Join Us To Make A Difference

The Drops💧

ରିଲିଫ କମିଶନରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରିଲିଫ କମିଶନରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଦକ୍ଷିଣ ଓଡ଼ିଶାର ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି।ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଜିଲ୍ଲାର ଅନେକ ସ୍ଥାନରେ ପାହାଡରୁ ମାଟି ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଫୁଲୁବାରେ ଲାଗିଛି ବଂଶଧାରା । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

Comments

Leave a Comment

Comments

No comments yet.

Politics,District

ମନୋନୀତ ସଦସ୍ୟଙ୍କୁ ସମ୍ବୋର୍ଦ୍ଧନା କଲା ଜିଲ୍ଲା ବିଜେଡି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶନିବାର ବ୍ରହ୍ମପୁର ଗଜପତି ନଗର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇଥିବା ଗଞ୍ଜାମ ଜିଲ୍ଲା ସୋସିଆଲ ମିଡ଼ିଆ କୋଅର୍ଡିନେଟର ,ଆଇଟି କୋଅର୍ଡିନେଟର ,ଷ୍ଟିରିଙ୍ଗ କମିଟି, ଇମ୍ପ୍ଲିମାଣ୍ଟସନ କମିଟି ର ସମସ୍ତ ସଦସ୍ୟଙ୍କୁ ସମ୍ବୋର୍ଧନ ଦିଆଯାଇଥିଲା l ଏହା ସହ ଗଞ୍ଜାମ ଜିଲ୍ଲାରେ ହେଉଥିବା ସାର କଳାବଜାରୀର ପର୍ଦାଫାର୍ସ କରିବା ସହ ପାତ୍ରପୁର ବ୍ଲକ ବାହୁଦା ନଦୀ ରେ ଘଟିଥିବା ଅଭାବନୀୟ ଘଟଣାରେ ୩ ଜଣଙ୍କ ଅକାଳ ଵିୟୋଗର ଉଚିତ ତଦନ୍ତ ସହ ଠିକ ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି ରଖି ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏଥିରେ ଗଞ୍ଜାମ ବିଜୁ ଜନତା ଦଳର ସମସ୍ତ ବରିଷ୍ଟ ନେତୃବୃନ୍ଦ ସହ ଯୁବ ଛାତ୍ର ଏବଂ ମହିଳା ଯୋଗଦେଇଥିଲେ l

Sports

ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଏବଂ ଟି-20 ଦଳ ଘୋଷଣା । ଭାରତୀୟ ଦଳର ନୂଆ ଏକଦିବସୀୟ ଅଧିନାୟକ ହେଲେ ଶୁଭମନ ଗିଲ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳକୁ ଫେରିଥିବା ବେଳେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଏପଟେ ଦୁର୍ଦ୍ଧର୍ଷ ବୋଲର ଜଶପ୍ରୀତ ବୁମରାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ଟି-20 ଏବଂ ଦିନିକିଆ ଦଳରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଓ୍ୱାଶିଂଟନ ସୁନ୍ଦରଙ୍କୁ ଟି-20ରେ ହାର୍ଦ୍ଦିକଙ୍କ ବଦଳରେ ସ୍ଥାନ ମିଳିଛି । ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏବଂ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-20 ସିରିଜ । ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଏହି ଦିନିକିଆ ଏବଂ ଟି-20 ସିରିଜ ଖେଳିବ । ଆଜି ଭାରତୀୟ କ୍ରିକେଟ ବୋର୍ଡ ଚୟନ କମିଟି ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କୁ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଭାବେ ଚୟନ କରାଯାଇଛି । ଅହମ୍ମଦାବାଦରେ ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଦିନିକିଆ ଏବଂ ଟି-20 ପାଇଁ ଖେଳାଳି ଚୟନ ହୋଇଛନ୍ତି ।

International

ଦାର୍ଜିଲିଂରେ ଭୟଙ୍କର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପଶ୍ଚିମବଙ୍ଗରେ ବର୍ଷା ବିତ୍ପାତ । ଶନିବାର ପଶ୍ଚିମବଙ୍ଗର ଦାର୍ଜିଲିଂ ସବଡିଭିଜନରେ ଭୂସ୍ଖଳନ । ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି । ଉତ୍ତର-ପଶ୍ଚିମବଙ୍ଗ ଅଞ୍ଚଳରେ ଭୟଙ୍କର ଭୁସ୍ଖଳନ ଘଟି ଗାଡି ଚଳାଚଳ ବାଧାପ୍ରାପ୍ତ । ପାହାଡର ଗଡ଼ାଣି ଅଞ୍ଚଳରେ ଥିବା ମିରିକ-ସୁଖିଆପୋଖରୀ ରାସ୍ତା ବନ୍ଦ । ପାଖାପାଖି ଅଞ୍ଚଳ ସହିତ ସଂଯୋଗ ବିଚ୍ଛିନ୍ନ ଏବଂ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ । ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ବିପତ୍ତିରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଦାର୍ଜିଲିଂରେ ଏକ ସେତୁ ଦୁର୍ଘଟଣାରେ ପ୍ରାଣହରାଇ ଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରିପ୍ରେକ୍ଷୀରେ ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ ।"ସେହିପରି ରାଷ୍ଟ୍ରପତି କହିଛନ୍ତି, "ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ଜୀବନହାନୀ ଘଟଣା ଦୁଃଖଦ। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ସଫଳତା ପାଇଁ ପ୍ରାର୍ଥନା କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।"ଦାର୍ଜିଲିଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ମିରିକରେ ଘଟିଥିବା ଭୂସ୍ଖଳନରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ଥିବା ଏକ ମୁଖ୍ୟ ବ୍ରିଜ ମଧ୍ୟ ଧୋଇ ହୋଇଯାଇଛି । ସୁଖିଆ ଅଞ୍ଚଳରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଉତ୍ତର-ପଶ୍ଚିମବଙ୍ଗ ଅଞ୍ଚଳରେ ପାହାଡ଼ିଆ ତଥା ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ପକ୍ଷରୁ କୁହାଯାଇଛି ।

Weather

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବଂଶଧାରା । ଏବେ କାଶୀନଗରରେ ୫୪.୧୬ ମିଟରରେ ପ୍ରବାହିତ ହେଉଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ଏବେ ବର୍ଷା କମିଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି । ଗତକାଲି ଖୋର୍ଦ୍ଧା ଓ ବାଲିଆପାଳରେ ବ୍ଲକରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ଏବେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।ଅନ୍ୟପଟେ ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଜି ସହ ଆସନ୍ତା ଦୁଇ ଦିନ ବିଜୁଳି ଘଡଘଡ଼ି ସହ ହାଲୁକା ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Crime

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସହର ଉପକଣ୍ଠ ଲାଠି ଠାରେ ଥିବା କର୍ତ୍ୟବ୍ୟ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ କୁମାର ପାଣିଗ୍ରାହୀ । ଅଶୋକକୁ ନିଶା ନିବାରଣ କେନ୍ଦ୍ରର ସଦସ୍ୟମାନେ ପିଟି ହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି lସେପଟେ ନିଶା ନିବାରଣ କେନ୍ଦ୍ର ଛାତରୁ ଡେଇଁ ମୃତ୍ୟୁ ହୋଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି l ଛାତରୁ ଡେଇଁ ଥିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ସି ସି ଟିଭି ଭିଡିଓ ପରିବାର ଲୋକଙ୍କୁ ଦିଆଯାଇଛି l ଏନେଇ ସଦର ଥାନା ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶବ ବ୍ୟବଛେଦ କରାଯାଇଛି l ସେପଟେ ମୃତ ଅଶୋକ କିଛି ଦିନ ପୂର୍ବରୁ ପାରିବାରିକ କଳହ ରୁ ନିଜ ବେକ କୁ କାଟି ଗୁରୁତର ହୋଇଥିଲେ l

Crime,National

ଛତିଶଗଡ଼ରେ ଏକକାଳୀନ ୧୦୩ ନକ୍ସଲ ଆତ୍ମସମର୍ପଣ

Blog Thumbnail

ଦ କୁଇଭର ବ୍ୟୁରୋ :- ନକ୍ସଲ ପ୍ରଭାବିତ ବିଜାପୁରରେ, ବିଜୟାଦଶମୀ ଦିନ ନକ୍ସଲବାଦ ସ୍ବରୁପ ରାବଣ ଉପରେ ପୋଲିସର ସବୁଠାରୁ ବଡ଼ ବିଜୟ ଦେଖିବାକୁ ମିଳିଛି। ଫଳପ୍ରଦ ହୋଇଛି, ଅପରେଶନ ପୁନା ମାର୍ଗମ (ପୁନଃଜୀବନ ମାଧ୍ୟମରେ ପୁନର୍ଜୀବନ) ଅଭିଯାନ। ଏହା ଦ୍ୱାରା ପ୍ରଭାବିତ ହୋଇ, ମୋଟ୍ 103 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀ ନକ୍ସଲମାନଙ୍କ ମଧ୍ୟରେ 1 କୋଟି 6 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ନକ୍ସଲ ମଧ୍ୟ ଅଛନ୍ତି। ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର ଯାଦବ ନକ୍ସଲମାନଙ୍କ ଆତ୍ମସମର୍ପଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଆତ୍ମସମର୍ପଣକାରୀ ନକ୍ସଲମାନଙ୍କ ମଧ୍ୟରେ ମୋଟ 103 ଜଣ ନକ୍ସଲ ଅଛନ୍ତି। ଏହି ନକ୍ସଲମାନଙ୍କ ମଧ୍ୟରୁ ଅଧିକାଂଶ ନକ୍ସଲ ସଂଗଠନରେ ବହୁତ ସକ୍ରିୟ ପଦବୀରେ ଥିଲେ। ଏଥିରେ ମୋଟ 49 ଜଣ ନକ୍ସଲ ଅନ୍ତର୍ଭୁକ୍ତ। ସେମାନଙ୍କ ସମସ୍ତଙ୍କ ଉପରେ ମୋଟ 1 କୋଟି 6 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଜାନୁଆରୀ 1, 2025 ପରଠାରୁ ମାଓ ଘଟଣାରେ ସମ୍ପୃକ୍ତ 421 ଜଣ ମାଓବାଦୀଙ୍କୁ ଗିରଫ୍ କରାଯାଇଛି। 410 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ଜିଲ୍ଲାରେ ବିଭିନ୍ନ ଏନକାଉଣ୍ଟରରେ ମୋଟ 137 ମାଓବାଦୀ ନିହତ ହୋଇଛନ୍ତି। ସେହିପରି ଜାନୁଆରୀ 1, 2024 ପରଠାରୁ ଜିଲ୍ଲାରେ ବିଭିନ୍ନ ଏନକାଉଣ୍ଟରରେ ମାଓ ଘଟଣାରେ ସମ୍ପୃକ୍ତ 924 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 599 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ମୋଟ 195 ଜଣ ମାଓବାଦୀ ନିହତ ହୋଇଛନ୍ତି।


ଡିଆଇଜି କମଲୋଚନ କଶ୍ୟପ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ସମେତ ସରକାରଙ୍କ ବିକାଶମୂଳକ ପଦକ୍ଷେପର ପ୍ରଭାବ ପଡୁଛି। ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ସରକାରୀ କଲ୍ୟାଣକାରୀ ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚୁଛି। ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହ ସକାରାତ୍ମକ ପାରସ୍ପରିକ କ୍ରିୟା ଏବଂ କମ୍ୟୁନିଟି ପୋଲିସିଂ ଅଧୀନରେ ଯୋଗାଇ ଦିଆଯାଉଥିବା ଜନହିତକର ଯୋଜନା ବିଷୟରେ ସୂଚନା ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି।ବସ୍ତରରେ ନକ୍ସଲ ସଂଗଠନ ଉପରେ ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟାନୁଷ୍ଠାନ ବ୍ୟାପକ ପ୍ରଭାବ ପକାଇଛି। ନକ୍ସଲ ବିରୋଧୀ ଅଭିଯାନରେ ବସ୍ତରରେ ନଅ ଜଣ ନକ୍ସଲ କମାଣ୍ଡର ନିହତ ହୋଇଛନ୍ତି। ଜଣେ ଶୀର୍ଷ କମାଣ୍ଡର ସୁଜାତା ସମ୍ପ୍ରତି ଆତ୍ମସମର୍ପଣ କରିଛନ୍ତି, ଯେତେବେଳେ ଅନ୍ୟ ନଅ ଜଣ ଶୀର୍ଷ ନକ୍ସଲ କମାଣ୍ଡ ସକ୍ରିୟ ଅଛନ୍ତି। ଏହି ସମୟରେ, ସେପ୍ଟେମ୍ବର 24 ରେ ବସ୍ତରର ନକ୍ସଲ ଇତିହାସରେ ସବୁଠାରୁ ବଡ଼ ଆତ୍ମସମର୍ପଣ ଦାନ୍ତେୱାଡାରେ ସଫଳ ହୋଇଥିଲା। ବୁଧବାର ଦିନ, ଧନତେୱାଡାରେ ଏକକାଳୀନ 7 ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ଲୋନ୍ ଇଣ୍ଡିଆ ଅଭିଯାନର ପ୍ରଭାବରେ ଆତ୍ମସମର୍ପଣ କରିଥିଲେ।


ଗତ ସେପଟେମ୍ବର 24 ତାରିଖରେ ଦାନ୍ତେୱାଡ଼ାରେ ଏକକାଳୀନ 71 ନକ୍ସଲ ଆତ୍ମସମର୍ପଣ କରିଥିଲେ। ବସ୍ତରରେ ନକ୍ସଲବାଦ ବିରୁଦ୍ଧରେ ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟାନୁଷ୍ଠାନ, ନକ୍ସଲ ସଂଗଠନ ଉପରେ ବ୍ୟାପକ ପ୍ରଭାବ ପକାଉଛି। ନକ୍ସଲ ବିରୋଧୀ ଅଭିଯାନରେ ବସ୍ତରରେ ମୋଟ୍ ନଅ ଜଣ ନକ୍ସଲ କମାଣ୍ଡରଙ୍କୁ ନିପାତ କରାଯାଇଛି। ଜଣେ ଶୀର୍ଷ କମାଣ୍ଡର ସୁଜାତା, ସମ୍ପ୍ରତି ଆତ୍ମସମର୍ପଣ କରିଥିଲେ, ଯେତେବେଳେ ଅନ୍ୟ ନଅ ଜଣ ଶୀର୍ଷ ନକ୍ସଲ କମାଣ୍ଡର ସକ୍ରିୟ ଅଛନ୍ତି। ଏହି ସମୟରେ ବସ୍ତରର ନକ୍ସଲ ଇତିହାସରେ ସବୁଠାରୁ ବଡ଼ ଆତ୍ମସମର୍ପଣ ସେପ୍ଟେମ୍ବର ୨୪ ତାରିଖରେ ଦାନ୍ତେୱାଡ଼ାରେ ସଫଳ ହୋଇଥିଲା। ବୁଧବାର ଦାନ୍ତେୱାଡାରେ ଏକକାଳୀନ ୭୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ଲୋନ୍ ଭାରାତୁ ଅଭିଯାନର ପ୍ରଭାବରେ ଆତ୍ମସମର୍ପଣ କରିଥିଲେ।