ଦ କୁଇଭର ବ୍ୟୁରୋ :- ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶେଷ ହୋଇଛି ବହୁ ଚର୍ଚ୍ଚିତ ଆଲାସ୍କା ଆଲୋଟନା । ପାଖାପାଖି ତିନି ଘଣ୍ଟା ଧରି ଚାଲିଥିଲା ଟ୍ରମ୍ପ-ପୁଟିନ କଥାବାର୍ତ୍ତା। ଆଲାସ୍କାରେ ଅନୁଷ୍ଠିତ ଏହି ୱାନ ଟୁ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ଥିଲା ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ବହୁ ପ୍ରତୀକ୍ଷିତ ଆଲୋଚନା ପରେ ଉଭୟ ରାଷ୍ଟ୍ରମୁଖ୍ୟ ଏହାକୁ ସରକାତ୍ମକ ଭାବେ ଦର୍ଶାଇଥିବା ବେଳେ, ସେମିତି କିଛି ନିସ୍କର୍ଷ ବାହାରି ନଥିବା ଜଣା ପଡ଼ିଛି । ଆଲୋଚନାକୁ ସକରାତ୍ମକ କହିଛନ୍ତି ପ୍ରେସିଡେଣ୍ଟ ଟ୍ରମ୍ପ। କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଆଲୋଚନାରେ ଅନେକ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଛି। ତେବେ କିଛି ସମସ୍ୟାର ସମାଧାନ ହୋଇପାରିନାହିଁ। ଆମେ କିଛି ସଫଳତା ପାଇଛୁ। ଆମେ ଚାହୁଁଛୁ ଏହା ସ୍ଥାୟୀ ଏବଂ ଦୀର୍ଘକାଳୀନ ସମାଧାନ। ତେବେ ସେତେବେଳ ପର୍ଯ୍ୟନ୍ତ କୌଣସି ଡିଲ ହୋଇ ପାରିବ ନାହିଁ, ଯେତେବେଳ ପର୍ଯ୍ୟନ୍ତ କୌଣସି ଡିଲ୍ ହୋଇଛି।