ବ୍ରହ୍ମପୁର( ଦ କୁଇଭର ):- ପୁଣି ଚର୍ଚ୍ଚାରେ ଏମକେସିଜି । ରୋଗୀ ଚାଲାଣ, ଚିକିତ୍ସା ରେ ଅବହେଳା, ରାଗିଂ ପରି ଘଟଣା ଅନୁଷ୍ଠାନର ଚିତ୍ରକୁ ମଳିନ କରୁଥିବା ବେଳେ ସେହି ଫର୍ଦ୍ଦ ରେ ଯୋଡ଼ି ହୋଇଯାଇଛି ଅଧ୍ୟାପିକାଙ୍କ ଛାତ୍ରଛାତ୍ରୀଙ୍କୁ ଦେଉଥିବା ମାନସିକ ନିର୍ଯାତନା। ଦୁର୍ବ୍ୟବହାର ସହ ମାନସିକ ଅତ୍ୟାଚାରକୁ ନେଇ ବିଭାଗୀୟ କତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।
ସୂଚନାନୁସରେ ଏମକେସିଜି ମହାବିଦ୍ୟାଲୟ ଓ ଚିକିତ୍ସାଲୟ ସ୍ଥିତ ଶିଶୁ ବିଭାଗର ଜଣେ ଆସୋସିଏଟ ପ୍ରଫେସର ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବାର ଅଭିଯୋଗ ହୋଇଛି। ଏହି ବିଷୟରେ ଛାତ୍ରଛାତ୍ରୀ ମେଡିକାଲ ଅଧିକ୍ଷକ ଓ ଡିନ୍ନଙ୍କ ଜଣାଇଛନ୍ତି। ବାରମ୍ବାର ଏହିପରି କାର୍ଯ୍ୟକଳାପ ଦ୍ଵାରା ବିଦ୍ୟାର୍ଥୀଙ୍କ ସୈଖିକ ବାତାବରଣରେ ପ୍ରଭାବ ପଡୁଛି ଯାହା ଦ୍ଵାରା ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବା କତୃପକ୍ଷଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ୱାର୍ଡ ସମୟରେ ଉକ୍ତ ଅଧ୍ୟାପିକା ରୋଗୀଙ୍କ ପରିବାର ସାମ୍ନାରେ ଅସହଜ ଆଲୋଚନା କରୁଛନ୍ତି। ଅନେକ ବିଦ୍ୟାର୍ଥୀ ଦୁଶ୍ଚିନ୍ତା ସହ ମାନସିକ ସ୍ଥିତି ସନ୍ତୁଳିତ ଅବସ୍ଥାରେ ରହି ପାରୁନାହିଁ। ଏଣୁ ଏହି ଅଧ୍ୟାପିକାଙ୍କୁ କାର୍ଯ୍ୟରୁ ନିବୃତ କରାଇବା ପାଇଁ ଅନୁରୋଧ କରିଛନ୍ତି ବିଦ୍ୟାର୍ଥୀ । ଏହି ପ୍ରସଙ୍ଗରେ ଏମକେଶିଜି ଅଧିକ୍ଷକ ଡ.ଦୁର୍ଗା ମାଧବ ଶତପଥୀ କହିଛନ୍ତି, ଛାତ୍ରଛାତ୍ରୀ ଆଣିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ପ୍ରସଙ୍ଗ ସମ୍ପର୍କରେ ଡିନ୍ ଙ୍କ ସହ ଆଲୋଚନା କରିବୁ, ଆସନ୍ତାକାଲି ଅଭିଯୋଗ ପ୍ରକାରେ ବୈଠକ ଡାକି ସମାଧାନର ରାସ୍ତା ବାହାର କରିବୁ ବୋଲି ସୂଚନା ଦେଇଛନ୍ତି l