ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ସାନଖେମୁଣ୍ଡିରେ ଝାଡ଼ାବାନ୍ତି ଆତଙ୍କ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ! ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କ ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜି ସକାଳେ ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ସୂଚନା ମିଳିଛି। ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀ ସ୍ଥାନାନ୍ତର ପାଇଁ ସମସ୍ୟା ସୃଷ୍ଟି ହେଉଥିବା ସୂଚନା ଦେଇଛନ୍ତି ସରପଞ୍ଚ । ଦିଗପହଣ୍ଡି ଉସ୍ତପଲି ଗାଁରେ ସାନଖେମୁଣ୍ଡିବ୍ଲକ୍ ପୋଡ଼ମାରି ଓ କଂସାମାରୀରେ ଡାଇରିଆ ଆତଙ୍କ ବଢ଼ିବାରେ ଲାଗିଛି। ପୂର୍ବରୁ ଦିଗପହଣ୍ଡି ସାନଖେମୁଣ୍ଡି ଓ ପାତ୍ରପୁର ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଫେରିଥିଲେ ୧୬୦ରୁ ଊର୍ଦ୍ଧ୍ୱ ରୋଗୀ । ବର୍ତ୍ତମାନ ପୁଣି ୩ ଜଣଙ୍କ ମୃତ୍ୟୁ ଓ ୪ ଗୁରୁତର ନେଇ ଭୟର ବାତାବରଣ ଦେଖବାକୁ ମିଳିଛି।