ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରି ପୀଡିତା ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । AIIMSରେ ଚିକିତ୍ସାଧୀନ ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା, "ଦିଲ୍ଲୀ AIIMS ଭଳି ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଆଗାମୀ 24 ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିଲେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇପାରେ ।"ଏପଟେ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଓଡ଼ିଶା ଡିଜିପିଙ୍କୁ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ । ୩ ଦିନ ଭିତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ଜଣାଇବାକୁ ନିର୍ଦ୍ଦେଶ ।
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଘଟଣାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ NCW । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ DGPଙ୍କୁ ଦେଲେ ନିର୍ଦ୍ଦେଶ । ଘଟଣାକୁ ତୀବ୍ର ନିନ୍ଦା ସହ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ।ଏଫ୍ ଏମ୍ କଲେଜ ଘଟଣାରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।