ବ୍ରହ୍ମପୁର( ଦ କୁଇଭର ):- ନିମଖଣ୍ଡି ଥାନା ଅନ୍ତର୍ଗତ ନିଳାଞ୍ଚଳ ନଗର ଅଞ୍ଚଳରେ ଏକ କୋଠରୀ ଭିତରୁ ମହିଳା ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ଅନୁଯାଇ ନିଳାଞ୍ଚଳ ନଗର ୫ ଲାଇନ୍ ଅଞ୍ଚଳରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ହରିଶଙ୍କର ରଥଙ୍କ ପତ୍ନୀ ମିନତୀ ରଥ (୫୬)। ସ୍ଵାମୀ ହରିଶଙ୍କର ଓ ଝିଅ କୌଣସି କାମରେ ଘର ସମ୍ମୁଖ ପଟୁ ତାଲାପକାଇ ବାହାରକୁ ଚାଲିଯାଇଥିଲେ।ତେବେ ଘର ତଳ ମହଲାରେ ରହୁଥିବା ଲୋକମାନେ ଛାତ ଉପରକୁ ଯାଇଥିବା ବେଳେ ପୋଡା ଗନ୍ଧ ବାରି ହେବା ସହ ଘରେ ନିଆଁ ଲାଗିଯାଇଥିବା ଜାଣି ପାରିଥିଲେ । ଏନେଇ ଗୃହ ମାଲିକଙ୍କୁ ଖବର ଦେବା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିଆଁ ଲାଗିଥିବା କାରଣ ଜଣା ପଡିନଥିବା ବେଳେ ତଦନ୍ତ ଜାରି ରହିଛି।