ଦ କୁଇଭର ବ୍ୟୁରୋ :- ଆପଣ ଜାଣିଛନ୍ତି କି ଯଦି ଆପଣ ପ୍ରତିଦିନ ନନଭେଜ ଖାଉଛନ୍ତି ତାହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନୁ,ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କର ଆୟୁଷ କମ୍ ହୋଇପାରେ । ତେଣୁ ଯଦି ଆପଣ ବି ପ୍ରତିଦିନ ନନ୍-ଭେଜ ଖାଉଛନ୍ତି ତେବେ ଏକ ଗବେଷଣାରୁ ଯାହା ସୂଚନା ଆସିଥିଲା, ପ୍ରତିଦିନ ମାଛ ମାଂସ ଖାଇବା ଦ୍ୱାରା ୬ଟି ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଇଥାଏ । ଏହି ସମସ୍ତ ରୋଗ ଯକୃତ, ପେଟ ଇତ୍ୟାଦି ସହିତ ଜଡିତ । ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ହୃଦ୍ ସମସ୍ୟା, ଡାଇବେଟିସ, ଯକୃତ ରୋଗ, ମୋଟାପଣ, ନିମୋନିଆ ଇତ୍ୟାଦିର ଆଶଙ୍କା ବୃଦ୍ଧି ପାଏ । ପ୍ରତିଦିନ ରେଡ୍ ମିଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ ମଧ୍ୟ ବୃଦ୍ଧି ପାଇଥାଏ । ସେହିପରି ହୃଦରୋଗ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ରେଡ୍ ମିଟ୍ କିମ୍ବା ଚିକେନ୍ ଅଧିକ ଖାଇବା ଦ୍ୱାରା ହୃଦଘାତର ଭୟ ରହିଥାଏ । ନନ୍-ଭେଜ୍ ଖାଇବା କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ଖାଇବା ପୂର୍ବରୁ ଆପଣ ଜାଣିବା ଦରକାର ଏହା କେତେ ପରିମାଣର ଏବଂ କେତେ ଥର ଖାଇବା ଉଚିତ । ତେବେ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେକୌଣସି ଖାଦ୍ୟ ସନ୍ତୁଳିତ ଭାବରେ ଖାଇବା ଉଚିତ । କୌଣସି ବି ଖାଦ୍ୟକୁ ଅଧିକ ପରିମାଣରେ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋପଈପାରେ । ତେଣୁ ଚିକେନ୍, ମଟନ୍ କିମ୍ବା ମାଛ ମଧ୍ୟ ପ୍ରତିଦିନ ଖାଇବା ଉଚିତ୍ ନୁହେଁ । ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇପାରିବେ । ଏହା ବ୍ୟତୀତ ଆମିଷକୁ ଭଲ ଭାବରେ ରାନ୍ଧନ୍ତୁ ଏବଂ କେବଳ ୧୦୦-୧୫୦ ଗ୍ରାମ ହିଁ ଖାଆନ୍ତୁ । ଆମେ ସମସ୍ତେ ଜାଣିଛେ ନନ୍-ଭେଜ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, ଆଇରନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି ତେବେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଆପଣ ଯାହା ବି ଖାଉଛନ୍ତି ଏକ ସଠିକ ପରିମାଣର ଖାଦ୍ୟ ଖାନ୍ତୁ ଆଉ ନିଜ ମୂଲ୍ୟବାନ ଜୀବନକୁ ସୁସ୍ଥ ଆଉ ସୁନ୍ଦର ରଖନ୍ତୁ l