ଗଞ୍ଜାମ, ଦିଗପହଣ୍ଡି ( ଦ କୁଇଭର ):- ରାଜ୍ୟରେ ବର୍ଷା ଋତୁ ଲାଗିରହିଛି l ବର୍ଷା ଋତୁରେ ସାଧାରଣତଃ ହଇଜା ବ୍ୟାପିବା ଆଉ ବିଶେଷ କରି ଗାଁ ଗହଳିରେ ଏହି ହଇଜାର ପ୍ରାଦୁର୍ଭାବ ସହର ଅପେକ୍ଷା ଅଧିକ ଦେଖାଯାଏ l ପୂର୍ବରୁ ମଧ୍ୟ ଅନେକ ଜିଲ୍ଲାରେ ଏହି ହଇଜା ର ଖବର ନଜିର ରହିଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ହଇଜା l ଏପରି ଏକ ଘଟଣା ଦେଖାଦେଇଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ l ଅଞ୍ଚଳରେ ହଇଜା ନିଦ ହଜାଇଦେଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ଏବଂ ପ୍ରାୟ କୋଡିଏ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଈ ଚିକିତ୍ସିତ ହୋଉଛନ୍ତି l ସେଥିମଧ୍ୟରୁ ଦଶ ଜଣଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ ରବିବାର ଉକ୍ତ ଘଟଣା ସ୍ଥଳରେ ଦିଗପହଣ୍ଡି ବିଧାୟକ ଡ଼ା ସିଦ୍ଧାନ୍ତ ମହାପାତ୍ର ପହଂଚି ସ୍ଥାନିୟ ଲୋକଙ୍କ ଆଲୋଚନା କରି କିଭଳି ଯଥାଶୀଘ୍ର ଅଞ୍ଚଳ ହଇଜା ମୁକ୍ତ ହେବ ସେଥିପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ଦେଖାଦେଇଛି l