ବ୍ରହ୍ମପୁର ( ଦ କୁଇଭର ):- ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ଲୁନା ମହାରଣାଙ୍କ ଆଜି ମଧ୍ୟାହ୍ନରେ ଅକାଳ ଦେହାନ୍ତ ଘଟିଛି। ସବୁ କିଛି ଠିକ ଥିବା ବେଳେ ହଠାତ୍ ହୃଦଘାତ ତାଙ୍କର ମୃତ୍ୟୁ ଘଟିଥିବା ଖବରେ ୱାର୍ଡ-୨୬ରେ ସ୍ତବ୍ଧ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ବୟସ ମାତ୍ର ୫୬ ବର୍ଷ ଥିଲା ।ଆଜି ମଧ୍ୟାହ୍ନ ସମୟରେ ଘରେ ଥିବାବେଳେ ହଠାତ୍ ସେ ଟଳି ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଶେଷ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି ।