Join Us To Make A Difference

The Drops💧

କାଲି ନୂଆପଡାରେ ଭୋଟ

କାଲି ନୂଆପଡାରେ ଭୋଟ
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ସରିଲା ନୂଆପଡ଼ା ଉପନିର୍ବାଚନର ପ୍ରଚାର। ଦିନକ ପରେ ଭୋଟ୍ ଦେବେ ନୂଆପଡ଼ାବାସୀ । ବାଛିବେ ନିଜର ନୂଆ ବିଧାୟକ । ଏହି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ହୋଇଥିଲା । ଗୋଟିଏ ଉପନିର୍ବାଚନରେ ଏପରି ପ୍ରଚାର ଓ ପ୍ରତିଯୋଗିତା ଗତ ୧୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନି କହିଲେ ଭୁଲ ହେବ ନାହିଁ।ଅକ୍ଟୋବର ୬ରେ ନିର୍ବାଚନ ତାରିଖ ଘୋଷଣା ହେଲା। ନୂଆପଡ଼ାର ବିକାଶ କଥା କହି, ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ନଭେମ୍ବର ୩ରେ ବିଜେଡି ପାଇଁ ବିରୋଧୀ ଦଳ ନେତା ନବୀନଙ୍କ ପ୍ରଚାର ପରେ ନୂଆପଡ଼ା ବ୍ୟାଟଲରେ ଘନେଇଲା ବେଇମାନ ବିବାଦ। ନିର୍ବାଚନ ତାରିଖ ଘୋଷଣା ପରଠୁ, ପ୍ରଚାର ଶେଷ ମଧ୍ୟରେ ନୂଆପଡ଼ରେ ଚାଲିଲା ବିଜେପି ଓ ବିଜେଡି ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ । ଏବେ ସ୍ଥିତି ଏମିତି ଯେ କିଏ ଆଗରେ କିଏ ପଛରେ ସହଜରେ ଆକଳନ କରି ହେଉ ନାହିଁ ।ଯେଉଁଦିନ ତାରିଖ ଘୋଷଣା ହେଲା ସେହିଦିନ ନୂଆପଡ଼ା ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାରିଖ ଘୋଷଣାର ଠିକ୍ ପୂର୍ବରୁ ନୂଆପଡ଼ା ପାଇଁ ୧୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ବିକଶିତ ନୂଆପଡ଼ାରୁ ଆରମ୍ଭ ହୋଇଯାଇଥିଲା ବିଜେପିର କ୍ୟାମ୍ପେନ୍।ତାରିଖ ଘୋଷଣା ପରେ ପ୍ରାର୍ଥୀ ଘୋଷଣାରେ ଆଗରେ ଥିଲା କଂଗ୍ରେସ। ମାଟିର ପୁଅ, ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କଲା ଦଳ। ୨୦୧୯ ଓ ୨୦୨୪ରେ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ ଘାସିରାମ। ୨୦୨୪ରେ ଘାସିରାମ ସ୍ବାଧୀନ ଭାବେ ଲଢ଼ି ପ୍ରାୟ ୫୦ ହଜାର ଭୋଟ୍ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ମାତ୍ର ୧୫ ହଜାର ଭୋଟ୍। ତେଣୁ କଂଗ୍ରେସ ସହଜରେ ୬୦ ହଜାର ଭୋଟ୍ ପାଇବ ଏବଂ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କଲା।


ଅକ୍ଟୋବର ୧୧ରେ ଆସିଲା ପ୍ରଥମ ବଡ଼ ରୋଚକ ମୋଡ଼। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବାର ଥିଲା। କିନ୍ତୁ ନୂଆ ଚାଲ୍ ଚଳାଇଲେ ଜୟ ଢୋଲକିଆ। ପଦ୍ମ ଧରି ବିଜେପି ପ୍ରାର୍ଥୀ ହେଲେ। ଏହାପରେ ବିଜେଡ଼ିକୁ ପ୍ରାର୍ଥୀ ଖୋଜିବା ପାଇଁ କସରତ କରିବାକୁ ପଡିଲା। ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କା ପ୍ରାର୍ଥୀ କଲା ବିଜେଡି।ନଭେମ୍ବର ୩। ନୂଆପଡ଼ା ନିର୍ବାଚନ ପ୍ରଚାରରେ ଆସିଲା ବଡ଼ ପରିବର୍ତ୍ତନ। କୋମନାରେ ପ୍ରଚାର କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପି ସରକାରରେ ବିକାଶ କାମ ଠପ୍ ହୋଇଛି କହିଲେ। ଏହାସହ ଭୋଟ୍ ଚୋରି ଓ ପ୍ରାର୍ଥୀ ଚୋରି କଥା ଉଠାଇଲେ ନବୀନ। ଜୟ ଢୋଲକିଆଙ୍କୁ ଆକ୍ଷେପ କରି ବିଜେଡି ଓ ମୋ ପ୍ରତି ବେଇମାନୀ ହୋଇଥିବା କହିଲେ। ଲୋକେ ନଭେମ୍ବର ୧୧ରେ ବିଶ୍ୱାସଘାତର ଜବାବ ଦେବେ ବୋଲି କହିଥିଲେ ନବୀନ l ତାଙ୍କ ଏହି ଭାଷଣ, ନୂଆପଡ଼ା ଉପନିର୍ବାଚନ ପ୍ରଚାର ଗଣିତର ସମୀକରଣ ଓଲଟ ପାଲଟ ହୋଇଗଲା। ନଭେମ୍ୱର ୬ରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ କହିଥିଲେ, ଜୟ ଢୋଲକିଆ ବିଜେପିରେ ମିଶିବାକୁ ନେଇ ନବୀନଙ୍କ ମୁହଁରେ ବେଇମାନୀ ଶବ୍ଦ ଶୋଭା ପାଏ ନାହିଁ। ଏହାସହ ପୂର୍ବ ବର୍ଷ ଗୁଡିକରେ ବିଜେଡି ବିରୋଧୀ ପାର୍ଟିର ନେତାଙ୍କୁ ଆଣି ଦଳରେ ମିଶାଇଥିବା କଥା ମନେ ପକାଇ ଦେଲେ ମୋହନ ମାଝୀ। ବିଜେପୁର, କାକଟପୁର ଓ ନର୍ଲାର ଉଦାହରଣ ଦେଇଥିଲେ ମୋହନ।ନଭେମ୍ୱର ୭ରେ ଖରିଆର ରୋଡ୍ ଓ ନୂଆପଡ଼ାରେ ରୋଡ୍ ଶୋ କଲେ ନବୀନ। ପାରକୋଡ ଜନସଭାରୁ ପୁଣି ଉଠାଇଲେ ବେଇମାନ ପ୍ରସଙ୍ଗ। ବିଜେଡି ସହ ଓ ତାଙ୍କ ସହ କିଭଳି ବେଇମାନୀ କରାଗଲା ତାକୁ ନେଇ ପୁଣି କଡ଼ା ଆକ୍ଷେପ କରିଥିଲେ। ନଭେମ୍ବର ୮ରେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ପ୍ରଚାର ଶେଷ ବେଳକୁ ନବୀନ ଭିଡିଓ ବାର୍ତ୍ତାରେ ବିଜେପିକୁ ବିକାଶ ବିରୋଧୀ କହି, ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ ବୋଲି କହିଥିଲେ।

Comments

Leave a Comment

Comments

No comments yet.

Accident

ମାର୍ଲବା ଘାଟିରେ ଦୁର୍ଘଟଣା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆର. ଉଦୟଗିରି ପଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ହିଟାଚି ବୋଝେଇ ଟ୍ରକ ମାର୍ଲବା ଘାଟିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାହାଡ଼କୁ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା l ଫଳରେ ଟ୍ରକ୍ ଉପରେ ଲଦା ହୋଇଥିବା ହିଟାଚି ଡ୍ରାଇଭର କ୍ୟାବିନ ଉପରକୁ ମାଡ଼ିଯାଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଟ୍ରକରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣାସ୍ଥଳରେ ରାୟଗଡ଼ ପୁଲିସ, ରାୟଗଡ଼ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି l



Politics

ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

Crime

ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି । ଆଜି ତାହାର ଶୁଣାଣି ଅଛି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ ଲାବ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍ ଟେଷ୍ଟ କରିବ କ୍ରାଇମ୍ ବ୍ରାଞ୍ଚ୍। କୋର୍ଟଙ୍କ ଅନୁମତି ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡ ରେ ନେଇଥିଲା ।

Shree Jagannath

ଆଜି ପ୍ରଥମାଷ୍ଟମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

State

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର SP

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡିଶା ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମାମଲାର ଆଜି ହୋଇଛି ଶୁଣାଣି, ଯେଉଁଥିରେ ଉପସ୍ଥିତ ରହି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ବ୍ୟକ୍ତିଗତ ହlଜର ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଲାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବାବେଳେ ଏଭଳି ମନ୍ତବ୍ୟ ନଦେବାକୁ ଏସପିଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।

Weather

ଜାଡ଼ରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାଡ଼ରେ ଥରୁଛି ଓଡ଼ିଶା,ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି (ବୁଧବାର) ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ (Cold Wave) ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।