ଦ କୁଇଭର ବ୍ୟୁରୋ:- ଏଠି ଚାକିରୀ କମ, ଆଶାୟୀ ବେଶି... ଇମାନ୍ଦରୀ କମ, ବେଈମାନ ବେଶି...ଏଠି ପାଠ ପଢି ଚାକିରୀ କରିବା ନୁହଁ, ମୋଟା ଅଙ୍କ ଦେଇ ଚାକିରୀ ହାତାଓ ନୀତି... କେତେବେଳେ ପ୍ରଶ୍ନପତ୍ର ଲିକ ତ ଆଉ କେତେବେଳେ ପଦବୀ ଉଭାନ...ସତେ ଯେମିତି ସରକାରୀ ଚାକିରୀ ସାତ ସପନ
ଦର୍ଶକ ବନ୍ଧୁ,ଗ୍ରାଉଣ୍ଡ ଜିରୋ ଠୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି/ ଭ୍ରଷ୍ଟାଚାର/ ହିଂସା/ ଅରାଜକତା /ଅପରାଧ, ଏଠି ଅପରାଧୀକୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଫୁଲମାଳ ପକାଇ ବଡ଼ ବଡ଼ ଆସନ ଦିଆଯାଉଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୫ ମାସର ବିଜେପି ସରକାର ଆସିଲାଣି ତଥାପି ଉନ୍ନତି ସତେ ଯେମିତି ସାତ ଦରିଆ ପାରିରେ l ଲୋକଙ୍କ ପାଦ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିଦେବେ , ଲମ୍ବା ଲମ୍ବା ପଏଣ୍ଟ ଇସ୍ତାହାରରେ ରଖି,ଭୋଟ ଦିଅନ୍ତୁ ଆଉ ଦେଖନ୍ତୁ ଏ ସରକାର ଆପଣଙ୍କ ପାଇଁ କ'ଣ କରୁଛି,ଏସବୁ ଫିଲ୍ମ ଡ୍ରାମା ଭଳି ଲାଗିଲେ ମଧ୍ୟ ନିରାଟ ସତ୍ୟ କଥା l ଏଠି କୁଜିନେତା ଠୁ ଆରମ୍ଭ କରି ବଡ଼ ବଡ଼ ନେତା ଓ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ କେବଳ ଆଉ କେବଳ ବାହାସ୍ପଟ ମାରିବାରେ ବ୍ୟସ୍ତ କିନ୍ତୁ କାମ..... ଜିରୋ l
ଵିକାଶର ଆର ପାରିରେ ସତେ ଯେମିତି ଭାରତ ଆଉ ବିଶେଷ କରି ଓଡିଶା l ଦିନ କେଇଟାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ, ଯେପରିକି ବିହାରରେ ଏବଂ ଓଡିଶାର ନିମାପଡାରେ l 'ଭୋଟ ଚୋର, ଗଦି ଛୋଡ' ନାରା ଦେଉଥିବା କଂଗ୍ରେସ ବିହାରରେ ନିଜ କାୟା ବିସ୍ତାର କରିଥିବା ବେଳେ ବିଜେପି ମଧ୍ୟ ତୁହାକୁ ତୁହା ବିହାରକୁ ଆପଣଇବାପାଇଁ ସବୁ ରଣନୀତି,କଳ ବଳ କୌଶଳ ଲଗାଇବାରେ ଲାଗିଛି l
ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ଲାଲୁ ନନ୍ଦନ ତେଜସ୍ୱୀ ଯାଦବ,ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବିହାରର ପ୍ରତ୍ୟେକ ପରିବାର ଯାହାଙ୍କ ପାଖରେ ସରକାରୀ ଚାକିରି ନାହିଁ,ସେମାନଙ୍କୁ ସରକାରୀ ଚାକିରି ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ ଏବଂ ୨୦ ମାସ ଭିତରେ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି l
ଏପରି ବଡ଼ ବଡ଼ ଇସ୍ତାହାର ପ୍ରତିଶୃତି ଓଡିଶା ସମେତ ସବୁ ରାଜ୍ୟ ଶୁଣିଛି ଆଉ ପରବର୍ତୀ ମୁହୂର୍ତ୍ତରେ କ'ଣ କ'ଣ ହେଉଛି, ଇତିହାସ ସାକ୍ଷୀ ଅଛି l ନିର୍ବାଚନ ସରିବା ପରେ ଯଦି ସରକାର ଗଢନ୍ତି ତାହେଲେ ମନେ ରଖିବେ ତ ନିଜ ପ୍ରତିଶୃତି ନା ପୂର୍ବର ସବୁକିଛି ଭଳି ପାଣିର ଗାର କରିଦେବେ,ନା ଖାଲି ନିର୍ବାଚନୀ ବୈତରଣୀ ପାର ହେବାକୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତେଜସ୍ୱୀ ଯାଦବ l ତେବେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହେବ, ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ ରେ ଅନୁଷ୍ଠିତ ହେବ,ଆଉ ଏହାର ଫଳାଫଳ ଘୋଷଣା ହେବ ଆସନ୍ତା ନଭେମ୍ବର ୧୪ ରେ, ପରେ ସବୁ ସ୍ପଷ୍ଟ ହୋଇଯିବ ଯେ ବିହାରରେ କାହାର ଚାଲୁଛି ଶାସନ l