ଦ କୁଇଭର ବ୍ୟୁରୋ:- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ଟ୍ରମ୍ପଙ୍କ ପ୍ରତିକ୍ରିୟା । ପ୍ରଥମେ ଅସ୍ତ୍ରବରିତି ପାଇଁ କ୍ରେଡିଟ୍ ନେବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଆଗେଇ ଆସିବେ ବୋଲି କହିଛନ୍ତି । ଏହା ସହିତ ଦୁଇ ଦେଶ ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବେ ବୋଲି କହିଛନ୍ତି । ଯୁଦ୍ଧବିରତି ପାଇଁ ଦୁଇ ଦେଶ ଭାରତ ଏବଂ ପାକିସ୍ତାନକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ୨ ଦେଶ ସହ ବାଣିଜ୍ୟିକ କାରବାର ବଢ଼ାଇବ US କହିଲେ ଟ୍ରମ୍ପ । ଯୁଦ୍ଧବିରତି ନହୋଇଥିଲେ ଲକ୍ଷାଧିକ ପ୍ରାଣହାନୀ ହୋଇଥାନ୍ତା ବୋଲି ଲେଖିଛନ୍ତି ଟ୍ରମ୍ପ । ଐତିହାସିକ ନିଷ୍ପତ୍ତି ପାଇଁ ଆମେରିକା ସାହାଯ୍ୟ କରିଛି ବୋଲି ଲେଖିଛନ୍ତି । ମୁଁ ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱଙ୍କୁ ନେଇ ବହୁତ ଗର୍ବିତ । ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ରହିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି ଏବଂ ବୁଝିଛନ୍ତି ଯେ ବର୍ତ୍ତମାନର ଆକ୍ରମଣକୁ ବନ୍ଦ କରିବାର ସମୟ ଯାହା ଅନେକ ମୃତ୍ୟୁ ଏବଂ ଧ୍ୱଂସର କାରଣ ହୋଇପାରିଥାନ୍ତା । ଲକ୍ଷ ଲକ୍ଷ ନିରୀହ ଏବଂ ଭଲ ଲୋକଙ୍କ ମୃତ୍ୟୁ ହୋଇପାରିଥାନ୍ତା ! ମୁଁ ଗର୍ବିତ ଯେ ଆମେରିକା ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତୁମମାନଙ୍କୁ ସହାୟତା କରିବାକୁ ସମର୍ଥ ହୋଇଛି । ମୁଁ ଏହି ଦୁଇ ମହାନ ଦେଶ ସହିତ ବାଣିଜ୍ୟ ବହୁତ ପରିମାଣରେ ବୃଦ୍ଧି କରିବାକୁ ଯାଉଛି । ଏହା ସହିତ, ମୁଁ ତୁମମାନଙ୍କ ସହ ମିଶି କାମ କରିବି ଯାହା ଦ୍ୱାରା ଆଗାମୀ "ହଜାର ବର୍ଷ" ପରେ କାଶ୍ମୀର ବିବାଦର ସମାଧାନ ହୋଇପାରିବ । ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ବଡ ବୟାନ । ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା । ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା । ଭାରତ-ପାକିସ୍ତାନ ବୁଦ୍ଧିମତା ଦେଖାଇଛନ୍ତି । ଏ ପ୍ରସଙ୍ଗରେ ଦୁଇ ଦେଶ ସହ କଥା ହେବି । ଭାରତ ଓ ପାକିସ୍ତାନର ନେତୃତ୍ୱକୁ ନେଇ ଗର୍ବିତ । ଉଭୟ ଦେଶ ସହ ବ୍ୟବସାୟ କାରବାର ବଢାଇବୁ । ତେବେ ଭାରତ ପୂର୍ବରୁ ଅନେକ ଥର ବିଶ୍ୱ ମଞ୍ଚରେ କହିସାରିଛି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ।