ଗଞ୍ଜାମ, ଦିଗପହଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି । ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି । ଗତ କିଛି ଦିନ ଧରି ବର୍ଷା ଲାଗି ରହିବା ଫଳରେ ଖାଦ୍ୟ ପେୟରେ ଅସ୍ଥିରତା ହେବା କାରଣରୁ ଝାଡା ବାନ୍ତି ହୋଇଥିବା ବେଳେ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି । ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁ ରେ ପହଞ୍ଚି ସଚେତନ କରାଇଛନ୍ତି ।ସେହିପରି ଗତ ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ପ୍ରକାଶ ରଇତ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା ।