକ ଦେଖାଯାଏ l ପୂର୍ବରୁ ମଧ୍ୟ ଅନେକ ଜିଲ୍ଲାରେ ଏହି ହଇଜା ର ଖବର ନଜିର ରହିଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ହଇଜା l ଏପରି ଏକ ଘଟଣା ଦେଖାଦେଇଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ l ଉସ୍ତପଲ୍ଲୀ ଗ୍ରାମରେ ହଇଜା ନିଦ ହଜାଇଦେଇଥିବା ବେଳେ ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି l ଏଯାବତ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଡିଏ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଈ ଚିକିତ୍ସିତ ହେଉଛନ୍ତି l ତେବେ ଦଶ ଜଣଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ତେବେ ରବିବାର ଉକ୍ତ ଘଟଣା ସ୍ଥଳରେ ଦିଗପହଣ୍ଡି ବିଧାୟକ ଡ଼ା ସିଦ୍ଧାନ୍ତ ମହାପାତ୍ର ପହଂଚି ସ୍ଥାନିୟ ଲୋକଙ୍କ ଆଲୋଚନା କରି କିଭଳି ଯଥାଶୀଘ୍ର ଅଞ୍ଚଳ ହଇଜା ମୁକ୍ତ ହେବ ସେଥିପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଆଜି ଗ୍ରାମକୁ ସିଡିଏମଓ , ଏଡିଏମଓ ଏବଂ ଉପଜିଲ୍ଲାପାଳ ଗସ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି l