ନୂଆପଡା( ଦ କୁଇଭର ):- ପୁଣି ନୂଆପଡା ଜିଲ୍ଲା ରେ ବିକାଶ ର ନଗ୍ନ ଚିତ୍ର ସାମ୍ନା କୁ ଆସିଛି । ଖଟିଆ ରେ ବୁହା ହେଲେ ରୋଗୀ l ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ର ମହୁଲପଡା ଗାଁର ଜଣେ ଚାଷୀ ଗଦାଧର ନାଏକ ଙ୍କ ଗୋଡ଼ ଭାଙ୍ଗି ଯିବାରୁ ତାଙ୍କୁ ହସ୍ପିଟାଲ ନେବାକୁ ବୋଲେରୋ ଗାଡ଼ି ଡକାଗଲା ହେଲେ ରାସ୍ତା ବିପର୍ଯ୍ୟସ୍ତ ଯୋଗୁଁ ଗାଡ଼ି ମହୁଲପଡା କୁ ଯାଇ ନ ପାରିବାରୁ ଦୂରେ ଅଟକି ଥିଲା l ପରେ ଗାଁ ଲୋକଙ୍କ ସାହାଯ୍ୟରେ ଖଟିଆ ରେ ବୋହି ଗାଡ଼ି ପାଖକୁ ରୋଗୀ କୁ ଅଣାଯାଇ ହସ୍ପିଟାଲ ନିଆଯାଇଛି l ଆଣ୍ଠୁଏ କାଦୁଅ ରେ ଅତି କଷ୍ଟ ରେ ରୋଗୀ କୁ ଖଟିଆ ରେ ବୋହି ଗାଡ଼ି ପାଖକୁ ଆଣିଥିଲେ ଲୋକେ l ବର୍ଷ ବର୍ଷ ଧରି ମହୁଲପଡା ରାସ୍ତା ବିପର୍ଯ୍ୟସ୍ତ ହୋଇଥିଲେ ବି ପୂର୍ବ ସରକାର ପକ୍କା ରାସ୍ତା ଦେବାକୁ ଭୁଲି ଗଲେ l ବର୍ତ୍ତମାନ ନୂତନ ସରକାର ର ଏକ ବର୍ଷ ପୂର୍ତ୍ତି ହୋଇଥିଲେ ହେଁ ପରିସ୍ଥିତି ଯେମିତି କି ସେମିତି ।