ଯାଜପୁର( ଦ କୁଇଭର):- ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ସ୍ଥିତି ଉଦ୍ବେଗଜନକ ହେଲାଣି। ବିଶେଷ କରି ଯାଜପୁର ଜିଲ୍ଲାରେ ୧୧ ହଇଜା ରୋଗୀ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୧୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତା’ର କାରଣ ଖୋଜା ଆରମ୍ଭ ହୋଇଛି। ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ଜାତୀୟ ସ୍ୱାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍)ର ନିର୍ଦ୍ଦେଶକ ଡ. ବୃନ୍ଦା ଡି ଯାଜପୁର ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର ସଚିବ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ଡିଏମ୍ଇଟି, ସ୍ବାସ୍ଥ୍ୟ ବିଶେଷଜ୍ଞ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ)ର ପ୍ରତିନିଧି ମିଳିତ ଭାବେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ପ୍ରଥମେ ଏହି ଟିମ୍ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଝାଡ଼ାବାନ୍ତି ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ଯାଜପୁରରେ ହୋଇଥିବା ଭୟଙ୍କର ଡାଇରିଆ ଏବେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମାଡ଼ିବାରେ ଲାଗିଛି। ଭଦ୍ରକ, କଟକ ଜିଲ୍ଲାର କିଛି ଅଞ୍ଚଳରେ ଡାଇରିଆ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରୀ ସୂଚନା ଅନୁସାରେ, ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ବହୁ ପରିମାଣରେ କମିଛି। ନୂଆ ଅଞ୍ଚଳରେ ହଇଜା ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ। ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ମେଡିକାଲରେ ଭର୍ତ୍ତି ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଭଦ୍ରକ ଓ କଟକ ଜିଲ୍ଲାରେ କାଁଭାଁ କେତେକ ଘଟଣା ଘଟିଥିଲେ ମଧ୍ୟ ତାହା ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବାସ୍ଥ୍ୟ ଟିମ୍, ରାପିଡ୍ ଆକ୍ସନ୍ ଟିମ୍ , ଜନସ୍ୱାସ୍ଥ୍ୟ ଟିମ୍କୁ ନେଇ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ତୃଣମୂଳସ୍ତରୀୟ କର୍ମଚାରୀମାନେ ମଧ୍ୟ ପୂର୍ଣ୍ଣ ସଜାଗ ଅଛନ୍ତି। ସେପଟେ ଡାଇରିଆ ଓ ହଇଜା ସ୍ଥିତିକୁ ଦେଖି କୌଣସି ସ୍ଥାନରେ ଭୋଜିଭାତ ଆୟୋଜନ ନ କରିବାକୁ ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ହୋଟେଲ, ଜଳଖିଆ, ମିଠା ଦୋକାନ ଓ ଉଠାଦୋକାନରେ ଚଢ଼ଉ କରାଯାଇ ବାସି ଖାଦ୍ୟପଦାର୍ଥ ନଷ୍ଟ କରାଯିବା ସହ ଦୋକାନ ସିଲ୍ କରାଯାଇଛି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଆଡ୍ମିସନ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ୨୧୦ ଜଣଙ୍କର ଚିକିତ୍ସା ଚାଲିଛି। ଧର୍ମଶାଳା, କୋରେଇ ଆଦି ଅଞ୍ଚଳରୁ ରୋଗୀଙ୍କ ସଂଖ୍ୟା କମିଛି। ଶୁକ୍ରବାର ୪୧ଟି ନମୁନା ଆଇସିଏମ୍ଆର୍କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୧୧ଟି ହଇଜା ପଜିଟିଭ ରିପୋର୍ଟ ଆସିଛି। ହଇଜା ଚିହ୍ନଟ ହୋଇଥିବା ୧୧ଜଣ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ କେହି ଭୟଭୀତ ହେବାର କାରଣ ନାହିଁ। ଡବ୍ଲୁଏଚ୍ଓ, ଆଇସିଏମ୍ଆର ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଟିମ୍ ଆସିଥିଲେ। ଆଉ ନୂଆ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ଡା.ମିଶ୍ର କହିଛନ୍ତି। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଟିମ୍ରେ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନୀଲମ୍ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଏମ୍ସ ଭୁବନେଶ୍ବରର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର ଡାକ୍ତର ଭାଗିରଥୀ ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତାସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍ ଘୋଷ ଓ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି। ସେହିପରି ଖାଦ୍ୟ ନିରାପତ୍ତାର ୩ଜଣିଆ ଟିମ୍ରେ ୧୪ଜଣ ସଦସ୍ୟ ରହିଛନ୍ତି। କୋଲକାତାସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍ଏସ୍ଏସ୍ଏଆଇର ପୂର୍ବାଞ୍ଚଳ ଉପନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି। ଏହାସହ ନିର୍ଦ୍ଦେଶକ ସ୍ବିଟି ବେହେରା, ସହନିର୍ଦ୍ଦେଶକ ସୋନିକା ବର୍ମା, ସହନିର୍ଦ୍ଦେଶକ ପ୍ରସନ୍ନ ସିଂହ ଓ ଉତ୍ତରାଞ୍ଚଳ କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଅଧିକାରୀ ନନ୍ଦିତା ଦାସ ସଦସ୍ୟ ଅଛନ୍ତି। ଏହି କମିଟି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନସ୍ୱାସ୍ଥ୍ୟ ସ୍ଥିତି ପରଖିବା ସହ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ। ବିଭିନ୍ନ ସ୍ଥାନରେ ପାନୀୟଜଳ ବିଶୋଧନ କରାଯାଉଥିବା ବେଳେ ପ୍ରତ୍ୟେକ ଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସଚେତନ କରୁଛନ୍ତି। ଯଦି କେହି ଆକ୍ରାନ୍ତ ଥାଆନ୍ତି, ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟ ଅଣାଯିବାର ବ୍ୟବସ୍ଥା କରାଯାଉଛି। ସଂପ୍ରତି ରଜ ଉତ୍ସବ ଚାଲିଥିବା ଏବଂ ପିଠାପଣା, ଭୋଜିଭାତ ହେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।ଖବର ପାଇ ଆର୍ବିଏସ୍କେ ଡାକ୍ତର ସୁଦୀପ୍ତ ସାହୁ, ସିଏଚ୍ଓ ରମି ରଶ୍ମିତା, ଏଏନ୍ଏମ୍ ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବନ୍ଛୋର ପ୍ରମୁଖ କୁଆପାଲିରେ ପହଞ୍ଚିଥିଲେ। ସେମାନେ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡ଼ି କର୍ମୀ ସବିତା ସିଦାରଙ୍କ ସହ ଘରଘର ବୁଲି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ୧୭ ଜଣଙ୍କୁ ରାତିରେ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ସିଡିଏମ୍ଓ ଡା. କୁବେର ଚନ୍ଦ୍ର ମହନ୍ତ, ଡା. ଶୁଭ୍ରପ୍ରକାଶ ସେନାପତି, ଡା. ସତୀଶ ନାୟକ, ଡା. ଆଲିଶା ପ୍ରଧାନ, ଡା. ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଛନ୍ତି। ଏଥିସହ ଗରମ ପାଣି ପିଇବା, ହାଲୋଜେନ୍ ବଟିକାକୁ ପାଣିରେ ପକାଇବା, ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ଓ ଭୋଜିଖାଦ୍ୟର ନମୁନା ଭୁବନେଶ୍ବର ପଠାଯାଇଛି। ଭୋଜିକୁ ଆସିଥିବା ଡୁଙ୍ଗୁରିପାଲି, ଭଗତପୁର ଓ ବନମାଳ ଗାଁର ୩ ଜଣ ଲେଖାଏଁ ଅସୁସ୍ଥ ହୋଇପଡ଼ିଥିଲେ। ଉକ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସିଡିଏମ୍ଓ ପରିଦର୍ଶନ କରିଛନ୍ତି। କୁଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ୮ ଦିନ କ୍ୟାମ୍ପ ଚାଲିବ ବୋଲି ଡା. ସେନାପତି କହିଛନ୍ତି।
No comments yet.
State
ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ:- ବିଏମସି ଅତିରିକ୍ତ କମିଶନର୍ ଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି | ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜଗନ୍ନାଥଙ୍କୁ ଜାମିନ ମିଳିଛି | ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟ ଆଜି ଜଗନ୍ନାଥଙ୍କୁ ଜାମିନ ମିଳିଥିବାବେଳେ ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଥିଲେ ।ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହି ଘଟଣା ପରେ ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ପୁଲିସ ଗିରଫ କରିଥିଲା | ତାଙ୍କ ନାମରେ ସଙ୍ଗିନ ଦଫା ଲଗାଇ କମିସନରେଟ୍ ପୁଲିସ କୋର୍ଟ ଚାଲାଣ କରିଥିଲା ।
ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧(୨), ୫୪, ୬୧(୨), ୬୨ ଲାଗିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଏହାପରେ ଜାମିନ ଆବେଦନ କରିଥିଲେ ଜଗନ୍ନାଥ | ଆଉ ଆଜି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି
State,Education
ଦିଗପହଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଦିନକୁ ଦିନ ଅପରାଧ ଆଉ ଅପରାଧୀଙ୍କ କାର୍ଯ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି l କେତେବେଳେ ହତ୍ୟା ତ କେତେବେଳେ ଦୁଷ୍କର୍ମ, ପୁଣି କେତେବେଳେ ଚୋରୀ ତ ଆଉ କେତେବେଳେ ଗୁଣ୍ଡାରାଜ l ତେବେ ଆଜି ପୁଣି ଜଣେ ଶିକ୍ଷକ ଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି l ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜଣେ ସ୍କୁଲ ଶିକ୍ଷକଙ୍କୁ କିଛି ଦୁର୍ବୁତ୍ତ ଖଣ୍ଡାରେ ହାଣି ଆକ୍ରମଣ କରିଥିବା ସୂଚନା ମିଳିଛି l ରତ୍ନେଇ ମନ୍ଦିର ପାଖ ବ୍ରିଜ ନିକଟରେ ଦୁଇ ବାଇକରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିବା ବେଳେ ଶିକ୍ଷକଙ୍କ ହାତରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ଶିକ୍ଷକଙ୍କ ଜଣକ ହେଉଛନ୍ତି ରାଜେଶ୍ ପାତ୍ର ସେ ଗୌଡ଼ଗାଁ ଗ୍ରାମର ବୋଲି ଜଣାପଡିଛି । ସେ ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସୂଚନା ମିଳିଛି l ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ ଜାରୀ ରଖିଥିବା ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l
State
ଦ କୁଇଭର ବ୍ୟୁରୋ :- ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଚାଲୁନି ଗାଡ଼ିମୋଟର। ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି। ସ୍ଥିତି ଜଟିଳ ହେଲାଣି । ରାଜ୍ୟରେ ଡ୍ରାଇଭର ମହାସଂଘ ତିନି ଦିନ ହେଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ତୃତୀୟ ଦିନ ପାଇଁ ଆନ୍ଦୋଳନ ଚାଲିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ଅଟକି ରହିଛନ୍ତି । ଜରୁରୀ କାମ ଥିଲେ ବି ଯାଇ ପାରୁ ନାହାନ୍ତି । ଏଣେ ଦାବି ପୂରଣ ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଡ୍ରାଇଭର ଆନ୍ଦୋଳନରୁ ହଟିବ ବୋଲି କହିଛି ମହାସଂଘ । ଜନସାଧାରଣଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ୭ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ସହ ମଙ୍ଗଳବାର ୪ ଘଣ୍ଟା ଧରି ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ । କିନ୍ତୁ ଆଲୋଚନାରୁ କିଛି ନିଷ୍କର୍ଷ ବାହାରିପାରି ନଥିଲା ।
State
କଟକ ( ଦ କୁଇଭର ) :- ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ “ଦେଶ ପାଇଁ” ଅଭିଯାନ କଟକ ଜିଲ୍ଲାରେ ଚାଲିଛି।ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଭାରତର ସୁପ୍ରିମକୋର୍ଟର ମଧ୍ୟସ୍ଥତା ଏବଂ ସମାଧାନ ପ୍ରକଳ୍ପ କମିଟି ସହିତ ମିଳିତ ଭାବରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ’ ସାରା ଦେଶରେ ଆରମ୍ଭ କରାଯାଇଛି।ଭାରତର ସମସ୍ତ ତାଲୁକା କୋର୍ଟ, ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ପାଇଁ ୯୦ ଦିନିଆ ଅଭିଯାନ ଚାଲିଛି।ମଧ୍ୟସ୍ଥତା ପାଇଁ ନିମ୍ନଲିଖିତ ବର୍ଗର ମାମଲାଗୁଡ଼ିକୁ ପଠାଯାଇପାରିବ:
ବୈବାହିକ ବିବାଦ ମାମଲା,
ଦୁର୍ଘଟଣା ଦାବି ମାମଲା,
ଘରୋଇ ହିଂସା ମାମଲା,
ଚେକ୍ ବାଉନ୍ସ କେସ୍,
ବାଣିଜ୍ୟିକ ବିବାଦ ମାମଲାଗୁଡ଼ିକ
ସେବା ମାମଲା,
ଫୌଜଦାରୀ ମାମଲା,
ଗ୍ରାହକ ବିବାଦ ମାମଲା,
ଋଣ ଆଦାୟ ମାମଲା,
ବିଭାଜନ ମାମଲା,
ବହିଷ୍କାର ମାମଲା,
ଜମି ଅଧିଗ୍ରହଣ ମାମଲା,
ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା।
ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ – ମଧ୍ୟସ୍ଥତା ‘ଦେଶ ପାଇଁ:’ ର ସମୟସୀମା ଯାଞ୍ଚ କରନ୍ତୁ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍ଠୋକ୍ ଶୁଣାଇ ଦେଇଥିଲା । ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆଜି ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍, ଡିଜେଲ୍ ସରି ଯାଇଥିବା ଜଣାପଡ଼ିଛି । ଆଜି ପେଟ୍ରୋଲ୍, ଡିଜେଲ୍ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ । ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତୈଳ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଅସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି ଯେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି । ଆଜି ବି ତୈଳ ପରିବହନ ନ ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ମିଳିବ ନାହିଁ । ତେଣୁ ଆଜି ତେଲ ପରିବହନ ହେବା ଜରୁରୀ।
ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଡ୍ରାଇଭରମାନଙ୍କ ଯେଉଁ ପ୍ରମୁଖ ଦାବି ରହିଛି, ଯେମିତିକି ୱେଲ୍ଫେୟାର୍ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା । ଏହି ଦାବିକୁ ବୋର୍ଡ ବୈଠକରେ ସରଳୀକରଣ କରାଯାଇ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯିବ । ସାଧାରଣ ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରମାନଙ୍କୁ ସୁରକ୍ଷା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାର ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଓଡ଼ିଶାରେ ଗଢ଼ି ଉଠିଥିବା ଶିଳ୍ପ ଓ କାରଖାନାମାନଙ୍କରେ ଓଡ଼ିଶାର ଡ୍ରାଇଭରମାନେ ଅଧିକରୁ ଅଧିକ ଯେପରି ନିଯୁକ୍ତି ପାଇବେ, ସେ ନେଇ ସରକାରୀ ନିଷ୍ପତ୍ତି ନିଆଯିବ । ପ୍ରତି ୧୦୦ କିମିରେ ଡ୍ରାଇଭର ସୁବିଧା କେନ୍ଦ୍ର ସ୍ଥାପନ କରାଯିବ । ପୁଲିସର ମାତ୍ରାଧିକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନିର୍ଦ୍ଦେଶ ଦିଆଯିବ । ୱେଲ୍ଫେୟାର ବୋର୍ଡରେ ପଞ୍ଜୀକରଣ ମାଗଣା କରାଯିବ ଆଦି ନିଷ୍କର୍ଷ ବାହାରିଛି । ଖୁବ୍ଶୀଘ୍ର ୱେଲ୍ଫେୟାର ବୋର୍ଡ ବୈଠକ କରାଯାଇ ଡ୍ରାଇଭରମାନଙ୍କ ସବୁ ଦାବି ଶୁଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଡ୍ରାଇଭରମାନେ ଆନ୍ଦୋଳନରୁ ହଟିବାକୁ ମନ୍ତ୍ରୀ ନିବେଦନ କରିଥିଲେ । ଏ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୫ ବର୍ଷ ହେବ ଆମେ ସରକାରଙ୍କ ନିକଟରେ ଦାବି କରି ଆସୁଛୁ । କିନ୍ତୁ କେହି ଦାବି ପୂରଣ ନେଇ ପଦକ୍ଷେପ ନେଉ ନାହାନ୍ତି । ତେଣୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ।
ସବୁଆଡେ ଗାଡି ଚଳାଚଳ ବନ୍ଦ ରହିଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଖ ଚକ ସବୁ ବନ୍ଦ ଥିବା ଯୋଗୁଁ ସବୁଠି ଦେଖିବାକୁ ମିଳୁଛି ଉତ୍କଟ ସମସ୍ୟା l ତେଣୁ ଡ୍ରାଇଭରଙ୍କ ଦାବୀକୁ ଶୁଣି କିଛି ସ୍ଥାୟୀ ସମାଧାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l
Politics,State
ଦ କୁଇଭର ବ୍ୟୁରୋ :- ଅପରାଜିତା ଚଳାଇଥିବା ବଡ଼ ଗେମ କାମ କରିଗଲା । ତାଙ୍କ ଲବିକୁ ଗ୍ରହଣ କଲେ କେନ୍ଦ୍ର ନେତୃତ୍ୱ । ମନମୋହନ ସାମଲଙ୍କୁ ପୁଣି ଥରେ ମିଳିଲା ରାଜ୍ୟ ସଭାପତି ପଦ । ଅପରାଜିତାଙ୍କ ଉଦ୍ୟମ ସଫଳ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମକୁ କାଳେ ଝଟକା ଲାଗିଛି । ତାଙ୍କ ଟିମ ଫ୍ୟୁଜ ହୋଇ ଯାଇଛନ୍ତି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଚଳଚଞ୍ଚଳ ହେବା ସହ ସରକାର ଏବେ ଦୌଡ଼ିବ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପକୁ କାଳେ ରୋକି ଦେବେ ମନମୋହନ । ଏମିତି କିଛି ଚର୍ଚ୍ଚା ଦଳ ଭିତରେ ଗତକାଲି ଠାରୁ ଜୋର ଧରିଲାଣି । ମନମୋହନ ରାଜ୍ୟ ସଭାପତି ହେବା ପରେ ଦଳ ଭିତରେ ପୁଣି ଥରେ ଉତ୍ସାହ ବଢ଼ିଛି । ଏହି ଉତ୍ସାହକୁ ଯଦି ବିଜେପି ଧରିନେଲା, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ ଦେବା କଷ୍ଟ ହେବନାହିଁ ବୋଲି କୁହାଯାଉଛି । ସେ ଯାହା ହେଉ ଅପରାଜିତାଙ୍କ ଷ୍ଟ୍ରୋକ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ କାଳେ ଜୋର ଲାଗିଛି ।
ଓଡ଼ିଶା ବିଜେପି ତାର ନୂଆ ସଭାପତି ପାଇଛି । ମନମୋହନ ସାମଲଙ୍କ ଉପରେ ସମସ୍ତେ ପୁଣି ଥରେ ଭରସା କରିଛନ୍ତି । ତାଙ୍କୁ ସଭାପତି କରାଇ ନଦେବାକୁ ବଡ଼ ଲବି ଚାଲିଥିଲା । କେନ୍ଦ୍ର ପର୍ଯ୍ୟନ୍ତ ଲାଗିଥିଲେ ପାୱାରଫୁଲ ଗୋଷ୍ଠୀ । ଦଳ ଭିତରେ ହେଉଥିବା ଟୁପୁରୁଟାପର ଅନୁଯାୟୀ କାଳେ ଧର୍ମେନ୍ଦ୍ର ଚାହୁଁ ନଥିଲେ ମନମୋହନ ପୁଣି ସଭାପତି ହୁଅନ୍ତୁ । ମନମୋହନ ହେଲେ ତାଙ୍କ ବିରୋଧୀ ଗୋଷ୍ଠୀର ପତିଆରା ବଢ଼ିବ । କେନ୍ଦ୍ରୀୟ ଲବି ମନମୋହନଙ୍କୁ ଗ୍ରୀନ ସିଗନାଲ ଦେଉ ନଥିଲା । ଏଭଳି ସ୍ଥିତିରେ ବଡ଼ ଗେମ କଲେ ଅପରାଜିତା । ଅପରାଜିତା ମନମୋହନଙ୍କ ପାଇଁ ଲବି କଲେ । କେବଳ ଲବି କଲେ ନାହିଁ, ସବୁ ସାଂସଦଙ୍କୁ ନେଇ ବଡ଼ ଖେଳ ଖେଳିଦେଲେ । ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବଙ୍କୁ ନୀରବ କରିଦେଲ । ବାକି ଅନ୍ୟମାନେ ମନମୋହନଙ୍କୁ ନିରବ ସମର୍ଥନ ଦେଲେ ।
ଅପରାଜିତା ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡାଙ୍କୁ ଭେଟି ସ୍ଥିତି କହିଲେ । ରାଜ୍ୟରେ ଆଜି ଯଦି ବିଜେପି ସରକାର କରିଛି, ତେବେ ତାହା ମନମୋହନଙ୍କ ପାଇଁ । ତାଙ୍କ ଗୋଷ୍ଠୀ ମେଣ୍ଟ କରିବାକୁ ମନା କରିଥିଲେ । ମାତ୍ର କାଳେ ଧର୍ମେନ୍ଦ୍ର ଓ ଅନ୍ୟମାନେ ମେଣ୍ଟ ପାଇଁ ଚାହିଁ ଥିଲେ । ଓଡ଼ିଶାରେ ବିଜେପି ସରକାର ଆସିବା ପଛରେ ମନମୋହନଙ୍କ ଭୂମିକା ଯଥେଷ୍ଟ ବୋଲି କହିଲେ । ନିଜ ପ୍ରଶଂସା ନିଜ ମୁହଁରେ ନକରି ସବୁ ମନମୋହନଙ୍କ ମୁଣ୍ଡରେ ଗଡ଼ାଇଲେ । ତାଙ୍କୁ ସଭାପତି କରାନଗଲେ, ଦଳୀୟ କର୍ମୀ ଓ ନେତା ହତୋତ୍ସାହ ହେବେ । ଧର୍ମେନ୍ଦ୍ରଙ୍କ ଟିମର ତୃଣମୂଳ ସ୍ତରରେ ପ୍ରଭାବ ନାହିଁ । କେବଳ ଲବିରେ ସେ କିଛି ମନ୍ତ୍ରୀ ରାଜ୍ୟ ସରକାରରେ ଭରି ଦେଇଛନ୍ତି । ବାସ୍ତବ ସ୍ଥିତି ବହୁତ ଖରାପ । ଧର୍ମେନ୍ଦ୍ରଙ୍କୁ ରାଜ୍ୟର ଅନେକ ଲୋକ କାଳେ ପସନ୍ଦ କରୁନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ କୁହାଯାଇଥିଲା ।
ବହୁ ବିଚାର ବିମର୍ଷ ପରେ କେନ୍ଦ୍ର ଅପରାଜିତାଙ୍କ ଲବିକୁ ମାନିଥିଲା । ସବୁ ପ୍ରକାର ପରଖିବା ପରେ ମନମୋହନଙ୍କୁ ପୁଣି ଥରେ ସଭାପତି କରିବାକୁ କାଳେ ସହମତ ହୋଇଥିଲେ । ଧର୍ମେନ୍ଦ୍ରଙ୍କୁ କେନ୍ଦ୍ରରେ ଫୋକସ କରିବାକୁ କୁହାଯାଇଛି । ରାଜ୍ୟରେ ମନମୋହନ, ଅପରାଜିତା ପ୍ରମୁଖ ବୁଝିବେ ବୋଲି କୁହାଯାଇଛି । ରାଜ୍ୟ ସରକାର କିପରି ସକ୍ରିୟ ହୋଇ ଲୋକଙ୍କ କାମ କରିବ, ସେଦିଗରେ ମଧ୍ୟ ଗୁରୁତ୍ୱ ଦେବାକୁ ମନମୋହନଙ୍କୁ କୁହାଯାଇଛି । ରାଜ୍ୟ ସଭାପତି ନିଯୁକ୍ତି ପାଇଁ ବେଶ କିଛି ମାସ ବିବାଦୀୟ ରହିଥିଲା । ଶେଷରେ ଅପରାଜିତାଙ୍କ ଗୋଷ୍ଠୀର ଲବି କାମ କଲା ଆଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଫ୍ୟୁଜ ହେଲେ । ଦେଖାଯାଉ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଆଗକୁ କି ରଣନୀତି କରୁଛନ୍ତି, ପ୍ୟାଚ ପକାଇ ରହୁଛନ୍ତି ନା ଭିତରେ ଭିତରେ ଚେର କାଟୁଛନ୍ତି ?
Shree Jagannath,State
ପୁରୀ ( ଦ କୁଇଭର ):- ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦିଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ । ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । ମେଘନାଦ ପାଚେରୀ ପାଖରେ ମନ୍ଦିରର ବ୍ୟବହୃତ ଫୁଲ, ପତ୍ର ପଡି ଏକ କୁତ୍ରିମ ବାଟ ତିଆରି ହୋଇଛି ।ସେହି ବାଟ ଦେଇ କିପରି ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ବେଆଇ ପ୍ରବେଶ କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ । କେଉଁ ଉଦ୍ଦେଶ୍ୟରେ ଏମାନେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ପାଖରେ ସୂଚନା ଅଛି କି ନାହିଁ ତାହା ଜଣାପଡ଼ିନଥିବା ବେଳେ, କେତେ ସୁରକ୍ଷିତ ଶ୍ରୀମନ୍ଦିର ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Politics,National,State
ଦ କୁଇଭର ବ୍ୟୁରୋ :- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ଶିବିର । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ରାହୁଲଙ୍କ ଗସ୍ତ ଓ ସଭାକୁ ଆଖିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ । ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଯଦିଓ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି, ହେଲେ କିଛି ସମାଧାନ ବାହାରି ପାରିନି ନାହିଁ । ଫଳରେ ଗତ ତିନି ଦିନ ଧରି ଡ୍ରାଇଭର ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ଚତୁର୍ଥ ଦିନ । ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡା ହୋଇ ରହିଛି । କେବଳ ଜରୁରୀକାଳିନ ଓ ଘରୋଇ ଗାଡିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଲୋକେ ହିନସ୍ତା ହେଉଛନ୍ତି । ଏନେଇ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି । ତଥାପି ସମାଧାନର ବାଟ ବାହାରିପାରିନି ।
State
ବ୍ରହ୍ମପୁର( ଦ କୁଇଭର ):- ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଗୁରୁବାର ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ଓ ରଶ୍ମିତା ଦଳାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ କରା ଯାଇଥିଲା । ସାରସ୍ବତ କବିତା ପାଠୋତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଡ ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଭାବେ ନାଟ୍ୟକାର ଇ. ଯାମିନି କାନ୍ତ ଦାସ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାଶ, ସଂଗଠକ ମିହିର ରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସୁଜାତା ଶତପଥୀ ସୁନୀଲ କୁମାର୍ ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରରେ ଭଜନ ସମାରୋହ ହୋଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀବିଧାୟକ କେ.ଅନିଲ କୁମାର୍,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ...., ଦିଗପହଣ୍ଡି ବିଧାୟକ ଡ୍ ସିଦ୍ଧାନ୍ତ ମହାପାତ୍ର, କୁକୁଡ଼ା ଖଣ୍ଡି ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଟି .ଗୋପୀ, ଶରତ ପଟ୍ଟନାୟକ, ବନମାଳୀ ସେଠୀ . ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ସହ ସମସ୍ତ ସାମ୍ୱାଦିକ ମାନଙ୍କୁ କମିଟି ତରଫରୁ ଏଠାରେ ସମ୍ମାନୀତ କରା ଯାଇଥିଲା। କଳାକାର ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା ।ସୂଚନା ଯୋଗ୍ୟ ଦୀର୍ଘ୍ ୧୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି । ବହୁ ଜନସାଧାରଣ ଓ ଦର୍ଶକ ଯାତ୍ରାରେ ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିଲା । ଏହି ଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ,ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଥିଲା। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିଲା ।
International,National
ମୁମ୍ବାଇ ( ଦ କୁଇଭର ):- ୨୬/୧୧ ମୁମ୍ବାଇ ଆକ୍ରମଣର ଗୁମର ଖୋଲିଛି । ଏହି ଆକ୍ରମଣ ପଛରେ ପାକିସ୍ତାନୀ ସେନା ଓ ISIର ସମ୍ପୃକ୍ତି ଥିବା ନେଇ କହିଛନ୍ତି କୁଖ୍ୟାତ ଆତଙ୍କବାଦୀ ରାଣା । ଜେରା ବେଳେ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ଦେଇଛନ୍ତି । ଆଉ କହିଛନ୍ତି ଏହି ଆକ୍ରମଣ ପାଇଁ ସେମାନେ କିଭଳି ରେକୀ କରିଥିଲେ । ଆକ୍ରମଣ ପୂର୍ବରୁ ମୁମ୍ବାଇରେ ଆସି ରାଣା ଓ ଅନ୍ୟ ସହଯୋଗୀ ମାନେ ରେକି କରିଥିବା ବି କହିଥିଲେ ।
NIAର ଜେରା ବେଳେ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି ରାଣା । ଭାରତରେ ଥିବା ପାକିସ୍ତାନୀ ସ୍ଲିପରସେଲ ସହାୟତାରେ ପ୍ରଥମେ କେଉଁ ଜାଗା ଉପରେ ଆକ୍ରମଣ କରିବେ ତାହା ଧାର୍ଯ୍ୟ ହୋଇଥିଲା । କେଉଁଠି ବିଦେଶୀ ନାଗରିକ ରହନ୍ତି ତାକୁ ବି ଟାର୍ଗେଟ କରାଯାଇଥିଲା । ବିଦେଶୀ ନାଗରିକକୁ ମାରି ଭାରତକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ । ଯାହାର ଖୁଲାସା ଏବେ ରାଣା କରିଛନ୍ତି ।
ପୂର୍ବରୁ ପାକିସ୍ତାନୀକୁ ଆତଙ୍କବାଦୀ ଦେଶ ବୋଲି ଭାରତ କହି ଆସୁଛି । ହେଲେ ଏହାକୁ ନା ଚୀନ ଶୁଣୁଛି, ନା ଆମେରିକା । ପହଲଗାମ ଆକ୍ରମଣ ହେଉ ବା ୨୬/୧୧, ଉରୀ ହେଉ ବା ପଠାନ କୋଟ, ସବୁ ଜାଗାର ପାକିସ୍ତାନର ଆତଙ୍କବାଦୀ ମାନଙ୍କର ହିଁ ସମ୍ପୃକ୍ତି ଅଛି । ଏକଥା ବାରମ୍ବାର ବିଶ୍ୱ ଦରବାରରେ ଭାରତ ରଖିଛି । କିନ୍ତୁ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ରର ଆଖ୍ୟା ଦେବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଉଛନ୍ତି ଆମେରିକା ଓ ଚୀନ । ଏବେ ପାକିସ୍ତାନର ଆଉ ଗୋଟିଏ ଜଘନ୍ୟ କାଣ୍ଡକୁ ପର୍ଦାଫାଶ କରିଛି NIA ।
NIA ରାଣାଙ୍କୁ ଜେରା କଲାବେଳେ ରାଣା କହିଛନ୍ତି କିଭଳି ପାକିସ୍ତାନର ସେନା ଓ ISI ମୁମ୍ବାଇ ଆକ୍ରମଣ ପାଇଁ ସହାୟତା କରିଥିଲେ । ଆକ୍ରମଣର ନକ୍ସା ତିଆରି ହୋଇଥିଲା ପାକିସ୍ତାନ ସେନା ମୁଖ୍ୟଳୟରେ ISI ଏହାକୁ କାର୍ଯ୍ୟକାରୀ କରାଇଥିଲେ । ଦେଖାଯାଉ ଏହି ତଥ୍ୟକୁ ଭାରତ ବିଶ୍ୱ ଦରବାରରେ କିପରି ଉପସ୍ଥାପନ କରୁଛି ଓ ବିଶ୍ୱ ସମୁଦାୟ ଏହାକୁ କେତେ ବିଶ୍ୱାସ କରୁଛି ?
State
ଗଞ୍ଜାମ( ଦ କୁଇଭର ):- ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା।ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ । ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଜବତ କଲା ଭିଜିଲାନ୍ସ । ପୁଷା ମୁଣ୍ଡାଙ୍କ ଠାରୁ ୩ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା ନା ଟଙ୍କା ସେ କାହା ପାଖରୁ ନେଇଥିଲେ ତାହା ଅସ୍ପଷ୍ଟ ।
Farming,State
ଦ କୁଇଭର ବ୍ୟୁରୋ : ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କ'ଣ। ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । ନିତ୍ୟଦିନ ପରିବା ଆକାଶ ଛୁଆଁ ହୋଇଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ଅନ୍ୟପକ୍ଷରେ ନିଜେ କ୍ଷତି ସହି କେମିତି କମ ଦାମରେ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବା ବ୍ୟବସାୟୀ ।ସେପଟେ ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି । ପୋଟଳ କିଲୋ ୮୦ଟଙ୍କା ଏବଂ ଜହ୍ନି, କଲରା, ଭେଣ୍ଡି, ଗାଜର ଆଦି ପରିବାର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ, ଖମ୍ବଆଳୁ, ସାରୁ, ଟମାଟୋ ଆଦି ପରିବା କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୯ଟି ଜେଲ୍ । ୩ଟି ଜେଲ ବନ୍ଦ ହୋଇସାରିଥିବା ବେଳେ ଖୁବ୍ଶୀଘ୍ର ଆଉ ୬ଟି ବନ୍ଦ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଜେଲରେ ହାତଗଣତି କଏଦୀ ଓ ବିଚାରିଧିନ କଏଦୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ନିଷ୍ପତ୍ତି ଅନୁସାରେ, ନୟାଗଡର ଖଣ୍ଡପଡା ସବ୍ ଜେଲ୍, ବାଲେଶ୍ଵରର ନୀଳଗିରି ସବ୍ ଜେଲ୍ ଓ ବଡ଼ଗଡ଼ ଜିଲ୍ଲାର ସୋହେଲା ସବ୍ ଜେଲ୍କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ ସରକାର । ଯାହାକି ଏବେ କାର୍ଯ୍ୟକ୍ଷମ ନାହିଁ କହିଲେ ଚଳେ । ଏହି ୩ଟି ଜେଲ୍ରେ ଅଳ୍ପ ସଂଖ୍ୟକ କଏଦୀ ଓ କର୍ମଚାରୀ ଥିଲେ । ଏଥିରେ ରହିଥିବା କଏଦୀ ଓ କର୍ମଚାରୀ ଜିଲ୍ଲା ଜେଲକୁ ସ୍ଥାନାନ୍ତର ସହ ସେମାନଙ୍କ ସହ ମିଶ୍ରଣ କରାଯାଇଛି । ତେବେ ବନ୍ଦ ଜେଲ୍ କୋଠାକୁ ସ୍କୁଲ,କଲେଜ ଭଳି ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆଉ ବନ୍ଦ ହେବାକୁ ଥିବା ଆଉ ଛ'ଟି ଜେଲ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ପାତ୍ରପୁର ସବ୍ ଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସବ୍ ଜେଲ, ମାଲକାନଗିରିର ଏମ୍ଭି-୭୯ ଓ ରାୟଗଡ଼ା ଜିଲ୍ଲାରେ ଥିବା କାଶିପୁର ସବ୍ ଜେଲ୍ । ତା' ସହିତ ଆଠଗଡ଼ ସବ୍ ଜେଲ୍ ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସବ୍ ଜେଲକୁ ମଧ୍ୟ ବନ୍ଦ କରିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ବନ୍ଦ ପାଇଁ ଜେଲ ବିଭାଗରେ ସହମତି ରହିଛି । ରାଜ୍ୟରେ ମୋଟ ୯୧ଟି ଜେଲ୍ ଥିଲା । ସେଥିମଧ୍ୟରୁ ୧୭ଟି ଜିଲ୍ଲା ଜେଲ୍, ୭ଟି ମଣ୍ଡଳ ଜେଲ୍ ୨ଟି ସ୍ପେଶାଲ୍ ଜେଲ, ୬ଟି ସବ୍ ସ୍ପେଶାଲ୍ ଜେଲ, ୧ଟି ମହିଳା କାରାଗାର, ୧ଟି ମୁକ୍ତାକାଶ ଜେଲ୍, ବାକି ୫୭ଟି ସବ୍ ଜେଲ୍ ରହିଥିଲା । ୫୭ଟି ସବ୍ ଜେଲ୍ ମଧ୍ୟରୁ ୪ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ । ମୋଟ ୮୭ଟି ଜେଲ ଏବେ କାର୍ଯ୍ୟକ୍ଷମ । ଯେଉଁଥିରେ ପାଖାପାଖି ୨୪୦୫୯ଜଣ କଏଦୀ କ୍ଷମତା ରହିଛି । ଏବେ ୧୭୫୨୯ ଜଣ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୩୦୦୦ କେବଳ କଏଦୀ ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ଶ୍ରୀମତି ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ | ଟାଟା ଷ୍ଟିଲ ଫାଉଂଡେସନର CRS ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଛତ୍ରପୁର ଆଇନଜିବି ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢି ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଂଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ |
ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା I ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ I ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ବର୍ଧନା କରିଥିଲେ I
State
ଦ କୁଇଭର ବ୍ୟୁରୋ :- ଅପରେସନ ଶୁଦ୍ଧି ରେ ନୂଆପଡ଼ା ଜିଲ୍ଲା ପୋଲିସ ନିଶା ବେପାରୀ ଙ୍କ ଉପରେ ଚଡ଼କ ଛାଡିଥିବା ବେଳେ । ଦୈନନ୍ଦିନ ମଦ ଓ ଗଞ୍ଜେଇ ସହ ନିଶା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ନୂଆପଡ଼ା ର ବିଭିନ୍ନ ଥାନା ପୋଲିସ । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତି ଙ୍କ ସହ ବାର ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ କୁ ଜବତ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।
ସୂଚନା ଅନୁସାରେ ଗତକାଲି ଦିନ ୧୨.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆ ଙ୍କ ନେତୃତ୍ଵ ରେ ଏକ ଆଇ-20 କାର କୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତା ର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତି ଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶ ରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀ ଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରି ଥିଲା । ଏହି ମାମଲା ରେ ବର୍ତ୍ତମାନ ୧୨ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କା କୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବା ରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ଼ ନେଇଛି । ମାମଲାର ୩ ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ, ଆଗକୁ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗର ଶୁଣାଣି ହେବ । ପାରଳାଖେମୁଣ୍ଡି ଏସଡ଼ିଜେଏମ କୋର୍ଟ ପୂର୍ବରୁ ଯେଉଁ ନିର୍ଦେଶ ଦେଇଥିଲେ ତାକୁ କାଏମ ରଖିଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।ମୃତ ACF ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ତେଣୁ ଆଗକୁ ବିଦ୍ୟା ଭାରତୀ, ତତ୍କାଳୀନ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ, ହତ୍ୟା ଏବଂ ଅପରାଧୀକ ଷଡଯନ୍ତ୍ର ଜନିତ ମୋକଦ୍ଦମାର ବିଚାର ପ୍ରକ୍ରିୟାରେ ସମ୍ମୁଖୀନ ହେବେ । ୨୦୨୧ ଜୁଲାଇ ମାସ ୧୧ ତାରିଖ ରାତିରେ ଏ ସି ଏଫ ସୌମ୍ୟ ରଞ୍ଜନ ଅତି ସନ୍ଦେହଜନକ ଅବସ୍ଥାରେ ପୋଡି ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଥିଲା । କିନ୍ତୁ ଅଭିଯୁକ୍ତ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀଙ୍କ ସମେତ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସ ଡି ଜେ ଏମ କୋର୍ଟରେ ମାମଲା ଦାୟର କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ଏସ ଡି ଜେ ଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ । ସମସ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ର ଦଫା ୩୦୨ ( ହତ୍ୟା ) ଏବଂ ୧୨୦ ( ବି ) ଅପରାଧିକ ଷଡଯନ୍ତ୍ର ଅନୁସାରେ ମୋକଦ୍ଦମା ଚାଲିବ ବୋଲି ନିମ୍ନ ଅଦାଲତ ନିର୍ଦେଶ ଦେଇଥିଲେ ।ନିର୍ଦେଶ କାର୍ଯ୍ୟକାରୀ ନହେବାରୁ ୨୦୨୩ ମସିହାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମାନେ ସାମୟିକ ଆଶ୍ବସ୍ତି ପାଇଥିଲେ । କାରଣ ନିମ୍ନ ଅଦାଲତଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରୀ କରିଥିଲେ ହାଇକୋର୍ଟ ।କିନ୍ତୁ ଚଳିତ ବର୍ଷ ବିଦ୍ୟାଭାରତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ, ପାରଳାଖେମୁଣ୍ଡି ଏସଡିଜେଏମଙ୍କ ପ୍ରଥମ ନିର୍ଦେଶକୁ ରଦ୍ଦ କରିବାଲାଗି ଆବେଦନ କଲେ । ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି । ତେଣୁ ଆଗକୁ ବିଦ୍ୟା ଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ ଅଭିଯୋଗ ଜନିତ ମାମଲାକୁ ସାମ୍ନା କରିବେ ବୋଲି ସ୍ପଷ୍ଟ ହୋଇଛି
State
ଦ କୁଇଭର ବ୍ୟୁରୋ :- ଆଗକୁ ଆସୁଛି ଧର୍ମର ମାସ ଶ୍ରାବଣ l ହାତରେ ବାଡ଼ି, କାନ୍ଧରେ ବାହୁଙ୍ଗୀ ନେଇ ଭୋଳାବାବାଙ୍କ ପାଖେ ଜଳ ଚଢ଼ାନ୍ତି ମାନସିକଧାରୀ ଏବଂ ଶ୍ରଦ୍ଧାଳୁ l ମାସ ସାରା ସାତ୍ଵିକ ଭୋଜନ ସହ ଧର୍ମ ଅର୍ଜନରେ ଲାଗିପଡ଼ନ୍ତି ଶ୍ରଦ୍ଧାଳୁ l ତେବେ ଏହି ପବିତ୍ର ମାସରେ ମଧ୍ୟ କିଛି ବ୍ୟକ୍ତି କରିଦିଅନ୍ତି ଏସବୁର ଭୁଲ, ଯାହାର ପରିଣାମ ଭୟଙ୍କର ହୋଇଥାଏ l
ଶାସ୍ତ୍ରରେ ଶ୍ରାବଣ ମାସରେ ମଦ ଏବଂ ଆମିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବିଜ୍ଞାନ ମଧ୍ୟ ଏହା ସ୍ୱୀକାର କରେ ଯେ ମୌସୁମୀ ଅର୍ଥାତ୍ ଭୋଳାନାଥଙ୍କୁ ଉତ୍ସର୍ଗ କରାଯାଇଥିବା ଶ୍ରାବଣ ମାସରେ ଏହି ଦୁଇଟି ଜିନିଷଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଭାରି ଭଲ । ବିଜ୍ଞାନରେ ଏପରି ଅନେକ ତର୍କ କରାଯାଇଛି ଯେ ଶ୍ରାବଣରେ ମଦ ଏବଂ ଆମିଷଠାରୁ ଦୂରତା କାହିଁକି ଜରୁରୀ । ଶ୍ରାବଣ ମାସ ଏକ ଧାର୍ମିକ ମାସ ଏବଂ ଏହା ପଛରେ ବୈଜ୍ଞାନିକ ଓ ସାମାଜିକ କାରଣ ମଧ୍ୟ ରହିଛି । ତେବେ ବିଜ୍ଞାନ ଏହା ଉପରେ କାହିଁକି ଗୁରୁତ୍ୱ ଦିଏ, ଆସନ୍ତୁ ଜାଣିବା । ଶ୍ରାବଣ ଅର୍ଥାତ୍ ବର୍ଷାଋତୁ । ଏହା ଏପରି ଏକ ଋତୁ, ଯାହା ଆର୍ଦ୍ରତା ବଢ଼ାଇଥାଏ । ଏପରି ପାଗରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ଥାଏ । ଫଳରେ ମାଂସରେ ବ୍ୟାକ୍ଟେରିଆ ଏବଂ ଭାଇରସ୍ ଶୀଘ୍ର ବଢ଼ିଥାଏ । ଯାହା ଫୁଡ୍ ପଏଜନିଂର ସମସ୍ୟାକୁ ବଢ଼ାଇଥାଏ । ମାଛମାନଙ୍କର ପ୍ରଜନନ ଋତୁ ହେଉଛି ମୌସୁମୀ । ଅନେକ ରାଜ୍ୟରେ ଏହି ସମୟରେ ସରକାର ମାଛ ନ ଧରିବାକୁ ନିର୍ଦ୍ଦେଶ ଜାରି କରନ୍ତି । ବିଶେଷଜ୍ଞମାନେ ମଧ୍ୟ ଏହି ଋତୁରେ ମାଛ ନ ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ବର୍ଷାଋତୁରେ ଜଳ ପ୍ରଦୂଷଣ ବଢ଼ିଥାଏ । ପାଣିରେ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଥାଏ । ଫଳରେ ମାଛ ମାଧ୍ୟମରେ ମଣିଷ ଦେହରେ ସଂକ୍ରମଣ ବ୍ୟାପିବା ଏବଂ ଝାଡ଼ା,ବାନ୍ତି ହେବାର ଆଶଙ୍କା ରହିଥାଏ । ଯେହେତୁ ମାଛମାନଙ୍କର ଏହା ପ୍ରଜନନ ସମୟ ତେଣୁ ସେମାନଙ୍କଠାରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ । ଏହି ପରିବର୍ତ୍ତନଗୁଡ଼ିକ ମାଛର ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ । ମାଛ ପରଜୀବୀ ଏବଂ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି ଯାହା ଖାଇବା ଦ୍ୱାରା ମଣିଷଙ୍କଠାରେ ବ୍ୟାପିପାରେ ।ବର୍ଷାଋତୁ ସଂକ୍ରାମକ ରୋଗ ପାଇଁ ମଧ୍ୟ ଜଣାଯାଏ । ଆୟୁର୍ବେଦ ବିଶେଷଜ୍ଞ କୁହନ୍ତି ବର୍ଷାଋତୁରେ ଶରୀରର ରୋଗ ସହିତ ଲଢ଼ିବାର ଶକ୍ତି ଅର୍ଥାତ୍ ପ୍ରତିରକ୍ଷା ଶକ୍ତି କମିଯାଏ । ସଂକ୍ରାମକ ରୋଗ କେବଳ ମଣିଷ ନୁହେଁ ପଶୁମାନଙ୍କୁ ମଧ୍ୟ ଶିକାର କରିଥାଏ । ଏହି କାରଣରୁ ବର୍ଷାଋତୁରେ ଆମିଷ ଖାଇବା ଅନେକ ରୋଗକୁ ଡାକିପାରେ । ଆୟୁର୍ବେଦରେ ମୌସୁମୀରେ ହାଲୁକା ଏବଂ ଶାକାହାରୀ ଭୋଜନ ଖାଇବାକୁ କୁହାଯାଇଛି । ବର୍ଷାଋତୁ ମେଟାବୋଲିଜିମ୍ ଅର୍ଥାତ୍ ପାଚନ ଶକ୍ତିକୁ ଦୁର୍ବଳ କରିଥାଏ । ଆମିଷ ଖାଦ୍ୟକୁ ତାମସିକ ଭୋଜନ ବୋଲି ବିବେଚନା କରାଯାଏ ଯାହା ସହଜରେ ହଜମ ହୁଏ ନାହିଁ । ଯାହାଦ୍ବାରା ଶରୀର ଏହାକୁ ହଜମ କରିବା ପାଇଁ ଅଧିକ ପରିଶ୍ରମ କରେ । ପାଚନ ପାଇଁ ଶରୀର ଉପରେ ଅତିରିକ୍ତ ଚାପ ପଡ଼ିଲେ ଗ୍ୟାସ୍, ଅଜୀର୍ଣ୍ଣ, ଏସିଡିଟି ଏବଂ ଭାରିପଣ ଅନୁଭବ ହୋଇପାରେ । ପୂର୍ବରୁ ଦୁର୍ବଳ ହୋଇଥିବା ପ୍ରତିରକ୍ଷା ସିଷ୍ଟମ୍ ଅସୁବିଧା ବଢ଼ାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁସାରେ ମଦ ପିଇବା ପରେ ହେଉଥିବା ସଡ଼କ ଦୁର୍ଘଟଣାରେ ବୃଦ୍ଧି ଘଟିଛି । ଏହାର ସିଧାସଳଖ ପ୍ରଭାବ ସେହି ଲୋକମାନଙ୍କ ଉପରେ ମଧ୍ୟ ପଡ଼ିଛି, ଯେଉଁମାନେ ମଦ ପିଇ ନ ଥିଲେ କିନ୍ତୁ ମଦ ପିଇଥିବା ଗାଡ଼ି ଚାଳକର ଭୁଲର ଶିକାର ହୋଇଥିଲେ ।
ତେବେ ବର୍ଷର କେଉଁ ମାସ ହେଉ ନା କାହିଁକି ମଦ ଆମିଷ ଭଳି ତାମସିକ ଭୋଜନ ରୁ ଦୁରେଇ ରହିବା ଯଥା ସମ୍ଭବ ସମସ୍ତଙ୍କ ପକ୍ଷେ ହିତ l