ଭୁବନେଶ୍ୱର( ଦ କୁଇଭର ):- ଅସୁସ୍ଥ ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସରେ ପହଞ୍ଚି ଅଭିଜିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାପାଇଁ ଆଜି ଭୁବନେଶ୍ୱର AIIMS ରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚିଥିଲେ । ଲିଭର ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇଥିବାରୁ ଅଭିଜିତଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାଵସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।ଏମ୍ସ ଯାଇ ଅଭିଜିତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲି । ପରିବାର ଲୋକଙ୍କ ସହ କଥା ହୋଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଛି । ଧିରେ ଧିରେ ଅଭିଜିତ ମଜୁମଦାରଙ୍କ କ୍ଷେତ୍ରରେ ଉନ୍ନତି ଆସୁଛି । ଆହୁରି ଟିକେ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି । ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା ଚାଲିଛି । ଅନ୍ତରୀଣ ଅଙ୍ଗ ସବୁ ଠିକ ଅଛି । କଥାବାର୍ତ୍ତା ତ ହେଉନାହାନ୍ତି ହେଲେ ଶୀଘ୍ର ସୁସ୍ଥତା ପାଇଁ ସରକାର ଓ ଡାକ୍ତରୀ ଦଳଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଆବଶ୍ୟକ ପଡିଲେ ଦିଲ୍ଲୀ ଏମ୍ସକୁ ଅଭିଜିତଙ୍କୁ ନିଆଯିବ ।