ବ୍ରହ୍ମପୁର( ଦ କୁଇଭର ): - ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଶିଶୁରୋଗ ବିଭାଗର ପିଜି ଡାକ୍ତର ଛାତ୍ରଛାତ୍ରୀମାନଙ୍କୁ ନିର୍ଯ୍ୟାତନା ଅଭିଯୋଗ ।ଶିଶୁରୋଗ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସ ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ।ଭାରତୀ ଦାସଙ୍କ ବିରୁଦ୍ଧରେ କଲେଜ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପିଜି ଡାକ୍ତରୀ ଛାତ୍ରଛାତ୍ରୀ ।
ଅଭିଯୋଗ ପରେ ଆଜି କଲେଜ ଡିନ୍ ଓ ଅଧିକ୍ଷକ ପିଜି ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତର ଭାରତୀ ଦାସଙ୍କୁ ପଚରାଉଚରା କରି ଅଧିକ ତଦନ୍ତ କରିଛନ୍ତି ।ପିଜି ଛାତ୍ରଛାତ୍ରୀ ଓ ଡାକ୍ତର ଭାରତୀ ଦାସଙ୍କ ବୟାନକୁ ରେକର୍ଡ କରାଯାଇଛି ।ତଦନ୍ତର ଏକ ରିପୋର୍ଟ ଡିଏମଇଟି ଓ ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯିବ ।
ବିଭାଗୀୟ ସଚିବ ଓ ଡିଏମଇଟିଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲର ଡିନ୍ ପ୍ରଫେସର ଡ଼ା ସୁଚିତ୍ରା ଦାସ ।