Banner Ad

ତିନି ବୁଲେଟ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ୟାଙ୍କର

ତିନି ବୁଲେଟ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ୟାଙ୍କର
Published by : Jyotshna Kumari
#State
Jun 7, 2025, 9:21 AM

ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ l ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲେଟ୍‌ରେ ଯାଉଥିବା ୩ ଜଣଙ୍କୁ ଧକ୍କା ମାରିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଦୁଇ ଭାଣିଜୀଙ୍କୁ ନେଇ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ବୁଲେଟରେ ଯାଉଥିଲେ। ଦିଗପହଣ୍ଡି ଏନ୍‌ଏସି ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଲେଟ୍‌ରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Comment

Comments

No comments yet.

Best Biofloc Fish Farming

ad
Read more

National

ଚେନାବ ରେଳ ସେତୁର ଲୋକାର୍ପଣ କରିବେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏହି କାରଣରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଜି ଜମ୍ମୁ କାଶ୍ମୀରରେ ବିକାଶ ଏବଂ ସଂଯୋଗୀକରଣର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଏବଂ ଦେଶର ପ୍ରଥମ କେବୁଲ-ଷ୍ଟେ ଅଞ୍ଜି ସେତୁର ଉଦଘାଟନ କରିବେ। ଚମତ୍କାର ସ୍ଥାପତ୍ୟର ନିଦର୍ଶନ ଚେନାବ ରେଲ୍ ବ୍ରିଜ୍। ଯାହାକୁ ଆଜି ମୋଦି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସେତୁ ସହିତ, ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୧ ଟା ସୁଦ୍ଧା ବିଶ୍ୱର ସବୁଠାରୁ ଉଚ୍ଚ ସେତୁର ଉଦଘାଟନ କରିବେ। ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ। ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁର ଉଦଘାଟନ କରିବାର ଗୋଟିଏ ଘଣ୍ଟା ପରେ, ଅର୍ଥାତ୍ ଦିନ ୧୨ଟାରେ ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏନେଇ ରେଳବାଇ କହିଛି ଯେ, ଉଦୟପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ମୋଟ୍ ଲମ୍ବ ପ୍ରାୟ ୨୭୨ କିଲୋମିଟର। ଏବଂ ଏହାକୁ ନିର୍ମାଣ କରିବାରେ ୪୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ ୩୬ଟି ସୁଡ଼ଙ୍ଗ ଏବଂ ୯୪୩ ଟି ସେତୁ ମଧ୍ୟ ଅନ୍ତର୍ଭୁକ୍ତ।


ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଚେନାବ ନଦୀ ଉପରେ ନିର୍ମିତ ୧ କିଲୋମିଟରରୁ ଅଧିକ ଲମ୍ବା ରେଳ ସେତୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ନିର୍ମିତ, ଯାହା ଏଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ସେ କହିଛନ୍ତି ଯେ, ଏହି ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ପବନ ଏବଂ ଭୂକମ୍ପ ଜୋନ୍-V ସହ୍ୟ କରିପାରିବ। ଡିଆରଡିଓ ସହାୟତାରେ ଏହି ବ୍ରିଜ୍ କୁ ବ୍ଲାଷ୍ଟ ପ୍ରୁଫ୍ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୨୭ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହାର ଲମ୍ବ ୧୩୧୫ ମିଟର ଏବଂ ଏହି ପ୍ରକଳ୍ପ ଅଗଷ୍ଟ ୨୦୦୪ରେ ଆରମ୍ଭ ହୋଇଥିଲା।

Education

ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ।ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ।ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।


ଏ ନେଇ ଆଣ୍ଟି ରେଗିଙ୍ଗ ସେଲ ରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କତୃପକ୍ଷ ଆଜି ଅପରାହ୍ନ ରେ ଏକ ଜରୁରୀ ବୈଠଜ ଡ଼ାକି ନେଇଛନ୍ତି ପଦକ୍ଷେପ।ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଅଧକ୍ଷ ତଥା ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର ।ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ ।ବୈଠକରେ କମିଟି ସଦସ୍ୟ ଯୋଗଦେଇ ତର୍ଜମା କରିବା ସହିତ ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।


State

ତିନି ବୁଲେଟ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ୟାଙ୍କର

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ l ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲେଟ୍‌ରେ ଯାଉଥିବା ୩ ଜଣଙ୍କୁ ଧକ୍କା ମାରିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଦୁଇ ଭାଣିଜୀଙ୍କୁ ନେଇ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ବୁଲେଟରେ ଯାଉଥିଲେ। ଦିଗପହଣ୍ଡି ଏନ୍‌ଏସି ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଲେଟ୍‌ରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

State

ଯୋଜନାବଦ୍ଧ ହତ୍ୟା ଅଭିଯୋଗରେ ମହିଳା ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଚାଞ୍ଚଲ୍ୟ,ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ l ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଥାନା ଅଞ୍ଚଳ ସୁବାସ ନଗର ପ୍ରଥମ ଲାଇନ ବାସିନ୍ଦା ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ l ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ. ଏମ l


ସୂଚନା ପ୍ରକାରେ,ଗତ ୨୯ ତାରିଖ ପ୍ରାୟ ୩ ଟା ସମୟରେ ମୃତକ ହରିହର ସାହୁଙ୍କ ଝିଅ ମଧୁମିତା ସାହୁ ବି.ଏନ ପୁର ଥାନାରେ ଅଭିଯୋଗ କରିଥିଲେ, ଯେ ତାଙ୍କ ପିତା ସୁବାସ ନଗର ପ୍ରଥମ ଲେନରେ ଥିବା ଘରର ପ୍ରଥମ ମହଲାରେ ଏକା ରହୁଥିଲେ, ସେହି ମହଲାରେ ସୁଦେଷ୍ଣା ଜେନା ନାମକ ଜଣେ ବିଧବା ମହିଳା ଭଡ଼ା ଘରେ ରହୁଥିଲେ। ସେହି ଦିନ ସୁଦେଷ୍ଣା ଜେନା ସକାଳେ ଅଭିଯୋଗକାରୀଙ୍କ ଘରକୁ ଆସି ତାଙ୍କ ପିତା ଗୁରୁତର ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ MKCG, MCHରେ ଭର୍ତ୍ତି କରା ଯାଇଥିବା କହିଥିଲେ। ଅଭିଯୋଗକାରୀ ତାଙ୍କ ପୁଅ ଏବଂ ଝିଅ ସହିତ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ ଏବଂ ତାଙ୍କ ପିତାଙ୍କୁ ଗୁରୁତର ପୋଡ଼ି ଯାଇଥିବା ଦେଖିଥିଲେ. ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ SCB.କଟକକୁ ରେଫର କରାଯାଇଥିଲା। କଟକର ଏସସିବିରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ ହରିହର।


ଘଟଣା ଦିନ ରାତିରେ ପ୍ରାୟ ୨-୩ଟା ସମୟରେ ତାଙ୍କ ଉପରେ କେହି ଜଣେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାର ଦେଖିଥିଲେ ବୋଲି ୩୦ ତାରିଖରେ ହରିହର ତାଙ୍କ ଝିଅକୁ କହିଥିଲେ ବୋଲି ପୁଲିସ କହିଛି l ଆହତ ରୋଗୀ ହରିହର ସାହୁଙ୍କ ବୟାନକୁ ଆଧାର କରି ତଦନ୍ତ କରାଯାଇଥିଲା ଏବଂ ତଦନ୍ତରୁ ଜଣାପଡିଥିଲା ​​ଯେ ଘରର ତଳ ମହଲାରେ ରହୁଥିବା ମହିଳା ମୃତ ହରିହର ସାହୁଙ୍କୁ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିଛନ୍ତି। ହତ୍ୟା ପଛରେ ଉଦ୍ଦେଶ୍ୟ ହେଉଛି ହରିହରଙ୍କ ସମ୍ପତ୍ତି ହଡପ କରିବା l ମୃତକ ହରିହରଙ୍କ ସହ ଅଭିଯୁକ୍ତ ସୁଦେସ୍ନା ଜେନାଙ୍କ ଚାରି ପାଞ୍ଚ ବର୍ଷ ହେଲା ଶାରୀରିକ ସମ୍ପର୍କ ଥିଲା। ସୁଦେସ୍ନା ଜେନାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ହାଇଦ୍ରାବାଦରେ କାମ କରେ। ଯେତେବେଳେ ସୁଦେସ୍ନା ଜେନା ତାଙ୍କ ଝିଅ ଘରକୁ ଯିବାକୁ ଚାହୁଁଥିଲେ, ମୃତକ ତାଙ୍କୁ ବାଧା ଦେଉଥିଲେ ଏବଂ ତାଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଅଧିକାଂଶ ସମୟ ତାଙ୍କ ବିନା ଇଚ୍ଛାରେ ମୃତକ ତାଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରୁଥିଲେ। ଏହା ସହିତ, ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା. ମୃତକ ଜଣେ ଅବସରପ୍ରାପ୍ତ ସରକାରୀ ଆରଆଇ ଏବଂ ତାଙ୍କର ସମ୍ପତ୍ତି ଅଛି। ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ, ସୁଦେସ୍ନା ଜେନା ସୁଚିନ୍ତିତ ଭାବେ ମଧ୍ୟରାତ୍ରିରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଯୋଜନା କରିଥିଲେ l


ଅପରାଧର ପ୍ରମାଣ ହଟାଇବା ପାଇଁ ସେ ମୃତକଙ୍କ ମୋବାଇଲ୍ ଘର ଅଗଣାରେ ଥିବା କୂଅ ପାଖରେ ଫିଙ୍ଗି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ୍ କିରୋସିନ୍ ବୋତଲକୁ ମଧ୍ୟ ନିଆଁରେ ଫିଙ୍ଗି ଦେଇଥିଲେ. ପଡ଼ୋଶୀଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରିବାର ଅଭିନୟ କରିଥିଲେ l ଦୁଇଜଣ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ମୃତକଙ୍କୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୁକ୍ତ ଅଭିଯୋଗ କରିଥିଲେ କିନ୍ତୁ ତଦନ୍ତରେ ମିଛ ବୋଲି ଧରା ପଡିବା ପରେ ପୁଲିସ ସୁଦସନାଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l

Sports

ଆଇପିଏଲ ବିଜୟ ଉତ୍ସବ ବେଳେ ଦଳାଚକଟା, ବର୍ତ୍ତମାନ ସୁଦ୍ଧା ୧୧ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । କାଲି IPLରେ ଦମଦାର ବିଜୟ ପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ । ଆଇପିଏଲ ବିଜେତା RCB ଟିମ୍‌କୁ ସ୍ବାଗତ କରିବା ପାଇଁ ପ୍ରବଳ ଉତ୍ସାହ । ବେଙ୍ଗାଲୁରୁରେ ବିଧାନସୌଧ ଆଗରେ କ୍ରିକେଟ ପ୍ରେମୀ ମାନେ ଭିଡ଼ ଜମାଇଛନ୍ତି


ସୂଚନା ପ୍ରକାରେ ଆରସିବି ୧୮ ବର୍ଷ ପରେ IPL ଟ୍ରଫି ଜିତିବାର ଉତ୍ସବ ପାଳନ କରିବାକୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଭିଡ ଜମାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିଜୟ ସେଲିବ୍ରେସନ ବେଳେ ଷ୍ଟାଡିୟମ ବାହାରେ ଅଚାନକ ଭିଡ଼ ବେକାବୁ ହୋଇପଡିଥିଲା । ଯାହାଫଳରେ ଭୟଙ୍କର ଦଳାଚକଟା ଘଟି ବହୁସଂଖ୍ୟାକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନ୍‌ ବନ୍ଦ କରାଯାଇଛି । ତେବେ ପ୍ରଥମ ଥର ଆଇପିଏଲରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ଦମଦାର ବିଜୟ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

State

ସପ୍ତାହେ ୪୦ ଡିଗ୍ରୀ ପରେ ରହିବ ତାପମାତ୍ରା

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋୖସୁମୀ ଆସିବା ସତ୍ତ୍ବେ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପାଗ ଶୁଖିଲା ରହିବା ସହ ବର୍ଷାର ଦେଖା ଦର୍ଶନ ନାହିଁ । କେବଳ ମୟୂରଭଞ୍ଜକୁ ଛାଡିଦେଲ ଆଉ ସମସ୍ତ ଜିଲ୍ଲାରେ ଶୁଖିଲା ପାଗ । ବର୍ଷା ବଦଳରେ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ମୌସୁମୀ ଜନିତ ବର୍ଷା ଏବେ ଆରମ୍ଭରୁ ନିରାଶ କରିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ କହିଛନ୍ତି ‘‘ଆସନ୍ତା ୧୦ଦିନ ଧରି ମୋସୁମୀ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନିଷ୍କ୍ରିୟ ରହିବ। ରାଜ୍ୟକୁ ପଶ୍ଚିମ ପବନ ବହୁଥିବାରୁ ମୋସୁମୀର ଏକ ଚାଦର ଓଡିଶା ଉପରେ ଘେରି ହୋଇଛି। ଆସନ୍ତା ୧୦ ତାରିଖରୁ ବା ୧୨ତାରିଖ ଆଡକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେତେବେଳକୁ ପ୍ରାୟ ୪ରୁ ୫ଦିନ ଯାଏ ବର୍ଷା ଲାଗି ରହିବ । ଅର୍ଥାତ୍ ଏଭଳି ଗରମ ଓ ଗୁଳୁଗୁଳି ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୫ ତାରିଖ ପର୍ଯନ୍ତ ତାପମାତ୍ରା ଏଇ ଭଳି‌ ଭାବେ ବୃଦ୍ଧି ରହିବ’’।


ସେହିପରି ଆସନ୍ତା ସାତ ଦିନ‌ ପାଇଁ ଟ୍ବିନି ସିଟିରେ ହିଟ୍ ଓ୍ବେଭ ଆଲର୍ଟ। ସର୍ବାଧିକ ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ତାପମାତ୍ରା । ଭୁବନେଶ୍ୱରରେ ଆସନ୍ତା ସାତ ଦିନ‌ ପାଇଁ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ । ଦୁଇ ତିନି ଦିନ ଯାଏଁ ୪୦ରୁ ୪୧ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେହିପରି କଟକରେ ୩୯ ଡିଗ୍ରି ତଥା ୪୦ ପର୍ଯ୍ୟନ୍ତ ତାପମାତ୍ରା ଆଗାମୀ ଦୁଇ ତିନ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨ ରୁ ୬ ଯାଏଁ ଏହ ସବୁ ଜିଲ୍ଲାରେ ପାରଦ ଉପରମୁହାଁ ରହିବ । ୧୧ ଜିଲ୍ଲାରେ ତାତି ବଢିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ।


ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ଜୁନ 1ରୁ ହଠାତ୍‌ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୪ଡିଗ୍ରୀ ସେଲସିୟସ ଡିଗ୍ରୀ ରେକର୍ଡ କରଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜରେ ୬୦ପ୍ରତିଶତରୁ କମ ବର୍ଷା ହୋଇଥିବା ବେଳେ ବାକି ସାରା ରାଜ୍ୟର ସମସ୍ତ ଜିଲ୍ଲା ପୁରା ଶୁଖିଲା ରହିଛି। ଅର୍ଥାତ୍ ସାରା ରାଜ୍ୟରେ ୧୦୦ ପ୍ରତିଶତ ବିନା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗର ରେକର୍ଡ କହୁଛି।

National

ଦେଶରେ ୫ ହଜାର ଟପିଲା ଆକ୍ଟିଭ କେସ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ କରୋନାର ମାତ୍ରା ବଢିଥିବା ବେଳେ ଆଜି ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍ । ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ । ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୧୬୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଏୟାରପୋର୍ଟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି ।ନିୟମିତ ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜ ବ୍ୟବହାର ପରାମର୍ଶ ଦିଆଯାଇଛି । ଜ୍ବର, ଥଣ୍ଡା, କାଶ , ଗଳା ଯନ୍ତ୍ରଣା କିମ୍ବା ଶ୍ବାସକ୍ରିୟା ସମସ୍ୟା ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରନ୍ତୁ । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l କେରଳ ପରେ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ । ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ କେସ୍ । କୋଭିଡ ସଂକ୍ରମଣ ବଢୁଥିବାରୁ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ ହୋଇଛି । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

State

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।


ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।



State

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଥାନା ଏଏସଆଇ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହିଳା ଥାନା ଏଏସଆଇ ଶ୍ରୀମତୀ ବବିତା ସୁନାଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି l ପୂର୍ବରୁ ପଞ୍ଜିକୃତ ଏକ ମାମଲାରେ ସମ୍ପୃକ୍ତଙ୍କୁ ସାହାଯ୍ୟ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ନେଉଥିଲେ,ଠିକ ସେହି ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଶ୍ରୀମତୀ ସୁନା l ଯେଉଁ ମାମଲାରେ ଶ୍ରୀମତୀ ସୁନା ତଦନ୍ତକାରୀ ଅଧିକାରୀ ଥିଲେ, ସେହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଧମକ ଦେଉଥିଲେ, ଯଦି ତାଙ୍କୁ ଦାବି କରାଯାଇଥିବା ୧୦,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ ତେବେ ସେ ବାଧ୍ୟ ହୋଇ ଗିରଫ କରିବେ l ତେବେ ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ, ଯାହା ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ଶ୍ରୀମତୀ ସୁନା, ASIଙ୍କ କମ୍ପଲ୍ଟରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି l ଅଭିଯୁକ୍ତ ସୁନାଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ଓଡିଶା ଭିଜିଲାନ୍ସ l ତେବେ ଏହା ସହିତ ASIଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି ।ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପୋଲିସ ପକ୍ଷରୁ ଏକ କେସ,ମାମଲା ନମ୍ବର ୭/୨୦୨୫, U/S -୭ପିସି (ସଂଶୋଧନ) ଆଇନ, ୨୦୧୮ଅନୁଯାୟୀ ପଞ୍ଜିକୃତ ହୋଇଛି। ତେବେ ଅଭିଯୁକ୍ତ ଏଏସଆଇ ଶ୍ରୀମତୀ ସୁନାଙ୍କ ବିରୁଦ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ବ୍ରହ୍ମପୁର ଭିଜିଲାନ୍ସ ଟିମ l


ତେବେ ଯେଉଁଠି ଲୋକମାନେ ବା ବିଶେଷ କରି ମହିଳା ମାନେ ନ୍ୟାୟ ଭିକ୍ଷା ରେ ଯାଇଥାନ୍ତି ସେଠି ମଧ୍ୟ ଯଦି ଏପ୍ରକାର ବେଆଇନ ବା ଅନ୍ୟାୟ ଏବଂ ଶୋଷଣ ର ଶିକାର ହେବେ ତେବେ ଆଇନ କାନୁନ ଉପରେ ଭରଷା କେତେ ରହିବ....!

State

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି l ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ l ପରିବେଶ ସୁରକ୍ଷା ଜୀବନ ରକ୍ଷା l ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ତେଣୁ "ସବୁଦିନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରିସମାପ୍ତି କରିବା" ଲକ୍ଷ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l


ଏହି ଅବସରରେ "ବନ୍ୟ ଜନ୍ତୁ ସୁରକ୍ଷା ଆଇନ " ଏବଂ " ପରିବେଶ ସୁରକ୍ଷା ଆଇନ " ସମ୍ବଦ୍ଧରେ ସଚେତନତା ସହ ବୃକ୍ଷରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସଡିଜେଏମ ଶ୍ରୀ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ସବିତା ସାହୁକାର,ଏସିଏଫ ବ୍ରହ୍ମପୁର ସଶ୍ମିତା ବିଶ୍ୱାଳ, ଫରେଷ୍ଟର ସୁମିତ୍ରା କୁମାରୀ ଭୂୟାଁ, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ରାଣୀ ପାଢ଼ୀଙ୍କ ସମେତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ରହିଥିଲେ l

State

ଦିନରେ ଗୁଳୁଗୁଳି, ଅପରାହ୍ଣରେ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ସହ ଦିନରେ ଗରମ, ଅପରାହ୍ଣରେ ବର୍ଷା ଦେଖିବାକୁ ମିଳୁଛି । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।

National,Health & lifestyle

କରୋନା ଦେଶରେ ୪ହଜାର ପାର,୨୪ ଘଣ୍ଟାରେ ୪ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।


ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।

State

ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ : ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜସ୍ବ ଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ । ଜମି ଜମା ସମସ୍ୟାର ସମାଧାନ ଅଫିସ୍‌ ହେଉଛି ତହସିଲ୍‌ । ତହସିଲ୍‌ସ୍ତରରେ ସମାଧାନ ହୋଇ ନ ପାରିବାରୁ ଅଦାଲତରେ ମାମଲା ବଢ଼ୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା, ତେବେ କେହି ଭୁବନେଶ୍ୱର ଆସୁନଥାନ୍ତେ । ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ । " ଆଜି ଲୋକସେବା ଭବନରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରାଜସ୍ୱ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଲୋକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଅ । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର । ମ୍ୟାଚ୍ ନୁହେଁ, ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । ୫୧ ଟି ବିଭାଗର ମେରୁଦଣ୍ଡ ରାଜସ୍ୱ ବିଭାଗ । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । କୌଣସି ତହସିଲରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ । ଏବେବି ଜମି ଡିମାର୍କେସନ ପାଇଁ ମୋ ପାଖକୁ ମାଲକାନଗିରିରୁ ଲୋକ ଆସୁଛନ୍ତି । ଏବେ ସେବା ଆରମ୍ଭ ହେଲାଣି । ଯେବେ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ୱ ସେବା ଠିକ୍ ଭାବେ ଚାଲିଛି ।"

Health & lifestyle

ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି।


ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

State

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ମିଳିଲା ଅନୁମୋଦନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି l ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିକଶିତ ଓଡ଼ିଶା@ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ବ ଅଭିବୃଦ୍ଧି କରାଯିବ। ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।


ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି। ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ l ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଆଗାମୀ ୫ ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ସର୍ବମୋଟ ୬୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ଏଥି ପାଇଁ ଆଗାମୀ ୫ବର୍ଷରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ୍ ଓ ସ୍ପଲ ୱେ ନିର୍ମାଣ ପାଇଁ ୧୫୧ କୋଟି ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୬୨୬୦ ଏକର ଜମି ଜଳସେଚନ ହୋଇପାରିବ। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ମଂଜୁରୀ ହୋଇଛି।

State

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।


ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।


Health & lifestyle,State

କୋରାପୁଟ ବଡ଼ଡାକ୍ତରଖାନାରେ ବଡ଼ ବିଭ୍ରାଟ: ଇଞ୍ଜେକ୍ସନ୍‌ ନେଇ ୬ ରୋଗୀ ମୃତ

Blog Thumbnail

କୋରାପୁଟ( ଦ କୁଇଭର ):- କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିରାଟ ବିଭ୍ରାଟ। ଇଞ୍ଜେକ୍ସନ ନେବାପରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ସୁଦ୍ଧା ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏତେ ବଡ଼ ଘଟଣା ଘଟିବା ସତ୍ତ୍ବେ କେହି ମୁହଁ ଖୋଲୁନାହାନ୍ତି। ଚିକିତ୍ସା ତଥା ଇଞ୍ଜେକ୍ସନ ବିଷୟରେ ଆଦୌ କିଛି କହୁନାହାନ୍ତି। ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ୫ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ଫୁଲମତି ମାଝୀ କର୍କଟ, ସେମିଳିଗୁଡ଼ାର ସୁପ୍ରା ମାଝୀ ଏବଂ ଋକ୍ମିଣୀ ପେଣ୍ଠିଆ ଛୁରାମାଡ଼ ପରେ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିଲେ। ସେହିପରି କୋଟପାଡ଼ର ଜଗନ୍ନାଥ ପୂଜାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ସର୍ଜରି ବିଭାଗର ଆଇସିୟୁରେ ରଖାଯାଇଥିଲା।


ସାଧାରଣ ସର୍ଜରି ୱାର୍ଡରେ ଭଗବାନ ପରିଜା ଏବଂ ବଟି ଖରାଙ୍କ ଚିକିତ୍ସା ଚାଲିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବାର ପ୍ରାୟ ଦୁଇ ଘଣ୍ଟା ପରେ ସୁପ୍ରା, ଋକ୍ମିଣୀ, ଫୁଲମତୀଙ୍କ ସହ ଭଗବାନ ଓ ବଟିଙ୍କ ମୃତ୍ୟୁ ହୋଇଥିଲା। ଆଜି ଭୋର ସମୟରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଞ୍ଜେକ୍ସନ ନେବାର କିଛି ଘଣ୍ଟା ପରେ ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ସଂପର୍କୀୟ ପ୍ରବଳ ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଭୁଲ୍‌ ଇଞ୍ଜେକ୍ସନ୍‌ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ପହଞ୍ଚି ୪ ରୋଗୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟ ଦୁଇ ରୋଗୀଙ୍କ ମୃତଦେହ ପରିବାର ଲୋକ ନେଇଯାଇଥିବା ସୂଚନା ମିଳିଛି। ମେଡିକାଲ ଅଧୀକ୍ଷକ ତଥା ଡିନ୍ ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରାଥମିକ ତଦନ୍ତ ପରେ ଡାକ୍ତର କିମ୍ବା ନର୍ସଙ୍କ ଦ୍ବାରା କୌଣସି ଅବହେଳା ହୋଇନଥିବା କହିଛନ୍ତି। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୋଟକଲ୍‌ ଅନୁସାରେ ହିଁ ଇଞ୍ଜେକ୍ସନ ଦିଆଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଡିଏମ୍‌ଇଟି ତଦନ୍ତ ଲାଗି ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜର ୨ଜଣ ସର୍ଜରି ପ୍ରଫେସର, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ସର୍ଜରି, ଜଣେ ଭେଷଜ ଓ ଜଣେ ନିଶ୍ଚେତକ ବିଶେଷଜ୍ଞ ଏହି ଟିମ୍‌ରେ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତଦନ୍ତ ଟିମ୍‌ ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯିବ। ଡାକ୍ତର ଲେଖିଥିବା ଇଞ୍ଜେକ୍ସନ ହିଁ ରୋଗୀଙ୍କୁ ନର୍ସ ଦେଇଛନ୍ତି। ସମସ୍ତ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।


ତେବେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଡିଓ ଦେବାଶିଷ ଗୌଡ଼, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ପିଡି ଡୁଡା ତପନ କୁମାର ନାୟକ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ପ୍ରମୁଖ ପହଞ୍ଚି ରେଡ୍‌କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ପୂର୍ବତନ ବିଧାୟକ ନିମାଇ ସରକାର ଓ କଂଗ୍ରେସ ସମ୍ପାଦକ ରୁପକ ତୁରୁକ ଡାକ୍ତରଖାନା ମୁଖ୍ୟ ଫାଟକ ନିକଟରେ କିଛି ସମୟ ଧାରଣାରେ ବସିଥିଲେ। ଅଧୀକ୍ଷକ ପହଞ୍ଚି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଂଜନ ସେଠୀ ଓ କାଉନ୍‌ସିଲର ଡିନ୍‌ଙ୍କ ସହ ଆଲୋଚନା କରିବା ପରେ ମୃତକଙ୍କ ପରିବାରକୁ ସାକ୍ଷାତ କରିଥିଲେ।

Education,Farming,Health & lifestyle,State

ଭଦ୍ରକ ବିକାଶ ପାଇଁ ୨୭୪ କୋଟିର ୧୩ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

Blog Thumbnail

ଭଦ୍ରକ( ଦ କୁଇଭର ):- ଭଦ୍ରକରେ ଖୁବ୍‌ଶୀଘ୍ର ସରକାରୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ୍‌ ପ୍ରତିଷ୍ଠା ହେବ। ଏଥିସହିତ ଧାମନଗର ଛକରେ ଆଇଓସିଏଲ୍‌ ପକ୍ଷରୁ ବୈଷୟିକ ବୟନ ଶିଳ୍ପ କମ୍ପ୍ଲେକ୍ସ,ଏମ୍‌ପିସିଆଇ ପକ୍ଷରୁ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଭଦ୍ରକ ବ୍ଲକ୍‌ ରମ୍ଭିଳା ପଞ୍ଚାୟତ ଆରଡ଼ିପଦାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଘୋଷଣା କରିଛନ୍ତି। ଯାହା ଭଦ୍ରକବାସୀଙ୍କ ମନରେ ଉତ୍ସାହ ଭରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭୪ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଦ୍ରକ ମାଟିର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ସହ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଇରମ ଓ ସହିଦନଗରର ଲୁଣିଆ ମାଟିକୁ ମନେପକାଇ କହିଥିଲେ, ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଉନ୍ନତି ପାଇଁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀମାନଙ୍କପାଇଁ ଆମର ବଡ଼ ଅବଦାନ ହେଉଛି; ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମାଆମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛୁ। ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବିକାଶଧାରା ତ୍ବରାନ୍ବିତ ହେବ। ସଂଗ୍ରାମ ପୀଠରେ ବିକାଶମୂଳକ କାର୍ଯ୍ୟ କରାଯିବ। ବହୁ ପ୍ରତୀକ୍ଷିତ ଧାମନଗର ଛକରେ ଆଇଓସିଏଲ୍‌ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ୬ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଫଳରେ ୫ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ନିଯୁକ୍ତି ପାଇବେ। ଜିଲ୍ଲାବାସୀଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ୍‌ଶୀଘ୍ର ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ୍‌ ସହ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯିବ। ସମ୍ମାନିତ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଦେଉଥିବା ପ୍ରତିଶ୍ରୁତି ପୂରା କରିବୁ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଜେପି ସରକାର ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରାଣୀତାଲ ରାସ୍ତାରେ ରେଳ ଓଭର୍‌ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଧନ୍ୟବାଦ ଦେଇଥିଲେ।

State

ଆଜିଠୁ ଆହୁରି ବଢ଼ିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜିଠୁ ଆହୁରି ବଢ଼ିବ ତାତି । ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି,ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ତାତି ଓ ଆର୍ଦ୍ରତା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ସମେତ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର l