Banner Ad

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ୍

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ୍
Published by : Jyotshna Kumari
#Shree Jagannath
May 31, 2025, 9:27 AM

ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।


ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି l ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ l ପରିବେଶ ସୁରକ୍ଷା ଜୀବନ ରକ୍ଷା l ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ତେଣୁ "ସବୁଦିନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରିସମାପ୍ତି କରିବା" ଲକ୍ଷ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l


ଏହି ଅବସରରେ "ବନ୍ୟ ଜନ୍ତୁ ସୁରକ୍ଷା ଆଇନ " ଏବଂ " ପରିବେଶ ସୁରକ୍ଷା ଆଇନ " ସମ୍ବଦ୍ଧରେ ସଚେତନତା ସହ ବୃକ୍ଷରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସଡିଜେଏମ ଶ୍ରୀ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ସବିତା ସାହୁକାର,ଏସିଏଫ ବ୍ରହ୍ମପୁର ସଶ୍ମିତା ବିଶ୍ୱାଳ, ଫରେଷ୍ଟର ସୁମିତ୍ରା କୁମାରୀ ଭୂୟାଁ, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ରାଣୀ ପାଢ଼ୀଙ୍କ ସମେତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ରହିଥିଲେ l

State

ଆଜିଠୁ ଆହୁରି ବଢ଼ିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜିଠୁ ଆହୁରି ବଢ଼ିବ ତାତି । ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି,ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ତାତି ଓ ଆର୍ଦ୍ରତା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ସମେତ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର l

National,Health & lifestyle

କରୋନା ଦେଶରେ ୪ହଜାର ପାର,୨୪ ଘଣ୍ଟାରେ ୪ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।


ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।

Shree Jagannath

ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

Blog Thumbnail

ପୁରୀ( ଦ କୁଇଭର):- ପୁରୀରେ ୨୭ ଜୁନ୍, ୨୦୨୫ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରଥଯାତ୍ରାର ପ୍ରସ୍ତୁତି ପାଇଁ, ସୋମବାର କଟକର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ସୁଗମ ଏବଂ ସୁରକ୍ଷିତ ଭାବରେ ସମ୍ପନ୍ନ ହେବା ପାଇଁ ବ୍ୟାପକ ସୁରକ୍ଷା ଏବଂ ପ୍ରଭାବଶାଳୀ ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଡିଜିପି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନିରନ୍ତର ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।


ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ପ୍ରମୁଖ ରୀତିନୀତିଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ସମୀକ୍ଷା କରାଯାଇଥିଲା:

ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା

ଜୁନ୍ ୨୬ରେ ନବ ଯୌବନ ଦର୍ଶନ

ଜୁନ୍ ୨୭ ତାରିଖରେ ରଥଯାତ୍ରା

ଜୁଲାଇ ୧ ରେ ହେରା ପଞ୍ଚମୀ

ଜୁଲାଇ ୪ ରେ ସନ୍ଧ୍ୟା ଦର୍ଶନ

ଜୁଲାଇ ୫ ରେ ବାହୁଡା ଯାତ୍ରା

ଜୁଲାଇ ୬ ରେ ସୁନାବେଶ

୭ ଜୁଲାଇରେ ଅଧର ପଣା

ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ

ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ।


ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ। ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିୟୋଜନ, ରଣନୈତିକ ସ୍ଥାନରେ ସିସି କ୍ୟାମେରା ସ୍ଥାପନ ଏବଂ ରାସ୍ତା ଡିଭାଇଡର୍, ଡେଲିନେଟର ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ସହିତ ଟ୍ରାଫିକ୍ ପରିଚାଳନା ଯୋଜନା ସମେତ ବିଭିନ୍ନ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ପୁଲିସ ନିୟମିତ ବେଳାଭୂମି ପାଟ୍ରୋଲିଂ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଇଛି। ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଭଳି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବିଘ୍ନ ସୁରକ୍ଷା କଭରେଜ ପାଇଁ ଆରପିଏଫ ସହିତ ଘନିଷ୍ଠ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ହୋଇଥିବା ଅତିରିକ୍ତ ସୁରକ୍ଷା ପଦକ୍ଷେପ ମଧ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ହୋଟେଲ ଏବଂ ଲଜ୍ ଯାଞ୍ଚ, କେ-୯ ସ୍କ୍ୱାଡ୍ ମୁତୟନ ଏବଂ ଦଳାଚକଟା ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଭିଆଇପିଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ବ୍ୟବସ୍ଥା, ପୁଲିସ କର୍ମଚାରୀଙ୍କ ପାଇଁ ରହିବା ସୁବିଧା, ବ୍ୟାରିକେଡିଂ, ଶୃଙ୍ଖଳିତ ଯାନବାହାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।


ଏହି ବୈଠକରେ ନିର୍ଦ୍ଦେଶକ ଆରପି କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସକେ ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା, ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଏଡିଜି ରାଜେଶ କୁମାର, ଆଇଜି ଏସ. ପ୍ରବୀଣ କୁମାର, ଆଇଜି ଡକ୍ଟର ଦୀପକ କୁମାର, ଆଇଜି ଅନୁପ କୁମାର ସାହୁ, ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଚରଣ ସିଂହ ମୀନା, ଡିଆଇଜି ଡକ୍ଟର କନୱର ବିଶାଲ ସିଂହ, ଡିଆଇଜି ପିନାକ ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍‌ପି ବିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

State

ଦିନରେ ଗୁଳୁଗୁଳି, ଅପରାହ୍ଣରେ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ସହ ଦିନରେ ଗରମ, ଅପରାହ୍ଣରେ ବର୍ଷା ଦେଖିବାକୁ ମିଳୁଛି । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।

State

୨୦୨୭ ମାର୍ଚ୍ଚ ପହିଲାରୁ ହେବ ଜନଗଣନା

Blog Thumbnail

ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୫ ବର୍ଷ ର ବ୍ୟବଧାନ ପରେ ୧ ମାର୍ଚ୍ଚ ୨୦୨୭ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜାତିଗତ ଗଣନା କରାଯିବ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଜନଗଣନା ଆଇନ-୧୯୪୮ ଏବଂ ଜନଗଣନା ନିୟମ-୧୯୯୦ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଗତ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଜାତିଗତ ଜନଗଣନାରେ ସ୍ୱଚ୍ଛତା ଏବଂ ନିରନ୍ତରତା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଏ ବାବଦ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ରାଜ୍ୟ ପୂର୍ବରୁ ସ୍ୱଚ୍ଛ ପ୍ରକ୍ରିୟାରେ ଜାତିଗତ ସର୍ଭେ କରିଛନ୍ତି, କିନ୍ତୁ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ। ଏହି ଅସଙ୍ଗତି ସନ୍ଦେହ ସୃଷ୍ଟି କରିଛି ଏବଂ ସାମାଜିକ ସଦ୍‌‌ଭାବନାକୁ ଖରାପ କରିବା ଆଶଙ୍କା ଥିବାରୁ ଏ ଦିଗରେ ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ଜାତିଗତ ଜନଗଣନା କରାଯିବାକୁ ବୈଷ୍ଣବ ଗୁରୁତ୍ବାରୋପ କରିଥିଲେ।


୨୦୧୧ ପରେ ଭାରତ ଏବେ ପ୍ରଥମ ଜନଗଣନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାତିଗତ ଜନଗଣନା ଘୋଷଣା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଶେଷ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା- ଏପ୍ରିଲରୁ ସେପ୍ଟେମ୍ବର ୨୦୧୦ ପର୍ଯ୍ୟନ୍ତ ଗୃହ ତାଲିକାକରଣ ଓ ଗୃହ ଜନଗଣନା ଏବଂ ଫେବୃଆରି ୨୦୧୧ରୁ ଜନସଂଖ୍ୟା ଗଣନା ହୋଇଥିଲା। ୨୦୨୧ ଜନଗଣନା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଆଗାମୀ ଜନଗଣନାରେ ଜାତିଗତ ତଥ୍ୟକୁ ଅନ୍ତର୍ଭୁକ୍ତ କରିବା ଏକ ଐତିହାସିକ ପଦକ୍ଷେପ ‌ହେବ। ବିଶେଷକରି ଭାରତରେ ଶେଷ ବ୍ୟାପକ ଜାତିଭିତ୍ତିକ ଗଣନା ୧୮୮୧ରୁ ୧୯୩୧ ମଧ୍ୟରେ ବ୍ରିଟିସମାନେ କରିଥିଲେ। ୟୁପିଏ ସରକାରଙ୍କ ଅଧୀନରେ ୨୦୧୧ରେ ହୋଇଥିବା ସାମାଜିକ-ଅର୍ଥନୈତିକ ଓ ଜାତିଗତ ଜନଗଣନା (ଏସ୍‌ଇସିସି)ରେ ଜାତିଗତ ତଥ୍ୟ ସଂଗ୍ରହ କରାଯାଇଥିଲା, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କିମ୍ବା ବ୍ୟବହାର କରାଯାଇ ନଥିଲା। ଆଗାମୀ ଜନଗଣନାରେ ସ୍ବତନ୍ତ୍ର ଭାବେ ଜାତିଗତ ସ୍ତମ୍ଭ ମଧ୍ୟ ରହିବ। ପ୍ରତ୍ୟେକ ଘରେ ପହଞ୍ଚିବା ପରେ ଜନଗଣନା କର୍ମୀମାନେ ସମସ୍ତଙ୍କ ଜାତି ପଚାରିବେ। ତୁଷାରପାତ ହେଉଥିବା ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବରରୁ ଜନଗଣନା ଆରମ୍ଭ ହେବ। ବାକି ରାଜ୍ୟ ଗୁଡ଼ିକରେ ଏହା ୨୦୨୭ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ।

National

ଆସାମରେ ବନ୍ୟା ସ୍ଥିତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଜଳ ପ୍ରଳୟ ଆଣିଛି । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ଆଉ ପାଣି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତା ନଈ ପାଲଟିଛି, ରାସ୍ତାରେ ଡଙ୍ଗା ଚାଲୁଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଆଉ ଏହି ବନ୍ୟାରେ ଆସାମରେ ଭୟାବହ ସ୍ଥିତି ଉପୁଜିଛି । ଆସାମର ଅନେକ ଗାଁ ଏବେବି ଜଳମଗ୍ନ । ବାହ୍ୟ ଜଗତ ଠାରୁ ସେସବୁ ଗାଁ ପୂରା ବିଚ୍ଛିନ୍ନ ହୋଇଛି । ପ୍ରାୟ ସାଢେ ୩ ଲକ୍ଷ ଲୋକ ଜଳବନ୍ଦୀ ଥିବା କୁହାଯାଉଥିବା ବେଳେ ସବୁଠାରୁ ବଡ଼ ଓ ଦୁଃଖର କଥା ଏଯାଏଁ ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିନି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି ।

National

ଦେଶରେ ୫ ହଜାର ଟପିଲା ଆକ୍ଟିଭ କେସ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ କରୋନାର ମାତ୍ରା ବଢିଥିବା ବେଳେ ଆଜି ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍ । ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ । ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୧୬୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଏୟାରପୋର୍ଟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି ।ନିୟମିତ ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜ ବ୍ୟବହାର ପରାମର୍ଶ ଦିଆଯାଇଛି । ଜ୍ବର, ଥଣ୍ଡା, କାଶ , ଗଳା ଯନ୍ତ୍ରଣା କିମ୍ବା ଶ୍ବାସକ୍ରିୟା ସମସ୍ୟା ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରନ୍ତୁ । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l କେରଳ ପରେ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ । ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ କେସ୍ । କୋଭିଡ ସଂକ୍ରମଣ ବଢୁଥିବାରୁ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ ହୋଇଛି । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

National

ବାହା ହେଲେ ପିନାକୀ ମିଶ୍ର

Blog Thumbnail

ଦ କୁଇଭର ବ୍ୟୁରୋ:- ବାହା ହେଲେ ବିଜେଡିର ପୂର୍ବତନ ପୁରୀ ଏମପି ପିନାକୀ ମିଶ୍ର ଓରଫ ପିନାକୀ ଭାଇନା । ଅତି ଅନ୍ତରଙ୍ଗ ବନ୍ଧୁମାନଙ୍କ ଗହଣରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୈତ୍ରଙ୍କୁ ବିବାହ କରିଛନ୍ତି । ମେ ୩ ତାରିଖ ଜର୍ମାନୀରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ୬୫ବର୍ଷ ବୟସ୍କ ପିନାକୀ ଭାଇନାଙ୍କ ବିବାହ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ସଂସଦରେ କ୍ୟାସ ଫର କ୍ୱରି ଅଭିଯୋଗରେ ଉଭୟଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ତାଙ୍କ ପାଇଁ ନବୀନଙ୍କ ଦେହରେ କଳଙ୍କ ବି ଲାଗିଥିଲା । ସେତେବେଳେ ମହୁଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଏବେ ସବୁ ଚର୍ଚ୍ଚା ସରିଲା । ପିନାକୀ ଭାଇନା ମହୁଆଙ୍କ ସ୍ୱାମୀ ହେଲେ । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଶୋରେ ଚର୍ଚ୍ଚା ଚାଲିଛି ।


ପିନାକୀ ଉଭୟ ରାଜନୀତି ଓ ଓକିଲାତିରେ ବେଶ ଧୁରନ୍ଧର । ୫ଥର ଏମପି ଭାବେ ଲୋକସଭାକୁ ଯାଇଛନ୍ତି ପିନାକୀ । ରାଜନୈତିକ ପରିବାରରୁ ଆସିଥିବା ପିନାକୀ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କେସି ପନ୍ଥଙ୍କ ନାତୁଣୀଙ୍କୁ ବିବାହ କରିଥିଲେ । ଦିଲ୍ଲୀ, ଲଣ୍ଡନ ସମେତ ବିଭିନ୍ନ ସ୍ଥାନରେ ଶହଶହ କୋଟିର ସମ୍ପତ୍ତି ତାଙ୍କର ରହିଛି । ତାଙ୍କ ରାଜନୈତିକ କ୍ୟାରିୟରେ ସର୍ବଦା ସହଯୋଗ କରିଥିବା ପତ୍ନୀଙ୍କୁ ଏବେ ଛାଡ଼ିଛନ୍ତି ପିନାକୀ । ରାଜନୀତି ଛାଡ଼ିବା ସହ ରାଜନୈତିକ କ୍ୟାରିୟରରେ ସହଗାମୀ ହୋଇଥିବା ପତ୍ନୀଙ୍କୁ ଛାଡ଼ି ବଙ୍ଗୀୟ ନେତ୍ରୀଙ୍କୁ ବିବାହ କରିଛନ୍ତି ।


ପିନାକୀ କାଳେ ବଙ୍ଗୀୟ ନେତ୍ରୀ ମହୁଆଙ୍କ ପ୍ରେମରେ ବହୁବର୍ଷରୁ ପଡ଼ିଥିଲେ । ଯାହାକୁ ନେଇ ପାରିବାରିକ ବାଦ ବିବାଦ ବି ଥିଲା । ଲୋକସଭାରେ କ୍ୟାସ ଫର କ୍ୱରି ବିବାଦରେ ମହୁଆ ଫସିବା ସହ ତାଙ୍କ ବନ୍ଧୁ ପିନାକୀ ବି ବିବାଦକୁ ଆସିଥିଲେ । ମାମଲା ଅଟକି ଯାଇଥିଲା, ପରେ ନିର୍ବାଚନରେ ସବୁ କିଛି ନୀରବ ହୋଇଗଲା । ନିର୍ବାଚନର ୧ବର୍ଷ ପରେ ଉଭୟ ମହୁଆ ଓ ପିନାକୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବେଶ ହସ ହସ ମୁହଁରେ ଉଭୟ ଉଭୟଙ୍କ ହାତ ଧରାଧରି ହୋଇ ବାହାରିଛନ୍ତି । ଦେଖାଯାଉ ବୁଢ଼ା ବୟସର ଏହି ବିବାହ କେତେଦିନ ଓ କିପରି ଯାଉଛି ?



State

ଯୋଜନାବଦ୍ଧ ହତ୍ୟା ଅଭିଯୋଗରେ ମହିଳା ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଚାଞ୍ଚଲ୍ୟ,ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ l ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଥାନା ଅଞ୍ଚଳ ସୁବାସ ନଗର ପ୍ରଥମ ଲାଇନ ବାସିନ୍ଦା ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ l ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ. ଏମ l


ସୂଚନା ପ୍ରକାରେ,ଗତ ୨୯ ତାରିଖ ପ୍ରାୟ ୩ ଟା ସମୟରେ ମୃତକ ହରିହର ସାହୁଙ୍କ ଝିଅ ମଧୁମିତା ସାହୁ ବି.ଏନ ପୁର ଥାନାରେ ଅଭିଯୋଗ କରିଥିଲେ, ଯେ ତାଙ୍କ ପିତା ସୁବାସ ନଗର ପ୍ରଥମ ଲେନରେ ଥିବା ଘରର ପ୍ରଥମ ମହଲାରେ ଏକା ରହୁଥିଲେ, ସେହି ମହଲାରେ ସୁଦେଷ୍ଣା ଜେନା ନାମକ ଜଣେ ବିଧବା ମହିଳା ଭଡ଼ା ଘରେ ରହୁଥିଲେ। ସେହି ଦିନ ସୁଦେଷ୍ଣା ଜେନା ସକାଳେ ଅଭିଯୋଗକାରୀଙ୍କ ଘରକୁ ଆସି ତାଙ୍କ ପିତା ଗୁରୁତର ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ MKCG, MCHରେ ଭର୍ତ୍ତି କରା ଯାଇଥିବା କହିଥିଲେ। ଅଭିଯୋଗକାରୀ ତାଙ୍କ ପୁଅ ଏବଂ ଝିଅ ସହିତ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ ଏବଂ ତାଙ୍କ ପିତାଙ୍କୁ ଗୁରୁତର ପୋଡ଼ି ଯାଇଥିବା ଦେଖିଥିଲେ. ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ SCB.କଟକକୁ ରେଫର କରାଯାଇଥିଲା। କଟକର ଏସସିବିରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ ହରିହର।


ଘଟଣା ଦିନ ରାତିରେ ପ୍ରାୟ ୨-୩ଟା ସମୟରେ ତାଙ୍କ ଉପରେ କେହି ଜଣେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାର ଦେଖିଥିଲେ ବୋଲି ୩୦ ତାରିଖରେ ହରିହର ତାଙ୍କ ଝିଅକୁ କହିଥିଲେ ବୋଲି ପୁଲିସ କହିଛି l ଆହତ ରୋଗୀ ହରିହର ସାହୁଙ୍କ ବୟାନକୁ ଆଧାର କରି ତଦନ୍ତ କରାଯାଇଥିଲା ଏବଂ ତଦନ୍ତରୁ ଜଣାପଡିଥିଲା ​​ଯେ ଘରର ତଳ ମହଲାରେ ରହୁଥିବା ମହିଳା ମୃତ ହରିହର ସାହୁଙ୍କୁ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିଛନ୍ତି। ହତ୍ୟା ପଛରେ ଉଦ୍ଦେଶ୍ୟ ହେଉଛି ହରିହରଙ୍କ ସମ୍ପତ୍ତି ହଡପ କରିବା l ମୃତକ ହରିହରଙ୍କ ସହ ଅଭିଯୁକ୍ତ ସୁଦେସ୍ନା ଜେନାଙ୍କ ଚାରି ପାଞ୍ଚ ବର୍ଷ ହେଲା ଶାରୀରିକ ସମ୍ପର୍କ ଥିଲା। ସୁଦେସ୍ନା ଜେନାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ହାଇଦ୍ରାବାଦରେ କାମ କରେ। ଯେତେବେଳେ ସୁଦେସ୍ନା ଜେନା ତାଙ୍କ ଝିଅ ଘରକୁ ଯିବାକୁ ଚାହୁଁଥିଲେ, ମୃତକ ତାଙ୍କୁ ବାଧା ଦେଉଥିଲେ ଏବଂ ତାଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଅଧିକାଂଶ ସମୟ ତାଙ୍କ ବିନା ଇଚ୍ଛାରେ ମୃତକ ତାଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରୁଥିଲେ। ଏହା ସହିତ, ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା. ମୃତକ ଜଣେ ଅବସରପ୍ରାପ୍ତ ସରକାରୀ ଆରଆଇ ଏବଂ ତାଙ୍କର ସମ୍ପତ୍ତି ଅଛି। ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ, ସୁଦେସ୍ନା ଜେନା ସୁଚିନ୍ତିତ ଭାବେ ମଧ୍ୟରାତ୍ରିରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଯୋଜନା କରିଥିଲେ l


ଅପରାଧର ପ୍ରମାଣ ହଟାଇବା ପାଇଁ ସେ ମୃତକଙ୍କ ମୋବାଇଲ୍ ଘର ଅଗଣାରେ ଥିବା କୂଅ ପାଖରେ ଫିଙ୍ଗି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ୍ କିରୋସିନ୍ ବୋତଲକୁ ମଧ୍ୟ ନିଆଁରେ ଫିଙ୍ଗି ଦେଇଥିଲେ. ପଡ଼ୋଶୀଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରିବାର ଅଭିନୟ କରିଥିଲେ l ଦୁଇଜଣ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ମୃତକଙ୍କୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୁକ୍ତ ଅଭିଯୋଗ କରିଥିଲେ କିନ୍ତୁ ତଦନ୍ତରେ ମିଛ ବୋଲି ଧରା ପଡିବା ପରେ ପୁଲିସ ସୁଦସନାଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l

State

ଆଇପିଏଲ୍ ଫାଇନାଲରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗସ୍ ଫାଇନାଲରେ ପ୍ରବେଶ କରିଛି। ଏବେ ପଞ୍ଜାବ କିଙ୍ଗସ୍ ଜୁନ୍ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସିଜିନ୍ ର ଫାଇନାଲ୍ ଖେଳିବା ଦେଖିବାକୁ ମିଳିବ। ଏହି ପରାଜୟ ସହିତ, ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଯାଇଛି। ଏହି ସିଜିନ୍ ସାରା ଚମତ୍କାର ପ୍ରଦର୍ଶନ କରିଥିବା ମୁମ୍ବାଇ କ୍ୱାଲିଫାୟର ୨ରୁ ଆଗକୁ ବଢ଼ିପାରି ନାହିଁ l ଏହି ମ୍ୟାଚ୍ ରେ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ଯାଏ। ଶ୍ରେୟସ୍ ତୃତୀୟ ଓଭରରେ କ୍ରିଜ୍ କୁ ଆସିଥିଲେ ଏବଂ ୧୯ ଓଭର ଶେଷ ପର୍ଯ୍ୟନ୍ତ କ୍ରିଜ୍ ରେ ରହି ତାଙ୍କ ଦଳକୁ ବିଜୟୀ କରାଇ ଫାଇନାଲ୍ ରେ ପହଞ୍ଚାଇଥିଲେ। ଏହା ସହିତ ପଞ୍ଜାବ ୧୧ ବର୍ଷ ପରେ ଆଇପିଏଲ୍ ର ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୪ ପରେ, ଏବେ ପଞ୍ଜାବ ଆଇପିଏଲ ୨୦୨୫ ରେ ଦ୍ୱିତୀୟ ଫାଇନାଲ୍ ଖେଳିବାର ଦେଖିବାକୁ ମିଳିବ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହା ସହିତ ଶ୍ରେୟସ ଆୟର ଆଇପିଏଲ ଇତିହାସରେ ୩ଟି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଏବେ ପଞ୍ଜାବ କିଙ୍ଗସକୁ ଆଇପିଏଲ ର ଫାଇନାଲରେ ପହଞ୍ଚାଇଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ କେକେଆର କୁ ୨୦୨୪ର ବିଜେତା ମଧ୍ୟ କରାଇଛନ୍ତି।

State

ଗଞ୍ଜାମରେ ଲଜ୍ଜା : ବରଯାତ୍ରୀ ଶୋଭାଯାତ୍ରାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ ଘଟିଛି ଦୁଷ୍କର୍ମ । ୪ ତାରିଖରେ ଥାନାରେ ଏତଲା ହୋଇଛି । ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବାବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ଯାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି I


ସୂଚନାନୁଯାୟୀ, ନାବାଳିକାଦ୍ବୟ ବୁଧବାର ରାତିରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ଵୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ନାବାଳିକାଦ୍ବୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି l ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି।

Health & lifestyle,State

କୋରାପୁଟ ବଡ଼ଡାକ୍ତରଖାନାରେ ବଡ଼ ବିଭ୍ରାଟ: ଇଞ୍ଜେକ୍ସନ୍‌ ନେଇ ୬ ରୋଗୀ ମୃତ

Blog Thumbnail

କୋରାପୁଟ( ଦ କୁଇଭର ):- କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିରାଟ ବିଭ୍ରାଟ। ଇଞ୍ଜେକ୍ସନ ନେବାପରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ସୁଦ୍ଧା ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏତେ ବଡ଼ ଘଟଣା ଘଟିବା ସତ୍ତ୍ବେ କେହି ମୁହଁ ଖୋଲୁନାହାନ୍ତି। ଚିକିତ୍ସା ତଥା ଇଞ୍ଜେକ୍ସନ ବିଷୟରେ ଆଦୌ କିଛି କହୁନାହାନ୍ତି। ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ୫ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ଫୁଲମତି ମାଝୀ କର୍କଟ, ସେମିଳିଗୁଡ଼ାର ସୁପ୍ରା ମାଝୀ ଏବଂ ଋକ୍ମିଣୀ ପେଣ୍ଠିଆ ଛୁରାମାଡ଼ ପରେ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିଲେ। ସେହିପରି କୋଟପାଡ଼ର ଜଗନ୍ନାଥ ପୂଜାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ସର୍ଜରି ବିଭାଗର ଆଇସିୟୁରେ ରଖାଯାଇଥିଲା।


ସାଧାରଣ ସର୍ଜରି ୱାର୍ଡରେ ଭଗବାନ ପରିଜା ଏବଂ ବଟି ଖରାଙ୍କ ଚିକିତ୍ସା ଚାଲିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବାର ପ୍ରାୟ ଦୁଇ ଘଣ୍ଟା ପରେ ସୁପ୍ରା, ଋକ୍ମିଣୀ, ଫୁଲମତୀଙ୍କ ସହ ଭଗବାନ ଓ ବଟିଙ୍କ ମୃତ୍ୟୁ ହୋଇଥିଲା। ଆଜି ଭୋର ସମୟରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଞ୍ଜେକ୍ସନ ନେବାର କିଛି ଘଣ୍ଟା ପରେ ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ସଂପର୍କୀୟ ପ୍ରବଳ ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଭୁଲ୍‌ ଇଞ୍ଜେକ୍ସନ୍‌ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ପହଞ୍ଚି ୪ ରୋଗୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟ ଦୁଇ ରୋଗୀଙ୍କ ମୃତଦେହ ପରିବାର ଲୋକ ନେଇଯାଇଥିବା ସୂଚନା ମିଳିଛି। ମେଡିକାଲ ଅଧୀକ୍ଷକ ତଥା ଡିନ୍ ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରାଥମିକ ତଦନ୍ତ ପରେ ଡାକ୍ତର କିମ୍ବା ନର୍ସଙ୍କ ଦ୍ବାରା କୌଣସି ଅବହେଳା ହୋଇନଥିବା କହିଛନ୍ତି। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୋଟକଲ୍‌ ଅନୁସାରେ ହିଁ ଇଞ୍ଜେକ୍ସନ ଦିଆଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଡିଏମ୍‌ଇଟି ତଦନ୍ତ ଲାଗି ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜର ୨ଜଣ ସର୍ଜରି ପ୍ରଫେସର, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ସର୍ଜରି, ଜଣେ ଭେଷଜ ଓ ଜଣେ ନିଶ୍ଚେତକ ବିଶେଷଜ୍ଞ ଏହି ଟିମ୍‌ରେ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତଦନ୍ତ ଟିମ୍‌ ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯିବ। ଡାକ୍ତର ଲେଖିଥିବା ଇଞ୍ଜେକ୍ସନ ହିଁ ରୋଗୀଙ୍କୁ ନର୍ସ ଦେଇଛନ୍ତି। ସମସ୍ତ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।


ତେବେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଡିଓ ଦେବାଶିଷ ଗୌଡ଼, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ପିଡି ଡୁଡା ତପନ କୁମାର ନାୟକ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ପ୍ରମୁଖ ପହଞ୍ଚି ରେଡ୍‌କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ପୂର୍ବତନ ବିଧାୟକ ନିମାଇ ସରକାର ଓ କଂଗ୍ରେସ ସମ୍ପାଦକ ରୁପକ ତୁରୁକ ଡାକ୍ତରଖାନା ମୁଖ୍ୟ ଫାଟକ ନିକଟରେ କିଛି ସମୟ ଧାରଣାରେ ବସିଥିଲେ। ଅଧୀକ୍ଷକ ପହଞ୍ଚି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଂଜନ ସେଠୀ ଓ କାଉନ୍‌ସିଲର ଡିନ୍‌ଙ୍କ ସହ ଆଲୋଚନା କରିବା ପରେ ମୃତକଙ୍କ ପରିବାରକୁ ସାକ୍ଷାତ କରିଥିଲେ।

National

ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟିତ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରୁଛି। କାଶ୍ମୀରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍‌ ‘ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଏକ ଦୃଢ଼ ବାର୍ତ୍ତା ଦେଇଛି ଯେ ତାଙ୍କ ସରକାର ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଚେନାବ ସେତୁ ଉଦ୍‌ଘାଟନ କରିବାର କିଛି ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ହଲାଇ ସେତୁ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ।


ଚେନାବ ସେତୁ ୨୭୨ କିଲୋମିଟର ଦୀର୍ଘ ୟୁଏସ୍‌ବିଆର୍‌ଏଲ୍‌ ପ୍ରକଳ୍ପର ଏକ ଅଂଶ, ଯାହାର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୩୬ଟି ଟନେଲ୍‌ (୧୧୯ କିଲୋମିଟର) ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଓ ଦେଶର ବାକି ଅଞ୍ଚଳ ମଧ୍ୟରେ ସର୍ବକାଳୀନ, ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ। ୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଓ ଇଞ୍ଜିନିୟରିଂର ଚମତ୍କାର। ନଦୀଠାରୁ ୩୫୯ ମିଟର ଉଚ୍ଚ, ପ୍ୟାରିସ୍‌ ଆଇଫିଲ୍‌ ଟାୱାରଠାରୁ ୩୫ ମିଟର ଉଚ୍ଚ ଏବଂ ଦିଲ୍ଲୀ କୁତବମିନାରଠାରୁ ପ୍ରାୟ ୫ ଗୁଣ ଉଚ୍ଚ ଏହି ପୋଲରେ ୨୮,୬୬୦ ମେଗାଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଯାହା ଉଭୟ ଶୂନ୍ୟ ତାପମାତ୍ରା ଓ ଅତ୍ୟଧିକ ଉତ୍ତାପକୁ ସହ୍ୟ କରିବାରେ ସକ୍ଷମ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ପ୍ରଧାନମନ୍ତ୍ରୀ ଅଞ୍ଜି ନଦୀରେ ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ସେତୁ-ଅଞ୍ଜି ଖଡ଼ ସେତୁକୁ ଉଦ୍‌ଘାଟନ କରିଥିଲେ। ଅଞ୍ଜି ସେତୁ ନଦୀ ପତ୍ତନଠାରୁ ୩୩୧ ମିଟର ଉଚ୍ଚରେ ଥିବା ବେଳେ ଲମ୍ବ ୭୨୫ ମିଟର ରହିଛି। ଏଥିରେ ୯୬ଟି ହାଇ-ଟେନ୍‌ସିଲ (ଉଚ୍ଚ ତନ୍ୟତାଯୁକ୍ତ) କେବୁଲ ରହିଛି। ଏହି ପୋଲ ମାତ୍ର ୧୧ ମାସରେ ସମ୍ପୂର୍ଣ୍ଣ ହୋଇଥିଲା।

National

ଚେନାବ ରେଳ ସେତୁର ଲୋକାର୍ପଣ କରିବେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏହି କାରଣରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଜି ଜମ୍ମୁ କାଶ୍ମୀରରେ ବିକାଶ ଏବଂ ସଂଯୋଗୀକରଣର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଏବଂ ଦେଶର ପ୍ରଥମ କେବୁଲ-ଷ୍ଟେ ଅଞ୍ଜି ସେତୁର ଉଦଘାଟନ କରିବେ। ଚମତ୍କାର ସ୍ଥାପତ୍ୟର ନିଦର୍ଶନ ଚେନାବ ରେଲ୍ ବ୍ରିଜ୍। ଯାହାକୁ ଆଜି ମୋଦି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସେତୁ ସହିତ, ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୧ ଟା ସୁଦ୍ଧା ବିଶ୍ୱର ସବୁଠାରୁ ଉଚ୍ଚ ସେତୁର ଉଦଘାଟନ କରିବେ। ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ। ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁର ଉଦଘାଟନ କରିବାର ଗୋଟିଏ ଘଣ୍ଟା ପରେ, ଅର୍ଥାତ୍ ଦିନ ୧୨ଟାରେ ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏନେଇ ରେଳବାଇ କହିଛି ଯେ, ଉଦୟପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ମୋଟ୍ ଲମ୍ବ ପ୍ରାୟ ୨୭୨ କିଲୋମିଟର। ଏବଂ ଏହାକୁ ନିର୍ମାଣ କରିବାରେ ୪୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ ୩୬ଟି ସୁଡ଼ଙ୍ଗ ଏବଂ ୯୪୩ ଟି ସେତୁ ମଧ୍ୟ ଅନ୍ତର୍ଭୁକ୍ତ।


ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଚେନାବ ନଦୀ ଉପରେ ନିର୍ମିତ ୧ କିଲୋମିଟରରୁ ଅଧିକ ଲମ୍ବା ରେଳ ସେତୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ନିର୍ମିତ, ଯାହା ଏଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ସେ କହିଛନ୍ତି ଯେ, ଏହି ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ପବନ ଏବଂ ଭୂକମ୍ପ ଜୋନ୍-V ସହ୍ୟ କରିପାରିବ। ଡିଆରଡିଓ ସହାୟତାରେ ଏହି ବ୍ରିଜ୍ କୁ ବ୍ଲାଷ୍ଟ ପ୍ରୁଫ୍ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୨୭ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହାର ଲମ୍ବ ୧୩୧୫ ମିଟର ଏବଂ ଏହି ପ୍ରକଳ୍ପ ଅଗଷ୍ଟ ୨୦୦୪ରେ ଆରମ୍ଭ ହୋଇଥିଲା।

State

ରାଜ୍ୟରେ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍‌ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।

State

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ମିଳିଲା ଅନୁମୋଦନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି l ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିକଶିତ ଓଡ଼ିଶା@ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ବ ଅଭିବୃଦ୍ଧି କରାଯିବ। ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।


ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି। ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ l ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଆଗାମୀ ୫ ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ସର୍ବମୋଟ ୬୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ଏଥି ପାଇଁ ଆଗାମୀ ୫ବର୍ଷରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ୍ ଓ ସ୍ପଲ ୱେ ନିର୍ମାଣ ପାଇଁ ୧୫୧ କୋଟି ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୬୨୬୦ ଏକର ଜମି ଜଳସେଚନ ହୋଇପାରିବ। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ମଂଜୁରୀ ହୋଇଛି।

State

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।


ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।



Education

ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ।ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ।ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।


ଏ ନେଇ ଆଣ୍ଟି ରେଗିଙ୍ଗ ସେଲ ରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କତୃପକ୍ଷ ଆଜି ଅପରାହ୍ନ ରେ ଏକ ଜରୁରୀ ବୈଠଜ ଡ଼ାକି ନେଇଛନ୍ତି ପଦକ୍ଷେପ।ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଅଧକ୍ଷ ତଥା ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର ।ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ ।ବୈଠକରେ କମିଟି ସଦସ୍ୟ ଯୋଗଦେଇ ତର୍ଜମା କରିବା ସହିତ ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।